ଇନ୍‌ଷ୍ଟାରେ ଷ୍ଟୋରି ସେୟାରିଂ ପାଇଁ ଆସିବ ନୂଆ ବିକଳ୍ପ

The Sakala Picture
Published On

ନୂଆଦିଲ୍ଲୀ: ଫଟୋ ସେୟାରିଂ ପ୍ଲାଟ୍‌ଫର୍ମ ଇନ୍‌ଷ୍ଟାଗ୍ରାମ୍‌ରେ ବ୍ୟବହାରକାରୀଙ୍କୁ ଷ୍ଟୋରି ସେୟାରିଂ ପାଇଁ ନୂଆ ବିକଳ୍ପ ମିଳିବ। ଏବେ କମ୍ପାନି ଏ ଦିଗରେ କାମ ଜାରି ରଖିଛି। ଏହି ନୂଆ ଫିଚର୍‌ ଦ୍ବାରା ବ୍ୟବହାରକାରୀଙ୍କୁ ଷ୍ଟୋରି ସେୟାର୍‌ ସମୟରେ ଗୋପନୀୟତା ଉପରେ ଗୁରୁତ୍ବ ଦେବ। ଏଥିପାଇଁ ‘ଫ୍ରେଣ୍ଡସ ଷ୍ଟୋରି’ ନାମକ ବିକଳ୍ପ ସେମାନଙ୍କୁ ମିଳିବ। ଏହି ବିକଳ୍ପ ଦ୍ବାରା ବ୍ୟବହାରକାରୀ ନିଜ ଷ୍ଟୋରି କେବଳ ନିଜ ପସନ୍ଦର ସାଙ୍ଗଙ୍କ ସହିତ ସେୟାର୍ କରିପାରିବେ। ଅର୍ଥାତ୍ ଯାହାଙ୍କ ସହ ବ୍ୟବହାରକାରୀ […]

ନୂଆଦିଲ୍ଲୀ: ଫଟୋ ସେୟାରିଂ ପ୍ଲାଟ୍‌ଫର୍ମ ଇନ୍‌ଷ୍ଟାଗ୍ରାମ୍‌ରେ ବ୍ୟବହାରକାରୀଙ୍କୁ ଷ୍ଟୋରି ସେୟାରିଂ ପାଇଁ ନୂଆ ବିକଳ୍ପ ମିଳିବ। ଏବେ କମ୍ପାନି ଏ ଦିଗରେ କାମ ଜାରି ରଖିଛି। ଏହି ନୂଆ ଫିଚର୍‌ ଦ୍ବାରା ବ୍ୟବହାରକାରୀଙ୍କୁ ଷ୍ଟୋରି ସେୟାର୍‌ ସମୟରେ ଗୋପନୀୟତା ଉପରେ ଗୁରୁତ୍ବ ଦେବ। ଏଥିପାଇଁ ‘ଫ୍ରେଣ୍ଡସ ଷ୍ଟୋରି’ ନାମକ ବିକଳ୍ପ ସେମାନଙ୍କୁ ମିଳିବ। ଏହି ବିକଳ୍ପ ଦ୍ବାରା ବ୍ୟବହାରକାରୀ ନିଜ ଷ୍ଟୋରି କେବଳ ନିଜ ପସନ୍ଦର ସାଙ୍ଗଙ୍କ ସହିତ ସେୟାର୍ କରିପାରିବେ। ଅର୍ଥାତ୍ ଯାହାଙ୍କ ସହ ବ୍ୟବହାରକାରୀ ଷ୍ଟୋରି ସେୟାର୍‌ କରିବାକୁ ଇଚ୍ଛା କରିବେ, ସେହି ସାଙ୍ଗଙ୍କ ସହ ସେୟାର୍‌ କରିବେ। ଏହି ଫିଚର୍ କ୍ଲୋଜ୍ ଫ୍ରେଣ୍ଡ ବା ଅନ୍ତରଙ୍ଗ ବନ୍ଧୁ ଫିଚର ଭାବେ କାମ କରିବ। ତେବେ ଏହାର ବିଶେଷତ୍ବ ହେଉଛି, ଏଥିରେ ବ୍ୟବହାରକାରୀ ଅଧିକ ସଂଖ୍ୟକ ଲୋକଙ୍କୁ ବାଛିପାରିବେ। ଅନ୍ୟପଟେ ଏବେ ଯେଭଳି ଷ୍ଟୋରି ସେୟାର୍‌ କରାଯାଉଛି, ଠିକ୍‌ ସେହି ପ୍ରକ୍ରିୟାରେ ‘ଫ୍ରେଣ୍ଡସ ଷ୍ଟୋରି’ ଫିଚର୍‌କୁ ଉପଯୋଗ କରାଯିବ। ଖୁବ୍‌ଶୀଘ୍ର ଏହା ଇନ୍‌ଷ୍ଟାଗ୍ରାମ୍‌ ବ୍ୟବହାକାରୀଙ୍କ ପାଇଁ ଉପଲବ୍ଧ ହେବ।

27 Jul 2023 By The Sakala

https://www.thesakala.in/technology/new-options-for-sharing-stories-on-instagram/article-23885
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର