ଫେସବୁକର ନାଁ ହେଲା ପରିବର୍ତ୍ତନ : ଏଣିକି ‘ମେଟା’ ନାଁରେ ପରିଚିତ ହେବ ଫେସବୁକ୍‌

The Sakala Picture
Published On

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଫ୍ଲାଟଫର୍ମ ‘ଫେସବୁକ୍‌’ର ନାମ ବଦଳି ଯାଇଛି। ଏହା ଏବେ ‘ମେଟା’ ନାମରେ ପରିଚିତ ହେବ। ଗୁରୁବାର ବିଳମ୍ବିତ ରାତିରେ କମ୍ପାନୀର ସିଇଓ ମାର୍କ ଜୁକରବର୍ଗ ଏହି ଘୋଷଣା କରିଛନ୍ତି। କମ୍ପାନୀର ଏକ ଯୋଗାଯୋଗ କାର୍ଯ୍ୟକ୍ରମରେ ଜୁକରବର୍ଗ କହିଛନ୍ତି ଯେ ଆମେ ଏଭଳି ଏକ କମ୍ପାନୀ ପ୍ରସ୍ତୁତି କରିଛୁ, ଯିଏ ଲୋକଙ୍କ ପାଖରେ ଟେକ୍ନୋଲୋଜିକୁ ପହଞ୍ଚାଇଛି। ଏଥିପାଇଁ ଆମେ ପ୍ରୟାସ ଜାରି ରଖିଛୁ । ଏହା ମାଧ୍ୟମରେ ଏକ ବୃହତ ଅର୍ଥନୀତି ପ୍ରସ୍ତୁତ କରିଛୁ। […]

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଫ୍ଲାଟଫର୍ମ ‘ଫେସବୁକ୍‌’ର ନାମ ବଦଳି ଯାଇଛି। ଏହା ଏବେ ‘ମେଟା’ ନାମରେ ପରିଚିତ ହେବ। ଗୁରୁବାର ବିଳମ୍ବିତ ରାତିରେ କମ୍ପାନୀର ସିଇଓ ମାର୍କ ଜୁକରବର୍ଗ ଏହି ଘୋଷଣା କରିଛନ୍ତି। କମ୍ପାନୀର ଏକ ଯୋଗାଯୋଗ କାର୍ଯ୍ୟକ୍ରମରେ ଜୁକରବର୍ଗ କହିଛନ୍ତି ଯେ ଆମେ ଏଭଳି ଏକ କମ୍ପାନୀ ପ୍ରସ୍ତୁତି କରିଛୁ, ଯିଏ ଲୋକଙ୍କ ପାଖରେ ଟେକ୍ନୋଲୋଜିକୁ ପହଞ୍ଚାଇଛି। ଏଥିପାଇଁ ଆମେ ପ୍ରୟାସ ଜାରି ରଖିଛୁ । ଏହା ମାଧ୍ୟମରେ ଏକ ବୃହତ ଅର୍ଥନୀତି ପ୍ରସ୍ତୁତ କରିଛୁ। କିଛି ଦିନ ହେଲା ଫେସବୁକର ନାମ ବଦଳିବ ବୋଲି ଚର୍ଚ୍ଚା ହେଉଥିଲା। ଔପଚାରିକ ଭାବେ ଗୁରୁବାର ଏହାର ନୂଆ ନାମ ଘୋଷଣା କରାଯାଇଛି। ଜୁକରବର୍ଗ କହିଛନ୍ତି ଯେ ନୂଆ ନାମ ସହିତ ଆମ ଆଭିମୁଖ୍ୟର ମଧ୍ୟ ଝଲକ ଦେଖିବାକୁ ମିଳୁଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୪୬୦୭ ଡାକ୍ତର ପଦବୀ ଖାଲି: ବିଧାନସଭାରେ ଉଦବେଗଜନକ ତଥ୍ୟ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ସାରା ବିଶ୍ୱର ଲୋକଙ୍କୁ ଡିଜିଟାଲ କ୍ଷେତ୍ରରେ ଏକତ୍ର କରିବା ପାଇଁ ପ୍ରୟାସ କରିବାକୁ ଏଭଳି କରାଯାଇଥିବା ଜୁକରବର୍ଗ କହିଛନ୍ତି । ପୁଣି ଥରେ ଏହାର ରି-ବ୍ୟାଣ୍ଡିଂ ସହ ବହୁ ସମୟରେ ଆସୁଥିବା କପି ରାଇଟ୍ ସମସ୍ୟାକୁ ଏଡ଼ାଇବାକୁ ଏପରି କରାଯାଇଥିବା ଜଣାଯାଇଛି। ଏଣିକି ଏହା ‘ମେଟା’ ଭାବେ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ତା’ର ପୂର୍ବ ସୁବିଧା ବ୍ୟବହାରକାରୀଙ୍କୁ ଯୋଗାଇ ଦେବ । ଏହା ଫେସବୁକ୍‌ର ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ କର୍ପୋରେଟ ସଂସ୍ଥାର ବ୍ରାଣ୍ଡରେ ଏକ ବୃହତ୍ତ ପରିବର୍ତ୍ତନ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

ଆମେ କ’ଣ କରିବାକୁ ଚାହୁଁଛୁ ତାହା ମଧ୍ୟ ସ୍ପଷ୍ଟ ହେଉଛି। ପୁରୁଣା ନାମ ସମ୍ପୂର୍ଣ୍ଣ ଏବଂ ସଠିକ ଭାବେ ଆମର ପରିଚୟ ଦେବାରେ ସେତେ ସଫଳ ହୋଇନଥିଲା। ଏହା ସତ୍ତ୍ବେ ଲୋକମାନେ ଆମ ସହ ରହିଥିଲେ। ଆଗାମୀ ଦିନରେ ନୂଆକରି ଆମେ ନିଜକୁ ଉପସ୍ଥାପନ କରିବୁ ବୋଲି ଜୁକରବର୍ଗ କହିଛନ୍ତି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

29 Oct 2021 By The Sakala

ଫେସବୁକର ନାଁ ହେଲା ପରିବର୍ତ୍ତନ : ଏଣିକି ‘ମେଟା’ ନାଁରେ ପରିଚିତ ହେବ ଫେସବୁକ୍‌

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଫ୍ଲାଟଫର୍ମ ‘ଫେସବୁକ୍‌’ର ନାମ ବଦଳି ଯାଇଛି। ଏହା ଏବେ ‘ମେଟା’ ନାମରେ ପରିଚିତ ହେବ। ଗୁରୁବାର ବିଳମ୍ବିତ ରାତିରେ କମ୍ପାନୀର ସିଇଓ ମାର୍କ ଜୁକରବର୍ଗ ଏହି ଘୋଷଣା କରିଛନ୍ତି। କମ୍ପାନୀର ଏକ ଯୋଗାଯୋଗ କାର୍ଯ୍ୟକ୍ରମରେ ଜୁକରବର୍ଗ କହିଛନ୍ତି ଯେ ଆମେ ଏଭଳି ଏକ କମ୍ପାନୀ ପ୍ରସ୍ତୁତି କରିଛୁ, ଯିଏ ଲୋକଙ୍କ ପାଖରେ ଟେକ୍ନୋଲୋଜିକୁ ପହଞ୍ଚାଇଛି। ଏଥିପାଇଁ ଆମେ ପ୍ରୟାସ ଜାରି ରଖିଛୁ । ଏହା ମାଧ୍ୟମରେ ଏକ ବୃହତ ଅର୍ଥନୀତି ପ୍ରସ୍ତୁତ କରିଛୁ। କିଛି ଦିନ ହେଲା ଫେସବୁକର ନାମ ବଦଳିବ ବୋଲି ଚର୍ଚ୍ଚା ହେଉଥିଲା। ଔପଚାରିକ ଭାବେ ଗୁରୁବାର ଏହାର ନୂଆ ନାମ ଘୋଷଣା କରାଯାଇଛି। ଜୁକରବର୍ଗ କହିଛନ୍ତି ଯେ ନୂଆ ନାମ ସହିତ ଆମ ଆଭିମୁଖ୍ୟର ମଧ୍ୟ ଝଲକ ଦେଖିବାକୁ ମିଳୁଛି।

ସାରା ବିଶ୍ୱର ଲୋକଙ୍କୁ ଡିଜିଟାଲ କ୍ଷେତ୍ରରେ ଏକତ୍ର କରିବା ପାଇଁ ପ୍ରୟାସ କରିବାକୁ ଏଭଳି କରାଯାଇଥିବା ଜୁକରବର୍ଗ କହିଛନ୍ତି । ପୁଣି ଥରେ ଏହାର ରି-ବ୍ୟାଣ୍ଡିଂ ସହ ବହୁ ସମୟରେ ଆସୁଥିବା କପି ରାଇଟ୍ ସମସ୍ୟାକୁ ଏଡ଼ାଇବାକୁ ଏପରି କରାଯାଇଥିବା ଜଣାଯାଇଛି। ଏଣିକି ଏହା ‘ମେଟା’ ଭାବେ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ତା’ର ପୂର୍ବ ସୁବିଧା ବ୍ୟବହାରକାରୀଙ୍କୁ ଯୋଗାଇ ଦେବ । ଏହା ଫେସବୁକ୍‌ର ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ କର୍ପୋରେଟ ସଂସ୍ଥାର ବ୍ରାଣ୍ଡରେ ଏକ ବୃହତ୍ତ ପରିବର୍ତ୍ତନ ବୋଲି କୁହାଯାଉଛି।

ଆମେ କ’ଣ କରିବାକୁ ଚାହୁଁଛୁ ତାହା ମଧ୍ୟ ସ୍ପଷ୍ଟ ହେଉଛି। ପୁରୁଣା ନାମ ସମ୍ପୂର୍ଣ୍ଣ ଏବଂ ସଠିକ ଭାବେ ଆମର ପରିଚୟ ଦେବାରେ ସେତେ ସଫଳ ହୋଇନଥିଲା। ଏହା ସତ୍ତ୍ବେ ଲୋକମାନେ ଆମ ସହ ରହିଥିଲେ। ଆଗାମୀ ଦିନରେ ନୂଆକରି ଆମେ ନିଜକୁ ଉପସ୍ଥାପନ କରିବୁ ବୋଲି ଜୁକରବର୍ଗ କହିଛନ୍ତି।

https://www.thesakala.in/technology/facebooks-name-changed-facebook-will-be-known-as-meta/article-6431
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର