ଭାରତରେ ନିର୍ମିତ ହେବ ଏସିଆର ପ୍ରଥମ ଉଡନ୍ତା କାର

The Sakala Picture
Published On

ନୂଆଦିଲ୍ଲୀ : ଉଡ଼ନ୍ତା କାର ଆଉ ସ୍ଵପ୍ନ ନୁହେଁ । ଆମେରିକାର ଫେଡେରାଲ୍ ଏଭିଏସନ ଆଡମିନିଷ୍ଟ୍ରେସନ ଉଡନ୍ତା କାର ଉଡ଼ାଣ ଅନୁମତି ଦେଇଛି। ଏଥ୍‌ସହିତ ଅନ୍ୟ କେତେକ କମ୍ପାନୀ ଏହା ଉପରେ ଶୀଘ୍ର କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ଭାରତର ଭିନାଟା ଏରୋମୋବିଲିଟି କମ୍ପାନୀର ନାମ ମଧ୍ୟ ଏହି ତାଲିକାରେ ଯୋଗ ହୋଇଯାଇଛି। ଚେନ୍ନାଇର ଏହି କମ୍ପାନୀ ଏହି ହାଇବ୍ରିଡ୍ ଉଡନ୍ତା କାର୍‌ ନିର୍ମାଣ କରୁଛି। କମ୍ପାନୀ ପ୍ରଥମେ କାରର ମଡେଲକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ […]

ନୂଆଦିଲ୍ଲୀ : ଉଡ଼ନ୍ତା କାର ଆଉ ସ୍ଵପ୍ନ ନୁହେଁ । ଆମେରିକାର ଫେଡେରାଲ୍ ଏଭିଏସନ ଆଡମିନିଷ୍ଟ୍ରେସନ ଉଡନ୍ତା କାର ଉଡ଼ାଣ ଅନୁମତି ଦେଇଛି। ଏଥ୍‌ସହିତ ଅନ୍ୟ କେତେକ କମ୍ପାନୀ ଏହା ଉପରେ ଶୀଘ୍ର କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ଭାରତର ଭିନାଟା ଏରୋମୋବିଲିଟି କମ୍ପାନୀର ନାମ ମଧ୍ୟ ଏହି ତାଲିକାରେ ଯୋଗ ହୋଇଯାଇଛି। ଚେନ୍ନାଇର ଏହି କମ୍ପାନୀ ଏହି ହାଇବ୍ରିଡ୍ ଉଡନ୍ତା କାର୍‌ ନିର୍ମାଣ କରୁଛି। କମ୍ପାନୀ ପ୍ରଥମେ କାରର ମଡେଲକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁଦେଖାଇଥିଲା।

ସିନ୍ଧିଆ କହିଛନ୍ତି ଯେ, ଭିନାଟା ଏରୋମୋବିଲିଟି ଖୁବ ଶୀଘ୍ର ଏସିଆର ପ୍ରଥମ ହାଇବ୍ରିଡ ଉଡନ୍ତା କାର୍ ପ୍ରସ୍ତୁତ କରିବ। ଲୋକଙ୍କ ଯାତ୍ରା ବ୍ୟତୀତ ଏହି କାର ମେଡିକାଲ ଜରୁରିକାଳୀନ ସେବା ପାଇଁ ମଧ୍ୟ ବ୍ୟବହୃତ ହେବ। ଆମେରିକାରେ ଫେଡେରାଲ୍ ଏଭିଏସନ ଆଡମିନିଷ୍ଟ୍ରେସନ ଏପରି ଏକ କାରକୁ ଅନୁମତି ଦେଇଛି, ଯାହା ୧୦ ହଜାର ଫୁଟ ଉଚ୍ଚତାରେ ଉଡ଼ିବାରେ ସକ୍ଷମ।

ସୂଚନାଯୋଗ୍ୟ ଅଗଷ୍ଟ ୧୪ ରେ କମ୍ପାନୀ ପ୍ରଥମ ଥର ପାଇଁ ଏହାର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ଏହି କାର ସମ୍ପର୍କରେ ଏକ ୩୬ ସେକେଣ୍ଡର ଭିଡିଓ ଅପଲୋଡ୍ କରିଥିଲା। ତେବେ ଆସନ୍ତା ଅକ୍ଟୋବର ୫ରେ ଲଣ୍ଡନରେ ଏହି କାରର ବଜାର ପ୍ରବେଶ କରାଯିବ। ତେବେ ଏହାର ମୂଲ୍ୟ ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ସୂଚନା ପ୍ରକାଶ କରାଯାଇନାହିଁ। ଏକ ହାଇବ୍ରିଡ୍ କାର୍ ସାଧାରଣ କାର ପରି ଦେଖାଯାଏ, କିନ୍ତୁ ଏଥିରେ ଦୁଇଟି ଇଞ୍ଜିନ୍ ବ୍ୟବହାର କରାଯାଇଥାଏ। ଏଥିରେ ପେଟ୍ରୋଲ / ଡିଜେଲ ଇଞ୍ଜିନ୍ ସହିତ ଇଲେକ୍ଟ୍ରିକ୍ ମୋଟର ରହିଛି।

ଏହି କୌଶଳକୁ ହାଇବ୍ରିଡ୍ କୁହାଯାଏ। ବର୍ତ୍ତମାନ ଅଧିକାଂଶ କମ୍ପାନୀ ହାଇବ୍ରିଡ୍ କାର ସେଗ୍‌ମେଣ୍ଟର କାରରେ କାମ କରୁଛନ୍ତି । ଭିନାଟା ଏରୋମୋବିଲିଟି ଆଣିବାକୁ ଯାଉଛି ହାଇବ୍ରିଡ୍ ଫ୍ଲାଇଟ୍ କାର୍। ଏହି ହାଇବ୍ରିଡ୍ ଫ୍ଲାଇଟ୍ କାରର ସମ୍ମୁଖ ଭାଗ ଏକ ବୁଲେଟ୍ ଟ୍ରେନ୍ ଡିଜାଇନ୍ ପରି ହୋଇଥିବାବେଳେ ଏହାର ଚେସିସ୍ କାର ଭଲି ହୋଇଛି। ଯେଉଁଥରେ ଚକଗୁଡ଼ିକ ସଂସ୍ଥାପିତ କରାଯାଇଛି। ଏହି ଅଂଶରେ ଉଡନ୍ତା ଡେଣା ସଂଯୋଗ କରାଯାଇଛି। ଯେଉଁଥରେ ଉପର ଏବଂ ତଳ ଭାଗରେ ଡେଣା ଦିଆଯାଏ । କାରର ଚାରିପାଖରେ କଳା ରଙ୍ଗର ଗ୍ଲାସ୍ ବା କାଚ ବ୍ୟବହାର କରାଯାଇଛି।

ଏହି କାରରେ ଦୁଇ ଜଣ ଯାତ୍ରୀ ବସିପାରିବେ । ମେଡ୍‌ ଇନ୍‌ ଇଣ୍ତିଆ ଫ୍ଲାଇଙ୍ଗ କାର୍‌ ବିଦ୍ୟୁତ ସହ ବାୟୋ ଇନ୍ଧନରେ ଚାଲିବ। ଯାହା ଦ୍ବାରା ଉଡାଣ କ୍ଷମତା ବୃଦ୍ଧି ହୋଇ ପାରିବ। ଏହି ଉଡନ୍ତା କାରର ଓଜନ ୧୧୦୦ କିଲୋଗ୍ରାମ ହେବ। ଏହା ସର୍ବାଧିକ ୧୩୦୦ କିଲୋଗ୍ରାମ ଓଜନ ଉଠାଇବାକୁ ସକ୍ଷମ ହେବ। କାରଟି ଏୟାରକ୍ରାଫ୍ଟ ହାଇବ୍ରିଡ୍ ଇଲେକ୍‌ଟ୍ରିକ୍ ଭର୍ଟିକାଲ ଟେକ୍ ଅପ୍ ଆଣ୍ଡ ଲ୍ୟାଣ୍ଡିଂ (ଭିଟିଓଏଲ୍) ଆଧାରିତ। କାରରେ ଏକ ବ୍ୟାକଅପ୍ ବିଦ୍ୟୁତ୍‌ ଯୋଗାଣ ମଧ୍ୟ ରହିବ ଯାହା ବିଦ୍ୟୁତ୍ କାଟ ହେଲେ ମୋଟରକୁ ବିଦ୍ୟୁତ୍ ଯୋଗାଇବ। ଏଥିରେ ଜିପିଏସ୍ ଟ୍ରାକର୍ ସହ ୩୦୦ ଡିଗ୍ରୀ ଭୁ ଦେବାଭଳି ପାନୋରାମିକ୍ ୱିଣ୍ଡୋ ମଧ୍ୟ ରହିଛି । ଜାପାନ କମ୍ପାନୀ ସ୍କାଏଡ୍ରାଇଭ୍ ଇନ ୨୦୨୩ ସୁଦ୍ଧା ଏହାର ଉଡନ୍ତା କାର ବଜାରକୁ ଛାଡିବ। ଗତବର୍ଷ କମ୍ପାନୀ ଏହାର ସଫଳ ପରୀକ୍ଷଣ ମଧ୍ୟ କରିଛି। ବର୍ତ୍ତମାନ, ଏହି କାରଟି କେବଳ ୫ ରୁ ୧୦ ମିନିଟ୍ ପର୍ଯ୍ୟନ୍ତ ଉଡିପାରେ, କିନ୍ତୁ ଏହାର ଉଡ଼ାଣ ସମୟ ୩୦ ମିନିଟକୁ ବୃଦ୍ଧି କରାଯାଇପାରେ। ଏହାକୁ ଚୀନ୍ ଭଳି ଦେଶକୁ ମଧ୍ୟ ରପ୍ତାନି କରାଯାଇପାରିବ। ଆମେରିକୀୟ ଷ୍ଟାର୍ଟଅପ୍ କମ୍ପାନୀ ଫ୍ୟୁଚର ମୋବିଲିଟି ମଧ୍ୟ ଏହାର ଉଡନ୍ତା କାର ଆସ୍କା ଉପରେ କାମ କରୁଛି। ଏହା ଫୋଲିଂ ଡେଣା ସାହାଯ୍ୟରେ ଉଡ଼ିବ। ଏହା ଏକ ଇଭିଟିଓଏଲ୍‌ । ଯାନ, ଅର୍ଥାତ୍ ଏକ ବୈଦ୍ୟୁତିକ ଯାନ ଯାହା ଭୂଲମ୍ବ । ଟେକ୍ ଅପ୍ ଏବଂ ଅବତରଣ କରିଥାଏ। ଏଥୁରେ । ପାଇଲଟ୍ ଏବଂ ଯାତ୍ରୀ ସମେତ ୩ ଜଣ ଲୋକ ବସିପାରିବେ । ସମ୍ପୂର୍ଣ୍ଣ ଚାର୍ଜରେ ଏହା ୨୪୧ କି.ମି. ପର୍ଯ୍ୟନ୍ତ ଉଡ଼ିବାରେ ସକ୍ଷମ ହେବ।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର