ଭାରତରେ ‘Yahoo’ ବନ୍ଦ କଲା ନିଜର ନ୍ୟୁଜ୍ ୱେବସାଇଟ୍ ସହିତ ଅନେକ ସେବା

The Sakala Picture
Published On

ନୂଆଦିଲ୍ଲୀ: ଭାରତରେ ନିଜର ନ୍ୟୁଜ୍ ୱେବସାଇଟ୍କୁ ବନ୍ଦ କରିଛି ଲୋକପ୍ରିୟ ଇଣ୍ଟରନେଟ କମ୍ପାନୀ ‘ୟାହୁ’ । ତେଣୁ ଏବେ ଇଣ୍ଟରନେଟରେ ୟାହୁ ନ୍ୟୁଜ, ୟାହୁ କ୍ରିକେଟ୍, ୟାହୁ ଫାଇନାନ୍ସ, ଏଣ୍ଟରଟେନମେଣ୍ଟ ଏବଂ ମେକର୍ସ ଇଣ୍ଡିଆର ସେବା ବନ୍ଦ ହୋଇଯାଇଛି। ଏହାର କାରଣ ହେଉଛି ଭାରତ ସରକାରଙ୍କ ନୂଆ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ (ଏଫଡିଆଇ) ନିୟମ । ଏହି ନିୟମ ଭାରତରେ ପରିଚାଳିତ ଡିଜିଟାଲ୍ ମିଡିଆ କମ୍ପାନୀଗୁଡିକରେ ବିଦେଶୀ ମାଲିକାନା ସୀମିତ ରଖିବାକୁ ଉଦ୍ଦିଷ୍ଟ । ତେବେ ୟାହୁର […]

ନୂଆଦିଲ୍ଲୀ: ଭାରତରେ ନିଜର ନ୍ୟୁଜ୍ ୱେବସାଇଟ୍କୁ ବନ୍ଦ କରିଛି ଲୋକପ୍ରିୟ ଇଣ୍ଟରନେଟ କମ୍ପାନୀ ‘ୟାହୁ’ । ତେଣୁ ଏବେ ଇଣ୍ଟରନେଟରେ ୟାହୁ ନ୍ୟୁଜ, ୟାହୁ କ୍ରିକେଟ୍, ୟାହୁ ଫାଇନାନ୍ସ, ଏଣ୍ଟରଟେନମେଣ୍ଟ ଏବଂ ମେକର୍ସ ଇଣ୍ଡିଆର ସେବା ବନ୍ଦ ହୋଇଯାଇଛି। ଏହାର କାରଣ ହେଉଛି ଭାରତ ସରକାରଙ୍କ ନୂଆ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ (ଏଫଡିଆଇ) ନିୟମ । ଏହି ନିୟମ ଭାରତରେ ପରିଚାଳିତ ଡିଜିଟାଲ୍ ମିଡିଆ କମ୍ପାନୀଗୁଡିକରେ ବିଦେଶୀ ମାଲିକାନା ସୀମିତ ରଖିବାକୁ ଉଦ୍ଦିଷ୍ଟ । ତେବେ ୟାହୁର ଭାରତୀୟ ୟୁଜର୍ ମାନେ ଏହାର ଇ-ମେଲ୍ ଏବଂ ସର୍ଚ୍ଚ ଇଞ୍ଜିନ ବ୍ୟବହାର କରିପାରିବେ ।

ଆହୁରି ପଢ଼ନ୍ତୁ: ଭାରତକୁ ମିଳିଲା ପ୍ରଥମ ଡେଙ୍ଗୁ ଟିକା 'କ୍ୟୁଡେଙ୍ଗା' (Qdenga), ୪ ରୁ ୬୦ ବର୍ଷ ବୟସ୍କଙ୍କ ପାଇଁ ଡିସିଜିଆଇର ମଞ୍ଜୁରୀ

ଏକ ବିଜ୍ଞପ୍ତିରେ ୟାହୁ ୱେବସାଇଟ୍ କହିଛି ଯେ ୟାହୁ ଇଣ୍ଡିଆ ୨୬ ଅଗଷ୍ଟରୁ କଣ୍ଟେଣ୍ଟ ପ୍ରକାଶନ କରିବ ନାହିଁ। ୟାହୁରେ ଆପଣଙ୍କର ଆକାଉଣ୍ଟ୍, ମେଲ୍ ଏବଂ ସର୍ଚ୍ଚ ଇଞ୍ଜିନ୍ ଏହି କାରଣରୁ କୌଣସି ପ୍ରକାରେ ପ୍ରଭାବିତ ହେବ ନାହିଁ ଏବଂ ପୂର୍ବ ପରି ଚାଲୁ କରିବ । ୨୦୧୭ରେ ୟାହୁକୁ ଆମେରିକୀୟ ଟେକ୍ନୋଲୋଜି କମ୍ପାନୀ ଭେରିଜନ୍ କିଣିଥିଲା। ବିଜ୍ଞପ୍ତିରେ କୁହାଯାଇଛି ଯେ ଭାରତରେ ନିୟମରେ ପରିବର୍ତ୍ତନ ହେବା ଦ୍ୱାରା ବିଦେଶୀ ମାଲିକନା ଉପରେ ଗୋଟିଏ ନିୟମ ରହିଛି। ତେଣୁ ୟାହୁ ଇଣ୍ଡିଆ ପ୍ରଭାବିତ ହୋଇଛି। ୟାହୁ ଆହୁରି ମଧ୍ୟ କହିଛି ଯେ ଯେହେତୁ ୟାହୁ କ୍ରିକେଟରେ ମଧ୍ୟ ନ୍ୟୁଜ ଆସେ କିନ୍ତୁ ନୂଆ ଏଫଡିଆଇ ନିୟମ ଦ୍ୱାରା ଏହା ପ୍ରଭାବିତ ହୋଇଥିଲା। ଯାହା ମିଡିଆ କମ୍ପାନୀଗୁଡିକର ବିଦେଶୀ ମାଲିକାନାକୁ ସୀମିତ କରିଥାଏ।

ଆହୁରି ପଢ଼ନ୍ତୁ: ଟୋଲ୍ ପ୍ଲାଜାର ୨୦ କି.ମି ପରିଧିରେ ରହୁଥିଲେ ‘ଲୋକାଲ୍ ପାସ୍’, ରାଜମାର୍ଗଯାତ୍ରା ଆପ୍‌ରେ କରିହେବ ଆବେଦନ...

ଏଠାରେ କହି ରଖୁ କି, କେନ୍ଦ୍ର ସରକାରଙ୍କ ନୂଆ ଏଫଡିଆଇ ନିୟମ ଅକ୍ଟୋବରରୁ ଲାଗୁ ହେବ। ନୂଆ ନିୟମ ଅନୁଯାୟୀ ଦେଶରେ ଥିବା ମିଡିଆ ଗୁଡିକରେ ବିଦେଶୀ ମାଲିକ ମାନେ ୨୬ ପ୍ରତିଶତ ଅଂଶଧନ ପୁଞ୍ଜି ନିବେଶ କରିପାରିବେ।

ଆହୁରି ପଢ଼ନ୍ତୁ: ଚାଟ୍ ଜିପିଟିରେ ଆସିଲା ନୂଆ 'ହେଲଥ୍ ଫିଚର': ଏବେ ଆପଣଙ୍କ ମେଡିକାଲ ରିପୋର୍ଟ ପଢ଼ିବ ଏଆଇ

26 Aug 2021 By The Sakala

ଭାରତରେ ‘Yahoo’ ବନ୍ଦ କଲା ନିଜର ନ୍ୟୁଜ୍ ୱେବସାଇଟ୍ ସହିତ ଅନେକ ସେବା

ନୂଆଦିଲ୍ଲୀ: ଭାରତରେ ନିଜର ନ୍ୟୁଜ୍ ୱେବସାଇଟ୍କୁ ବନ୍ଦ କରିଛି ଲୋକପ୍ରିୟ ଇଣ୍ଟରନେଟ କମ୍ପାନୀ ‘ୟାହୁ’ । ତେଣୁ ଏବେ ଇଣ୍ଟରନେଟରେ ୟାହୁ ନ୍ୟୁଜ, ୟାହୁ କ୍ରିକେଟ୍, ୟାହୁ ଫାଇନାନ୍ସ, ଏଣ୍ଟରଟେନମେଣ୍ଟ ଏବଂ ମେକର୍ସ ଇଣ୍ଡିଆର ସେବା ବନ୍ଦ ହୋଇଯାଇଛି। ଏହାର କାରଣ ହେଉଛି ଭାରତ ସରକାରଙ୍କ ନୂଆ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ (ଏଫଡିଆଇ) ନିୟମ । ଏହି ନିୟମ ଭାରତରେ ପରିଚାଳିତ ଡିଜିଟାଲ୍ ମିଡିଆ କମ୍ପାନୀଗୁଡିକରେ ବିଦେଶୀ ମାଲିକାନା ସୀମିତ ରଖିବାକୁ ଉଦ୍ଦିଷ୍ଟ । ତେବେ ୟାହୁର ଭାରତୀୟ ୟୁଜର୍ ମାନେ ଏହାର ଇ-ମେଲ୍ ଏବଂ ସର୍ଚ୍ଚ ଇଞ୍ଜିନ ବ୍ୟବହାର କରିପାରିବେ ।

ଏକ ବିଜ୍ଞପ୍ତିରେ ୟାହୁ ୱେବସାଇଟ୍ କହିଛି ଯେ ୟାହୁ ଇଣ୍ଡିଆ ୨୬ ଅଗଷ୍ଟରୁ କଣ୍ଟେଣ୍ଟ ପ୍ରକାଶନ କରିବ ନାହିଁ। ୟାହୁରେ ଆପଣଙ୍କର ଆକାଉଣ୍ଟ୍, ମେଲ୍ ଏବଂ ସର୍ଚ୍ଚ ଇଞ୍ଜିନ୍ ଏହି କାରଣରୁ କୌଣସି ପ୍ରକାରେ ପ୍ରଭାବିତ ହେବ ନାହିଁ ଏବଂ ପୂର୍ବ ପରି ଚାଲୁ କରିବ । ୨୦୧୭ରେ ୟାହୁକୁ ଆମେରିକୀୟ ଟେକ୍ନୋଲୋଜି କମ୍ପାନୀ ଭେରିଜନ୍ କିଣିଥିଲା। ବିଜ୍ଞପ୍ତିରେ କୁହାଯାଇଛି ଯେ ଭାରତରେ ନିୟମରେ ପରିବର୍ତ୍ତନ ହେବା ଦ୍ୱାରା ବିଦେଶୀ ମାଲିକନା ଉପରେ ଗୋଟିଏ ନିୟମ ରହିଛି। ତେଣୁ ୟାହୁ ଇଣ୍ଡିଆ ପ୍ରଭାବିତ ହୋଇଛି। ୟାହୁ ଆହୁରି ମଧ୍ୟ କହିଛି ଯେ ଯେହେତୁ ୟାହୁ କ୍ରିକେଟରେ ମଧ୍ୟ ନ୍ୟୁଜ ଆସେ କିନ୍ତୁ ନୂଆ ଏଫଡିଆଇ ନିୟମ ଦ୍ୱାରା ଏହା ପ୍ରଭାବିତ ହୋଇଥିଲା। ଯାହା ମିଡିଆ କମ୍ପାନୀଗୁଡିକର ବିଦେଶୀ ମାଲିକାନାକୁ ସୀମିତ କରିଥାଏ।

ଏଠାରେ କହି ରଖୁ କି, କେନ୍ଦ୍ର ସରକାରଙ୍କ ନୂଆ ଏଫଡିଆଇ ନିୟମ ଅକ୍ଟୋବରରୁ ଲାଗୁ ହେବ। ନୂଆ ନିୟମ ଅନୁଯାୟୀ ଦେଶରେ ଥିବା ମିଡିଆ ଗୁଡିକରେ ବିଦେଶୀ ମାଲିକ ମାନେ ୨୬ ପ୍ରତିଶତ ଅଂଶଧନ ପୁଞ୍ଜି ନିବେଶ କରିପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର