ଗୁଗଲ୍‌ର ଚେତାବନୀ: ୧୦୦ କୋଟି ଫୋନ୍‌ରୁ ଡାଟା ଚୋରି ଭୟ

Madhusudan Das Picture
Published On

ନୂଆଦିଲ୍ଲୀ: ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ସୁରକ୍ଷା ସତର୍କତା ଜାରି କରିଛି ଗୁଗଲ୍। ବର୍ତ୍ତମାନ ସାରା ବିଶ୍ୱରେ ପ୍ରାୟ ୧୦୦ କୋଟି ଆଣ୍ଡ୍ରଏଡ୍ ବ୍ୟବହାରକାରୀ ବିପଦରେ ଅଛନ୍ତି। କାରଣ ଆଣ୍ଡ୍ରଏଡ୍ ୧୨ କିମ୍ବା ପୁରୁଣା ଫୋନ୍‌ଗୁଡିକ ଆଉ ସୁରକ୍ଷା ଅପଡେଟ୍ ପାଇବେନାହିଁ। ଏହାର ଅର୍ଥ ହେଉଛି, ଏପରି ଡିଭାଇସ୍‌ଗୁଡ଼ିକ ନୂତନ ମାଲୱେର ଏବଂ ସ୍ପାଏୱେର ଆକ୍ରମଣର ଶିକାର ହୋଇପାରନ୍ତି। ହ୍ୟାକରମାନେ ଏହି ଦୁର୍ବଳତାର  ସୁଯୋଗ ନେଇ ଡାଟା ଚୋରି କରୁଛନ୍ତି। ଫୋନ୍ ଅପଡେଟ୍ ହେଉ ନ ଥିଲେ ତାହାକୁ ବଦଳାଇବାକୁ ଗୁଗୁଲ୍‌ ପକ୍ଷରୁ ୟୁଜରଙ୍କୁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଗୁଗଲ୍ ରିପୋର୍ଟ ଅନୁଯାୟୀ, ବିଶ୍ୱର ୪୦%ବା ୧୦୦ କୋଟି ଆଣ୍ଡ୍ରଏଡ୍ ବ୍ୟବହୃତ ସ୍ମାର୍ଟଫୋନ୍ ସାଇବର ଆକ୍ରମଣର ଶିକାର ହେବାକୁ ଯାଉଛନ୍ତି। ଏହି ଡିଭାଇସ୍ ମଧ୍ୟରୁ ଅଧିକାଂଶ ପୁରୁଣା ଅପରେଟିଂ ସିଷ୍ଟମ୍ (ଆଣ୍ଡ୍ରଏଡ୍ ୧୨ କିମ୍ବା ତା’ଠାରୁ ପୁରୁଣା) ଚଳାଇଥାନ୍ତି, ଯେଉଁଗୁଡିକୁ ଏବେ କମ୍ପାନୀଠାରୁ ସୁରକ୍ଷା ଅପଡେଟ୍ ପାଇବା ବନ୍ଦ ହୋଇଯାଇଛି। ତଥ୍ୟ ଅନୁଯାୟୀ, କେବଳ ପ୍ରାୟ ୫୭.୯% ଡିଭାଇସ୍ ଆଣ୍ଡ୍ରଏଡ୍‌ ୧୩ କିମ୍ବା ତା’ଠାରୁ ଅଧିକ ଭର୍ଜନରେ ଚାଲୁଛି। ସୁରକ୍ଷା ସମସ୍ୟା ଯୋଗୁଁ ବାକି ଡିଭାଇସଗୁଡ଼ିକୁ ଅଚଳ କରାଯାଇଛି। ଡିସେମ୍ବର ସୁଦ୍ଧା ଉପଲବ୍ଧ ତଥ୍ୟ ଅନୁଯାୟୀ, ସାରା ବିଶ୍ୱରେ କେବଳ ୭.୫% ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍‌ ୧୬ରେ ଚାଲୁଛି। ଏହି ସମୟରେ, ୧୯.୩% ଡିଭାଇସ୍ ଆଣ୍ଡ୍ରଏଡ୍‌ ୧୫, ୧୭.୯% ଆଣ୍ଡ୍ରଏଡ୍‌ ୧୪ ଏବଂ ୧୩.୯% ଆଣ୍ଡ୍ରଏଡ୍‌ ୧୩ ଦ୍ବାରା ଚାଳିତ।  ଏହାର ଅର୍ଥ ହେଉଛି ଯେ ବହୁ ସଂଖ୍ୟକ ଉପଭୋକ୍ତା ଏବେ ବି ପୁରୁଣା ଆଣ୍ଡ୍ରଏଡ୍‌ ଓଏସ୍‌ ବ୍ୟବହାର କରୁଛନ୍ତି ଏବଂ ସମୟାନୁସାରେ ସୁରକ୍ଷା ଅପଡେଟ୍ ପାଉନାହାଁନ୍ତି। ସୁରକ୍ଷା ଅପଡେଟ୍ ପୁରୁଣା ଅପରେଟିଂ ସିଷ୍ଟମ୍‌ରେ ଥିବା ବଗ୍, ଦୁର୍ବଳତା ଏବଂ ସାଇବର ତ୍ରୁଟିକୁ ସମାଧାନ କରେ। ହ୍ୟାକର୍ସ ଏହି ତ୍ରୁଟିଗୁଡ଼ିକୁ ସ୍ମାର୍ଟଫୋନ୍‌ରେ ଅନୁପ୍ରବେଶ କରିବା, ଡାଟା ଚୋରି କରିବା, ଫୋନ୍ ହ୍ୟାକ୍ କରିବା କିମ୍ବା ସ୍ପାଏୱେୟାର ସଂସ୍ଥାପନ କରିବା ପାଇଁ ବ୍ୟବହାର କରିବେ। 

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

09 Feb 2026 By Madhusudan Das

ଗୁଗଲ୍‌ର ଚେତାବନୀ: ୧୦୦ କୋଟି ଫୋନ୍‌ରୁ ଡାଟା ଚୋରି ଭୟ

ନୂଆଦିଲ୍ଲୀ: ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ସୁରକ୍ଷା ସତର୍କତା ଜାରି କରିଛି ଗୁଗଲ୍। ବର୍ତ୍ତମାନ ସାରା ବିଶ୍ୱରେ ପ୍ରାୟ ୧୦୦ କୋଟି ଆଣ୍ଡ୍ରଏଡ୍ ବ୍ୟବହାରକାରୀ ବିପଦରେ ଅଛନ୍ତି। କାରଣ ଆଣ୍ଡ୍ରଏଡ୍ ୧୨ କିମ୍ବା ପୁରୁଣା ଫୋନ୍‌ଗୁଡିକ ଆଉ ସୁରକ୍ଷା ଅପଡେଟ୍ ପାଇବେନାହିଁ। ଏହାର ଅର୍ଥ ହେଉଛି, ଏପରି ଡିଭାଇସ୍‌ଗୁଡ଼ିକ ନୂତନ ମାଲୱେର ଏବଂ ସ୍ପାଏୱେର ଆକ୍ରମଣର ଶିକାର ହୋଇପାରନ୍ତି। ହ୍ୟାକରମାନେ ଏହି ଦୁର୍ବଳତାର  ସୁଯୋଗ ନେଇ ଡାଟା ଚୋରି କରୁଛନ୍ତି। ଫୋନ୍ ଅପଡେଟ୍ ହେଉ ନ ଥିଲେ ତାହାକୁ ବଦଳାଇବାକୁ ଗୁଗୁଲ୍‌ ପକ୍ଷରୁ ୟୁଜରଙ୍କୁ ପରାମର୍ଶ ଦିଆଯାଇଛି।

ଗୁଗଲ୍ ରିପୋର୍ଟ ଅନୁଯାୟୀ, ବିଶ୍ୱର ୪୦%ବା ୧୦୦ କୋଟି ଆଣ୍ଡ୍ରଏଡ୍ ବ୍ୟବହୃତ ସ୍ମାର୍ଟଫୋନ୍ ସାଇବର ଆକ୍ରମଣର ଶିକାର ହେବାକୁ ଯାଉଛନ୍ତି। ଏହି ଡିଭାଇସ୍ ମଧ୍ୟରୁ ଅଧିକାଂଶ ପୁରୁଣା ଅପରେଟିଂ ସିଷ୍ଟମ୍ (ଆଣ୍ଡ୍ରଏଡ୍ ୧୨ କିମ୍ବା ତା’ଠାରୁ ପୁରୁଣା) ଚଳାଇଥାନ୍ତି, ଯେଉଁଗୁଡିକୁ ଏବେ କମ୍ପାନୀଠାରୁ ସୁରକ୍ଷା ଅପଡେଟ୍ ପାଇବା ବନ୍ଦ ହୋଇଯାଇଛି। ତଥ୍ୟ ଅନୁଯାୟୀ, କେବଳ ପ୍ରାୟ ୫୭.୯% ଡିଭାଇସ୍ ଆଣ୍ଡ୍ରଏଡ୍‌ ୧୩ କିମ୍ବା ତା’ଠାରୁ ଅଧିକ ଭର୍ଜନରେ ଚାଲୁଛି। ସୁରକ୍ଷା ସମସ୍ୟା ଯୋଗୁଁ ବାକି ଡିଭାଇସଗୁଡ଼ିକୁ ଅଚଳ କରାଯାଇଛି। ଡିସେମ୍ବର ସୁଦ୍ଧା ଉପଲବ୍ଧ ତଥ୍ୟ ଅନୁଯାୟୀ, ସାରା ବିଶ୍ୱରେ କେବଳ ୭.୫% ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍‌ ୧୬ରେ ଚାଲୁଛି। ଏହି ସମୟରେ, ୧୯.୩% ଡିଭାଇସ୍ ଆଣ୍ଡ୍ରଏଡ୍‌ ୧୫, ୧୭.୯% ଆଣ୍ଡ୍ରଏଡ୍‌ ୧୪ ଏବଂ ୧୩.୯% ଆଣ୍ଡ୍ରଏଡ୍‌ ୧୩ ଦ୍ବାରା ଚାଳିତ।  ଏହାର ଅର୍ଥ ହେଉଛି ଯେ ବହୁ ସଂଖ୍ୟକ ଉପଭୋକ୍ତା ଏବେ ବି ପୁରୁଣା ଆଣ୍ଡ୍ରଏଡ୍‌ ଓଏସ୍‌ ବ୍ୟବହାର କରୁଛନ୍ତି ଏବଂ ସମୟାନୁସାରେ ସୁରକ୍ଷା ଅପଡେଟ୍ ପାଉନାହାଁନ୍ତି। ସୁରକ୍ଷା ଅପଡେଟ୍ ପୁରୁଣା ଅପରେଟିଂ ସିଷ୍ଟମ୍‌ରେ ଥିବା ବଗ୍, ଦୁର୍ବଳତା ଏବଂ ସାଇବର ତ୍ରୁଟିକୁ ସମାଧାନ କରେ। ହ୍ୟାକର୍ସ ଏହି ତ୍ରୁଟିଗୁଡ଼ିକୁ ସ୍ମାର୍ଟଫୋନ୍‌ରେ ଅନୁପ୍ରବେଶ କରିବା, ଡାଟା ଚୋରି କରିବା, ଫୋନ୍ ହ୍ୟାକ୍ କରିବା କିମ୍ବା ସ୍ପାଏୱେୟାର ସଂସ୍ଥାପନ କରିବା ପାଇଁ ବ୍ୟବହାର କରିବେ। 

https://www.thesakala.in/technology/google-warns-that-the-fear-of-data-theft-from-1-billion-phones/article-44508
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର