ପାପୁଲି ଆକାରର କମ୍ପୁଟର ସିପିୟୁ ତିଆରି କଲେ ୯ମ ଶ୍ରେଣୀର ଛାତ୍ର

The Sakala Picture
Published On

ଚେନ୍ନାଇ: ସମୟର ସଠିକ୍‌ ସଦୁପଯୋଗ କଲେ ସଫଳତା ମିଳିବ ହିଁ ମିଳିବ। ଏହିଭଳି ଜଣେ ସ୍କୁଲ ଛାତ୍ର ସମୟକୁ ସଦୁପଯୋଗ କରି କମ୍ପୁଟରରେ ଲାଗୁଥିବା ସିପିୟୁ ତିଆରି କରିଛନ୍ତି। ଯାହା ହାତ ପାପୁଲି ଆକାରର। ଚେନ୍ନାଇର ୯ମ ଶ୍ରେଣୀର ଛାତ୍ର ଏସ୍.ଏସ୍. ମାଧବ ଏଭଳି ଏକ ସିପିୟୁ ତିଆରି କରିଛନ୍ତି। ଏଥିପାଇଁ ତାଙ୍କ ପାଖକୁ ଛୁଟିଛି ପ୍ରଶଂସାର ସୁଅ। ଏପରିକି ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ୍ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଆଗେଇ ଆସିଛନ୍ତି। କୋଭିଡ୍‌ ଲକ୍‌ଡାଉନ୍‌ କାରଣରୁ […]

ଚେନ୍ନାଇ: ସମୟର ସଠିକ୍‌ ସଦୁପଯୋଗ କଲେ ସଫଳତା ମିଳିବ ହିଁ ମିଳିବ। ଏହିଭଳି ଜଣେ ସ୍କୁଲ ଛାତ୍ର ସମୟକୁ ସଦୁପଯୋଗ କରି କମ୍ପୁଟରରେ ଲାଗୁଥିବା ସିପିୟୁ ତିଆରି କରିଛନ୍ତି। ଯାହା ହାତ ପାପୁଲି ଆକାରର। ଚେନ୍ନାଇର ୯ମ ଶ୍ରେଣୀର ଛାତ୍ର ଏସ୍.ଏସ୍. ମାଧବ ଏଭଳି ଏକ ସିପିୟୁ ତିଆରି କରିଛନ୍ତି। ଏଥିପାଇଁ ତାଙ୍କ ପାଖକୁ ଛୁଟିଛି ପ୍ରଶଂସାର ସୁଅ। ଏପରିକି ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ୍ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଆଗେଇ ଆସିଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତା ୧୭ ତାରିଖରେ ହୋଇପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ବାଦ୍‌ ପଡ଼ିପାରନ୍ତି ଡଜନେ ମନ୍ତ୍ରୀ

କୋଭିଡ୍‌ ଲକ୍‌ଡାଉନ୍‌ କାରଣରୁ ଏବେ ବିଦ୍ୟାଳୟଗୁଡ଼ିକ ବନ୍ଦ ଅଛି। ଏହି ସମୟରେ ମାଧବ ଜାଭା, ପାୟଥନ୍‌, ସି, ସି ପ୍ଲସ୍‌ ପ୍ଲସ୍‌ ଏବଂ କୋଟଲିନ୍‌ ଭଳି ସଫ୍ଟୱେୟାର ପ୍ରୋଗାମ୍‌ଗୁଡ଼ିକ ଅନ୍‌ଲାଇନ୍‌ରେ ଅଧ୍ୟୟନ କରିଥିଲେ। ଗତ ଦୁଇ ବର୍ଷ ଧରି ପାପୁଲି ଆକାରର ଏକ ସିପିୟୁ ନିର୍ମାଣ କରିବା ଲାଗି ସେ ଚେଷ୍ଟା ଚଳାଇଥିଲେ, ଶେଷରେ ସେ ସଫଳ ହୋଇଛନ୍ତି। ଏଥିପାଇଁ ମାଧବ ମୁମ୍ବାଇରୁ ଆବଶ୍ୟକ ସାମଗ୍ରୀ ଓ ମଦରବୋର୍ଡ ଆଦି ମଗାଇ ଏହାକୁ ଡିଜାଇନ୍ କରିଥିଲେ। ମାଧବ କହିଛନ୍ତି, ଏହାକୁ ତିଆରି କରିବା ସମୟରେ ସେ ୨୦ ଥର ଅସଫଳ ହୋଇଛନ୍ତି। ୨୧ତମ ଚେଷ୍ଟାରେ ସେ ଏହି ସିପିୟୁ ତିଆରି କରିବାରେ ସଫଳ ହୋଇଛନ୍ତି। ଏହି ମିନି-ସିପିୟୁକୁ ସେ ଅନ୍‌ଲାଇନ୍‌ରେ ୮,୦୦୦ ଟଙ୍କାରେ ବିକ୍ରି କରୁଛନ୍ତି। ମାଧବ ଟେରାବାଇଟ୍‌ ଇଣ୍ଡିଆ ସିପିୟୁ ମ୍ୟାନୁଫ୍ୟାକ୍ଚରିଙ୍ଗ କମ୍ପାନୀ ନାମରେ ଏକ କମ୍ପାନୀ ମଧ୍ୟ କରିଛନ୍ତି। ମାଧବ ଏଯାବତ୍‌ ଏଭଳି ୧୫ଟି ସିପିୟୁ ପ୍ରସ୍ତୁତ କରି ବିକ୍ରି ମଧ୍ୟ କରିସାରିଛନ୍ତି।

ଆହୁରି ପଢ଼ନ୍ତୁ: ହ୍ୱାଟ୍ସଆପରେ ବଢ଼ିବ ପ୍ରାଇଭେସି: ଏବେ ଟେକ୍ସଟ୍ ମେସେଜ୍ ପାଇଁ ମଧ୍ୟ ମିଳିବ 'ଭିୟୁ ୱାନ୍ସ' ଫିଚର୍

31 Jul 2021 By The Sakala

ପାପୁଲି ଆକାରର କମ୍ପୁଟର ସିପିୟୁ ତିଆରି କଲେ ୯ମ ଶ୍ରେଣୀର ଛାତ୍ର

ଚେନ୍ନାଇ: ସମୟର ସଠିକ୍‌ ସଦୁପଯୋଗ କଲେ ସଫଳତା ମିଳିବ ହିଁ ମିଳିବ। ଏହିଭଳି ଜଣେ ସ୍କୁଲ ଛାତ୍ର ସମୟକୁ ସଦୁପଯୋଗ କରି କମ୍ପୁଟରରେ ଲାଗୁଥିବା ସିପିୟୁ ତିଆରି କରିଛନ୍ତି। ଯାହା ହାତ ପାପୁଲି ଆକାରର। ଚେନ୍ନାଇର ୯ମ ଶ୍ରେଣୀର ଛାତ୍ର ଏସ୍.ଏସ୍. ମାଧବ ଏଭଳି ଏକ ସିପିୟୁ ତିଆରି କରିଛନ୍ତି। ଏଥିପାଇଁ ତାଙ୍କ ପାଖକୁ ଛୁଟିଛି ପ୍ରଶଂସାର ସୁଅ। ଏପରିକି ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ୍ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଆଗେଇ ଆସିଛନ୍ତି।

କୋଭିଡ୍‌ ଲକ୍‌ଡାଉନ୍‌ କାରଣରୁ ଏବେ ବିଦ୍ୟାଳୟଗୁଡ଼ିକ ବନ୍ଦ ଅଛି। ଏହି ସମୟରେ ମାଧବ ଜାଭା, ପାୟଥନ୍‌, ସି, ସି ପ୍ଲସ୍‌ ପ୍ଲସ୍‌ ଏବଂ କୋଟଲିନ୍‌ ଭଳି ସଫ୍ଟୱେୟାର ପ୍ରୋଗାମ୍‌ଗୁଡ଼ିକ ଅନ୍‌ଲାଇନ୍‌ରେ ଅଧ୍ୟୟନ କରିଥିଲେ। ଗତ ଦୁଇ ବର୍ଷ ଧରି ପାପୁଲି ଆକାରର ଏକ ସିପିୟୁ ନିର୍ମାଣ କରିବା ଲାଗି ସେ ଚେଷ୍ଟା ଚଳାଇଥିଲେ, ଶେଷରେ ସେ ସଫଳ ହୋଇଛନ୍ତି। ଏଥିପାଇଁ ମାଧବ ମୁମ୍ବାଇରୁ ଆବଶ୍ୟକ ସାମଗ୍ରୀ ଓ ମଦରବୋର୍ଡ ଆଦି ମଗାଇ ଏହାକୁ ଡିଜାଇନ୍ କରିଥିଲେ। ମାଧବ କହିଛନ୍ତି, ଏହାକୁ ତିଆରି କରିବା ସମୟରେ ସେ ୨୦ ଥର ଅସଫଳ ହୋଇଛନ୍ତି। ୨୧ତମ ଚେଷ୍ଟାରେ ସେ ଏହି ସିପିୟୁ ତିଆରି କରିବାରେ ସଫଳ ହୋଇଛନ୍ତି। ଏହି ମିନି-ସିପିୟୁକୁ ସେ ଅନ୍‌ଲାଇନ୍‌ରେ ୮,୦୦୦ ଟଙ୍କାରେ ବିକ୍ରି କରୁଛନ୍ତି। ମାଧବ ଟେରାବାଇଟ୍‌ ଇଣ୍ଡିଆ ସିପିୟୁ ମ୍ୟାନୁଫ୍ୟାକ୍ଚରିଙ୍ଗ କମ୍ପାନୀ ନାମରେ ଏକ କମ୍ପାନୀ ମଧ୍ୟ କରିଛନ୍ତି। ମାଧବ ଏଯାବତ୍‌ ଏଭଳି ୧୫ଟି ସିପିୟୁ ପ୍ରସ୍ତୁତ କରି ବିକ୍ରି ମଧ୍ୟ କରିସାରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp