ଆଇଟି କମ୍ପାନୀରେ ବାଧ୍ୟତାମୂଳକ ହେବାକୁ ଯାଉଛି ଚାଟ୍ ଜିପିଟି ଟୁଲ୍, ପ୍ରତି ୧୦ ଜଣରୁ ୬ ଜଣ ହରାଇପାରନ୍ତି ଚାକିରି
ଭୁବନେଶ୍ୱର : ରାଜ୍ୟର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଚାଟ୍ ଜିପିଟି ଭଳି କୃତ୍ରିମ ବୁଦ୍ଧିମତା(ଏଆଇ) ଟୁଲ୍ର ପ୍ରୟୋଗ ବାଧ୍ୟତାମୂଳକ ହେବାକୁ ଯାଉଛି। ଆଇବିଏମ୍ ଓ ଉଇପ୍ରୋ ଭଳି ପ୍ରତିଷ୍ଠିତ ଆଇଟି କମ୍ପାନୀଗୁଡ଼ିକ କର୍ମଚାରୀମାନଙ୍କୁ ଚାଟ୍ ଜିପିଟି ଭଳି ଏଆଇ ଟୁଲ୍ର ବ୍ୟବହାର ସମ୍ପର୍କିତ ପ୍ରଶିକ୍ଷଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଚାଟ୍ ଜିପିଟିର ପ୍ରୟୋଗ ରାଜଧାନୀର ପ୍ରମୁଖ ଆଇଟି କମ୍ପାନୀଗୁଡ଼ିକରେ କାର୍ଯ୍ୟରତ ମାନବ ସମ୍ବଳକୁ ପ୍ରଭାବିତ କରିବା ନେଇ ଆଶଙ୍କା ଦେଖାଦେଇଛି। ବିଶେଷ କରି ରାଜ୍ୟରେ ସକ୍ରିୟ ଥିବା […]
ଭୁବନେଶ୍ୱର : ରାଜ୍ୟର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଚାଟ୍ ଜିପିଟି ଭଳି କୃତ୍ରିମ ବୁଦ୍ଧିମତା(ଏଆଇ) ଟୁଲ୍ର ପ୍ରୟୋଗ ବାଧ୍ୟତାମୂଳକ ହେବାକୁ ଯାଉଛି। ଆଇବିଏମ୍ ଓ ଉଇପ୍ରୋ ଭଳି ପ୍ରତିଷ୍ଠିତ ଆଇଟି କମ୍ପାନୀଗୁଡ଼ିକ କର୍ମଚାରୀମାନଙ୍କୁ ଚାଟ୍ ଜିପିଟି ଭଳି ଏଆଇ ଟୁଲ୍ର ବ୍ୟବହାର ସମ୍ପର୍କିତ ପ୍ରଶିକ୍ଷଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଚାଟ୍ ଜିପିଟିର ପ୍ରୟୋଗ ରାଜଧାନୀର ପ୍ରମୁଖ ଆଇଟି କମ୍ପାନୀଗୁଡ଼ିକରେ କାର୍ଯ୍ୟରତ ମାନବ ସମ୍ବଳକୁ ପ୍ରଭାବିତ କରିବା ନେଇ ଆଶଙ୍କା ଦେଖାଦେଇଛି।
ବିଶେଷ କରି ରାଜ୍ୟରେ ସକ୍ରିୟ ଥିବା ଅଧିକାଂଶ ଆଇଟି କମ୍ପାନୀଗୁଡ଼ିକ ସଫ୍ଟୱେରଜନିତ ସମସ୍ୟାର ସମାଧାନ ଦିଗରେ ଏଆଇର ପ୍ରୟୋଗ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏନେଇ କର୍ମଚାରୀମାନଙ୍କୁ ମେଲ୍ ମଧ୍ୟ କରି ଦିଆଯାଇଛି। ଏଭଳି ସ୍ଥିତିରେ ଏଆଇର ପ୍ରୟୋଗ କମ୍ପାନୀଗୁଡ଼ିକ ପାଇଁ ଲାଭଦାୟକ ହେବାକୁ ଯାଉଥିବା ବେଳେ କର୍ମଚାରୀମାନଙ୍କ ମଧ୍ୟରେ ଭାଳେଣୀ ପଡ଼ିଥିବା ଦେଖିବାକୁ ମିଳିଲାଣି। ଜନୈକ ଆଇଟି କମ୍ପାନୀ ମ୍ୟାନେଜର ଏସମ୍ପର୍କରେ କହିଛନ୍ତି ଯେ ବିଶେଷକରି ଏକ ସଫ୍ଟୱେର ବିକଶିତ କରି ତାହାକୁ ବିକ୍ରି କରି ଦିଆଯିବା ପରେ ଆଇଟି କମ୍ପାନୀ ଉକ୍ତ ସଫ୍ଟୱେର ଦେଖାଦେଉଥିବା ଦୈନନ୍ଦିନ ସମସ୍ୟାର ସମାଧାନରେ ଲାଗିଥାଏ। ସଫ୍ଟୱେରର ବ୍ୟବହାର ବଡ଼ ଧରଣରେ କରାଯାଉଥିବା ହେତୁ ପ୍ରତି ଦିନ ଶହ ଶହ ସମସ୍ୟାର ସମାଧାନ କରିବାକୁ ପଡ଼ିଥାଏ। ଏଭଳି ସ୍ଥଳେ କମ୍ପାନୀଗୁଡ଼ିକ ବହୁ ସଂଖ୍ୟାରେ ଆଇଟି ଏକ୍ସପର୍ଟମାନଙ୍କୁ ନିଯୁକ୍ତ ଦେଇଥାଆନ୍ତି।
ତେବେ ଏହି ସମସ୍ୟା ସମାଧାନ କ୍ଷେତ୍ରରେ ସମ୍ପ୍ରତି ଏଆଇ ଟୁଲ୍ର ବ୍ୟବହାର କରାଯିବ ବୋଲି କମ୍ପାନୀଗୁଡ଼ିକ କର୍ମଚାରୀଙ୍କୁ ସୂଚନା ଦେଉଛନ୍ତି। ଯାହା ଫଳରେ ଜଣେ କର୍ମଚାରୀ ଏଆଇ ଟୁଲ୍ର ବ୍ୟବହାର କରି ଏକାଧିକ ସମସ୍ୟାର ସମାଧାନ ଅପେକ୍ଷାକୃତ ଭାବେ କମ୍ ସମୟରେ କରିଦେଇପାରିବ। ଏଣୁ ଏଆଇର ପ୍ରୟୋଗ ହେଲେ କାହାର ଚାକିରି ରହିବ ଓ କାହାର ଚାକିରି ଯିବ ସେନେଇ କର୍ମଚାରୀମାନେ ଭୟଭୀତ ରହିଛନ୍ତି। ଆଇବିଏମ୍ର ଜନୈକ ଅଧିକାରୀ ଏସମ୍ପର୍କରେ କହିଛନ୍ତି ଯେ ସଫ୍ଟୱେରଗୁଡ଼ିକ କ୍ଷେତ୍ରରେ ଅନେକ ସମସ୍ୟା ଏଭଳି ରହିଛି ଯାହା ପ୍ରତିଦିନ ଦେଖାଯାଏ। ସମ୍ପୃକ୍ତ ସମସ୍ୟା ପାଇଁ କୋଡିଂଗୁଡ଼ିକୁ ସହଜରେ ଏଆଇ ମାଧ୍ୟମରେ କରି ହେବ।
ଅନ୍ୟପକ୍ଷରେ କ୍ଲିଷ୍ଟ ସମସ୍ୟାର ସମାଧାନ ଦାୟିତ୍ୱ ଅଭିଜ୍ଞ ମାନବ ସମ୍ବଳ ଉପରେ ନିର୍ଭରଶୀଳ ରହିବ। ଏଭଳି ସ୍ଥିତିରେ କମ୍ପାନୀରେ ଥିବା ଅନଭିଜ୍ଞ କର୍ମଚାରୀମାନେ ଚାକିରି ହରାଇ ପାରନ୍ତି। ଯେଉଁ କାମ ଏଆଇ ଦ୍ୱାରା କରାଯାଇପାରିବ ତାହାଠାରୁ ଅଧିକ କାମ କରିପାରୁଥିବା ଲୋକେ ହିଁ ଚାକିରିରେ ରହିବେ। ମୋଟୋମୋଟି ଭାବେ କହିବାକୁ କଲେ ଗୋଟିଏ କମ୍ପାନୀରେ ପ୍ରତି ୧୦ ଜଣ କର୍ମଚାରୀ ବଦଳରେ ମାତ୍ର ୪ ଜଣ ଲୋଡ଼ାପଡ଼ିବେ; ଯେଉଁମାନେ ଏଆଇ ଟୁଲ୍ର ବ୍ୟବହାରରେ ଅନ୍ୟ ୬ ଜଣଙ୍କ କାମ କରିଦେଇ ପାରିବେ। ଏଣୁ ଉକ୍ତ ୬ ଜଣ ଅନଭିଜ୍ଞ କର୍ମଚାରୀ ଚାକିରି ହରାଇବାକୁ ପଡ଼ିପାରେ। କମ୍ପାନୀଗୁଡ଼ିକ ଖୁବଶୀଘ୍ର ଏଭଳି ପଲିସି ଆପଣାଇବାକୁ ଯାଉଛନ୍ତି। ଅନ୍ୟପକ୍ଷରେ ସମ୍ପ୍ରତି ଏଆଇର ଭର୍ସନ୍ ୧କୁ ଆମେ ଦେଖୁଛେ। ଏହା ମଧ୍ୟ ଧୀରେ ଧୀରେ ବିକଶିତ ହେଉଛି। ତେବେ ସମ୍ପ୍ରତି ରାଜଧାନୀରେ ପ୍ରବେଶ କରିବାକୁ ଏଆଇ ଟୁଲ ମଧ୍ୟରେ, ଡିପ୍ କୋଡ୍, ଟ୍ୟାବ୍ ଲାଇନ୍, ଗିଟ୍ ହବ୍ କୋପାଇଲଟ୍, ମିଲଟଲିଭାଏ ଓ ଚାଟ୍ ଜିପିଟି। ଏଗୁଡ଼ିକ ବଡ଼ ବଡ଼ ଆପ୍ଲିକେସନ୍ର କୋଡ୍ ବେସ୍କୁ ସୁରକ୍ଷା ଦେବା, କୋଡ୍ ଲେଖିବା, କୋଡିଂ କରିବା ପରେ ଏହାକୁ ସଂକ୍ଷିପ୍ତ କରିବା, ଡିକୋଡ୍ ଓ ଡକ୍ୟୁମେଣ୍ଟେସନ୍ କରିବାରେ ସହାୟକ ହେବ।