ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ଗିଲ୍‌ଙ୍କୁ ନେଇ ରୋହିତ ଶର୍ମା ଦେଲେ ଗୁରୁତ୍ୱପୂର୍ଣ୍ଣ ସୂଚନା, ଖେଳିବା ପାଇଁ ୯୯% ଫିଟ୍‌ ଶୁବମନ

The Sakala Picture
Published On

ଅହମ୍ମଦାବାଦ୍‌‌ : ଆସନ୍ତାକାଲି ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ୱକପ୍‌‌ର ସବୁଠାରୁ ଚର୍ଚ୍ଚିତ ମ୍ୟାଚ୍‌‌ ଖେଳାଯିବ। ଏହି ହାଇଭୋଲଟେଜ୍‌ ମ୍ୟାଚକୁ ନେଇ ପ୍ରଶଂସକ ଉତ୍ସାହିତ ଥିବା ବେଳେ ଟିମ୍‌ ଇଣ୍ଡିଆର ଯୁବ ବ୍ୟାଟର ଶୁବମନ ଗିଲ୍‌ଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି କ୍ୟାପଟେନ୍‌ ରୋହିତ ଶର୍ମା। ଡେଙ୍ଗୁ ଜ୍ବର କାରଣରୁ ବିଶ୍ବକପ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ ଖେଳିପାରିନଥିବା ଗିଲଙ୍କ ଫିଟନେସ ନେଇ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ରୋହିତ ଶର୍ମା ବଡ […]

ଅହମ୍ମଦାବାଦ୍‌‌ : ଆସନ୍ତାକାଲି ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ୱକପ୍‌‌ର ସବୁଠାରୁ ଚର୍ଚ୍ଚିତ ମ୍ୟାଚ୍‌‌ ଖେଳାଯିବ। ଏହି ହାଇଭୋଲଟେଜ୍‌ ମ୍ୟାଚକୁ ନେଇ ପ୍ରଶଂସକ ଉତ୍ସାହିତ ଥିବା ବେଳେ ଟିମ୍‌ ଇଣ୍ଡିଆର ଯୁବ ବ୍ୟାଟର ଶୁବମନ ଗିଲ୍‌ଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି କ୍ୟାପଟେନ୍‌ ରୋହିତ ଶର୍ମା। ଡେଙ୍ଗୁ ଜ୍ବର କାରଣରୁ ବିଶ୍ବକପ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ ଖେଳିପାରିନଥିବା ଗିଲଙ୍କ ଫିଟନେସ ନେଇ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ରୋହିତ ଶର୍ମା ବଡ ସୂଚନା ଦେଇଛନ୍ତି। ରୋହିତ କହିଛନ୍ତି ଯେ ଫିଟନେସ ଗିଲ ଖେଳିବାକୁ ୯୯ ପ୍ରତିଶତ ପ୍ରସ୍ତୁତ। ସେ ମ୍ୟାଚ୍ ପାଇଁ ଉପଲବ୍ଧ ଏବଂ ଟସ୍ ପୂର୍ବରୁ ତାଙ୍କ ଖେଳିବା ବିଷୟରେ ଅନ୍ତିମ ନିଷ୍ପତ୍ତି ନିଆଯିବ।

ଆହୁରି ପଢ଼ନ୍ତୁ: ଛତିଶଗଡ଼ ବିଜାପୁରରେ ପୋଲିସ-ମାଓବାଦୀ ଗୁଳିବିନିମୟ: ଦୁର୍ଦ୍ଦାନ୍ତ ମାଓ ନେତା ଉଧମ ସିଂ ନିହତ

ଆହୁରି ପଢ଼ନ୍ତୁ: U-19 ବିଶ୍ବ ଚାମ୍ପିୟନ ଭାରତୀୟ ଦଳ ପାଇଁ ୭.୫କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ

ବ୍ୟାଟିଂ ଅଭ୍ୟାସ କରିଛନ୍ତି ଶୁବମନ

ଆହୁରି ପଢ଼ନ୍ତୁ: ରୁଷ-ଆମେରିକା ଚୁକ୍ତି ଶେଷ: ନବୀକରଣ ପାଇଁ ଅରାଜି ଉଭୟ ପୁତିନ ଏବଂ ଟ୍ରମ୍ପ, ବିଶ୍ବ ପ୍ରତି ପୁଣି ପରମାଣୁ ବିପଦ

ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇ ବିଶ୍ୱକପ୍‌‌ର ପ୍ରଥମ ଦୁଇଟି ମ୍ୟାଚ୍‌‌ ଖେଳିପାରି ନଥିବା ଭାରତୀୟ ଯୁବ ଓପନର ଶୁବମନ ଗିଲ୍‌‌ ଗୁରୁବାର ବ୍ୟାଟିଂ ଅଭ୍ୟାସ କରିଥିବା ବେଳେ ଆଜି ମଧ୍ୟ ଦଳସହ ଜୋରଦାର ଅଭ୍ୟାସ କରିଛନ୍ତି। ଆଜି ସେ ନେଟ୍ସରେ ବହୁ ସମୟ ଧରି ବ୍ୟାଟିଂ ଅଭ୍ୟାସ କରିଛନ୍ତି। ନେଟ୍ସରେ ପ୍ରାଟିସ୍‌ ଦେଖି ଶନିବାର ଖେଳାଯିବାକୁଥିବା ପାକିସ୍ତାନ ବିପକ୍ଷ ମ୍ୟାଚ୍‌‌ ଖେଳିବାକୁ ଫିଟ୍‌‌ ହେବାର ସମ୍ଭାବନା ବଢ଼ିଯାଇଛି। ତେବେ ସେ ସମ୍ପୂର୍ଣ୍ଣ ଫିଟ୍‌‌ ହୋଇଛନ୍ତି ବୋଲି ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ସେ ବୁଧବାର ଚେନ୍ନାଇରୁ ଅହମ୍ମଦାବାଦ ଆସିଥିଲେ। ସେ ମଧ୍ୟ କିଛି ଦିନ ହସ୍ପିଟାଲ୍‌‌ରେ ଚିକିତ୍ସିତ ହୋଇଥିଲେ। ୨୪ ବର୍ଷୀୟ ଶୁବମାନ ଭାରତ ପାଇଁ ୧୮ ଟେଷ୍ଟ, ୩୫ ଦିନିକିଆ ଓ ୧୧ଟି ଟି-୨୦ ମ୍ୟାଚ୍‌‌ ଖେଳି ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମାନ୍ୟତାର ବ୍ୟାଟିଂ ତାଲିକାରେ ସେ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ପଛକୁ ରହି ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ପାକିସ୍ତାନ ବିପକ୍ଷରେ ୭-୦ ରେକର୍ଡକୁ ନେଇ ରୋହିତ କହିଛନ୍ତି…

ପାକିସ୍ତାନ ବିପକ୍ଷରେ ଭାରତର ବିଶ୍ୱକପ ରେକର୍ଡ ସଂପୂର୍ଣ୍ଣ ଏକତରଫା ରହିଛି। ଦିନିକିଆ ବିଶ୍ୱକପରେ ଭାରତ କେବେ ହେଲେ ପାକିସ୍ତାନ ଠାରୁ ହାରି ନାହିଁ। ଭାରତ ସପକ୍ଷରେ ରେକର୍ଡ ୭-୦ରେ ରହିଛି। ତେବେ ଆଜି ସାମ୍ବାଦିକ ସମ୍ମୀଳନୀରେ ରୋହିତକୁ ଏହି ପ୍ରଶ୍ନ ପଚରାଯାଇଥିଲା। ଯାହାର ଉତ୍ତର ଦେଇ ରୋହିତ କହିଛନ୍ତି ମୁଁ ଏଭଳି ପରିସଂଖ୍ୟାନକୁ ଦେଖୁଥିବା ବ୍ୟକ୍ତି ନୁହେଁ। ଆମେ କିପରି ଭଲ କ୍ରିକେଟ୍ ଖେଳିବା ଉପରେ ଧ୍ୟାନ ଦେଇଥାଉ। ଉଭୟ ଦଳ ଭଲ ଖେଳିବା ପାଇଁ ଚେଷ୍ଟା କରିବେ।

ହାଇଭୋଲଟେଜ୍‌ ମ୍ୟାଚ୍‌ରେ ବାଧକ ସାଜିପାରେ ବର୍ଷା

ପାଣିପାଗ ବିଭାଗ ସୂଚନା ଅନୁସାରେ କାଲି ମ୍ୟାଚରେ ବର୍ଷା ବାଧକ ସାଜିପାରେ। ଶୁକ୍ରବାର ଓ ଶନିବାର ଅହମ୍ମଦାବାଦ ସମେତ ମଧ୍ୟ ଓ ଉତ୍ତର ଗୁଜରାଟରେ କିଛି ଜିଲ୍ଲାରେ ହାଲ୍‌‌କା ବର୍ଷାର ସମ୍ଭାବନା ଅଛି ବୋଲି କୁହାଯାଇଛି।ଅହମ୍ମଦାବାଦ୍‌‌ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି, ଆସନ୍ତା ୫ ଦିନ ଯାଏ ଗୁଜରାଟର ପାଣିପାଗ ମୁଖ୍ୟତଃ ଶୁଖିଲା ରହିବ। କିନ୍ତୁ ଅକ୍ଟୋବର ୧୪ରେ ଅହମଦାବାଦର କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ଆଶଙ୍କା ରହିଛି। ପୂରା ଆକାଶ ମେଘାଚ୍ଛନ୍ନ ରହିବ। ଦିନକ ପରେ ଅହମଦାବାଦ ଓ ବାଂଶକଣ୍ଠା, ସବରକଣ୍ଠା ଓ ଆରାଭଲ୍ଲିରେ ହାଲୁକା ଧରଣର ବର୍ଷା ହୋଇପାରେ। ଶନିବାର ଅହମଦାବାଦରେ କଳା ବାଦଲ ଦେଖାଯିବ ଓ ମ୍ୟାଚ୍‌ ବେଳେ ହାଲୁକା ବର୍ଷା ମଧ୍ୟ ହୋଇପାରେ। ଯାହା କ୍ରିକେଟ ପ୍ରଶଂସକଙ୍କ ପାଇଁ ଚିନ୍ତା ସୃଷ୍ଟି କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp