ମିଷ୍ଟର ଆଇପିଏଲ ରୈନାଙ୍କ ବିସ୍ଫୋରକ ବ୍ୟାଟିଂ,ଦିଲ୍ଲୀକୁ ୧୮୯ ରନର ବିଜୟ ଲକ୍ଷ୍ୟ ଦେଲା ଚେନ୍ନାଇ

The Sakala Picture
Published On

ମୁମ୍ବାଇ : ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଚଳିତ ଆଇପିଏଲର ୨ୟ ମ୍ୟାଚରେ ନିଜର ପୁରୁଣା ଅନ୍ଦାଜରେ ନଜର ଆସିଛନ୍ତି ‘ମିଷ୍ଟର ଆଇପିଏଲ’ ସୁରେଶ ରାଇନା । ଟିମ ଇଣ୍ଡିଆର ପୂର୍ବତନ ଷ୍ଟାର ଅଲରାଉଣ୍ଡର ରାଇନା ୟୁଏଇରେ ଖେଳାଯାଇଥିବା ଆଇପିଏଲର ଗତ ସଂସ୍କରଣରେ ଖେଳିନଥିଲେ ମଧ୍ୟ ୨୦୨୧ର ପ୍ରଥମ ମ୍ୟାଚ୍‌ରୁ ନିଜର ଜଲୱା ଦେଖାଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ରାଇନାଙ୍କ ୫୪ ରନ୍‌ ସାଙ୍ଗକୁ ସାମ କୁରାନଙ୍କ ବିସ୍ଫୋକ ୧୫ ବଲରେ ୩୪ ବଳରେ ଚେନ୍ନାଇ ନିର୍ଦ୍ଧାରିତ ୨୦ […]

ମୁମ୍ବାଇ : ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଚଳିତ ଆଇପିଏଲର ୨ୟ ମ୍ୟାଚରେ ନିଜର ପୁରୁଣା ଅନ୍ଦାଜରେ ନଜର ଆସିଛନ୍ତି ‘ମିଷ୍ଟର ଆଇପିଏଲ’ ସୁରେଶ ରାଇନା । ଟିମ ଇଣ୍ଡିଆର ପୂର୍ବତନ ଷ୍ଟାର ଅଲରାଉଣ୍ଡର ରାଇନା ୟୁଏଇରେ ଖେଳାଯାଇଥିବା ଆଇପିଏଲର ଗତ ସଂସ୍କରଣରେ ଖେଳିନଥିଲେ ମଧ୍ୟ ୨୦୨୧ର ପ୍ରଥମ ମ୍ୟାଚ୍‌ରୁ ନିଜର ଜଲୱା ଦେଖାଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ରାଇନାଙ୍କ ୫୪ ରନ୍‌ ସାଙ୍ଗକୁ ସାମ କୁରାନଙ୍କ ବିସ୍ଫୋକ ୧୫ ବଲରେ ୩୪ ବଳରେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ ହରାଇ ୧୮୮ ରନ୍‌ କରିଛି। ଫଳରେ ଋଷଭ ପନ୍ତଙ୍କ ଦିଲ୍ଲୀକୁ ଚଳିତ ଆଇପିଏଲରେ ନିଜର ପ୍ରଥମ ମୁକାବିଲା ଜିତିବା ପାଇଁ ୧୮୯ ରନ୍‌ର ଟାର୍ଗେଟ ମିଳିଛି।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆ ପାଇଁ ୧୩୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ସୁପରକିଙ୍ଗ୍ସର ଆରମ୍ଭ ନୈରାଶ୍ୟଜନକ ଥିଲା। ୭ ରନ ସ୍କୋରରେ ଦଳ ଦୁଇ ଓପନର ଫାଫ ଡୁପ୍ଲେସିସ୍‌(୦) ଓ ଋତୁରାଜ ଗାଏକୋଓ୍ଵାଡ(୫)ଙ୍କ ଓ୍ଵିକେଟ୍ ହରାଇଥିଲ। ଏହା ପରେ ଦୀର୍ଘ ଦିନ ପରେ ପଡିଆକୁ ଫେରିଥିବା ସୁରେଶ ରୈନା ଓ ମୋଇନ ଅଲ୍ଲୀ ଦ୍ରୁତ ବ୍ୟାଟିଂ କରି ଦଳର ସ୍ଥିତି ସୁଧାରିଥିଲେ। ଦୁଇ ବ୍ୟାଟସମ୍ୟାନ ତୃତୀୟ ଓ୍ଵିକେଟ୍ ପାଇଁ ୫୩ ରନ ଯୋଡିଥିଲେ। ମୋଇନ ଅଲ୍ଲୀ ୨୪ ବଲ୍‌ରୁ ୪ ଚୌକା ଓ ୨ ଛକା ସହ ୩୬ ରନ କରି ରବିଚନ୍ଦ୍ରନ ଅଶ୍ଵିନଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ। ଏହା ପରେ ରୈନା ଅମ୍ବତି ରାୟୁଡୁଙ୍କ ସହ ସ୍କୋରକୁ ୧୦୦ ପାର ପହଞ୍ଚାଇଥିଲେ। ହେଲେ ରାୟୁଡୁଙ୍କୁ ଆଉଟ କରି ଟମ୍‌ କୁରାନ ବଡ଼ ବିପର୍ୟ୍ୟୟ ସୃଷ୍ଟି କରିଥିଲେ। ରାଇନା ମଧ୍ୟ ରବୀନ୍ଦ୍ର ଜାଡେଜାଙ୍କ ସହ ତାଳମେଳ ଅଭାବରୁ ରନ୍‌ ଆଉଟ ହୋଇ ଯାଇଥିଲେ। ପ୍ୟାଭିଲିୟନ ଫେରିବା ପୂର୍ବରୁ ୩୬ ବଲ୍‌ରେ ୫୪ ରନ୍‌ର ଇନିଂସ୍‌ ଖେଳିଥିବା ରାଇନା ୪ଟି ଛକା ଓ ୩ଟି ଚୌକା ମାରିଛନ୍ତି।

ଆହୁରି ପଢ଼ନ୍ତୁ: ଭାରତ ଟି-୨୦ ବିଶ୍ୱକପ ଚମ୍ପିଅନ୍: ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନ୍‌ରେ ହରାଇ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ

ଆହୁରି ପଢ଼ନ୍ତୁ: ସଞ୍ଜୁ ସାମସନଙ୍କ ପାଇଁ ବିରାଟ କୋହଲିଙ୍କ ସ୍ୱତନ୍ତ୍ର ପୋଷ୍ଟ, କହିଲେ 'ରିଅଲି ହ୍ୟାପି ଫର ୟୁ ଚେଟ୍ଟା'

ରାଇନାଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିଲେ ଗ୍ରେଟ୍‌ ମହେନ୍ଦ୍ର ସିଂହ ଧୋନି। ସମସ୍ତଙ୍କ ନଜର ତାଙ୍କ ଉପରେ ମଧ୍ୟ ରହିଥିଲା। ହେଲେ ସେ ଖାତା ଖୋଲିବା ପୂର୍ବରୁ ଅଭେଶ ଖାନ୍‌ଙ୍କ ବଲ୍‌ରେ କ୍ଲିନବୋଲ୍ଡ ହୋଇଯାଇଥିଲେ। ଏହି ସମୟରେ ଚେନ୍ନାଇର ସ୍କୋର ୧୫.୩ ଓଭର୍‌ରେ ୧୩୭ ଥିଲା।

ଦଳ ୧୬୫ରୁ ୧୭୦ ରନ କରିବ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ଜାଡେଜା ଓ ସାମ କୁରାନ ସବୁ କିଛି ଓଲଟ ପାଲଟ କରିଦେଇଥିଲେ। ବିଶେଷ କରି ସାମ କୁରନା ୧୯ ଓଭର ବୋଲିଂ କରିବାକୁ ଆସିଥିବା ତାଙ୍କ ଭାଇ ଟମ କୁରାନ୍‌ଙ୍କୁ ଲଗାତର ୨ଟି ଛକା ଓ ଗୋଟିଏ ଚୌକା ମାରି ନିଜର ଆକ୍ରମଣାତ୍ମକ ରୂପ ଦେଖାଇଥିଲେ। ଏହି ଓଭର୍‌ରେ ଚେନ୍ନାଇ ୨୩ ରନ୍‌ ଆଦାୟ କରିଥିଲା। ସାମ କୁରାନଙ୍କୁ ଜାଡେଜା ମଧ୍ୟ ତାଙ୍କୁ ଭରପୂର ସହଯୋଗ କରିଥିଲେ। ଇନିଂସ୍‌ର ଶେଷ ବଲ୍‌ରେ ସାମ କୁରାନ(୩୪) ନିଜର ଦେଶର ସାଥୀ ଖେଳାଳି କ୍ରିସ୍‌ ୱକ୍ସଙ୍କ ବଲରେ କ୍ଲିନବୋଲ୍ଡ ହେବାରୁ ଚେନ୍ନାଇ ୧୮୮ରେ ଅଟକି ଯାଇଥିଲା। ସାମ କୁରାନ ୨ଟି ଛକା ଓ ୪ଟି ଚୌକା ମାରିଛନ୍ତି। ଜାଡେଜା ଶେଷ ଯାଏ ୧୭ ବଲ୍‌ରେ ୨୬ ରନ୍‌ କରି ଅପରାଜିତ ରହିଥିଲେ।

10 Apr 2021 By The Sakala

ମିଷ୍ଟର ଆଇପିଏଲ ରୈନାଙ୍କ ବିସ୍ଫୋରକ ବ୍ୟାଟିଂ,ଦିଲ୍ଲୀକୁ ୧୮୯ ରନର ବିଜୟ ଲକ୍ଷ୍ୟ ଦେଲା ଚେନ୍ନାଇ

ମୁମ୍ବାଇ : ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଚଳିତ ଆଇପିଏଲର ୨ୟ ମ୍ୟାଚରେ ନିଜର ପୁରୁଣା ଅନ୍ଦାଜରେ ନଜର ଆସିଛନ୍ତି ‘ମିଷ୍ଟର ଆଇପିଏଲ’ ସୁରେଶ ରାଇନା । ଟିମ ଇଣ୍ଡିଆର ପୂର୍ବତନ ଷ୍ଟାର ଅଲରାଉଣ୍ଡର ରାଇନା ୟୁଏଇରେ ଖେଳାଯାଇଥିବା ଆଇପିଏଲର ଗତ ସଂସ୍କରଣରେ ଖେଳିନଥିଲେ ମଧ୍ୟ ୨୦୨୧ର ପ୍ରଥମ ମ୍ୟାଚ୍‌ରୁ ନିଜର ଜଲୱା ଦେଖାଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ରାଇନାଙ୍କ ୫୪ ରନ୍‌ ସାଙ୍ଗକୁ ସାମ କୁରାନଙ୍କ ବିସ୍ଫୋକ ୧୫ ବଲରେ ୩୪ ବଳରେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ ହରାଇ ୧୮୮ ରନ୍‌ କରିଛି। ଫଳରେ ଋଷଭ ପନ୍ତଙ୍କ ଦିଲ୍ଲୀକୁ ଚଳିତ ଆଇପିଏଲରେ ନିଜର ପ୍ରଥମ ମୁକାବିଲା ଜିତିବା ପାଇଁ ୧୮୯ ରନ୍‌ର ଟାର୍ଗେଟ ମିଳିଛି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ସୁପରକିଙ୍ଗ୍ସର ଆରମ୍ଭ ନୈରାଶ୍ୟଜନକ ଥିଲା। ୭ ରନ ସ୍କୋରରେ ଦଳ ଦୁଇ ଓପନର ଫାଫ ଡୁପ୍ଲେସିସ୍‌(୦) ଓ ଋତୁରାଜ ଗାଏକୋଓ୍ଵାଡ(୫)ଙ୍କ ଓ୍ଵିକେଟ୍ ହରାଇଥିଲ। ଏହା ପରେ ଦୀର୍ଘ ଦିନ ପରେ ପଡିଆକୁ ଫେରିଥିବା ସୁରେଶ ରୈନା ଓ ମୋଇନ ଅଲ୍ଲୀ ଦ୍ରୁତ ବ୍ୟାଟିଂ କରି ଦଳର ସ୍ଥିତି ସୁଧାରିଥିଲେ। ଦୁଇ ବ୍ୟାଟସମ୍ୟାନ ତୃତୀୟ ଓ୍ଵିକେଟ୍ ପାଇଁ ୫୩ ରନ ଯୋଡିଥିଲେ। ମୋଇନ ଅଲ୍ଲୀ ୨୪ ବଲ୍‌ରୁ ୪ ଚୌକା ଓ ୨ ଛକା ସହ ୩୬ ରନ କରି ରବିଚନ୍ଦ୍ରନ ଅଶ୍ଵିନଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ। ଏହା ପରେ ରୈନା ଅମ୍ବତି ରାୟୁଡୁଙ୍କ ସହ ସ୍କୋରକୁ ୧୦୦ ପାର ପହଞ୍ଚାଇଥିଲେ। ହେଲେ ରାୟୁଡୁଙ୍କୁ ଆଉଟ କରି ଟମ୍‌ କୁରାନ ବଡ଼ ବିପର୍ୟ୍ୟୟ ସୃଷ୍ଟି କରିଥିଲେ। ରାଇନା ମଧ୍ୟ ରବୀନ୍ଦ୍ର ଜାଡେଜାଙ୍କ ସହ ତାଳମେଳ ଅଭାବରୁ ରନ୍‌ ଆଉଟ ହୋଇ ଯାଇଥିଲେ। ପ୍ୟାଭିଲିୟନ ଫେରିବା ପୂର୍ବରୁ ୩୬ ବଲ୍‌ରେ ୫୪ ରନ୍‌ର ଇନିଂସ୍‌ ଖେଳିଥିବା ରାଇନା ୪ଟି ଛକା ଓ ୩ଟି ଚୌକା ମାରିଛନ୍ତି।

ରାଇନାଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିଲେ ଗ୍ରେଟ୍‌ ମହେନ୍ଦ୍ର ସିଂହ ଧୋନି। ସମସ୍ତଙ୍କ ନଜର ତାଙ୍କ ଉପରେ ମଧ୍ୟ ରହିଥିଲା। ହେଲେ ସେ ଖାତା ଖୋଲିବା ପୂର୍ବରୁ ଅଭେଶ ଖାନ୍‌ଙ୍କ ବଲ୍‌ରେ କ୍ଲିନବୋଲ୍ଡ ହୋଇଯାଇଥିଲେ। ଏହି ସମୟରେ ଚେନ୍ନାଇର ସ୍କୋର ୧୫.୩ ଓଭର୍‌ରେ ୧୩୭ ଥିଲା।

ଦଳ ୧୬୫ରୁ ୧୭୦ ରନ କରିବ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ଜାଡେଜା ଓ ସାମ କୁରାନ ସବୁ କିଛି ଓଲଟ ପାଲଟ କରିଦେଇଥିଲେ। ବିଶେଷ କରି ସାମ କୁରନା ୧୯ ଓଭର ବୋଲିଂ କରିବାକୁ ଆସିଥିବା ତାଙ୍କ ଭାଇ ଟମ କୁରାନ୍‌ଙ୍କୁ ଲଗାତର ୨ଟି ଛକା ଓ ଗୋଟିଏ ଚୌକା ମାରି ନିଜର ଆକ୍ରମଣାତ୍ମକ ରୂପ ଦେଖାଇଥିଲେ। ଏହି ଓଭର୍‌ରେ ଚେନ୍ନାଇ ୨୩ ରନ୍‌ ଆଦାୟ କରିଥିଲା। ସାମ କୁରାନଙ୍କୁ ଜାଡେଜା ମଧ୍ୟ ତାଙ୍କୁ ଭରପୂର ସହଯୋଗ କରିଥିଲେ। ଇନିଂସ୍‌ର ଶେଷ ବଲ୍‌ରେ ସାମ କୁରାନ(୩୪) ନିଜର ଦେଶର ସାଥୀ ଖେଳାଳି କ୍ରିସ୍‌ ୱକ୍ସଙ୍କ ବଲରେ କ୍ଲିନବୋଲ୍ଡ ହେବାରୁ ଚେନ୍ନାଇ ୧୮୮ରେ ଅଟକି ଯାଇଥିଲା। ସାମ କୁରାନ ୨ଟି ଛକା ଓ ୪ଟି ଚୌକା ମାରିଛନ୍ତି। ଜାଡେଜା ଶେଷ ଯାଏ ୧୭ ବଲ୍‌ରେ ୨୬ ରନ୍‌ କରି ଅପରାଜିତ ରହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp