ଅବସର ପରେ ପିଆର୍‌ ଶ୍ରୀଜେଶ୍‌ଙ୍କୁ ମିଳିଲା ନୂଆ ଦାୟିତ୍ବ, ବଡ଼ ଘୋଷଣା କଲା ହକି ଇଣ୍ଡିଆ

The Sakala Picture
Published On

ନୂଆଦିଲ୍ଲୀ : ଭାରତୀୟ ଅଭିଜ୍ଞ ଗୋଲରକ୍ଷକ ପିଆର ଶ୍ରୀଜେଶ୍‌ ଗତକାଲି ହକିରୁ ସନ୍ନ୍ୟାସ ନେଇଛନ୍ତି। ଗୁରୁବାର ପ୍ୟାରିସ ଅଲିମ୍ପିକ୍ସରେ ସ୍ପେନକୁ ପରାସ୍ତ କରି ଭାରତ କାଂସ୍ୟ ପଦକ ହାସଲ କରିବା ସହ ଶ୍ରୀଜେଶ୍‌ ହକିରୁ ବିଦାୟ ନେଇଛନ୍ତି। ତେବେ ଗତକାଲି ପିଆର୍‌ ଶ୍ରୀଜେଶ୍‌ଙ୍କ ଅବସର ପରେ ଆଜି ତାଙ୍କୁ ବଡ଼ ଦାୟିତ୍ବ ଦେଇଛି ହକି ଇଣ୍ଡିଆ। ଭାରତୀୟ ଅଭିଜ୍ଞ ଗୋଲରକ୍ଷକ ପିଆର ଶ୍ରୀଜେଶ୍‌ଙ୍କୁ ଭାରତୀୟ ଜୁନିୟର ପୁରୁଷ ହକି ଦଳର ମୁଖ୍ୟ ପ୍ରଶିକ୍ଷକ(କୋଚ୍‌) ଭାବରେ ନିଯୁକ୍ତ କରାଯାଇଛି। […]

ଆହୁରି ପଢ଼ନ୍ତୁ: ସେପ୍ଟେମ୍ବରରେ ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ୍‌: ଦିଲ୍ଲୀରେ ଖେଳାଯିବ ମ୍ୟାଚ୍‌, ଆୟୋଜକ ସାଜିବ ଆଫଗାନିସ୍ତାନ

ନୂଆଦିଲ୍ଲୀ : ଭାରତୀୟ ଅଭିଜ୍ଞ ଗୋଲରକ୍ଷକ ପିଆର ଶ୍ରୀଜେଶ୍‌ ଗତକାଲି ହକିରୁ ସନ୍ନ୍ୟାସ ନେଇଛନ୍ତି। ଗୁରୁବାର ପ୍ୟାରିସ ଅଲିମ୍ପିକ୍ସରେ ସ୍ପେନକୁ ପରାସ୍ତ କରି ଭାରତ କାଂସ୍ୟ ପଦକ ହାସଲ କରିବା ସହ ଶ୍ରୀଜେଶ୍‌ ହକିରୁ ବିଦାୟ ନେଇଛନ୍ତି। ତେବେ ଗତକାଲି ପିଆର୍‌ ଶ୍ରୀଜେଶ୍‌ଙ୍କ ଅବସର ପରେ ଆଜି ତାଙ୍କୁ ବଡ଼ ଦାୟିତ୍ବ ଦେଇଛି ହକି ଇଣ୍ଡିଆ। ଭାରତୀୟ ଅଭିଜ୍ଞ ଗୋଲରକ୍ଷକ ପିଆର ଶ୍ରୀଜେଶ୍‌ଙ୍କୁ ଭାରତୀୟ ଜୁନିୟର ପୁରୁଷ ହକି ଦଳର ମୁଖ୍ୟ ପ୍ରଶିକ୍ଷକ(କୋଚ୍‌) ଭାବରେ ନିଯୁକ୍ତ କରାଯାଇଛି। ଯାହା ଫଳରେ ଏହି ଭେଟେରାନ ଗୋଲରକ୍ଷକ ଭବିଷ୍ୟତର ଆହ୍ବାନ ପାଇଁ ଯୁବ ଦଳକୁ ପ୍ରସ୍ତୁତ କରିବେ।

ଆହୁରି ପଢ଼ନ୍ତୁ: ଆସନ୍ତା ସେପ୍ଟେମ୍ବର ମାସରେ ଆନ୍ତର୍ଜାତୀୟ ଫୁଟବଲରୁ ଅବସର ନେବେ କ୍ରିଷ୍ଟିଆନୋ ରୋନାଲ୍ଡୋ!

ଭାରତୀୟ ଆଧୁନିକ ହକିର ଦେବତା

କେରଳର କୋଚିରେ ଜନ୍ମିତ ୬ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଗୋଲରକ୍ଷକ ୩୬ ବର୍ଷ ବୟସରେ ଗୁରୁବାର କ୍ୟାରିଅରର ଅନ୍ତିମ ମ୍ୟାଚ୍‌ ଖେଳିଛନ୍ତି। ଏଥିସହ ଦୀର୍ଘ ୧୮ ବର୍ଷର ତାଙ୍କ ଉଜ୍ଜ୍ୱଳମୟ ତଥା ସଫଳ କ୍ୟାରିଅରର ଅନ୍ତି ଘଟିଛି। ଅବଶ୍ୟ ପ୍ୟାରିସ ଅଲିମ୍ପିକ୍ସ ଖେଳି ସେ ଅବସର ନେବେ ବୋଲି ପୂର୍ବରୁ ଘୋଷଣା କରିଥିଲୋ। ତାଙ୍କ ଅବସର ଏବେ ଭାରତୀୟ ହକିରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କରିଛି ଓ ଏହା ଭରଣା ହେବାକୁ ବେଶ୍‌ କିଛି ବର୍ଷ ଲାଗିବ। ଶ୍ରୀଜେଶ୍‌ଙ୍କୁ ଏହି ପ୍ରଭାବୀ ପ୍ରଦର୍ଶନକୁ ସମ୍ମାନ ଜଣାଇ ହକି ଇଣ୍ଡିଆ ପକ୍ଷରୁ ତାଙ୍କୁ ‘ଭାରତୀୟ ଆଧୁନିକ ହକିର ଦେବତା’ ଆଖ୍ୟା ପ୍ରଦାନ କରାଯାଇଛି।

ଟୋକିଓ ଅଲିମ୍ପିକ୍ସ କାଂସ୍ୟ ସଫଳତାରେ ଉଲ୍ଲେଖନୀୟ ଅବଦାନ

୨୦୦୬ରେ ଭାରତୀୟ ବରିଷ୍ଠ ଦଳ ତରଫରୁ ସେ ପଦାର୍ପଣ କରିଥିଲେ ଓ ସେବେଠାରୁ ପଛକୁ ଫେରି ଚାହିଁ ନଥିଲେ। ୩୨୮ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ଶ୍ରୀଜେଶ୍‌ ନିଜ କ୍ୟାରିଅରରେ ବହୁ ଉତ୍ଥାନପତନ ଦେଖିଛନ୍ତି। ଚଳିତ ଅଲିମ୍ପିକ୍ସରେ ଗ୍ରେଟ୍‌ ବ୍ରିଟେନ ବିପକ୍ଷ କ୍ୱାର୍ଟରଫାଇନାଲ ମୁକାବିଲାରେ ସେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ ଓ ପେନାଲ୍ଟି ସୁଟ୍‌ଆଉଟ୍‌ରେ ଏକାଧିକ ଗୋଲକୁ ଅଟକାଇଥିଲେ ଓ ଭାରତକୁ ସେମିଫାଇନାଲରେ ପ୍ରବେଶ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ପ୍ରଦର୍ଶନ ବଳରେ ଭାରତ କ୍ରମାଗତ ଦ୍ୱିତୀୟଥର ପାଇଁ ଅଲିମ୍ପିକ୍ସ ସେମିଫାଇନାଲରେ ପ୍ରବେଶ କରିଥିଲା। ସେ ମଧ୍ୟ ଦମ୍‌ଦାର ପ୍ରଦର୍ଶନ କରି ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଭାରତକୁ କାଂସ୍ୟ ପଦକ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ହକିରୁ ସନ୍ନ୍ୟାସ ନେଇଥିବାରୁ ତାଙ୍କୁ ବହୁ ପୂର୍ବତନ ହକି ଖେଳାଳି ଓ ପ୍ରଶାସକ ଅଭିନନ୍ଦନ ଜଣାଇବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତର କାମନା କରିଛନ୍ତି।

ଏସୀୟ କ୍ରୀଡ଼ାରେ ୨ ସ୍ୱର୍ଣ୍ଣ, ରାଜ୍ୟଗୋଷ୍ଠୀରେ ୨ ରୌପ୍ୟ ଜିତିଛନ୍ତି

ଦଳର ସବୁଠାରୁ ବୟସ୍କ ଖେଳାଳି ହୋଇଥିଲେ ମଧ୍ୟ ଶ୍ରୀଜେଶ୍‌ଙ୍କ ଫିଟନେସ ଓ ପ୍ରଦର୍ଶନ ବେଶ୍‌ ଉଚ୍ଚକୋଟୀର ରହି ଆସିଛି। ଟୋକିଓ ଅଲିମ୍ପିକ୍ସ କାଂସ୍ୟ ପଦକକୁ ବାଦ୍‌ଦେଲେ ସେ ପ୍ରାୟ ସବୁପ୍ରକାର ଅନ୍ତର୍ଜାତୀୟ ହକି ପ୍ରତିଯୋଗିତାରେ ପଦକ ହାସଲ କରିଛି। ସେ ୨୦୧୪ ଇଞ୍ଚିଅନ୍‌, ୨୦୨୨ ହାଙ୍ଗଝୋଉ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଓ ୨୦୧୮ ଜାକାର୍ତ୍ତା ଏସୀୟ କ୍ରୀଡ଼ାରେ କାଂସ୍ୟ ପଦକ ହାସଲ କରିଛନ୍ତି। ସେହିପରି ସେ ୨୦୧୩ ଇପୋ ଏସିଆ କପ୍‌ରେ ରୌପ୍ୟ, ୨୦୦୭ ଏସିଆନ ଇଣ୍ଡୋର ଗେମ୍ସରେ କାଂସ୍ୟ, ୨୦୧୬ ଲଣ୍ଡନ ଓ ୨୦୧୮ ବ୍ରେଡା ଚାମ୍ପିଅନ୍ସ ଟ୍ରଫିରେ ରୌପ୍ୟ ପଦକ ହାସଲ କରିବା ସହ ଏସିଆନ ଚାମ୍ପିଅନ୍ସ ଟ୍ରଫିରେ ୪ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଥିଲେ। ସେ ମଧ୍ୟ ୨୦୨୪ ଗ୍ଲାସଗୋ ଓ ୨୦୨୨ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ରେ ରୌପ୍ୟ ପଦକ ହାସଲ କରିଥିଲେ।

09 Aug 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର