ଗୋଆରେ ସ୍ପୋର୍ଟ୍ସ ଆଙ୍କର ସଞ୍ଜନା ଗଣେଶନଙ୍କ ହାତ ଧରିବେ ଜଶପ୍ରୀତ୍‌ ବୁମ୍‌ରା

The Sakala Picture
Published On

ନୂଆଦିଲ୍ଲୀ : ଭାରତୀୟ ଷ୍ଟାର ବୋଲର ଜଶପ୍ରୀତ୍‌ ବୁମ୍‌ରା  ଏବେ ବେଶ ଚର୍ଚ୍ଚାରେ । ଏ ଚର୍ଚ୍ଚା କ୍ରିକେଟକୁ ନେଇ ନୁହେଁ ବରଂ ବୁମ୍‌ରାଙ୍କ ବିବାହ ପାଇଁ। ଘାତକ ବାଉନ୍ସର ଓ ୟର୍କରରେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନର ରାସ୍ତା ଦେଖାଉଥିବା ଟିମ ଇଣ୍ଡିଆର ଏହି ଷ୍ଟାର ବୋଲର କ୍ରୀଡା ଉପସ୍ଥାପିକା ସଞ୍ଜନା ଗଣେଶନଙ୍କ ପ୍ରେମରେ କ୍ଳିନବୋଲ୍ଡ ହୋଇଛନ୍ତି। ସୋସିଆଲ୍ ମିଡ଼ିଆରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ମାର୍ଚ୍ଚ ୧୪-୧୫ ତାରିଖରେ ବୁମରାହ ବିବାହ କରିବେ। ସେ ଗୋଆରେ ବିବାହ […]

ନୂଆଦିଲ୍ଲୀ : ଭାରତୀୟ ଷ୍ଟାର ବୋଲର ଜଶପ୍ରୀତ୍‌ ବୁମ୍‌ରା  ଏବେ ବେଶ ଚର୍ଚ୍ଚାରେ । ଏ ଚର୍ଚ୍ଚା କ୍ରିକେଟକୁ ନେଇ ନୁହେଁ ବରଂ ବୁମ୍‌ରାଙ୍କ ବିବାହ ପାଇଁ। ଘାତକ ବାଉନ୍ସର ଓ ୟର୍କରରେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନର ରାସ୍ତା ଦେଖାଉଥିବା ଟିମ ଇଣ୍ଡିଆର ଏହି ଷ୍ଟାର ବୋଲର କ୍ରୀଡା ଉପସ୍ଥାପିକା ସଞ୍ଜନା ଗଣେଶନଙ୍କ ପ୍ରେମରେ କ୍ଳିନବୋଲ୍ଡ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଆରସିବି ବୋଲରଙ୍କୁ ଧୂଳି ଚଟାଇଲେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ, ମାତ୍ର ୨୬ ବଲରେ ଖେଳିଲେ ୭୮ ରନର ବିସ୍ଫୋରକ ପାଳି

ଆହୁରି ପଢ଼ନ୍ତୁ: କଳଙ୍କରୁ କୀର୍ତ୍ତିମାନ: ମୁଥୟା ମୁରଲୀଧରନଙ୍କ ପ୍ରେରଣାଦାୟକ ଯାତ୍ରା

ସୋସିଆଲ୍ ମିଡ଼ିଆରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ମାର୍ଚ୍ଚ ୧୪-୧୫ ତାରିଖରେ ବୁମରାହ ବିବାହ କରିବେ। ସେ ଗୋଆରେ ବିବାହ କରିବେ। ତେବେ ଏ ସମ୍ପର୍କରେ ବୁମ୍‌ରା କିମ୍ବା ସଞ୍ଜନାଙ୍କ ତରଫରୁ କିଛି ସ୍ପଷ୍ଟ କରାଯାଇ ନାହିଁ କି ଏହି ଖବରକୁ ସେମାନେ ଖଣ୍ଡନ ମଧ୍ୟ କରିନାହାନ୍ତି। କୋଭିଡ ପ୍ରୋଟୋକଲ ଅନୁସାରେ କେବଳ ଘନିଷ୍ଠ ବନ୍ଧୁ ଏବଂ ସମ୍ପର୍କୀୟମାନେ ଏହି ବିବାହ ଉତ୍ସବରେ ସାମିଲ ହେବେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସର ନୈରାଶ୍ୟଜନକ ପ୍ରଦର୍ଶନ: ରୋହିତଙ୍କ ଉଦାସ ମୁହଁ, ରାଗିଲେ ହାର୍ଦ୍ଦିକ ଓ ହତାଶ ବୁମରା

ସ୍ପୋର୍ଟ୍ସ ୱେବସାଇଟ ସ୍ପୋର୍ଟ୍ସ କୀଡାର ଟ୍ୱିଟ୍ ଅନୁଯାୟୀ ସଞ୍ଜନା ଓ ଯଶପ୍ରୀତ ବୁମରାହଙ୍କ ବାହାଘର ଗୋଆରେ ହେବ। ୨୮ ବର୍ଷୀୟା ସଞ୍ଜନା ଜଣେ କ୍ରିକେଟ ଆଙ୍କର ଭାବେ ପ୍ରତିଷ୍ଠା ଲାଭ କରିଛନ୍ତି। ସେ ଆଇପିଏଲରେ ସକ୍ରିୟ ରହିବା ସହିତ ଷ୍ଟାର ସ୍ପୋର୍ଟ୍ସ ସହିତ ବି କାମ କରିଛନ୍ତି। ଏହା ସହିତ ସେ ଆଇସିସି ବିଶ୍ଵକପ ୨୦୧୯ ଠାରୁ ଆରମ୍ଭ କରି ଆଇପିଏଲ ଟୁର୍ନାମେଣ୍ଟ ହୋଷ୍ଟ କରିଛନ୍ତି। କଲକାତା ନାଇଟ୍‌ ରାଇଡର୍ସର ଆଙ୍କର ଭାବେ ବି ସେ କାମ କରିଛନ୍ତି। ଞ୍ଜନା ଇଞ୍ଜିନିୟରିଂ କରିଛନ୍ତି। କିନ୍ତୁ ସେ ମଡେଲିଂ ଆଡକୁ ମୁହାଁଇଥିଲେ ଓ ୨୦୧୪ ମସିହାରେ ସେ ମିସ୍ ଇଣ୍ଡିଆ ଫାଇନାଲ୍ ଯାଏଁ ବି ପହଞ୍ଚିଥିଲେ। ଉଭୟଙ୍କ ବିବାହକୁ ନେଇ ଖବର ପ୍ରକାଶ ପାଇବା ପରେ ପ୍ରଶଂସକମାନେ ସେମାନଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ବୁମ୍‌ରା ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଅନୁପମା ପରମେଶ୍ଵରନଙ୍କୁ ବିବାହ କରୁଥିବା ଖବର ସାମ୍ନାକୁ ଆସିଥିଲା। କିନ୍ତୁ ଅନୁପମାଙ୍କ ପରିବାର ଲୋକେ ସାମ୍ନାକୁ ଆସି ଏହାକୁ ଖଣ୍ଡନ କରିଥିଲେ। ଏହା ଗୁଜବ ବୋଲି ସେମାନେ କହିଥିଲେ।

09 Mar 2021 By The Sakala

ଗୋଆରେ ସ୍ପୋର୍ଟ୍ସ ଆଙ୍କର ସଞ୍ଜନା ଗଣେଶନଙ୍କ ହାତ ଧରିବେ ଜଶପ୍ରୀତ୍‌ ବୁମ୍‌ରା

ନୂଆଦିଲ୍ଲୀ : ଭାରତୀୟ ଷ୍ଟାର ବୋଲର ଜଶପ୍ରୀତ୍‌ ବୁମ୍‌ରା  ଏବେ ବେଶ ଚର୍ଚ୍ଚାରେ । ଏ ଚର୍ଚ୍ଚା କ୍ରିକେଟକୁ ନେଇ ନୁହେଁ ବରଂ ବୁମ୍‌ରାଙ୍କ ବିବାହ ପାଇଁ। ଘାତକ ବାଉନ୍ସର ଓ ୟର୍କରରେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନର ରାସ୍ତା ଦେଖାଉଥିବା ଟିମ ଇଣ୍ଡିଆର ଏହି ଷ୍ଟାର ବୋଲର କ୍ରୀଡା ଉପସ୍ଥାପିକା ସଞ୍ଜନା ଗଣେଶନଙ୍କ ପ୍ରେମରେ କ୍ଳିନବୋଲ୍ଡ ହୋଇଛନ୍ତି।

ସୋସିଆଲ୍ ମିଡ଼ିଆରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ମାର୍ଚ୍ଚ ୧୪-୧୫ ତାରିଖରେ ବୁମରାହ ବିବାହ କରିବେ। ସେ ଗୋଆରେ ବିବାହ କରିବେ। ତେବେ ଏ ସମ୍ପର୍କରେ ବୁମ୍‌ରା କିମ୍ବା ସଞ୍ଜନାଙ୍କ ତରଫରୁ କିଛି ସ୍ପଷ୍ଟ କରାଯାଇ ନାହିଁ କି ଏହି ଖବରକୁ ସେମାନେ ଖଣ୍ଡନ ମଧ୍ୟ କରିନାହାନ୍ତି। କୋଭିଡ ପ୍ରୋଟୋକଲ ଅନୁସାରେ କେବଳ ଘନିଷ୍ଠ ବନ୍ଧୁ ଏବଂ ସମ୍ପର୍କୀୟମାନେ ଏହି ବିବାହ ଉତ୍ସବରେ ସାମିଲ ହେବେ।

ସ୍ପୋର୍ଟ୍ସ ୱେବସାଇଟ ସ୍ପୋର୍ଟ୍ସ କୀଡାର ଟ୍ୱିଟ୍ ଅନୁଯାୟୀ ସଞ୍ଜନା ଓ ଯଶପ୍ରୀତ ବୁମରାହଙ୍କ ବାହାଘର ଗୋଆରେ ହେବ। ୨୮ ବର୍ଷୀୟା ସଞ୍ଜନା ଜଣେ କ୍ରିକେଟ ଆଙ୍କର ଭାବେ ପ୍ରତିଷ୍ଠା ଲାଭ କରିଛନ୍ତି। ସେ ଆଇପିଏଲରେ ସକ୍ରିୟ ରହିବା ସହିତ ଷ୍ଟାର ସ୍ପୋର୍ଟ୍ସ ସହିତ ବି କାମ କରିଛନ୍ତି। ଏହା ସହିତ ସେ ଆଇସିସି ବିଶ୍ଵକପ ୨୦୧୯ ଠାରୁ ଆରମ୍ଭ କରି ଆଇପିଏଲ ଟୁର୍ନାମେଣ୍ଟ ହୋଷ୍ଟ କରିଛନ୍ତି। କଲକାତା ନାଇଟ୍‌ ରାଇଡର୍ସର ଆଙ୍କର ଭାବେ ବି ସେ କାମ କରିଛନ୍ତି। ଞ୍ଜନା ଇଞ୍ଜିନିୟରିଂ କରିଛନ୍ତି। କିନ୍ତୁ ସେ ମଡେଲିଂ ଆଡକୁ ମୁହାଁଇଥିଲେ ଓ ୨୦୧୪ ମସିହାରେ ସେ ମିସ୍ ଇଣ୍ଡିଆ ଫାଇନାଲ୍ ଯାଏଁ ବି ପହଞ୍ଚିଥିଲେ। ଉଭୟଙ୍କ ବିବାହକୁ ନେଇ ଖବର ପ୍ରକାଶ ପାଇବା ପରେ ପ୍ରଶଂସକମାନେ ସେମାନଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ବୁମ୍‌ରା ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଅନୁପମା ପରମେଶ୍ଵରନଙ୍କୁ ବିବାହ କରୁଥିବା ଖବର ସାମ୍ନାକୁ ଆସିଥିଲା। କିନ୍ତୁ ଅନୁପମାଙ୍କ ପରିବାର ଲୋକେ ସାମ୍ନାକୁ ଆସି ଏହାକୁ ଖଣ୍ଡନ କରିଥିଲେ। ଏହା ଗୁଜବ ବୋଲି ସେମାନେ କହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର