ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ଘୋଷଣା ହେଲା ଭାରତୀୟ ଦଳ : ୩ଟି ମ୍ୟାଚ୍‌ ପାଇଁ ଦୁଇଟି ଟିମ୍‌, ପ୍ରତ୍ୟାବର୍ତ୍ତନ କଲେ ରବିଚନ୍ଦ୍ରନ୍ ଅଶ୍ୱିନ

The Sakala Picture
Published On

ମୁମ୍ବାଇ : ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ। ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର୍‌ ଦୁଇଟି ଭିନ୍ନ ଭିନ୍ନ ଦଳ ଘୋଷଣା କରିଛନ୍ତି। ପ୍ରଥମ ଦୁଇଟି ଦିନିକିଆ ମ୍ୟାଚ୍ ପାଇଁ ଏକ ଭିନ୍ନ ଦଳ ଚୟନ କରିଥିବାବେଳେ ତୃତୀୟ ଦିନିକିଆ ପାଇଁ ମନୋନୀତ ଦଳରେ କେବଳ ବିଶ୍ୱକପ ଦଳରେ ଥିବା ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି। ତେବେ ରବିଚନ୍ଦ୍ରନ୍ ଅଶ୍ୱିନ୍ ସମସ୍ତ […]

ମୁମ୍ବାଇ : ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ। ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର୍‌ ଦୁଇଟି ଭିନ୍ନ ଭିନ୍ନ ଦଳ ଘୋଷଣା କରିଛନ୍ତି। ପ୍ରଥମ ଦୁଇଟି ଦିନିକିଆ ମ୍ୟାଚ୍ ପାଇଁ ଏକ ଭିନ୍ନ ଦଳ ଚୟନ କରିଥିବାବେଳେ ତୃତୀୟ ଦିନିକିଆ ପାଇଁ ମନୋନୀତ ଦଳରେ କେବଳ ବିଶ୍ୱକପ ଦଳରେ ଥିବା ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି। ତେବେ ରବିଚନ୍ଦ୍ରନ୍ ଅଶ୍ୱିନ୍ ସମସ୍ତ ତିନୋଟି ଦିନିକିଆ ମ୍ୟାଚ୍ ପାଇଁ ଦଳରେ ସ୍ଥାନ ପାଇଛନ୍ତି। ତୃତୀୟ ODI ପାଇଁ ଅକ୍ଷର ପଟେଲ ଦଳରେ ଅଛନ୍ତି, କିନ୍ତୁ ସେ ଆହତ ଥିବାରୁ ମ୍ୟାଚ ଖେଳିବା ନେଇ ସନ୍ଦେହ ରହିଛି। ଯଦି ସେ ଫିଟ୍ ନ ହୋଇପାରନ୍ତି ତେବେ ଅଶ୍ୱିନ୍ କିମ୍ବା ୱାଶିଂଟନ୍ ସୁନ୍ଦର ବିଶ୍ୱକପ୍ ଦଳରେ ସୁଯୋଗ ପାଇପାରନ୍ତି।

ଆହୁରି ପଢ଼ନ୍ତୁ: ଟି-୨୦ ବିଶ୍ୱକପ: ଭାରତ ବିପକ୍ଷ ମ୍ୟାଚ ଖେଳିବ କି ପାକିସ୍ତାନ? ୪୮ ଘଣ୍ଟା ମଧ୍ୟରେ ଆସିପାରେ ବଡ଼ ନିଷ୍ପତ୍ତି

ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପାଇଁ ଭାରତୀୟ ଦଳ (ପ୍ରଥମ ଦୁଇଟି ଦିନିକିଆ ମ୍ୟାଚ୍ ପାଇଁ)

ଆହୁରି ପଢ଼ନ୍ତୁ: ୭୭/୬ ରୁ ମ୍ୟାଚ୍ ଜିତାଇଲେ ସୂର୍ଯ୍ୟକୁମାର! ଆମେରିକା ବିପକ୍ଷରେ ଭାରତର ରୋମାଞ୍ଚକର ବିଜୟ

ଲୋକେଶ ରାହୁଲ (ଅଧିନାୟକ / ୱିକେଟ୍ ରକ୍ଷକ) ଶୁଭମନ ଗିଲ, ରୁତୁରାଜ ଗାଇକୱାଡ, ଶ୍ରେୟସ ଆୟର, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା (ଉପ-ଅଧିନାୟକ), ଶାର୍ଦ୍ଦୁଲ ଠାକୁର, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ମହମ୍ମଦ ଶାମି, ତିଲକ ବର୍ମା, ୱାଶିଂଟନ୍ ସୁନ୍ଦର।

ଆହୁରି ପଢ଼ନ୍ତୁ: ପାର୍ଶଲରେ ଲାପଟପ୍ ବଦଳରେ ଆସିଲା ମାର୍ବଲ, ଇ-କମର୍ସ ସଂସ୍ଥାକୁ ୯୦ ହଜାର ଟଙ୍କା ଫାଇନ

ତୃତୀୟ ମ୍ୟାଚ୍ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ଶ୍ରେୟାସ ଆୟର, ଲୋକେଶ ରାହୁଲ (ୱିକେଟ୍ କିପର), ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ମହମ୍ମଦ ଶାମି, ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ) କୁଲଦୀପ ଯାଦବ, ଅକ୍ଷର ପଟେଲ (ଫିଟନେସ ଉପରେ ସନ୍ଦେହ), ରବିଚନ୍ଦ୍ରନ ଅଶ୍ୱିନ୍, ୱାଶିଂଟନ୍ ସୁନ୍ଦର। 

ODI ବିଶ୍ୱକପ ପାଇଁ ପ୍ରସ୍ତୁତି ଦୃଷ୍ଟିରୁ ଉଭୟ ଦଳ ପାଇଁ ଏହି ସିରିଜ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ସିରିଜରେ ବିଶ୍ୱକପ ପାଇଁ ଉଭୟ ଦଳ ସେମାନଙ୍କର ପ୍ରସ୍ତୁତି ଶେଷ କରିବାକୁ ଚାହୁଁଛନ୍ତି। ଏହି ସିରିଜର ପ୍ରଥମ ମ୍ୟାଚ୍୨୨ ସେପ୍ଟେମ୍ବରରେ ମୋହାଲିରେ ଅନୁଷ୍ଠିତ ହେବ । ଦ୍ୱିତୀୟ ମ୍ୟାଚ୍ ୨୪ ସେପ୍ଟେମ୍ବରରେ ଇନ୍ଦୋରରେ ଏବଂ ତୃତୀୟ ମ୍ୟାଚ୍ ୨୭ ସେପ୍ଟେମ୍ବରରେ ରାଜକୋଟରେ ଅନୁଷ୍ଠିତ ହେବ। ଏହା ପରେ ଏହି ଦୁଇ ଦଳ ମଧ୍ୟ ଅକ୍ଟୋବର ୮ ରେ ବିଶ୍ୱକପରେ ମୁହାଁମୁହିଁ ହେବେ।

ଏହି ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ପୂର୍ବରୁ ଘୋଷଣା ହୋଇସାରିଛି। ବରିଷ୍ଠ ଖେଳାଳିମାନେ ଅଷ୍ଟ୍ରେଲିଆ ଦଳକୁ ଫେରିଛନ୍ତି। ନିୟମିତ ଅଧିନାୟକ ପ୍ୟାଟ୍ କମିନ୍ସ, ଷ୍ଟିଭ୍ ସ୍ମିଥ୍, ମିଚେଲ ଷ୍ଟାର୍କ ଏବଂ ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ଚୟନ କରାଯାଇଛି। ଆହତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ କମିନ୍ସ, ସ୍ମିଥ୍, ଷ୍ଟାର୍କ ଏବଂ ମ୍ୟାକ୍ସୱେଲ ଖେଳିପାରିନଥିଲେ।

ଭାରତ ବିପକ୍ଷ ODI ସିରିଜ୍‌ ପାଇଁ ଅଷ୍ଟ୍ରେଲିଆ ଟିମ

ପ୍ୟାଟ କମିନ୍ସ(ଅଧିନାୟକ), ସିନ ଆବଟ, ଆଲେକ୍ସ କେରି, ନାଥାନ ଏଲିସ, କ୍ୟାମେରୁନ ଗ୍ରୀନ, ଜୋସ ହାଜେଲଉଡ, ଜୋସ ଇଙ୍ଗଲିସ, ଜନଶନ, ମାର୍ନସ ଲାବୁଶେନ, ମିଚେଲ ମାର୍ଶ, ଗ୍ଲେନ ମ୍ୟାକ୍ସୱେଲ, ତନଭୀର ସଂଘା, ମାଥ୍ୟୁ ସର୍ଟ, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋନିସ, ଡେଭିଡ ୱାର୍ଣ୍ଣର ଓ ଆଡାମ ଜାମ୍ପା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp