ରୋହିତ-କୋହଲିଙ୍କ ଷ୍ଟମ୍ପ ଉଡ଼ାଇଦେଲେ ଆଫ୍ରିଦୀ, ପାକିସ୍ତାନୀ ଫାଷ୍ଟ ବୋଲରଙ୍କ ଆଗରେ ସଂଘର୍ଷ କରୁଛନ୍ତି ଭାରତୀୟ ବ୍ୟାଟର

The Sakala Picture
Published On

ପାଲିକଲ: ଏସିଆ କପର ବହୁଚର୍ଚ୍ଚିତ ଭାରତ-ପାକିସ୍ତାନ୍ ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତକୁ ଝଟକା ପରେ ଝଟକା ଲାଗିଚାଲିଛି। ପାକିସ୍ତାନୀ ଫାଷ୍ଟ ବୋଲରଙ୍କ ଆଗରେ ଭାରତୀୟ ବ୍ୟାଟର କ୍ରିଜ୍‌ରେ ଠିଆ ହେବା ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ହେବାରୁ ମ୍ୟାଚକୁ ବାରମ୍ବାର ଅଟକା ଯାଉଥିଲେ ମଧ୍ୟ ପାକିସ୍ତାନ ଫାଷ୍ଟ ବୋଲରଙ୍କ ଘାତକ ବୋଲିଂ କରି ଷ୍ଟମ୍ପ ଉଡାଇବାରେ ଲାଗିଛନ୍ତି। ଖବର ଲେଖାଯିବା ସମୟରେ ଭାରତ ୧୯ ଓଭର ଖେଳି ୯୪ ରନ୍‌ରେ […]

ପାଲିକଲ: ଏସିଆ କପର ବହୁଚର୍ଚ୍ଚିତ ଭାରତ-ପାକିସ୍ତାନ୍ ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତକୁ ଝଟକା ପରେ ଝଟକା ଲାଗିଚାଲିଛି। ପାକିସ୍ତାନୀ ଫାଷ୍ଟ ବୋଲରଙ୍କ ଆଗରେ ଭାରତୀୟ ବ୍ୟାଟର କ୍ରିଜ୍‌ରେ ଠିଆ ହେବା ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ହେବାରୁ ମ୍ୟାଚକୁ ବାରମ୍ବାର ଅଟକା ଯାଉଥିଲେ ମଧ୍ୟ ପାକିସ୍ତାନ ଫାଷ୍ଟ ବୋଲରଙ୍କ ଘାତକ ବୋଲିଂ କରି ଷ୍ଟମ୍ପ ଉଡାଇବାରେ ଲାଗିଛନ୍ତି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଖବର ଲେଖାଯିବା ସମୟରେ ଭାରତ ୧୯ ଓଭର ଖେଳି ୯୪ ରନ୍‌ରେ ୪ ୱିକେଟ ହରାଇ ସାରିଛି। ସବୁଠୁ ବଡ଼ କଥା ହେଉଛି ଭାରତର ନିର୍ଭରଯୋଗ୍ୟ ବ୍ୟାଟର ମାନେ ପାକିସ୍ତାନ ବୋଲରଙ୍କ ଆଗର ହାର ମାନିନେଇଛନ୍ତି। ରୋହିତ ଶର୍ମା, ଶୁବମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟରଙ୍କ ପରି ବ୍ୟାଟର ଆଉଟ ହୋଇସାରିଛନ୍ତି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଭାରତ ପାଇଁ ରୋହିତ ଓ ଶୁବମନ ଗିଲ୍‌ ଆଜି ଇନିଂସ ଆରମ୍ଭ କରିଥିଲେ। ଆରମ୍ଭରୁ ରୋହିତ ସତର୍କତାର ସହ ବ୍ୟାଟିଂ କରିଥିଲେ। ଏଥିସହ ଦଳୀୟ ସ୍କୋରକୁ ୪.୨ ଓଭର ସୁଦ୍ଧା ୧୫ ରନରେ ପହଞ୍ଚାଇ ଦେଇଥିଲେ। ଏହାପରେ ବର୍ଷା ହେବାରୁ ଖେଳକୁ ବନ୍ଦ କରାଯାଇଥିଲା। କିଛି ସମୟରେ ବିରତୀ ପରେ ପୁଣି ମ୍ୟାଚ୍‌ ଆରମ୍ଭ ହୋଇଥିଲା। କିନ୍ତୁ ସେହି ଓଭର୍‌ର ଶେଷ ବଲରେ ରୋହିତ(୧୧)ଙ୍କୁ ଆଫ୍ରିଦି କ୍ଲିନବୋଲ୍ଡ କରି ଦେଇଥିଲେ। ଏହାପରେ ବିରାଟ କୋହଲି ଆସିଥିଲେ। ସେ ନଶୀମ ଶାହଙ୍କୁ ଚୌକା ମାରି ନିଜର ଦକ୍ଷତା ଦେଖାଇଥିଲେ। କିନ୍ତୁ ଆଫ୍ରିଦି ୬ଷ୍ଠ ଓଭର୍‌ର ୩ୟ ବଲରେ ବିରାଟ(୪)ଙ୍କୁ ବୋଲ୍ଡ କରି ଭାରତକୁ ସବୁଠାରୁ ବଡ଼ ଝଟକା ଦେଇଥିଲେ। ଆଫ୍ରିଦିଙ୍କ ଘାତକ ବୋଲିଂରେ ଭାରତୀୟ ବ୍ୟାଟର ସଂଘର୍ଷ କରୁଥିବା ବେଳେ ଶ୍ରେସୟ ଆୟରଙ୍କୁ ହାରିସ ରୌଫ ଆଉଟ କରିଦେଇଛନ୍ତି। ଏହାପରେ ଓପନିଂ ଆସି ଧୀରେ ଧୀରେ ଲୟକୁ ଫେରୁଥିବା ଶୁବମନ ଗିଲଙ୍କୁ ମଧ୍ୟ ହାରିସ ରୌଫ  ତାଙ୍କ ଦ୍ବିତୀୟ ଶିକାର କରିଥିଲେ। ଏବେ ଇସାନ କିଶାନ ଓ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ କରୁଛନ୍ତି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର