ଭାରତ- ୱେଷ୍ଟଇଣ୍ଡିଜ୍ ୩ୟ ଦିନିକିଆ: ସିରିଜ କ୍ଲିନ୍ ସୁଇପ କଲା ଭାରତ

The Sakala Picture
Published On

ଅହମଦାବାଦ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ଭାରତ ୯୬ ରନରେ ବିଜୟ ହୋଇ ସିରିଜ କ୍ଲିନ ସୁଇପ୍ କରିଛି। ଭ୍ରମଣକାରୀ ଦଳ ୱେଷ୍ଟଇଣ୍ଡିଜକୁ ନିରାଶ ହେବାକୁ ପଡ଼ିଛି। ଭାରତ ପ୍ରଥମେ ବ୍ଯାଟିଂ କରି ୨୬୫ ରନ କରିଥିଲା । ୱେଷ୍ଟଇଣ୍ଡିଜକୁ ୨୬୬ରନର ଆବଶ୍ଯକ ଥିଲା । ହେଲେ ଭାରତର ଘାତକ ବୋଲିଂରେ ୱେଷ୍ଟଇଣ୍ଡିଜର ବ୍ଯାଟିଂ ବିପର୍ଯ୍ଯୟ ଘଟିଥିଲା। ୱେଷ୍ଟଇଣ୍ଡିଜ ସମସ୍ତ ୱିକେଟ ହରାଇ  ୧୬୯ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ […]

ଅହମଦାବାଦ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ଭାରତ ୯୬ ରନରେ ବିଜୟ ହୋଇ ସିରିଜ କ୍ଲିନ ସୁଇପ୍ କରିଛି। ଭ୍ରମଣକାରୀ ଦଳ ୱେଷ୍ଟଇଣ୍ଡିଜକୁ ନିରାଶ ହେବାକୁ ପଡ଼ିଛି। ଭାରତ ପ୍ରଥମେ ବ୍ଯାଟିଂ କରି ୨୬୫ ରନ କରିଥିଲା । ୱେଷ୍ଟଇଣ୍ଡିଜକୁ ୨୬୬ରନର ଆବଶ୍ଯକ ଥିଲା । ହେଲେ ଭାରତର ଘାତକ ବୋଲିଂରେ ୱେଷ୍ଟଇଣ୍ଡିଜର ବ୍ଯାଟିଂ ବିପର୍ଯ୍ଯୟ ଘଟିଥିଲା। ୱେଷ୍ଟଇଣ୍ଡିଜ ସମସ୍ତ ୱିକେଟ ହରାଇ  ୧୬୯ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଭାରତ ୩-୦ ରେ ସିରିଜ ହାତେଇଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା

ପ୍ରଥମେ ବ୍ଯାଟିଂ କରି ୫୦ ଓଭରରେ ୨୬୫ ରନ କରି ଅଲଆଉଟ ହୋଇଥିଲା ଭାରତ। ହେଲେ ୱେଷ୍ଟଇଣ୍ଡିଜ ୩୭.୧ ଓଭରରେ ସମସ୍ତ ୱିକେଟ ହରାଇ  ୧୬୯ ରନ କରିବାକୁ ସକ୍ଷମ ହୋଇଥିଲା।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ୱେଷ୍ଟଇଣ୍ଡିଜ୍ ପକ୍ଷରୁ କ୍ୟାପଟେନ୍  ନିକୋଲାସ ପୁରନ୍ ( ୩୪), ଓଡେନ୍ ସ୍ମିଥ୍ (୩୬)  ଓ  ଅଲଜାରୀ ଜୋସେଫ୍ ( ୨୯)  ବ୍ଯତୀତ ଅନ୍ଯ କୌଣସି ଖେଳାଳୀଙ୍କ ବ୍ଯାଟରୁ ଆଖିଦୃଶିଆ ସଟ୍ ଦେଖିବାକୁ ମିଳି ନ ଥିଲା। ଶାଇ ହୋପ୍ ( ୫),  ବ୍ରାଣ୍ଡନ୍ କିଙ୍ଗ୍ (୧୪),  ଡାରେନ୍ ବ୍ରାଭୋ ( ୨୦ ), ଶାମରା ବ୍ରୁକ୍ସ (୦ ),  ଜେସନ୍ ହୋଲ୍ଡର( ୬), ଫାବିଆନ୍ ଆଲେନ୍( ୦),  ହେଡେନ୍ ୱାଲ୍ସ(୧୩ ) ରନ କରି ଆଉଟ ହୋଇଥିଲେ।

ଆହୁରି ପଢ଼ନ୍ତୁ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ T20ରେ ୪ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ, ସିରିଜରେ ୨-୦ରେ ଆଗୁଆ

ସେପହିପରି, ଭାରତ ପକ୍ଷରୁ ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା ଉଭୟ ସର୍ବାଧିକ ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଦୀପକ ଚହର ଓ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ  ନେଇଥିଲେ।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର