ବଦଳିଲା ଭାରତ-ଶ୍ରୀଲଙ୍କା ସିରିଜ୍ କାର୍ଯ୍ୟସୂଚୀ; ଟେଷ୍ଟ ମ୍ୟାଚ ନୁହେଁ, ପ୍ରଥମେ ଖେଳାଯିବ ଟି-୨୦

The Sakala Picture
Published On

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ ଏବଂ ଟେଷ୍ଟ ସିରିଜରେ ପରିବର୍ତ୍ତନ କରିଛି ବିସିସିଆଇ | ବିସିସିଆଇ ଟୁଇଟ୍ କରି ଏହି ସୂଚନା ଦେଇଛି। ଶ୍ରୀଲଙ୍କା କ୍ରିକେଟ୍ ଦଳ ଚଳିତ ମାସ ଶେଷରେ ଭାରତ ଆସିବ। ଉଭୟ ଦଳ ମଧ୍ୟରେ ତିନୋଟି ଟି-୨୦ ଏବଂ ୨ଟି ଟେଷ୍ଟ ଖେଳାଯିବ | ଦୁଇ ଦଳ ମଧ୍ୟରେ ପ୍ରଥମେ ଫେବୃଆରୀ ୨୫ରୁ ଟେଷ୍ଟ ସିରିଜ୍ ଖେଳାଯିବାର ଥିଲା | କିନ୍ତୁ ଏବେ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇଛି […]

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ ଏବଂ ଟେଷ୍ଟ ସିରିଜରେ ପରିବର୍ତ୍ତନ କରିଛି ବିସିସିଆଇ | ବିସିସିଆଇ ଟୁଇଟ୍ କରି ଏହି ସୂଚନା ଦେଇଛି। ଶ୍ରୀଲଙ୍କା କ୍ରିକେଟ୍ ଦଳ ଚଳିତ ମାସ ଶେଷରେ ଭାରତ ଆସିବ। ଉଭୟ ଦଳ ମଧ୍ୟରେ ତିନୋଟି ଟି-୨୦ ଏବଂ ୨ଟି ଟେଷ୍ଟ ଖେଳାଯିବ | ଦୁଇ ଦଳ ମଧ୍ୟରେ ପ୍ରଥମେ ଫେବୃଆରୀ ୨୫ରୁ ଟେଷ୍ଟ ସିରିଜ୍ ଖେଳାଯିବାର ଥିଲା | କିନ୍ତୁ ଏବେ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇଛି । ପ୍ରଥମେ ଟି-୨୦ ସିରିଜ୍ ଖେଳାଯିବ ଏବଂ ଏହା ଫେବୃଆରୀ ୨୪ରୁ ଆରମ୍ଭ ହେବ । ନୂଆ ସିଡ୍ୟୁଲ ମୁତାବକ ୨୪ ଫେବ୍ରୁଆରୀରୁ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ଆରମ୍ଭ ହେବ ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ଟିମ୍ ଇଣ୍ଡିଆ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ୨୪ ଫେବୃଆରୀରେ ଲକ୍ଷ୍ନୌରେ ଖେଳାଯିବ | ଦ୍ୱିତୀୟ ଏବଂ ତୃତୀୟ ଟି-୨୦ ୨୬ ଏବଂ ୨୭ ଫେବୃଆରୀରେ ଧର୍ମଶାଳରେ ଅନୁଷ୍ଠିତ ହେବ | ମୂଳ କାର୍ଯ୍ୟସୂଚୀ ଅନୁଯାୟୀ ଟି-୨୦ ସିରିଜ୍ ମାର୍ଚ୍ଚ ୧୩ରୁ ଆରମ୍ଭ ହେବାର ଥିଲା |

ଆହୁରି ପଢ଼ନ୍ତୁ: ଭାରତ ଟି-୨୦ ବିଶ୍ୱକପ ଚମ୍ପିଅନ୍: ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନ୍‌ରେ ହରାଇ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ

ଟି-୨୦ ପରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ଖେଳାଯିବ। ଟେଷ୍ଟ୍ ସିରିଜ୍ କାର୍ଯ୍ୟସୂଚୀରେ ମଧ୍ୟ ପରିବର୍ତ୍ତନ କରାଯାଇଛି | ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମାର୍ଚ୍ଚ ୪ରୁ ମୋହାଲିରେ ଖେଳାଯିବ | ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ବାଙ୍ଗାଲୋରରେ ମାର୍ଚ୍ଚ ୧୨ ରୁ ଆରମ୍ଭ ହେବ | ଏହାପୂର୍ବରୁ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୨୫ରୁ ଏବଂ ଦ୍ୱିତୀୟ ମ୍ୟାଚ୍ ମାର୍ଚ୍ଚ ୫ରୁ ଖେଳାଯିବାର ଥିଲା |

ଆହୁରି ପଢ଼ନ୍ତୁ: ସଞ୍ଜୁ ସାମସନଙ୍କ ପାଇଁ ବିରାଟ କୋହଲିଙ୍କ ସ୍ୱତନ୍ତ୍ର ପୋଷ୍ଟ, କହିଲେ 'ରିଅଲି ହ୍ୟାପି ଫର ୟୁ ଚେଟ୍ଟା'

15 Feb 2022 By The Sakala

ବଦଳିଲା ଭାରତ-ଶ୍ରୀଲଙ୍କା ସିରିଜ୍ କାର୍ଯ୍ୟସୂଚୀ; ଟେଷ୍ଟ ମ୍ୟାଚ ନୁହେଁ, ପ୍ରଥମେ ଖେଳାଯିବ ଟି-୨୦

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ ଏବଂ ଟେଷ୍ଟ ସିରିଜରେ ପରିବର୍ତ୍ତନ କରିଛି ବିସିସିଆଇ | ବିସିସିଆଇ ଟୁଇଟ୍ କରି ଏହି ସୂଚନା ଦେଇଛି। ଶ୍ରୀଲଙ୍କା କ୍ରିକେଟ୍ ଦଳ ଚଳିତ ମାସ ଶେଷରେ ଭାରତ ଆସିବ। ଉଭୟ ଦଳ ମଧ୍ୟରେ ତିନୋଟି ଟି-୨୦ ଏବଂ ୨ଟି ଟେଷ୍ଟ ଖେଳାଯିବ | ଦୁଇ ଦଳ ମଧ୍ୟରେ ପ୍ରଥମେ ଫେବୃଆରୀ ୨୫ରୁ ଟେଷ୍ଟ ସିରିଜ୍ ଖେଳାଯିବାର ଥିଲା | କିନ୍ତୁ ଏବେ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇଛି । ପ୍ରଥମେ ଟି-୨୦ ସିରିଜ୍ ଖେଳାଯିବ ଏବଂ ଏହା ଫେବୃଆରୀ ୨୪ରୁ ଆରମ୍ଭ ହେବ । ନୂଆ ସିଡ୍ୟୁଲ ମୁତାବକ ୨୪ ଫେବ୍ରୁଆରୀରୁ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ଆରମ୍ଭ ହେବ ।

ଟିମ୍ ଇଣ୍ଡିଆ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ୨୪ ଫେବୃଆରୀରେ ଲକ୍ଷ୍ନୌରେ ଖେଳାଯିବ | ଦ୍ୱିତୀୟ ଏବଂ ତୃତୀୟ ଟି-୨୦ ୨୬ ଏବଂ ୨୭ ଫେବୃଆରୀରେ ଧର୍ମଶାଳରେ ଅନୁଷ୍ଠିତ ହେବ | ମୂଳ କାର୍ଯ୍ୟସୂଚୀ ଅନୁଯାୟୀ ଟି-୨୦ ସିରିଜ୍ ମାର୍ଚ୍ଚ ୧୩ରୁ ଆରମ୍ଭ ହେବାର ଥିଲା |

ଟି-୨୦ ପରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ଖେଳାଯିବ। ଟେଷ୍ଟ୍ ସିରିଜ୍ କାର୍ଯ୍ୟସୂଚୀରେ ମଧ୍ୟ ପରିବର୍ତ୍ତନ କରାଯାଇଛି | ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମାର୍ଚ୍ଚ ୪ରୁ ମୋହାଲିରେ ଖେଳାଯିବ | ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ବାଙ୍ଗାଲୋରରେ ମାର୍ଚ୍ଚ ୧୨ ରୁ ଆରମ୍ଭ ହେବ | ଏହାପୂର୍ବରୁ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୨୫ରୁ ଏବଂ ଦ୍ୱିତୀୟ ମ୍ୟାଚ୍ ମାର୍ଚ୍ଚ ୫ରୁ ଖେଳାଯିବାର ଥିଲା |

https://www.thesakala.in/sports/india-vs-sri-lanka-series-schedule-revised/article-9280
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp