ମନୋରଞ୍ଜନ

"ଭଲ ଝିଅର ଛବି ଏକ ଛଳନା..." ଦୀପିକା ପାଦୁକୋନଙ୍କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ଦେଲେ ନିର୍ଦ୍ଦେଶକ ଇମତିଆଜ୍ ଅଲୀ
ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ

ପୁଣି ଗର୍ଜିଲା ବୀରୁଙ୍କ ବ୍ୟାଟ୍ : ବାଂଲାଦେଶ ଲିଜେଣ୍ଡସକୁ ୧୦ ୱିକେଟରେ ହରାଇଲା ଭାରତ ଲିଜେଣ୍ଡସ

The Sakala Picture
Published On

ରାୟପୁର : ପୁଣିଥରେ ଗର୍ଜିଛି ପୂର୍ବତନ ଭାରତୀୟ ଓପନର୍ ବିରେନ୍ଦ୍ର ସେୱାଗଙ୍କ ବ୍ୟାଟ୍‌ । ଶୁକ୍ରବାର ରାୟପୁରରେ ଭାରତ ଲିଜେଣ୍ଡସ ଏବଂ ବାଂଲାଦେଶ ଲିଜେଣ୍ଡସ ମଧ୍ୟରେ ଚାଲିଥିବା ସଡକ ସୁରକ୍ଷା ୱାର୍ଲ୍ଡ ସିରିଜରେ ଭାରତ ୧୦ ୱିକେଟରେ ବିଜୟୀ ହୋଇଛି। ଏହି ମ୍ୟାଚ୍‌ରେ ବୀରେନ୍ଦ୍ର ସେହୱାଗଙ୍କ ବିସ୍ଫୋରକ ବ୍ୟାଟିଂ ପୁଣି ଦେଖିଲେ କ୍ରିକେଟପ୍ରେମୀ । ସଡ଼କ ସୁରକ୍ଷା ବିଶ୍ୱ ସିରିଜର ଚତୁର୍ଥ ମ୍ୟାଚରେ ଧୂଆଁଧାର ବ୍ୟାଟିଂ କରି ମାତ୍ର ୩୫ ବଲରେ ୮୦ ରନ୍ କରିଛନ୍ତି ବୀରେନ୍ଦ୍ର […]

ରାୟପୁର : ପୁଣିଥରେ ଗର୍ଜିଛି ପୂର୍ବତନ ଭାରତୀୟ ଓପନର୍ ବିରେନ୍ଦ୍ର ସେୱାଗଙ୍କ ବ୍ୟାଟ୍‌ । ଶୁକ୍ରବାର ରାୟପୁରରେ ଭାରତ ଲିଜେଣ୍ଡସ ଏବଂ ବାଂଲାଦେଶ ଲିଜେଣ୍ଡସ ମଧ୍ୟରେ ଚାଲିଥିବା ସଡକ ସୁରକ୍ଷା ୱାର୍ଲ୍ଡ ସିରିଜରେ ଭାରତ ୧୦ ୱିକେଟରେ ବିଜୟୀ ହୋଇଛି। ଏହି ମ୍ୟାଚ୍‌ରେ ବୀରେନ୍ଦ୍ର ସେହୱାଗଙ୍କ ବିସ୍ଫୋରକ ବ୍ୟାଟିଂ ପୁଣି ଦେଖିଲେ କ୍ରିକେଟପ୍ରେମୀ । ସଡ଼କ ସୁରକ୍ଷା ବିଶ୍ୱ ସିରିଜର ଚତୁର୍ଥ ମ୍ୟାଚରେ ଧୂଆଁଧାର ବ୍ୟାଟିଂ କରି ମାତ୍ର ୩୫ ବଲରେ ୮୦ ରନ୍ କରିଛନ୍ତି ବୀରେନ୍ଦ୍ର ସେହୱାଗ । ଆଉ ଏହାସହ ବାଂଲାଦେଶ ଲିଜେଣ୍ଡସକୁ ୧୦ ୱିକେଟରେ ହରାଇଛି ଭାରତ ଲିଜେଣ୍ଡସ । ଅନ୍ୟପଟେ ସଚିନ ତେନ୍ଦୁଲକର ୨୬ ବଲରୁ ଅପରାଜିତ ୩୩ ରନ୍ କରିଥିଲେ ।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା: ୩ ନୂଆ ମୁହଁ ସାମିଲ୍‌, ଦିନିକିଆକୁ ଫେରିଲେ ଇଶାନ

ଆହୁରି ପଢ଼ନ୍ତୁ: କିଛି ବଡ଼ ଯୋଜନାରେ ଅଛନ୍ତି ବିରାଟ କୋହଲି, କିନ୍ତୁ ଟେଷ୍ଟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନର ରାସ୍ତା ବନ୍ଦ

ରାୟପୁରର ନବନିର୍ମିତ ସହୀଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ମୁକାବିଲରେ ଏହି ସିରିଜରେ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ଲିଜେଣ୍ଡସ ୧୦୯ ରନ କରିବାକୁ ସକ୍ଷମ ହୋଇଥିଲା । ୧୧୦ ରନର ଟାର୍ଗେଟ ନେଇ ମୈଦାନକୁ ଓହ୍ଲାଇଥିଲା ଇଣ୍ଡିଆ ଲିଜେଣ୍ଡସ । ଦୁଇ ଓପନର ବୀରେନ୍ଦ୍ର ସେହୱାଗ ଓ ସଚିନ ତେନ୍ଦୁଲକର ବ୍ୟାଟିଂ କରିବାକୁ ଓହ୍ଲାଇବା ସହ ପୂରା ପଡ଼ିଆ ତାଳିମାଡରେ ପ୍ରକମ୍ପିତ ହୋଇଥିଲା । ଆଉ ଏହାସହ ଆରମ୍ଭ ହୋଇଥିଲା ସେହୱାଗ ସୋ’।

ଆହୁରି ପଢ଼ନ୍ତୁ: କୁସ୍ତି କାହିଁକି କ୍ଷତି ସହିବ? ବିନେଶ ଫୋଗାଟଙ୍କୁ ଏସୀୟ କ୍ରୀଡ଼ା ଟ୍ରାଏଲରୁ ବାଦ୍ ଦେବା ପ୍ରସଙ୍ଗରେ ଡବ୍ଲ୍ୟୁଏଫଆଇ ଉପରେ ବର୍ଷିଲେ ଦିଲ୍ଲୀ ହାଇକୋର୍ଟ

କ୍ରିକେଟରୁ ଅବସର ନେଇଥିଲେ ମଧ୍ୟ ବଦଳିନଥିଲା ସେହୱାଗଙ୍କ ଅନ୍ଦାଜ । ପ୍ରଥମ ବଲରେ ଚୌକା ମାରି ଇନିଂସ ଆରମ୍ଭ କରିଥିଲେ ସେହୱାଗ। ଆଉ ଏହାପରେ ଅଟକି ନଥିଲା ବୀରୁଙ୍କ ବ୍ୟାଟ୍ । ପ୍ରଥମ ଓଭରରେ ହିଁ ୧୯ ରନ କରିଥିଲା ଇଣ୍ଡିଆ ଲିଜେଣ୍ଡସ । ଆଉ ମାତ୍ର ୨୦ ବଲରେ ସେହୱାଗ ପୂରଣ କରିଥିଲେ ଅର୍ଦ୍ଧଶତକ । ଗୋଟିଏ ପଟେ ସଚିନ୍ ସର୍ତକତାର ସହ ବ୍ୟାଟିଂ କରୁଥିବା ବେଳେ ଅନ୍ୟପଟେ ସେହୱାଗ ପୁରୁଣା ଅନ୍ଦାଜରେ ଖେଳୁଥିଲେ ବଡ ବଡ ସଟ୍ । ଶେଷରେ ଛକା ମାରି ଇଣ୍ଡିଆ ଲିଜେଣ୍ଡସକୁ ବଡ ବିଜୟ ଭେଟି ଦେଇଥିଲେ ବୀରୁ ।

ଏହି ମ୍ୟାଚର ପ୍ରଥମ ଇନିଂସରେ ବାଂଲାଦେଶ ଲିଜେଣ୍ଡସ ୧୯.୪ ଓଭରରେ ୧୦୯ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ। ବାଂଲାଦେଶ ପାଇଁ ନାଜିମୁଦ୍ଦିନ ୩୩ ବଲରୁ ୪୯ ରନ୍ କରିଥିଲେ। ତାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବିଶେଷ କିଛି କରିପାରିନଥିଲେ। ଭାରତ ପାଇଁ ବିନୟ କୁମାର, ପ୍ରଜ୍ଞାନ୍ ଓଝା ଏବଂ ଯୁବରାଜ ସିଂ ଦୁଇଟି ଲେଖାଏଁ ୱିକେଟ୍ ନେଇଥିବାବେଳେ ମନପ୍ରୀତ ଗୋନି ଏବଂ ୟୁସୁଫ ପଠାନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

06 Mar 2021 By The Sakala

ପୁଣି ଗର୍ଜିଲା ବୀରୁଙ୍କ ବ୍ୟାଟ୍ : ବାଂଲାଦେଶ ଲିଜେଣ୍ଡସକୁ ୧୦ ୱିକେଟରେ ହରାଇଲା ଭାରତ ଲିଜେଣ୍ଡସ

ରାୟପୁର : ପୁଣିଥରେ ଗର୍ଜିଛି ପୂର୍ବତନ ଭାରତୀୟ ଓପନର୍ ବିରେନ୍ଦ୍ର ସେୱାଗଙ୍କ ବ୍ୟାଟ୍‌ । ଶୁକ୍ରବାର ରାୟପୁରରେ ଭାରତ ଲିଜେଣ୍ଡସ ଏବଂ ବାଂଲାଦେଶ ଲିଜେଣ୍ଡସ ମଧ୍ୟରେ ଚାଲିଥିବା ସଡକ ସୁରକ୍ଷା ୱାର୍ଲ୍ଡ ସିରିଜରେ ଭାରତ ୧୦ ୱିକେଟରେ ବିଜୟୀ ହୋଇଛି। ଏହି ମ୍ୟାଚ୍‌ରେ ବୀରେନ୍ଦ୍ର ସେହୱାଗଙ୍କ ବିସ୍ଫୋରକ ବ୍ୟାଟିଂ ପୁଣି ଦେଖିଲେ କ୍ରିକେଟପ୍ରେମୀ । ସଡ଼କ ସୁରକ୍ଷା ବିଶ୍ୱ ସିରିଜର ଚତୁର୍ଥ ମ୍ୟାଚରେ ଧୂଆଁଧାର ବ୍ୟାଟିଂ କରି ମାତ୍ର ୩୫ ବଲରେ ୮୦ ରନ୍ କରିଛନ୍ତି ବୀରେନ୍ଦ୍ର ସେହୱାଗ । ଆଉ ଏହାସହ ବାଂଲାଦେଶ ଲିଜେଣ୍ଡସକୁ ୧୦ ୱିକେଟରେ ହରାଇଛି ଭାରତ ଲିଜେଣ୍ଡସ । ଅନ୍ୟପଟେ ସଚିନ ତେନ୍ଦୁଲକର ୨୬ ବଲରୁ ଅପରାଜିତ ୩୩ ରନ୍ କରିଥିଲେ ।

ରାୟପୁରର ନବନିର୍ମିତ ସହୀଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ମୁକାବିଲରେ ଏହି ସିରିଜରେ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ଲିଜେଣ୍ଡସ ୧୦୯ ରନ କରିବାକୁ ସକ୍ଷମ ହୋଇଥିଲା । ୧୧୦ ରନର ଟାର୍ଗେଟ ନେଇ ମୈଦାନକୁ ଓହ୍ଲାଇଥିଲା ଇଣ୍ଡିଆ ଲିଜେଣ୍ଡସ । ଦୁଇ ଓପନର ବୀରେନ୍ଦ୍ର ସେହୱାଗ ଓ ସଚିନ ତେନ୍ଦୁଲକର ବ୍ୟାଟିଂ କରିବାକୁ ଓହ୍ଲାଇବା ସହ ପୂରା ପଡ଼ିଆ ତାଳିମାଡରେ ପ୍ରକମ୍ପିତ ହୋଇଥିଲା । ଆଉ ଏହାସହ ଆରମ୍ଭ ହୋଇଥିଲା ସେହୱାଗ ସୋ’।

କ୍ରିକେଟରୁ ଅବସର ନେଇଥିଲେ ମଧ୍ୟ ବଦଳିନଥିଲା ସେହୱାଗଙ୍କ ଅନ୍ଦାଜ । ପ୍ରଥମ ବଲରେ ଚୌକା ମାରି ଇନିଂସ ଆରମ୍ଭ କରିଥିଲେ ସେହୱାଗ। ଆଉ ଏହାପରେ ଅଟକି ନଥିଲା ବୀରୁଙ୍କ ବ୍ୟାଟ୍ । ପ୍ରଥମ ଓଭରରେ ହିଁ ୧୯ ରନ କରିଥିଲା ଇଣ୍ଡିଆ ଲିଜେଣ୍ଡସ । ଆଉ ମାତ୍ର ୨୦ ବଲରେ ସେହୱାଗ ପୂରଣ କରିଥିଲେ ଅର୍ଦ୍ଧଶତକ । ଗୋଟିଏ ପଟେ ସଚିନ୍ ସର୍ତକତାର ସହ ବ୍ୟାଟିଂ କରୁଥିବା ବେଳେ ଅନ୍ୟପଟେ ସେହୱାଗ ପୁରୁଣା ଅନ୍ଦାଜରେ ଖେଳୁଥିଲେ ବଡ ବଡ ସଟ୍ । ଶେଷରେ ଛକା ମାରି ଇଣ୍ଡିଆ ଲିଜେଣ୍ଡସକୁ ବଡ ବିଜୟ ଭେଟି ଦେଇଥିଲେ ବୀରୁ ।

ଏହି ମ୍ୟାଚର ପ୍ରଥମ ଇନିଂସରେ ବାଂଲାଦେଶ ଲିଜେଣ୍ଡସ ୧୯.୪ ଓଭରରେ ୧୦୯ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ। ବାଂଲାଦେଶ ପାଇଁ ନାଜିମୁଦ୍ଦିନ ୩୩ ବଲରୁ ୪୯ ରନ୍ କରିଥିଲେ। ତାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବିଶେଷ କିଛି କରିପାରିନଥିଲେ। ଭାରତ ପାଇଁ ବିନୟ କୁମାର, ପ୍ରଜ୍ଞାନ୍ ଓଝା ଏବଂ ଯୁବରାଜ ସିଂ ଦୁଇଟି ଲେଖାଏଁ ୱିକେଟ୍ ନେଇଥିବାବେଳେ ମନପ୍ରୀତ ଗୋନି ଏବଂ ୟୁସୁଫ ପଠାନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp