ମଲାନ୍‌-ଲିଭିଂଷ୍ଟୋନ୍‌ଙ୍କ ବିସ୍ଫୋରକ ବ୍ୟାଟିଂ, ୩ୟ ଟି-୨୦ରେ ଭାରତକୁ ୨୧୬ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଇଂଲଣ୍ଡ

The Sakala Picture
Published On

ନର୍ଟିଂହାମ : ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍ ଆଜି ନର୍ଟିଂହାମରେ ଖେଳାଯାଉଛି। ଆଜିର ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ  ଇଂଲଣ୍ଡ କ୍ୟାପ୍ଟେନ୍ ଜସ ବଟଲର। ସିରିଜର ଦୁଇଟି ମ୍ୟାଚ ହାରି ସାରିଥିବା ଇଂଲଣ୍ଡ ଆଜି ଭଲ ପଦର୍ଶନ ସହ ଭାରତ ଆଗରେ ଏକ ବିଶାଳ ସ୍କୋର ଛିଡା କରିଛି। ଅନ୍ତିମ ମୁକାବିଲାରେ ଇଂଲଣ୍ଡ ବ୍ୟାଟସମ୍ୟାନ ଭଲ ବ୍ୟାଟିଂ କରିଛନ୍ତି। ଦାୱିଦ୍‌ ମଲାନ୍‌ ଓ […]

ନର୍ଟିଂହାମ : ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍ ଆଜି ନର୍ଟିଂହାମରେ ଖେଳାଯାଉଛି। ଆଜିର ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ  ଇଂଲଣ୍ଡ କ୍ୟାପ୍ଟେନ୍ ଜସ ବଟଲର। ସିରିଜର ଦୁଇଟି ମ୍ୟାଚ ହାରି ସାରିଥିବା ଇଂଲଣ୍ଡ ଆଜି ଭଲ ପଦର୍ଶନ ସହ ଭାରତ ଆଗରେ ଏକ ବିଶାଳ ସ୍କୋର ଛିଡା କରିଛି। ଅନ୍ତିମ ମୁକାବିଲାରେ ଇଂଲଣ୍ଡ ବ୍ୟାଟସମ୍ୟାନ ଭଲ ବ୍ୟାଟିଂ କରିଛନ୍ତି। ଦାୱିଦ୍‌ ମଲାନ୍‌ ଓ ଲିଆମ୍‌ ଲିଭିଂଷ୍ଟୋନ୍‌ ବିସ୍ଫୋରକ ବ୍ୟାଟିଂ ବଳରେ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଘରୋଇ ଇଂଲଣ୍ଡ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍‌ ହରାଇ ୨୧୫ ରନ୍‌ କରିଛି। ଫଳରେ ରୋହିତ ଶର୍ମାଙ୍କ ନେତୃତ୍ବ ଭାରତକୁ ୨୧୬ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।

ଆହୁରି ପଢ଼ନ୍ତୁ: ବୈଭବ ସୂର୍ଯ୍ୟବଂଶୀଙ୍କ ଦାମ୍ବୁଲା ବିବାଦ: ମୁଣ୍ଡ ପୂରାଇବ ନାହିଁ ବିସିସିଆଇ, କହିଲା ଏଥିରେ ଆମର କୌଣସି ଭୂମିକା ନାହିଁ

ଆଜିର ମ୍ୟାଚରେ ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଇଂଲଣ୍ଡର ଦୁଇ ଓପନର ଜାସନ ରୟ ଏବଂ ଅଧିନାୟକ ଜୋସ୍ ବଟଲର ୩୧ ରନ ଯୋଡିଥିଲେ।ଏହା ପରେ ଡେଭିଡ୍ ମଲାନ ଏବଂ ଲିଭିଙ୍ଗଷ୍ଟୋନ ବିସ୍ଫୋରକ ବ୍ୟାଟିଂ କରି ଦଳର ସ୍କୋରକୁ ଆଗକୁ ବଢାଇଥିଲେ। ମଲାନ ଅର୍ଦ୍ଧଶତକ ହାସଲ କରିବା ସହିତ ୩୯ ବଲରୁ ୬ ଚୌକା ଏବଂ ୫ ଛକା ଜରିଆରେ ୭୭ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ମଲାନ ଏବଂ ଲିଭିଙ୍ଗଷ୍ଟୋନ ଚତୁର୍ଥ ଓ୍ଵିକେଟରେ ୮୪ ରନ ଯୋଡିଥିଲେ। ଶେଷ ଆଡକୁ ଲିଆମ ଲିଭିଙ୍ଗଷ୍ଟୋନ ଦ୍ରୁତ ବ୍ୟାଟିଂ କରି ୪୨ ରନର ଇନିଂସ ଖେଳିବାରୁ ଇଂଲଣ୍ଡ ୭ ଓ୍ଵିକେଟ୍ ହରାଇ ୨୧୫ ରନ କରି ପାରିଛି। କ୍ରିସ୍ ଜୋର୍ଡାନ ୩ ବଲରୁ ୧୧ ରନ କରିଛନ୍ତି। ଭାରତ ପକ୍ଷରୁ ରବି ବିଷ୍ଣୋଇ ୩୦ ରନ ଦେଇ ୨ଟି ଓ୍ଵିକେଟ୍ ଏବଂ ହର୍ଷଲ ପଟେଲ୍ ୩୫ ରନ ଦେଇ ୨ଟି ସଫଳତା ପାଇଛନ୍ତି। ଅଭେଶ ଖାନ ଏବଂ ଉମରାନ ମଲିକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

ଆହୁରି ପଢ଼ନ୍ତୁ: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଖୁବଶୀଘ୍ର ଘୋଷଣା ହେବ ଭାରତୀୟ ଦଳ, ବିରାଟ କୋହଲିଙ୍କ ଫିଟନେସକୁ ନେଇ ଆସିଲା ବଡ଼ ଖବର

10 Jul 2022 By The Sakala

ମଲାନ୍‌-ଲିଭିଂଷ୍ଟୋନ୍‌ଙ୍କ ବିସ୍ଫୋରକ ବ୍ୟାଟିଂ, ୩ୟ ଟି-୨୦ରେ ଭାରତକୁ ୨୧୬ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଇଂଲଣ୍ଡ

ନର୍ଟିଂହାମ : ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍ ଆଜି ନର୍ଟିଂହାମରେ ଖେଳାଯାଉଛି। ଆଜିର ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ  ଇଂଲଣ୍ଡ କ୍ୟାପ୍ଟେନ୍ ଜସ ବଟଲର। ସିରିଜର ଦୁଇଟି ମ୍ୟାଚ ହାରି ସାରିଥିବା ଇଂଲଣ୍ଡ ଆଜି ଭଲ ପଦର୍ଶନ ସହ ଭାରତ ଆଗରେ ଏକ ବିଶାଳ ସ୍କୋର ଛିଡା କରିଛି। ଅନ୍ତିମ ମୁକାବିଲାରେ ଇଂଲଣ୍ଡ ବ୍ୟାଟସମ୍ୟାନ ଭଲ ବ୍ୟାଟିଂ କରିଛନ୍ତି। ଦାୱିଦ୍‌ ମଲାନ୍‌ ଓ ଲିଆମ୍‌ ଲିଭିଂଷ୍ଟୋନ୍‌ ବିସ୍ଫୋରକ ବ୍ୟାଟିଂ ବଳରେ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଘରୋଇ ଇଂଲଣ୍ଡ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍‌ ହରାଇ ୨୧୫ ରନ୍‌ କରିଛି। ଫଳରେ ରୋହିତ ଶର୍ମାଙ୍କ ନେତୃତ୍ବ ଭାରତକୁ ୨୧୬ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।

ଆଜିର ମ୍ୟାଚରେ ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଇଂଲଣ୍ଡର ଦୁଇ ଓପନର ଜାସନ ରୟ ଏବଂ ଅଧିନାୟକ ଜୋସ୍ ବଟଲର ୩୧ ରନ ଯୋଡିଥିଲେ।ଏହା ପରେ ଡେଭିଡ୍ ମଲାନ ଏବଂ ଲିଭିଙ୍ଗଷ୍ଟୋନ ବିସ୍ଫୋରକ ବ୍ୟାଟିଂ କରି ଦଳର ସ୍କୋରକୁ ଆଗକୁ ବଢାଇଥିଲେ। ମଲାନ ଅର୍ଦ୍ଧଶତକ ହାସଲ କରିବା ସହିତ ୩୯ ବଲରୁ ୬ ଚୌକା ଏବଂ ୫ ଛକା ଜରିଆରେ ୭୭ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ମଲାନ ଏବଂ ଲିଭିଙ୍ଗଷ୍ଟୋନ ଚତୁର୍ଥ ଓ୍ଵିକେଟରେ ୮୪ ରନ ଯୋଡିଥିଲେ। ଶେଷ ଆଡକୁ ଲିଆମ ଲିଭିଙ୍ଗଷ୍ଟୋନ ଦ୍ରୁତ ବ୍ୟାଟିଂ କରି ୪୨ ରନର ଇନିଂସ ଖେଳିବାରୁ ଇଂଲଣ୍ଡ ୭ ଓ୍ଵିକେଟ୍ ହରାଇ ୨୧୫ ରନ କରି ପାରିଛି। କ୍ରିସ୍ ଜୋର୍ଡାନ ୩ ବଲରୁ ୧୧ ରନ କରିଛନ୍ତି। ଭାରତ ପକ୍ଷରୁ ରବି ବିଷ୍ଣୋଇ ୩୦ ରନ ଦେଇ ୨ଟି ଓ୍ଵିକେଟ୍ ଏବଂ ହର୍ଷଲ ପଟେଲ୍ ୩୫ ରନ ଦେଇ ୨ଟି ସଫଳତା ପାଇଛନ୍ତି। ଅଭେଶ ଖାନ ଏବଂ ଉମରାନ ମଲିକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର