ନିୟମ ବଦଳାଇଲା ଆଇସିସି

The Sakala Picture
Published On

ଦୁବାଇ,୨୦।୯(ଏଜେନ୍ସି): ବିଶ୍ୱ କ୍ରିକେଟ ପ୍ରଶାସନର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) କ୍ରିକେଟରେ କିଛି ନୂଆ ନିୟମ ବଦଳାଇଛି। ଆଇସିସିର ମୁଖ୍ୟ କାର୍ଯ୍ୟନିର୍ବାହୀ କମିଟି (ସିଇସି) ମଙ୍ଗଳବାର ନିୟମ ପରିବର୍ତ୍ତନ ନେଇ ଆସିଥିବା ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ସଭାପତି (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ଆଇସିସି କ୍ରିକେଟ କମିଟି ନିୟମ ପରିବର୍ତ୍ତନ ନେଇ ପ୍ରସ୍ତାବ ଦେଇଥିଲା। ଅକ୍ଟୋବର ୧ ତାରିଖରୁ ଏହି ନୂଆ ନିୟମ ଲାଗୁ […]

ଦୁବାଇ,୨୦।୯(ଏଜେନ୍ସି): ବିଶ୍ୱ କ୍ରିକେଟ ପ୍ରଶାସନର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) କ୍ରିକେଟରେ କିଛି ନୂଆ ନିୟମ ବଦଳାଇଛି। ଆଇସିସିର ମୁଖ୍ୟ କାର୍ଯ୍ୟନିର୍ବାହୀ କମିଟି (ସିଇସି) ମଙ୍ଗଳବାର ନିୟମ ପରିବର୍ତ୍ତନ ନେଇ ଆସିଥିବା ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ସଭାପତି (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ଆଇସିସି କ୍ରିକେଟ କମିଟି ନିୟମ ପରିବର୍ତ୍ତନ ନେଇ ପ୍ରସ୍ତାବ ଦେଇଥିଲା। ଅକ୍ଟୋବର ୧ ତାରିଖରୁ ଏହି ନୂଆ ନିୟମ ଲାଗୁ ହେବ ବୋଲି ଆଇସିସି ତରଫରୁ କୁହାଯାଇଛି।
ଅନ୍ତର୍ଜାତୀୟ କ୍ରିକେଟରେ ଏବେ ମଙ୍କଡିଙ୍ଗ ଆଉଟ ବୋଲି କିଛି ରହିବ ନାହିଁ।

ଏହାକୁ ଆଇସିସି ଅମାନ୍ୟ କରିଛି। ମଙ୍କଡିଙ୍ଗ୍‍ ଆଉଟ୍‍ ଏବେ ରନ୍‍ ଆଉଟ୍‍ ଭାବେ ଗ୍ରହଣ କରାଯିବ। ବଲକୁ ଚିକ୍କଣ କରିବା ତଥା ଚମକାଇବା ପାଇଁ ଲାଳର ବ୍ୟବହାରକୁ ସବୁଦିନ ପାଇଁ ବାସନ୍ଦ କରାଯାଇଛି। ପୂର୍ବରୁ କୋଭିଡ୍‍-୧୯ କାରଣରୁ ଲାଳ ବ୍ୟବହାରକୁ ବ୍ୟାନ୍‍ କରାଯାଇଥିଲା। ଏଥିସହ ବ୍ୟାଟରମାନଙ୍କ ଟାଇମ ଆଉଟ ପିରିୟଡକୁ ମଧ୍ୟ କମ୍‍ କରାଯାଇଛି। ଅକ୍ଟୋବର ୧ରୁ ନୂଆ ନିୟମ ଲାଗୁ ହେବ। ତେଣୁ ଅଷ୍ଟ୍ରେଲିଆରେ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଟି-୨୦ ବିଶ୍ୱକପ୍‍ରେ ମଧ୍ୟ ଏହି ସବୁ ପରିବର୍ତ୍ତିତ ନିୟମ ଲାଗୁ ହେବା ନିଶ୍ଚିତ ହୋଇଛି। ଟି-୨୦ ବିଶ୍ୱକପ୍‍ରେ କେଉଁ ଗୁରୁତ୍ୱପୂର୍ଣ୍ଣ ନିୟମ ସବୁ ପରିବର୍ତ୍ତନ ହୋଇଛ ସେ ବିଷୟରେ କିଛ ସୂଚନା।

ଆହୁରି ପଢ଼ନ୍ତୁ: ମ୍ୟାଚ୍ ବିଜୟୀ ପ୍ରଦର୍ଶନ ପରେ ଗୁଜରାଟର ଶିକ୍ଷା ମନ୍ତ୍ରୀଙ୍କୁ ପୁରସ୍କାର ଉତ୍ସର୍ଗ କଲେ ରବୀନ୍ଦ୍ର ଜାଡେଜା

ବ୍ୟାଟ୍ସମ୍ୟାନ ଟାଇମ୍‍ ଆଉଟ
କୌଣସି ବ୍ୟାଟର ଆଉଟ ହେବା ପରେ ନୂଆ ବ୍ୟାଟର କ୍ରିଜ୍‍କୁ ଆସିବାର ସମୟକୁ କମ୍‍ କରିଦିଆଯାଇଛି। ଏବେ ନୂଆ ବ୍ୟାଟରଙ୍କୁ ଟେଷ୍ଟ ଓ ଦିନିକିଆରେ ୨ ମିନିଟ ମଧ୍ୟରେ ଷ୍ଟ୍ରାଇକ ନେବାକୁ ହେବ। ତେବେ ଟି-୨୦ରେ ଏହାକୁ ୯୦ ସେକେଣ୍ଡ ମଧ୍ୟରେ ସୀମିତ ରଖାଯାଇଛି। ପୂର୍ବରୁ ଏଥିପାଇଁ ୩ଟି ମିନିଟ ସମୟ ମିଳୁଥିଲା। ଠିକ ସମୟ ମଧ୍ୟରେ ବ୍ୟାଟର ନ ଆସିଲେ ଫିଲ୍ଡିଂ ଟିମ୍‍ ଅଧିନାୟକ ଟାଇମ୍‍ ଆଉଟର ଅପିଲ କରିପାରିବେ। ସର୍ବପ୍ରଥମେ ୧୯୧୯ରେ ଟାଇମ୍‍ ଆଉଟ୍‍ ଦୃଷ୍ଟିକୋଣରୁ ବ୍ୟାଟରଙ୍କୁ ଆଉଟ ଘୋଷିତ କରାଯାଇଥିଲା। ଏହାପରେ ୧୯୮୦ରେ ୨ ମିନିଟ୍‍ ଓ ୨୦୦୦ରେ ଏଥିପାଇଁ ୩ ମିନିଟ ସମୟ ପ୍ରଦାନ କରାଯାଇଥିଲା।

ବଲ ଖେଳିବାର ଅଧିକାର
ଯଦି ବଲ ଖେଳିବାକୁ କୌଣସି ବ୍ୟାଟରଙ୍କୁ ପିଚ୍‍ ବାହାରକୁ ଯିବାକୁ ପଡେ ତା’ହେଲେ ଅମ୍ପାୟର କଲ ହେବ ଓ ଏହି ବଲ୍‍କୁ ଡେଡ୍‍ ଘୋଷିତ କରାଯିବ। କିନ୍ତୁ ଯଦି କୌଣସି ବଲ୍‍ ବ୍ୟାଟରଙ୍କୁ ପିଚ୍‍ ଆସିବାକୁ ବାଧ୍ୟ କରେ ତା’ହେଲେ ଅମ୍ପାୟର ଏହି ବଲ୍‍କୁ ନୋ ବଲ ଘୋଷିତ କରିବେ।

ଫିଲ୍ଡର, ବୋଲରଙ୍କ ଅନୁଚିତ ବ୍ୟବହାର
ବୋଲିଂ କରିବା ବେଳେ ଯଦି କୌଣସି ବୋଲର ଅନୁଚିତ ବ୍ୟବହାର କରନ୍ତି କିମ୍ବା ଜାଣିଶୁଣି କୌଣସି ବେନିୟମ ମୁଭମେଣ୍ଟ କରନ୍ତି ତେବେ ଅମ୍ପାୟାର ଆକ୍ସନ ନେଇପାରିବେ ଓ ବ୍ୟାଟିଂ ଟିମ୍‍ର ସ୍କୋରରେ ୫ ରନ ଯୋଡି ପାରିବେ। ଏହି ବଲକୁ ଅମ୍ପାୟର ଡେଡ ବଲ ବୋଲି ଘୋଷିତ କରିପାରିବେ। ପୁଣି ମଙ୍କଡିଙ୍ଗ୍‍କୁ ଶେଷ କରାଯିବା ସହ ଏହି ଶୈଳୀର ଆଉଟକୁ ରନ୍‍ଆଉଟ ବୋଲି ଧରାଯିବ।

ବଲ ପକାଇବା ପୂର୍ବରୁ ଷ୍ଟ୍ରାଇକ ବ୍ୟାଟରଙ୍କୁ ଥ୍ରୋ
କୌଣସି ବୋଲର ବୋଲିଂ କରିବା ପୂର୍ବରୁ ରନ୍‍ ନେଇଥାନ୍ତି। କିନ୍ତୁ ବଲ ପକାଇବା ପୂର୍ବରୁ ଯଦି ସମ୍ପୃକ୍ତ ବୋଲର ଦେଖନ୍ତି ଯେ, ବ୍ୟାଟର କ୍ରିଜର ବହୁତ ଆଗକୁ ଆସିଛନ୍ତି ତେବେ ଆଉଟ କରିବା ପାଇଁ ବୋଲର ଏଭଳି ସ୍ଥିତରେ ଥ୍ରୋ କରନ୍ତି ତାହାଲେ ଏହାକୁ ଡେଡ ବଲ ବୋଲି ଘୋଷିତ କରାଯିବ।

ନୂଆ ବ୍ୟାଟର ଆଉଟ ହୋଇଥିବା ବ୍ୟାଟରଙ୍କ ଏଣ୍ଡରେ ଖେଳିବେ
କୌଣସି ବ୍ୟାଟର କ୍ୟାଚ୍‍ ଆଉଟ ହେଲେ ନୂଆ ବ୍ୟାଟର ସେ ଖେଳୁଥିବା ଏଣ୍ଡରେ ଷ୍ଟ୍ରାଇକ କରିବେ। ତେଣୁ କ୍ୟାଚ ଧରିବା ବେଳେ ଆଉଟ ହୋଇଥିବା ବ୍ୟାଟର କେତେ ଦୂର ଗଲେ ସେଥିରେ କିଛ ଯାଏ ଆସେ ନାହିଁ।

21 Sep 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର