ଟେଷ୍ଟ୍‌ କ୍ରିକେଟ୍‌ରୁ ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲ୍ଲୀଙ୍କ ଅବସର

The Sakala Picture
Published On

ଲଣ୍ଡନ: ଇଂଲଣ୍ଡ ଅଲରାଉଣ୍ଡର ମୋଇନ୍ ଅଲ୍ଲୀ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ମୋଇନ୍ ଇଂଲଣ୍ଡ ପାଇଁ ୬୪ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ମୋଇନ୍ ୨୦୧୪ରେ ନିଜ ଟେଷ୍ଟ୍ ଡେବ୍ୟୁ କରିଥିଲେ । ସେ ୬୪ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ବେଳେ ୨୯୧୪ ରନ୍ ସଂଗ୍ରହ କରିଛନ୍ତି। ଏହି ଫର୍ମାଟରେ ସେ ୧୯୫ଟି ୱିକେଟ୍ ମଧ୍ୟ ନେଇଛନ୍ତି। ମୋଇନ୍ କହିଛନ୍ତି ଯେ ତାଙ୍କୁ ବର୍ତ୍ତମାନ ୩୪ ବର୍ଷ ବୟସ ଏବଂ ସେ ଯେଉଁ ପର୍ଯ୍ୟନ୍ତ […]

ଲଣ୍ଡନ: ଇଂଲଣ୍ଡ ଅଲରାଉଣ୍ଡର ମୋଇନ୍ ଅଲ୍ଲୀ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ମୋଇନ୍ ଇଂଲଣ୍ଡ ପାଇଁ ୬୪ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ମୋଇନ୍ ୨୦୧୪ରେ ନିଜ ଟେଷ୍ଟ୍ ଡେବ୍ୟୁ କରିଥିଲେ । ସେ ୬୪ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ବେଳେ ୨୯୧୪ ରନ୍ ସଂଗ୍ରହ କରିଛନ୍ତି। ଏହି ଫର୍ମାଟରେ ସେ ୧୯୫ଟି ୱିକେଟ୍ ମଧ୍ୟ ନେଇଛନ୍ତି। ମୋଇନ୍ କହିଛନ୍ତି ଯେ ତାଙ୍କୁ ବର୍ତ୍ତମାନ ୩୪ ବର୍ଷ ବୟସ ଏବଂ ସେ ଯେଉଁ ପର୍ଯ୍ୟନ୍ତ ଖେଳିବା ଜାରି ରଖିବେ ସେପର୍ଯ୍ୟନ୍ତ କ୍ରିକେଟକୁ ଉପଭୋଗ କରିବାକୁ ଚାହୁଁଛନ୍ତି। ନିଜ ଟେଷ୍ଟ କ୍ୟାରିୟର ନେଇ ମୋଇନ୍ ସନ୍ତୋଷ ପ୍ରକାଶ କରିଛନ୍ତି ।

ଆହୁରି ପଢ଼ନ୍ତୁ: ୨୦୨୭ ବିଶ୍ୱକପ୍‌ ପାଇଁ ସାମିଙ୍କୁ ଦଳରେ ସାମିଲ କରିବା ଅର୍ଥହୀନ: ଦିନେଶ କାର୍ତ୍ତିକ

ମୋଇନ୍ ଅଲ୍ଲୀ ଇଂଲଣ୍ଡ ଟେଷ୍ଟ ଅଧିନାୟକ ଜୋ ରୁଟ୍, ମୁଖ୍ୟ କୋଚ୍ କ୍ରିସ୍ ସିଲଭରଉଡ୍ ଏବଂ ଚୟନକର୍ତ୍ତାଙ୍କୁ ତାଙ୍କ ନିଷ୍ପତ୍ତି ବିଷୟରେ ପୂର୍ବରୁ ଅବଗତ କରାଇଥିଲେ ଏବଂ ସୋମବାର ଏନେଇ ଔପଚାରିକ ଘୋଷଣା କରିଛନ୍ତି। ନିକଟରେ ମୋଇନ୍ ଅଲ୍ଲୀ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜରେ ଖେଳିଥିଲେ। ମୋଇନ୍ ବର୍ତ୍ତମାନ ସଂଯୁକ୍ତ ଆରବ ଏମିରେଟ୍ସରେ (ୟୁଏଇ) ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଛନ୍ତି।

ଆହୁରି ପଢ଼ନ୍ତୁ: ଅନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନ୍ ପୂରଣ କଲେ କେ.ଏଲ୍ ରାହୁଲ: ଏହି ଖାସ୍ ରେକର୍ଡରେ ଧୋନିଙ୍କ ସମକକ୍ଷ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp