ଭାରତୀୟ କ୍ରିକେଟର୍‍ଙ୍କ ଛାଡ଼ପତ୍ର: ଶିଖର ଧାୱନଙ୍କଠାରୁ ଦିନେଶ କାର୍ତ୍ତିକଙ୍କ ପର୍ଯ୍ୟନ୍ତ

The Sakala Picture
Published On

ଭେଟେରାନ ଭାରତୀୟ ବ୍ୟାଟ୍ସମ୍ୟାନ ଶିଖର ଧାୱନ ଓ ଭାରତୀୟ ବଂଶୋଦ୍ଭବ ଅଷ୍ଟ୍ରେଲୀୟ କିକ୍‍ ବକ୍ସର ଆୟେଶା ମୁଖାର୍ଜୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି। ଏହି ଖବର ଧାୱନଙ୍କ ପ୍ରଶଂସକଙ୍କୁ ଚକିତ କରିଛି। ସାମାଜିକ ଗଣମାଧ୍ୟମ ଇନ୍‍ଷ୍ଟାଗ୍ରାମ ଜରିଆରେ ୪୬ ବର୍ଷୀୟା ଆୟେଶା ଏହି ଖବରକୁ ସ୍ୱୀକାର କରିଛନ୍ତି। କିନ୍ତୁ ଆଇପିଏଲ୍‍ ଖେଳିବା ଲାଗି ୟୁଏଇ ଗସ୍ତରେ ଥିବା ୩୫ ବର୍ଷୀୟ ଧାୱନ ଏହି ଘଟଣାରେ ମୁହଁ ଖୋଲି ନାହାନ୍ତି। ୨୦୧୨ରେ ଆୟେଶାଙ୍କୁ ଶିଖର ପ୍ରେମ ବିବାହ କରିଥିଲେ। […]

ଭେଟେରାନ ଭାରତୀୟ ବ୍ୟାଟ୍ସମ୍ୟାନ ଶିଖର ଧାୱନ ଓ ଭାରତୀୟ ବଂଶୋଦ୍ଭବ ଅଷ୍ଟ୍ରେଲୀୟ କିକ୍‍ ବକ୍ସର ଆୟେଶା ମୁଖାର୍ଜୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି। ଏହି ଖବର ଧାୱନଙ୍କ ପ୍ରଶଂସକଙ୍କୁ ଚକିତ କରିଛି। ସାମାଜିକ ଗଣମାଧ୍ୟମ ଇନ୍‍ଷ୍ଟାଗ୍ରାମ ଜରିଆରେ ୪୬ ବର୍ଷୀୟା ଆୟେଶା ଏହି ଖବରକୁ ସ୍ୱୀକାର କରିଛନ୍ତି। କିନ୍ତୁ ଆଇପିଏଲ୍‍ ଖେଳିବା ଲାଗି ୟୁଏଇ ଗସ୍ତରେ ଥିବା ୩୫ ବର୍ଷୀୟ ଧାୱନ ଏହି ଘଟଣାରେ ମୁହଁ ଖୋଲି ନାହାନ୍ତି। ୨୦୧୨ରେ ଆୟେଶାଙ୍କୁ ଶିଖର ପ୍ରେମ ବିବାହ କରିଥିଲେ। ସେମାନଙ୍କର ଜୋରାଭର ନାମକ ୭ ବର୍ଷର ପୁଅ ରହିଛି। ଆୟେଶାଙ୍କ ଏହା ୨ୟ ବିବାହ ଥିଲା। ଏଥିପୂର୍ବରୁ ସେ ଅଷ୍ଟ୍ରେଲିଆର ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ ଏବଂ ପରେ ଉଭୟଙ୍କ ମଧ୍ୟରେ ବିଚ୍ଛେଦ ହୋଇଥିଲା। ସେତେବେଳକୁ ଆୟେଶାଙ୍କ ରିଆ ଓ ଆଲିଆ ନାମରେ ୨ଟି ଝିଅ ଥିଲେ। ଏହି ୨ ଝିଅଙ୍କୁ ମଧ୍ୟ ଧାୱନ ନିଜ ଝିଅ ଭଳି ଗ୍ରହଣ କରିଥିଲେ। ତେବେ ଧାୱନ ଓ ଆୟେଶାଙ୍କ ମଧ୍ୟରେ ବିବାହ ବିଚ୍ଛେଦର କାରଣ ସ୍ପଷ୍ଟ ହୋଇପାରି ନାହିଁ।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା

ଭାରତୀୟ କ୍ରିକେଟ୍‍ରେ ଏଭଳି ବିବାହ ବିଚ୍ଛେଦ ଘଟଣା କିନ୍ତୁ ପ୍ରଥମଥର ଲାଗି ଘଟି ନାହିଁ। ଅତୀତରେ ମଧ୍ୟ ଅନେକ ଭାରତୀୟ କ୍ରିକେଟର୍‍ଙ୍କ ବିବାହ ବିଚ୍ଛେଦ ଘଟିଥିବାର ଦୃଷ୍ଟାନ୍ତ ରହିଛି। ସଂକ୍ଷେପରେ ଏହି ଖେଳାଳିଙ୍କ ଉପରେ ନଜର ପକାଇବା।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ଦିନେଶ କାର୍ତ୍ତିକ
ଭାରତୀୟ କ୍ରିକେଟ୍‍ ଦଳର ଏହି ଭେଟେରାନ ୱିକେଟ୍‍କିପର ୨୦୦୭ରେ ପିଲାଦିନ ବନ୍ଧୁ ନିକିତା ବଞ୍ଜାରାଙ୍କୁ ବିବାହ କରିଥିଲେ। କିନ୍ତୁ କାର୍ତ୍ତିକଙ୍କ ଏହି ବିବାହ ମାତ୍ର ୫ ବର୍ଷ ତିଷ୍ଠି ରହିପାରିଥିଲା। ୨୦୧୨ରେ କାର୍ତ୍ତିକ ଓ ନିକିତାଙ୍କ ବିବାହ ବିଚ୍ଛେଦ ଘଟିଥିଲା। ଏହାପରେ ନିକିତା ସେହିବର୍ଷ ଦିନେଶଙ୍କ ସାଥୀ ତାମିଲନାଡ଼ୁ ଖେଳାଳି ମୁରଲୀ ବିଜୟଙ୍କ ହାତ ଧରିଥିଲେ। ସେହିଭଳି କାର୍ତ୍ତିକ ୨୦୧୫ରେ ଭାରତୀୟ ସ୍କ୍ୱାଶ ଖେଳାଳି ଦୀପିକା ପାଲିକଲଙ୍କୁ ଦ୍ୱିତୀୟ ବିବାହ କରିଥିଲେ।

ଯୋଗରାଜ ସିଂହ

ଭାରତୀୟ କ୍ରିକେଟ୍‍ ଦଳର ଷ୍ଟାର୍‍ ଅଲ୍‍ରାଉଣ୍ଡର ଯୁବରାଜଙ୍କ ବାପା ଯୋଗରାଜ ସିଂହଙ୍କ ମଧ୍ୟ ବିବାହ ବିଚ୍ଛେଦ ଘଟିଥିଲା। ଭାରତ ପକ୍ଷରୁ ଗୋଟିଏ ଟେଷ୍ଟ ଓ ୬ଟି ଏକଦିବସୀୟ ମ୍ୟାଚ୍‍ ଖେଳିଥିବା ଯୋଗରାଜ ପ୍ରଥମେ ସବନମ୍‍ ସିଂହଙ୍କୁ ବିବାହ କରିଥିଲେ। ସବନମ୍‍ଙ୍କ ଔରସରୁ ଯୁବରାଜ ଜନ୍ମଗ୍ରହଣ କରିଥିଲେ। ଏହାପରେ ସବ୍‍ନମ୍‍ଙ୍କୁ ଛାଡ଼ପତ୍ର ଦେଇ ଯୋଗରାଜ ସତ୍‍ବୀର କୌରଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଯୋଗରାଜ-ସତ୍‍ବୀରଙ୍କୁ ଗୋଟିଏ ପୁଅ ଭିକ୍ଟର ଓ ଝିଅ ଅମରଜିତ୍‍ କୌର ରହିଛନ୍ତି।

ବିନୋଦ କାମ୍ବଲୀ
ବିନୋଦ କାମ୍ବଲୀ ୧୯୯୮ରେ ପିଲାଦିନର ସାଙ୍ଗ ନୋଏଲା ଲୁଇସଙ୍କ ହାତ ଧରିଥିଲେ। ଏହାର କିଛି ବର୍ଷ ପରେ ଉଭୟ କାମ୍ବଲୀ ଓ ଲୁଇସଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା। ବିନୋଦ ଏହାପରେ ପୂର୍ବତନ ମଡେଲ ଆନ୍ଦ୍ରିଆ ହେୱିଟ୍ଟଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ୨୦୧୦ରେ ଏହି ଦମ୍ପତି ଏକ ପୁତ୍ର ସନ୍ତାନ ହୋଇଥିଲା।

ମହମ୍ମଦ ଆଝାରୁଦ୍ଦିନ
ଭାରତୀୟ କ୍ରିକେଟ୍‍ର ଅନ୍ୟତମ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ମହମ୍ମଦ ଆଝାରୁଦ୍ଦିନଙ୍କ ବୈବାହିକ ଜୀବନୀ ବେଶ୍‍ ରୋଚକ ରହିଛି। ଏହି ପ୍ରାକ୍ତନ ଅଧିନାୟକ ୧୯୮୭ରେ ପ୍ରଥମେ ନୌରିନଙ୍କୁ ବିବାହ କରିଥିଲେ। ଏହି ବିବାହ କିନ୍ତୁ ୯ ବର୍ଷ ତିଷ୍ଠି ପାରିଥିଲା। ୧୯୯୭ରେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା। ସେମାନଙ୍କର ୨ ପୁତ୍ର ସନ୍ତାନ ମଧ୍ୟ ଥିଲେ। ଆଝାରୁଦ୍ଦିନ ଏହାର ଗୋଟିଏ ବର୍ଷ ପରେ ଅଭିନେତ୍ରୀ ସଙ୍ଗୀତା ବିଜଲାନିଙ୍କୁ ବିବାହ କରିଥିଲେ। ଆଶ୍ଚର୍ଯ୍ୟର କଥା ୧୩ ବର୍ଷ ପରେ ୨୦୧୦ରେ ଉଭୟ ଅଲଗା ହୋଇଯାଇଥିଲେ।

ଜାଭାଗଲ ଶ୍ରୀନାଥ:
ଭାରତୀୟ ଦଳର ଅନ୍ୟତମ ସଫଳ ଦ୍ରୁତ ବୋଲର ଜାଭାଗଲ ଶ୍ରୀନାଥ ନିଜର ଶୃଙ୍ଖଳିତ ବୋଲିଂ ଲାଗି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଶ୍ରୀନାଥ ୧୯୯୯ରେ ଜ୍ୟୋତ୍ସ୍ନାଙ୍କୁ ବିବାହ କରିଥିଲେ। କିନ୍ତୁ କିଛି ବର୍ଷ ପରେ ଉଭୟ ପରସ୍ପର ଅଲଗା ହୋଇଯାଇଥିଲେ। ଶ୍ରୀନାଥ ଏହାପରେ ୨୦୦୮ରେ ସାମ୍ବାଦିକା ମାଧବୀ ପତ୍ରାବଳୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର