ଏସିଆ କପର ଆୟୋଜକ ପାକିସ୍ତାନକୁ ଲାଗିଲା ବଡ଼ ଝଟକା : ଶ୍ରୀଲଙ୍କାରେ ଖେଳାଯିବ ମ୍ୟାଚ୍, ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧୭ ଯାଏଁ ଖେଳାଯିବ ମ୍ୟାଚ୍
ନୂଆଦିଲ୍ଲୀ : ଏସିଆ କପ୍ର ଆୟୋଜକ ପାକିସ୍ତାନ ସବୁଆଡ଼ୁ ନିରାଶ ହେବା ପରେ ଔଷଧ ବିକଳରେ ତାଟିଆ କାମୁଡୁଥିବା ବେଳେ ଲାଗିଛି ବଡ ଝଟକା। ବହୁଦିନର ଛକାପଞ୍ଝା ପରେ ଏସିଆ କପକୁ ନେଇ ଆସିଛି ବଡ ଖବର । ଏଥର ହାଇବ୍ରିଡ୍ ମଡେଲରେ ଖେଳାଯିବ ଏସିଆ କପ୍ । ପ୍ରଥମେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଆଇସିସି ଓ ବିସିସିଆଇକୁ ନାଲି ଆଖି ଦେଖାଇଥିଲା। କିନ୍ତୁ ଏଥିରୁ ପିସିବିକୁ କୌଣସି ପ୍ରକାରର ଫାଇଦା ମିଳିନି ବରଂ ନିରାଶାର […]
ନୂଆଦିଲ୍ଲୀ : ଏସିଆ କପ୍ର ଆୟୋଜକ ପାକିସ୍ତାନ ସବୁଆଡ଼ୁ ନିରାଶ ହେବା ପରେ ଔଷଧ ବିକଳରେ ତାଟିଆ କାମୁଡୁଥିବା ବେଳେ ଲାଗିଛି ବଡ ଝଟକା। ବହୁଦିନର ଛକାପଞ୍ଝା ପରେ ଏସିଆ କପକୁ ନେଇ ଆସିଛି ବଡ ଖବର । ଏଥର ହାଇବ୍ରିଡ୍ ମଡେଲରେ ଖେଳାଯିବ ଏସିଆ କପ୍ । ପ୍ରଥମେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଆଇସିସି ଓ ବିସିସିଆଇକୁ ନାଲି ଆଖି ଦେଖାଇଥିଲା। କିନ୍ତୁ ଏଥିରୁ ପିସିବିକୁ କୌଣସି ପ୍ରକାରର ଫାଇଦା ମିଳିନି ବରଂ ନିରାଶାର ସାମ୍ନା କରିଛି ପାକିସ୍ତାନ।
ଆଜି ଏସିଆ କପ୍ ୨୦୨୩ ର ତାରିଖ ଘୋଷଣା କରାଯାଇଛି। ଏସୀୟ କ୍ରିକେଟ୍ ପରିଷଦ ଏହି ସୂଚନା ଦେଇଛି। ଏହି ଟୁର୍ନାମେଣ୍ଟ ଅଗଷ୍ଟ ୩୧ ରୁ ସେପ୍ଟେମ୍ବର ୧୭ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭାରତ, ପାକିସ୍ଥାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଏବଂ ନେପାଳର ଦଳ ମୋଟ ୧୩ ଟି ମ୍ୟାଚ୍ ଖେଳିବେ। ଏହି ଟୁର୍ନାମେଣ୍ଟ ଏଥର ହାଇବ୍ରିଡ ମଡେଲରେ ଆୟୋଜିତ ହେବ, ଯେଉଁଥିରେ ପାକିସ୍ତାନରେ ମାତ୍ର ଚାରିଟି ମ୍ୟାଚ୍ ଖେଳାଯିବ ଏବଂ ଅବଶିଷ୍ଟ ୯ ଟି ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବ। ଆଇସିସି ସିଇଓ ଜେଓଫ୍ ଏଲର୍ଡିସ୍ ଏବଂ ଚେୟାରମ୍ୟାନ୍ ଗ୍ରେଗ୍ ବାର୍କେଲ, ପିସିବି ଅଧ୍ୟକ୍ଷ ନଜର ସେଠୀଙ୍କ ସହ ମିଶି ଏନେଇ ନିଷ୍ପତ୍ତି ନେଇଥିଲେ । ଯାହା ପରେ ଏସିଆ କପ୍ ହାଇବ୍ରିଡ୍ ମଡେଲରେ ଖେଳାଯିବ ବୋଲି ଜଣାପଡିଛି । ତେବେ ଏଥର ଏସିଆ କପ୍ ଆୟୋଜନ ପାକିସ୍ତାନ ପାଖରେ ଥିଲା । ହେଲେ ଟିମ୍ ଇଣ୍ଡିଆ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ଯିବାକୁ ମନା କରିଦେଇଥିଲା । ଯାହା ପରେ ଏହି ପ୍ରସଙ୍ଗକୁ ନେଇ ବିବାଦ ଠିଆ ହେଇଥିଲା । ତେବେ ବହୁ ବାଦ୍ ବିବାଦ ପରେ ଏବେ ହାଇବ୍ରିଡ୍ ମଡେଲରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବାକୁ ନିଷ୍ପତ୍ତି ହେଇଛି ।
Dates and venues have been finalised for the Asia Cup 2023! The tournament will be held from 31st August to 17th September in a hybrid model – with 4 matches being held in Pakistan and the rest in Sri Lanka! https://t.co/bvkfSSAp9w#AsiaCup #ACC
ଆହୁରି ପଢ଼ନ୍ତୁ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬: ପାରା ପାୱାରଲିଫ୍ଟିଂରେ ଇତିହାସ ରଚିଲେ ଝଣ୍ଡୁ କୁମାର, ଭାରତକୁ ମିଳିଲା ପ୍ରଥମ ପଦକ— AsianCricketCouncil (@ACCMedia1) June 15, 2023
ଚଳିତ ବର୍ଷ ଏସିଆ କପ୍ ଦିନିକିଆ ଫର୍ମାଟରେଖେଳାଯିବ । ଯେଉଁଥିରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ଆଫଗାନିସ୍ତାନ, ବାଂଲାଦେଶ ସହିତ ନେପାଳ ଭାଗନେବେ । ଏଥି ସହିତ ଟୁର୍ନାମେଣ୍ଟରେ ସମସ୍ତ ଦଳକୁ ଦୁଇଟି ଗ୍ରୁପ୍ରେ ଭାଗ କରାଯାଇଛି। ଭାରତ, ପାକିସ୍ତାନ ଏବଂ ନେପାଳ ଗୋଟିଏ ଗ୍ରୁପରେ ଥିବାବେଳେ,ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ବାଂଲାଦେଶ ଅନ୍ୟ ଗୋଟିଏ ଗ୍ରୁପରେ ରହିଛନ୍ତି । ଲିଗ୍ ମ୍ୟାଚ୍ ଖେଳି ଦୁଇଟି ଗ୍ରୁପରୁ ଦୁଇଟି ଲେଖାଏଁ ଟିମ୍ ସୁପର-୪ରେ ପହଞ୍ଚିବେ । ସୁପର-୪ରେ ରାଉଣ୍ଡ ରବିନ୍ ଫର୍ମାଟରେ ମୋଟ ୬ଟି ମ୍ୟାଚ୍ ଖେଳାଯିବ । ଏହାପରେ ସେଠାରୁ ଶ୍ରେଷ୍ଠ ଦୁଇଟି ଟିମ୍ ଫାଇନାଲ ଖେଳିବେ । ଫାଇନାଲ ମ୍ୟାଚ ମଧ୍ୟ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ।
ଏସିଆ କପର ଆୟୋଜକ ପାକିସ୍ତାନକୁ ଲାଗିଲା ବଡ଼ ଝଟକା : ଶ୍ରୀଲଙ୍କାରେ ଖେଳାଯିବ ମ୍ୟାଚ୍, ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧୭ ଯାଏଁ ଖେଳାଯିବ ମ୍ୟାଚ୍
ନୂଆଦିଲ୍ଲୀ : ଏସିଆ କପ୍ର ଆୟୋଜକ ପାକିସ୍ତାନ ସବୁଆଡ଼ୁ ନିରାଶ ହେବା ପରେ ଔଷଧ ବିକଳରେ ତାଟିଆ କାମୁଡୁଥିବା ବେଳେ ଲାଗିଛି ବଡ ଝଟକା। ବହୁଦିନର ଛକାପଞ୍ଝା ପରେ ଏସିଆ କପକୁ ନେଇ ଆସିଛି ବଡ ଖବର । ଏଥର ହାଇବ୍ରିଡ୍ ମଡେଲରେ ଖେଳାଯିବ ଏସିଆ କପ୍ । ପ୍ରଥମେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଆଇସିସି ଓ ବିସିସିଆଇକୁ ନାଲି ଆଖି ଦେଖାଇଥିଲା। କିନ୍ତୁ ଏଥିରୁ ପିସିବିକୁ କୌଣସି ପ୍ରକାରର ଫାଇଦା ମିଳିନି ବରଂ ନିରାଶାର ସାମ୍ନା କରିଛି ପାକିସ୍ତାନ।
ଆଜି ଏସିଆ କପ୍ ୨୦୨୩ ର ତାରିଖ ଘୋଷଣା କରାଯାଇଛି। ଏସୀୟ କ୍ରିକେଟ୍ ପରିଷଦ ଏହି ସୂଚନା ଦେଇଛି। ଏହି ଟୁର୍ନାମେଣ୍ଟ ଅଗଷ୍ଟ ୩୧ ରୁ ସେପ୍ଟେମ୍ବର ୧୭ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭାରତ, ପାକିସ୍ଥାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଏବଂ ନେପାଳର ଦଳ ମୋଟ ୧୩ ଟି ମ୍ୟାଚ୍ ଖେଳିବେ। ଏହି ଟୁର୍ନାମେଣ୍ଟ ଏଥର ହାଇବ୍ରିଡ ମଡେଲରେ ଆୟୋଜିତ ହେବ, ଯେଉଁଥିରେ ପାକିସ୍ତାନରେ ମାତ୍ର ଚାରିଟି ମ୍ୟାଚ୍ ଖେଳାଯିବ ଏବଂ ଅବଶିଷ୍ଟ ୯ ଟି ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବ। ଆଇସିସି ସିଇଓ ଜେଓଫ୍ ଏଲର୍ଡିସ୍ ଏବଂ ଚେୟାରମ୍ୟାନ୍ ଗ୍ରେଗ୍ ବାର୍କେଲ, ପିସିବି ଅଧ୍ୟକ୍ଷ ନଜର ସେଠୀଙ୍କ ସହ ମିଶି ଏନେଇ ନିଷ୍ପତ୍ତି ନେଇଥିଲେ । ଯାହା ପରେ ଏସିଆ କପ୍ ହାଇବ୍ରିଡ୍ ମଡେଲରେ ଖେଳାଯିବ ବୋଲି ଜଣାପଡିଛି । ତେବେ ଏଥର ଏସିଆ କପ୍ ଆୟୋଜନ ପାକିସ୍ତାନ ପାଖରେ ଥିଲା । ହେଲେ ଟିମ୍ ଇଣ୍ଡିଆ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ଯିବାକୁ ମନା କରିଦେଇଥିଲା । ଯାହା ପରେ ଏହି ପ୍ରସଙ୍ଗକୁ ନେଇ ବିବାଦ ଠିଆ ହେଇଥିଲା । ତେବେ ବହୁ ବାଦ୍ ବିବାଦ ପରେ ଏବେ ହାଇବ୍ରିଡ୍ ମଡେଲରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବାକୁ ନିଷ୍ପତ୍ତି ହେଇଛି ।
Dates and venues have been finalised for the Asia Cup 2023! The tournament will be held from 31st August to 17th September in a hybrid model – with 4 matches being held in Pakistan and the rest in Sri Lanka! https://t.co/bvkfSSAp9w#AsiaCup #ACC
— AsianCricketCouncil (@ACCMedia1) June 15, 2023