କ୍ରିକେଟପ୍ରେମୀଙ୍କ ପାଇଁ ଖୁସିଖବର : ଏସିଆ କପ୍ ୨୦୨୨ରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ

The Sakala Picture
Published On

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୨ କାର୍ଯ୍ୟସୂଚୀ ଜାରି ହୋଇଛି । ବିସିସିଆଇ ସଚିବ ତଥା ଏସୀୟ କ୍ରିକେଟ୍ ପରିଷଦର ସଭାପତି ଜୟ ଶାହା ସୋସିଆଲ ମିଡିଆରେ ଟୁର୍ଣ୍ଣାମେଣ୍ଟର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଜାରି କରିଛନ୍ତି। ଚଳିତ ମାସ ଶେଷ ଅର୍ଥାତ ଅଗଷ୍ଟ ୨୭ ରୁ ୟୁଏଇରେ ଆରମ୍ଭ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ଭାରତ ତା’ର ଅଭିଯାନ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ଆରମ୍ଭ କରିବ । ଏହି ହାଇ ଭୋଲଟେଜ ମୁକାବିଲା ଅଗଷ୍ଟ ୨୮ରେ ଦୁବାଇରେ ଖେଳାଯିବ । […]

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୨ କାର୍ଯ୍ୟସୂଚୀ ଜାରି ହୋଇଛି । ବିସିସିଆଇ ସଚିବ ତଥା ଏସୀୟ କ୍ରିକେଟ୍ ପରିଷଦର ସଭାପତି ଜୟ ଶାହା ସୋସିଆଲ ମିଡିଆରେ ଟୁର୍ଣ୍ଣାମେଣ୍ଟର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଜାରି କରିଛନ୍ତି। ଚଳିତ ମାସ ଶେଷ ଅର୍ଥାତ ଅଗଷ୍ଟ ୨୭ ରୁ ୟୁଏଇରେ ଆରମ୍ଭ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ଭାରତ ତା’ର ଅଭିଯାନ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ଆରମ୍ଭ କରିବ । ଏହି ହାଇ ଭୋଲଟେଜ ମୁକାବିଲା ଅଗଷ୍ଟ ୨୮ରେ ଦୁବାଇରେ ଖେଳାଯିବ । ଉଭୟ ଦଳକୁ ଗ୍ରୁପ୍ ଏ’ରେ ସ୍ଥାନ ପାଇଛନ୍ତି । ଗ୍ରୁପ୍ ଏ’ରେ ମୋଟ ତିନୋଟି ଦଳ ଅଛନ୍ତି । ଭାରତ ଏବଂ ପାକିସ୍ତାନ ବ୍ୟତୀତ ଯୋଗ୍ୟତା ପର୍ଯ୍ୟାୟର ବିଜୟୀ ଦଳ ଏହି ଗ୍ରୁପରେ ସାମିଲ ହେବ । ଗ୍ରୁପ୍ ବି’ରେ ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ବାଂଲାଦେଶ ରହିଛନ୍ତି ।

ଆହୁରି ପଢ଼ନ୍ତୁ: ଫିଫା ବିଶ୍ୱକପ୍‌ ୨୦୨୬: ଇଂଲଣ୍ଡ, କଲୋମ୍ବିଆ ଏବଂ ଘାନା ବିଜୟୀ; ପର୍ତ୍ତୁଗାଲର ଚମକହୀନ ପ୍ରଦର୍ଶନ

ଆହୁରି ପଢ଼ନ୍ତୁ: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଖୁବଶୀଘ୍ର ଘୋଷଣା ହେବ ଭାରତୀୟ ଦଳ, ବିରାଟ କୋହଲିଙ୍କ ଫିଟନେସକୁ ନେଇ ଆସିଲା ବଡ଼ ଖବର

ଏସିଆ କପ୍ ଅଗଷ୍ଟ ୨୭ ରୁ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଟି-୨୦ ଫର୍ମାଟରେ ଖେଳାଯିବ । ୧୯୮୪ ରେ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟ ୨୦୧୪ ପର୍ଯ୍ୟନ୍ତ ୫୦ ଓଭର ଫର୍ମାଟରେ ଖେଳାଯାଇଥିଲା । ତା’ପରେ ୨୦୧୬ରେ ଟି-୨୦ ବିଶ୍ୱକପ ଯୋଗୁଁ ଏହା ଟି-୨୦ ଫର୍ମାଟରେ ଖେଳାଯାଇଥିଲା । ୨୦୧୬ରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଭାରତୀୟ ଦଳ ଚାମ୍ପିୟନ ହୋଇଥିଲା । ପୁଣି ୨୦୧୮ ରେ ପୁଣି ଥରେ ଏହି ଟୁର୍ନାମେଣ୍ଟ ଦିନିକିଆ ଫର୍ମାଟରେ ଖେଳାଯାଇଥିଲା ଏବଂ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ରେକର୍ଡ ସପ୍ତମ ଥର ଚାମ୍ପିୟନ ହୋଇଥିଲା । ଚଳିତ ବର୍ଷ ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେଉଥିବାରୁ ଏସିଆ କପ୍ ପୁଣି ଥରେ ଟି-୨୦ ଫର୍ମାଟରେ ଖେଳାଯିବ।

ଆହୁରି ପଢ଼ନ୍ତୁ: ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ କପିଲ ଦେବଙ୍କ ଆହ୍ୱାନ: 'ସେ ୨୦-୨୨ ବର୍ଷର ହେବା ପରେ ଆମେ ବିଚାର କରିବୁ'

ଭାରତ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟର ୧୩ଟି ସଂସ୍କରଣରେ ଅଂଶଗ୍ରହଣ କରିଛି ଏବଂ ସର୍ବାଧିକ ୭ ଥର ଚାମ୍ପିୟନ ହୋଇଛି । ଏହା ବ୍ୟତୀତ ଟିମ୍ ଇଣ୍ଡିଆ ମଧ୍ୟ ୩ ଥର ରନର୍ ଅପ୍ ହୋଇଛି। ଭାରତ ପରେ ଶ୍ରୀଲଙ୍କା ଦ୍ୱିତୀୟ ସ୍ଥାନରେ ରହିଛି। ଶ୍ରୀଲଙ୍କା ଦଳ ପାଞ୍ଚ ଥର ଚାମ୍ପିୟନ ହୋଇଛି ଏବଂ ୬ ଥର ଉପବିଜେତା ହୋଇଛି। ପାକିସ୍ତାନ ଦଳ ଦୁଇଥର ଟାଇଟଲ ଜିତିଛି ଏବଂ ଦୁଇଥର ରନର୍ ଅପ୍ ହୋଇଛି। ଆସନ୍ତା ବର୍ଷ ପୁଣି ଏହି ଟୁର୍ନାମେଣ୍ଟ ଦିନିକିଆ ଫର୍ମାଟକୁ ଫେରିବ । ଏଥର ଏସିଆ କପ୍ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାର ଥିଲା । ତେବେ ଆର୍ଥିକ ଓ ରାଜନୈତିକ ସଙ୍କଟ ଯୋଗୁଁ ଶ୍ରୀଲଙ୍କାରୁ ଏହି ଟୁର୍ଣ୍ଣାମେଣ୍ଟକୁ ୟୁଏଇକୁ ସ୍ଥାନାନ୍ତର କରାଯାଇଥିଲା ।

02 Aug 2022 By The Sakala

କ୍ରିକେଟପ୍ରେମୀଙ୍କ ପାଇଁ ଖୁସିଖବର : ଏସିଆ କପ୍ ୨୦୨୨ରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୨ କାର୍ଯ୍ୟସୂଚୀ ଜାରି ହୋଇଛି । ବିସିସିଆଇ ସଚିବ ତଥା ଏସୀୟ କ୍ରିକେଟ୍ ପରିଷଦର ସଭାପତି ଜୟ ଶାହା ସୋସିଆଲ ମିଡିଆରେ ଟୁର୍ଣ୍ଣାମେଣ୍ଟର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଜାରି କରିଛନ୍ତି। ଚଳିତ ମାସ ଶେଷ ଅର୍ଥାତ ଅଗଷ୍ଟ ୨୭ ରୁ ୟୁଏଇରେ ଆରମ୍ଭ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ଭାରତ ତା’ର ଅଭିଯାନ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ଆରମ୍ଭ କରିବ । ଏହି ହାଇ ଭୋଲଟେଜ ମୁକାବିଲା ଅଗଷ୍ଟ ୨୮ରେ ଦୁବାଇରେ ଖେଳାଯିବ । ଉଭୟ ଦଳକୁ ଗ୍ରୁପ୍ ଏ’ରେ ସ୍ଥାନ ପାଇଛନ୍ତି । ଗ୍ରୁପ୍ ଏ’ରେ ମୋଟ ତିନୋଟି ଦଳ ଅଛନ୍ତି । ଭାରତ ଏବଂ ପାକିସ୍ତାନ ବ୍ୟତୀତ ଯୋଗ୍ୟତା ପର୍ଯ୍ୟାୟର ବିଜୟୀ ଦଳ ଏହି ଗ୍ରୁପରେ ସାମିଲ ହେବ । ଗ୍ରୁପ୍ ବି’ରେ ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ବାଂଲାଦେଶ ରହିଛନ୍ତି ।

ଏସିଆ କପ୍ ଅଗଷ୍ଟ ୨୭ ରୁ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଟି-୨୦ ଫର୍ମାଟରେ ଖେଳାଯିବ । ୧୯୮୪ ରେ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟ ୨୦୧୪ ପର୍ଯ୍ୟନ୍ତ ୫୦ ଓଭର ଫର୍ମାଟରେ ଖେଳାଯାଇଥିଲା । ତା’ପରେ ୨୦୧୬ରେ ଟି-୨୦ ବିଶ୍ୱକପ ଯୋଗୁଁ ଏହା ଟି-୨୦ ଫର୍ମାଟରେ ଖେଳାଯାଇଥିଲା । ୨୦୧୬ରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଭାରତୀୟ ଦଳ ଚାମ୍ପିୟନ ହୋଇଥିଲା । ପୁଣି ୨୦୧୮ ରେ ପୁଣି ଥରେ ଏହି ଟୁର୍ନାମେଣ୍ଟ ଦିନିକିଆ ଫର୍ମାଟରେ ଖେଳାଯାଇଥିଲା ଏବଂ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ରେକର୍ଡ ସପ୍ତମ ଥର ଚାମ୍ପିୟନ ହୋଇଥିଲା । ଚଳିତ ବର୍ଷ ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେଉଥିବାରୁ ଏସିଆ କପ୍ ପୁଣି ଥରେ ଟି-୨୦ ଫର୍ମାଟରେ ଖେଳାଯିବ।

ଭାରତ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟର ୧୩ଟି ସଂସ୍କରଣରେ ଅଂଶଗ୍ରହଣ କରିଛି ଏବଂ ସର୍ବାଧିକ ୭ ଥର ଚାମ୍ପିୟନ ହୋଇଛି । ଏହା ବ୍ୟତୀତ ଟିମ୍ ଇଣ୍ଡିଆ ମଧ୍ୟ ୩ ଥର ରନର୍ ଅପ୍ ହୋଇଛି। ଭାରତ ପରେ ଶ୍ରୀଲଙ୍କା ଦ୍ୱିତୀୟ ସ୍ଥାନରେ ରହିଛି। ଶ୍ରୀଲଙ୍କା ଦଳ ପାଞ୍ଚ ଥର ଚାମ୍ପିୟନ ହୋଇଛି ଏବଂ ୬ ଥର ଉପବିଜେତା ହୋଇଛି। ପାକିସ୍ତାନ ଦଳ ଦୁଇଥର ଟାଇଟଲ ଜିତିଛି ଏବଂ ଦୁଇଥର ରନର୍ ଅପ୍ ହୋଇଛି। ଆସନ୍ତା ବର୍ଷ ପୁଣି ଏହି ଟୁର୍ନାମେଣ୍ଟ ଦିନିକିଆ ଫର୍ମାଟକୁ ଫେରିବ । ଏଥର ଏସିଆ କପ୍ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାର ଥିଲା । ତେବେ ଆର୍ଥିକ ଓ ରାଜନୈତିକ ସଙ୍କଟ ଯୋଗୁଁ ଶ୍ରୀଲଙ୍କାରୁ ଏହି ଟୁର୍ଣ୍ଣାମେଣ୍ଟକୁ ୟୁଏଇକୁ ସ୍ଥାନାନ୍ତର କରାଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର