ଆଜିଠାରୁ ଏସିଆ କପ୍‍ କ୍ରିକେଟ: ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ ଉଦ୍‍ଘାଟନୀ ମୁକାବିଲା

The Sakala Picture
Published On

ଦୁବାଇ: ଏସିଆ ମହାଦେଶର ସବୁଠାରୁ ବଡ଼ କ୍ରିକେଟ ପ୍ରତିଯୋଗିତା ଏସିଆ କପ୍‍ ଶନିବାରଠାରୁ ୟୁଏଇ’ରେ ଖେଳାଯିବ। ଏଥିରେ ଏସିଆର ୬ଟି ଶ୍ରେଷ୍ଠ ଦେଶ ଅଂଶଗ୍ରହଣ କରୁଥିଲାବେଳେ ସେପ୍ଟେମ୍ବର ୧୧ରେ ଶେଷ ହେବ। ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ଶ୍ରୀଲଙ୍କା ରହିଥିଲେ ମଧ୍ୟ ବିଭିନ୍ନ କାରଣରୁ ଏହାକୁ ୟୁଏଇକୁ ସ୍ଥାନାନ୍ତର କରାଯାଇଛି। ଦୁବାଇ ଓ ଶାରଜା ଦୁଇଟି ଭେନ୍ୟୁରେ ସମସ୍ତ ମ୍ୟାଚ୍‍ ଖେଳାଯିବାର କାର୍ଯକ୍ରମ ରହିଛି। ୭ଥର ଚାମ୍ପିଅନ୍‍ ଭାରତ, ତାହାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ […]

ଦୁବାଇ: ଏସିଆ ମହାଦେଶର ସବୁଠାରୁ ବଡ଼ କ୍ରିକେଟ ପ୍ରତିଯୋଗିତା ଏସିଆ କପ୍‍ ଶନିବାରଠାରୁ ୟୁଏଇ’ରେ ଖେଳାଯିବ। ଏଥିରେ ଏସିଆର ୬ଟି ଶ୍ରେଷ୍ଠ ଦେଶ ଅଂଶଗ୍ରହଣ କରୁଥିଲାବେଳେ ସେପ୍ଟେମ୍ବର ୧୧ରେ ଶେଷ ହେବ। ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ଶ୍ରୀଲଙ୍କା ରହିଥିଲେ ମଧ୍ୟ ବିଭିନ୍ନ କାରଣରୁ ଏହାକୁ ୟୁଏଇକୁ ସ୍ଥାନାନ୍ତର କରାଯାଇଛି। ଦୁବାଇ ଓ ଶାରଜା ଦୁଇଟି ଭେନ୍ୟୁରେ ସମସ୍ତ ମ୍ୟାଚ୍‍ ଖେଳାଯିବାର କାର୍ଯକ୍ରମ ରହିଛି। ୭ଥର ଚାମ୍ପିଅନ୍‍ ଭାରତ, ତାହାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଓ କ୍ୱାଲିଫାୟର ହଂକଂ ଏହି ମହାସମରରେ ଅବତୀର୍ଣ୍ଣ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଟି-୨୦ ବିଶ୍ୱକପ୍ ଜିତାଇବା ପରେ ବି ଦଳରୁ ବିଦା: ନିରବତା ଭାଙ୍ଗିଲେ ସୂର୍ଯ୍ୟକୁମାର ଯାଦବ, କହିଲେ- 'ମୁଁ ଭାବୁଥିଲି ଏମିତି କେମିତି ହୋଇପାରିବ?'

ଅଷ୍ଟ୍ରେଲିଆରେ ଚଳିତବର୍ଷ ଅକ୍ଟୋବର ମାସରେ ଖେଳାଯିବ ଟି-୨୦ ବିଶ୍ୱକପ୍‍। ଏଣୁ ଏଥର ଏହି ଟୁର୍ଣ୍ଣାମେଣ୍ଟକୁ ମଧ୍ୟ ବିଶ୍ୱକପ୍‍ ଫର୍ମାଟରେ ଖେଳାଯିବାକୁ ନିଷ୍ପତ୍ତି ହୋଇଛି। ଦୀର୍ଘ ୬ ବର୍ଷ ପରେ ଏସିଆର ସର୍ବବୃହତ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଖେଳାଯାଉଥିବାରୁ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ସମର୍ଥକଙ୍କ ମଧ୍ୟରେ ଉତ୍କଣ୍ଠା ଭରି ରହିଛି। ଏଥର ୬ଟି ଅଂଶଗ୍ରହଣକାରୀ ଦଳକୁ ୨ଟି ଗ୍ରୁପ୍‍ରେ ଭାଗ କରାଯାଇଛି। ଗ୍ରୁପ-ଏ’ରେ ଭାରତ ଓ ପାକିସ୍ତାନ ସହ କ୍ୱାଲିଫାୟର ହଂକଂ ସ୍ଥାନ ପାଇଛି। ଗ୍ରୁପ୍‍-ବି’ରେ ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନକୁ ସ୍ଥାନ ମିଳିଛି। ଗ୍ରୁପ୍‍ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ଅନ୍ୟ ସହ ଥରେ ଲେଖାଏଁ ମ୍ୟାଚ୍‍ ଖେଳିବେ। ଏହା ମଧ୍ୟରୁ ପ୍ରତ୍ୟେକ ଗ୍ରୁପ୍‍ର ଦୁଇ ଶ୍ରେଷ୍ଠ ଦଳ ସୁପର-ଫୋର’ରେ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ। ସୁପର-ଫୋରରେ ପ୍ରତ୍ୟେକ ଦଳ ଅନ୍ୟ ସହ ଥରେ ଲେଖାଏଁ ରାଉଣ୍ଡ ରବିନ ଲିଗ୍‍ ଫର୍ମାଟରେ ଖେଳିବେ। ଏଥିରେ ଯେଉଁ ଦୁଇଟି ଦଳ ସର୍ବାଧିକ ପଏଣ୍ଟ ହାସଲ କରିବେ, ସେହି ଦୁଇ ଦଳ ସେପ୍ଟେମ୍ବର ୧୧ରେ ଟାଇଟଲ ଲାଗି ଲଢ଼େଇ କରିବେ।

ଆହୁରି ପଢ଼ନ୍ତୁ: ଆହତ କାରଣରୁ ଏସୀୟ କ୍ରୀଡ଼ା ଓ ଡାଇମଣ୍ଡ ଲିଗ୍ ଫାଇନାଲରୁ ବାଦ୍ ପଡ଼ିଲେ ଷ୍ଟାର ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରା

ଆହୁରି ପଢ଼ନ୍ତୁ: ଫୁଟବଲରୁ ଲିଓନେଲ୍ ମେସିଙ୍କ ଅବସର ଘୋଷଣା: ୨୦ ବର୍ଷର ଐତିହାସିକ କ୍ୟାରିୟରରେ ପଡିଲା ପୂର୍ଣ୍ଣଚ୍ଛେଦ

ଏହି ଟୁର୍ଣ୍ଣାମେଣ୍ଟ ଟି-୨୦ ବିଶ୍ୱକପ୍‍ ଲାଗି ଚୂଡାନ୍ତ ଖେଳାଳି ଚୟନ କରିବାକୁ ବହୁତ ବଡ଼ ସୁଯୋଗ ଦେଇଛି। ଏଥିରେ ଭାଗ ନେଇଥିବା ରାଷ୍ଟ୍ର ଭାରତ ହେଉ କିମ୍ବା ଆଫଗାନିସ୍ତାନ ସମସ୍ତଙ୍କ ନିକଟରେ ଅନ୍ୟକୁ ଧରାଶାୟୀ କରିବାର ଦକ୍ଷତା ରହିଛି। ଏଣୁ ଏଥିରେ କାହାକୁ ଶକ୍ତିଶାଳୀ କିମ୍ବା ଅନ୍ୟ କାହାକୁ ଦୁର୍ବଳ କହିବା କଷ୍ଟକର। ଏଣୁ ପ୍ରତିଯୋଗିତାଟି ନିଶ୍ଚିତଭାବେ ପ୍ରତିଦ୍ୱନ୍ଦ୍ୱିତାମୂଳକ ହେବ। ଏବେ ସମସ୍ତ ଦେଶରେ ନିଜସ୍ୱ ଟି-୨୦ ଲିଗ୍‍ ଆୟୋଜନ କରାଯାଉଛି। ଏଥିରେ ଅଂଶଗ୍ରହଣ କରି ଖେଳାଳିମାନେ ବେଶ ଅଭିଜ୍ଞତା ହାସଲ କରିଛନ୍ତି। ଏଣୁ ସେମାନଙ୍କୁ ଟିକିଏ ଭାଗ୍ୟ ସହାୟତା କଲେ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ ମ୍ୟାଚ୍‍ ଜିତିବା ସହଜ ହୋଇଯିବ।

ଏହି ଟୁର୍ଣ୍ଣାମେଣ୍ଟର ଦୁଇ ପାରମ୍ପରିକ ଦଳ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ବେଶ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି। ଉଭୟ ଦେଶ ସେମାନଙ୍କ ଖେଳରେ ଅନେକ ପରିବର୍ତ୍ତନ ଆଣିଛନ୍ତି। ଗତ ୧୨ ମାସରେ ପାକିସ୍ତାନର ଉନ୍ନତି ଅନ୍ୟ ସମସ୍ତ ଦେଶ ପ୍ରତି ଚେତାବନୀ ସଦୃଶ। ଏହା ମଧ୍ୟରେ ଭାରତର ଅତ୍ୟଧିକ ଆକ୍ରମଣାତ୍ମକ ଖେଳ ମଧ୍ୟ ବେଶ ଚର୍ଚ୍ଚାରେ ରହିଛି। ଶ୍ରୀଲଙ୍କା ହେଉ କିମ୍ବା ବାଂଲାଦେଶ ଏମାନେ ଯେ କୌଣସି ଦେଶକୁ ହରାଇବାର କ୍ଷମତାର ଅଧିକାରୀ ହୋଇଛନ୍ତି।

ଶନିବାର ଉଦ୍‍ଘାଟନୀ ମୁକାବିଲା ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ। ଗ୍ରୁପ-ବି’ରେ ଏହି ମ୍ୟାଚ୍‍ର ଦୁଇ ସପ୍ତାହଧରି ରୋମାଞ୍ଚକ କ୍ରିକେଟ ମୁକାବିଲା ଦେଖିବାକୁ ମିଳିବ। ଭାରତୀୟ ସମୟ ରାତି ୭ଟା ୩୦ରେ ସମସ୍ତ ମ୍ୟାଚ୍‍ ଖେଳାଯିବ ଏବଂ ଷ୍ଟାର ସ୍ପୋର୍ଟ୍ସରେ ମ୍ୟାଚ୍‍ର ସିଧାସଳଖ ଧାରାବିବରଣୀ ପ୍ରସାରଣ କରାଯିବ।

ଖେଳ ଆରମ୍ଭ: ରାତି ୭ଟା ୩୦

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର