ଏସିଆ କପ ୨୦୨୨: ଶ୍ରୀଲଙ୍କାକୁ ୧୭୪ ରନର ଟାର୍ଗେଟ ଦେଲା ଭାରତ

The Sakala Picture
Published On

ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏସିଆ କପ ୨୦୨୨ ସୁପର-୪ର ତୃତୀୟ ମୁକାବିଲା ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ସୁପର-୪ର ଏହି ମୁକାବିଲାରେ ଶ୍ରୀଲଙ୍କା ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତୀୟ ଟିମ ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୧୭୩ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଶ୍ରୀଲଙ୍କାକୁ ୧୭୪ ରନର ଆବଶ୍ୟକତା ରହିଛି। ପ୍ରାରମ୍ଭିକ ପର୍ଯ୍ଯାୟରେ ଭାରତର ବ୍ୟାଟିଂ ବିପର୍ଯ୍ଯୟ ହୋଇଥିଲା । ଲୋକେସ ରାହୁଲ […]

ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏସିଆ କପ ୨୦୨୨ ସୁପର-୪ର ତୃତୀୟ ମୁକାବିଲା ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ସୁପର-୪ର ଏହି ମୁକାବିଲାରେ ଶ୍ରୀଲଙ୍କା ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତୀୟ ଟିମ ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୧୭୩ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଶ୍ରୀଲଙ୍କାକୁ ୧୭୪ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ପ୍ରାରମ୍ଭିକ ପର୍ଯ୍ଯାୟରେ ଭାରତର ବ୍ୟାଟିଂ ବିପର୍ଯ୍ଯୟ ହୋଇଥିଲା । ଲୋକେସ ରାହୁଲ ୭ ବଲରେ ୬ ରନ କରି ଆଉଟ ହୋଇଥିବା ବେଳେ ବିରାଟ କୋହଲି ଖାତା ଖୋଲି ପାରି ନ ଥିଲେ। ଏହା ପରେ ରୋହିତ ଶର୍ମା ଏକ ଅଧିନାୟକ ପାରି ଖେଳିଥିଲେ। ୪୧ ବଲରେ ୭୧ ରନ କରି ରୋହିତ ଶର୍ମା ଆଉଟ ହୋଇଥିବା ବେଳେ ସୂର୍ଯ୍ଯକୁମାର ଯାଦବ ୨୯ ବଲରେ ୩୪ ରନ କରି ଆଉଟ ହୋଇଥିଲେ। ଏହା ପରେ ପାରିକୁ ଋଷଭ ପନ୍ତ ଓ ହାର୍ଦ୍ଧିକ ପାଣ୍ଡ୍ୟା ସମ୍ଭାଳିଥିଲେ। ହାର୍ଦ୍ଧିକ ପାଣ୍ଡ୍ୟା ୧୩ ବଲରେ ୧୭ ରନ କରି ଆଉଟ ହୋଇଥିଲେ। ପରେ ଦୀପକ ହୁଡ୍ଡା ପାରିକୁ ସମ୍ଭାଳିଥିଲେ। ଋଷଭ ପନ୍ତ  ୧୩ ବଲରେ ୧୭ ରନ କରି ଆଉଟ ହୋଇଥିଲେ। ଦୀପକ ହୁଡ୍ଡା ୪ ବଲରେ ୩ ରନ କରି ଆଉଟ ହୋଇଥିଲେ। ପରେ ଭୁବେନଶ୍ବର କୁମାର ଶୂନରେ ଆଉଟ ହୋଇଥିଲେ।  ରବିଚନ୍ଦ୍ରନ ଅଶ୍ବିନ ୭ ବଲରେ ୧୫ ଓ ଅର୍ଶଦୀପ ସିଂ ୧ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଶ୍ରୀଲଙ୍କା ପକ୍ଷରୁ ଦିଲସାନ ମଧୁସଙ୍କା ୩ଟି ୱିକେଟ ନେଇଥିବା ବେଳେ । ଦାଶୁନ୍‌ ସନାକା ଓ  ଚାମିକା କରୁଣାରତ୍ନେ ୨ଟି ଲେଖାଏଁ ୱିକେଟ ନେଇଥିଲେ। ସେହିପରି ମହେଶ ଥିକସାନା ଗୋଟିଏ  ୱିକେଟ ନେଇଥିଲା।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର