ଟିମ୍ ଇଣ୍ଡିଆ ପାଇଁ ୧୩୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ

Madhusudan Das Picture
Published On

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ବିଜୟ ପରେ ଟିମ୍ ଇଣ୍ଡିଆ ପାଇଁ ୧୩୧ କୋଟି ଟଙ୍କାର ଏକ ବିଶାଳ ଆର୍ଥିକ ପୁରସ୍କାର ଘୋଷଣା କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ନିଜ ଘରୋଇ ମାଟିରେ ଟି-୨୦ ବିଶ୍ୱକପ୍ ଟାଇଟଲ୍ ବଜାୟ ରଖିବାରେ ସଫଳ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ଇତିହାସରେ ନିଜ ଟାଇଟଲ୍ ବଜାୟ ରଖିବାରେ ଭାରତ ବିଶ୍ୱର ପ୍ରଥମ ଦଳ ପାଲଟିଛି। କେବଳ ସେତିକି ନୁହେଁ, ଏହି ବିଜୟ ସହ ଭାରତ ରେକର୍ଡ ତୃତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍ ଜିତିଛି। ଏହାପୂର୍ବରୁ ୨୦୨୪ ମସିହାରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ବିଶ୍ୱକପ୍ ଜିତିବା ପରେ ବିସିସିଆଇ ଭାରତୀୟ ଦଳକୁ ୧୨୫ କୋଟି ଟଙ୍କା ପୁରସ୍କାର ପ୍ରଦାନ କରିଥିଲା। ଏଥର ଏହି ପୁରସ୍କାର ରାଶିରେ ଆହୁରି ୬ କୋଟି ଟଙ୍କା ବୃଦ୍ଧି କରାଯାଇଛି। 

ଆହୁରି ପଢ଼ନ୍ତୁ: ସ୍ମୃତି ମନ୍ଧାନା ରଚିଲେ ଇତିହାସ, ଭାଙ୍ଗିଲେ ରୋହିତ ଶର୍ମାଙ୍କ ଟି-୨୦ ରେକର୍ଡ

ବିସିସିଆଇ ବ୍ୟତୀତ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପକ୍ଷରୁ ମଧ୍ୟ ବିଜେତା ଦଳକୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି। ଫାଇନାଲ୍ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୯୬ ରନରେ ପରାସ୍ତ କରିବା ପରେ ଭାରତୀୟ ଦଳକୁ ଆଇସିସି ତରଫରୁ ୨.୩୪ ନିୟୁତ ଆମେରିକୀୟ ଡଲାର (ପ୍ରାୟ ୨୧.୫ କୋଟି ଟଙ୍କା) ପୁରସ୍କାର ସ୍ୱରୂପ ମିଳିଛି। ସେହିପରି ରନର୍ସ-ଅପ୍ ହୋଇଥିବା ନ୍ୟୁଜିଲାଣ୍ଡ ଦଳକୁ ୧.୧୭ ନିୟୁତ ଡଲାର (ପ୍ରାୟ ୧୦.୭୫ କୋଟି ଟଙ୍କା) ମିଳିଛି।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୬: ଧୋନିଙ୍କ ଆହତ ସମସ୍ୟାର ଅପଡେଟ୍, କେବେ ପଡ଼ିଆକୁ ଫେରିବେ ମାହି?

ବିଶ୍ୱକପ୍ ଟାଇଟଲ୍ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନିର୍ଦ୍ଧାରିତ ଓଭରରେ ୫ ୱିକେଟ୍ ହରାଇ ୨୫୩ ରନର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା, ଯାହାକି ଟି-୨୦ ବିଶ୍ୱକପ୍ ଫାଇନାଲ୍ ଇତିହାସରେ ଏକ ରେକର୍ଡ। ଭାରତ ପକ୍ଷରୁ ସଞ୍ଜୁ ସାମସନ୍ ଏକ ବିସ୍ଫୋରକ ଇନିଂସ୍ ଖେଳି ୮୯ ରନ୍ ସଂଗ୍ରହ କରିଥିଲେ। ଏହାପରେ ବୋଲିଂରେ ମଧ୍ୟ ଭାରତୀୟ ଖେଳାଳିଙ୍କ ଦବଦବା ଦେଖିବାକୁ ମିଳିଥିଲା। ତାରକା ବୋଲର ଯଶପ୍ରୀତ ବୁମରା ମାତ୍ର ୧୪ ରନ୍ ଦେଇ ୪ଟି ୱିକେଟ୍ ଅକ୍ତିଆର କରି ନ୍ୟୁଜିଲାଣ୍ଡର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଚମତ୍କାର ପ୍ରଦର୍ଶନ ପାଇଁ ବୁମରାଙ୍କୁ 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ଘୋଷଣା କରାଯାଇଥିବା ବେଳେ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟର ୫ଟି ଇନିଂସରେ ୩୨୧ ରନ୍ ସଂଗ୍ରହ କରିଥିବା ସଞ୍ଜୁ ସାମସନ୍‌ଙ୍କୁ 'ପ୍ଲେୟାର ଅଫ୍ ଦି ସିରିଜ୍' ପୁରସ୍କାର ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: ମ୍ୟାଚ୍ ବିଜୟୀ ପ୍ରଦର୍ଶନ ପରେ ଗୁଜରାଟର ଶିକ୍ଷା ମନ୍ତ୍ରୀଙ୍କୁ ପୁରସ୍କାର ଉତ୍ସର୍ଗ କଲେ ରବୀନ୍ଦ୍ର ଜାଡେଜା

10 Mar 2026 By Madhusudan Das

ଟିମ୍ ଇଣ୍ଡିଆ ପାଇଁ ୧୩୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ବିଜୟ ପରେ ଟିମ୍ ଇଣ୍ଡିଆ ପାଇଁ ୧୩୧ କୋଟି ଟଙ୍କାର ଏକ ବିଶାଳ ଆର୍ଥିକ ପୁରସ୍କାର ଘୋଷଣା କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ନିଜ ଘରୋଇ ମାଟିରେ ଟି-୨୦ ବିଶ୍ୱକପ୍ ଟାଇଟଲ୍ ବଜାୟ ରଖିବାରେ ସଫଳ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ଇତିହାସରେ ନିଜ ଟାଇଟଲ୍ ବଜାୟ ରଖିବାରେ ଭାରତ ବିଶ୍ୱର ପ୍ରଥମ ଦଳ ପାଲଟିଛି। କେବଳ ସେତିକି ନୁହେଁ, ଏହି ବିଜୟ ସହ ଭାରତ ରେକର୍ଡ ତୃତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍ ଜିତିଛି। ଏହାପୂର୍ବରୁ ୨୦୨୪ ମସିହାରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ବିଶ୍ୱକପ୍ ଜିତିବା ପରେ ବିସିସିଆଇ ଭାରତୀୟ ଦଳକୁ ୧୨୫ କୋଟି ଟଙ୍କା ପୁରସ୍କାର ପ୍ରଦାନ କରିଥିଲା। ଏଥର ଏହି ପୁରସ୍କାର ରାଶିରେ ଆହୁରି ୬ କୋଟି ଟଙ୍କା ବୃଦ୍ଧି କରାଯାଇଛି। 

ବିସିସିଆଇ ବ୍ୟତୀତ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପକ୍ଷରୁ ମଧ୍ୟ ବିଜେତା ଦଳକୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି। ଫାଇନାଲ୍ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୯୬ ରନରେ ପରାସ୍ତ କରିବା ପରେ ଭାରତୀୟ ଦଳକୁ ଆଇସିସି ତରଫରୁ ୨.୩୪ ନିୟୁତ ଆମେରିକୀୟ ଡଲାର (ପ୍ରାୟ ୨୧.୫ କୋଟି ଟଙ୍କା) ପୁରସ୍କାର ସ୍ୱରୂପ ମିଳିଛି। ସେହିପରି ରନର୍ସ-ଅପ୍ ହୋଇଥିବା ନ୍ୟୁଜିଲାଣ୍ଡ ଦଳକୁ ୧.୧୭ ନିୟୁତ ଡଲାର (ପ୍ରାୟ ୧୦.୭୫ କୋଟି ଟଙ୍କା) ମିଳିଛି।

ବିଶ୍ୱକପ୍ ଟାଇଟଲ୍ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନିର୍ଦ୍ଧାରିତ ଓଭରରେ ୫ ୱିକେଟ୍ ହରାଇ ୨୫୩ ରନର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା, ଯାହାକି ଟି-୨୦ ବିଶ୍ୱକପ୍ ଫାଇନାଲ୍ ଇତିହାସରେ ଏକ ରେକର୍ଡ। ଭାରତ ପକ୍ଷରୁ ସଞ୍ଜୁ ସାମସନ୍ ଏକ ବିସ୍ଫୋରକ ଇନିଂସ୍ ଖେଳି ୮୯ ରନ୍ ସଂଗ୍ରହ କରିଥିଲେ। ଏହାପରେ ବୋଲିଂରେ ମଧ୍ୟ ଭାରତୀୟ ଖେଳାଳିଙ୍କ ଦବଦବା ଦେଖିବାକୁ ମିଳିଥିଲା। ତାରକା ବୋଲର ଯଶପ୍ରୀତ ବୁମରା ମାତ୍ର ୧୪ ରନ୍ ଦେଇ ୪ଟି ୱିକେଟ୍ ଅକ୍ତିଆର କରି ନ୍ୟୁଜିଲାଣ୍ଡର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଚମତ୍କାର ପ୍ରଦର୍ଶନ ପାଇଁ ବୁମରାଙ୍କୁ 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ଘୋଷଣା କରାଯାଇଥିବା ବେଳେ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟର ୫ଟି ଇନିଂସରେ ୩୨୧ ରନ୍ ସଂଗ୍ରହ କରିଥିବା ସଞ୍ଜୁ ସାମସନ୍‌ଙ୍କୁ 'ପ୍ଲେୟାର ଅଫ୍ ଦି ସିରିଜ୍' ପୁରସ୍କାର ପ୍ରଦାନ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp