ଟି-୨୦ ବିଶ୍ୱକପ: ବାଂଲାଦେଶୀ ସାମ୍ବାଦିକଙ୍କ ପାଇଁ କଡ଼ା ଆଭିମୁଖ୍ୟ, ୮୦-୯୦ ଆବେଦନ ଉପରେ ରୋକ୍ ଲଗାଇଲା ଆଇସିସି

Madhusudan Das Picture
Published On

ନୂଆଦିଲ୍ଲୀ: ବାଂଲାଦେଶକୁ ଆଉ ଏକ ଝଟକା ଦେଇଛି ICC । ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ବାଂଲାଦେଶୀ ସାମ୍ବାଦିକଙ୍କ ମିଡିଆ ଆକ୍ରେଡିଟେସନ୍ (ଅନୁମୋଦନ) ପ୍ରକ୍ରିୟାରେ ପରିବର୍ତ୍ତନ କରିଛି। ସୁରକ୍ଷା କାରଣ ଦର୍ଶାଇ ବାଂଲାଦେଶ ଦଳ ଟୁର୍ଣ୍ଣାମେଣ୍ଟରୁ ଓହରିଯାଇଥିବା ବେଳେ ଏବେ ସେଠାକାର ସାମ୍ବାଦିକମାନଙ୍କ ପାଇଁ ନୂଆ ନିୟମାବଳୀ ପ୍ରସ୍ତୁତ କରୁଛି ଆଇସିସି ।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା

ରିପୋର୍ଟ ଅନୁଯାୟୀ, ପ୍ରାୟ ୮୦-୯୦ ଜଣ ବାଂଲାଦେଶୀ ସାମ୍ବାଦିକ ବିଶ୍ୱକପ କଭର୍ କରିବା ପାଇଁ ଆବେଦନ କରିଥିଲେ। ତେବେ ଆଇସିସି ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଯଦି ବାଂଲାଦେଶ ଦଳ ଏହି ଇଭେଣ୍ଟରେ ଭାଗ ନେଇଥାନ୍ତା, ତଥାପି ଏତେ ସଂଖ୍ୟକ ସାମ୍ବାଦିକଙ୍କୁ ସୁଯୋଗ ଦେବା ସମ୍ଭବ ହୋଇନଥାନ୍ତା। ଦେଶ ପିଛା କୋଟା ଅନୁଯାୟୀ ସର୍ବାଧିକ ୪୦ ଜଣଙ୍କୁ ଅନୁମତି ମିଳିବାର ବ୍ୟବସ୍ଥା ରହିଛି। ଅନେକ ବାଂଲାଦେଶୀ ସାମ୍ବାଦିକ ଅଭିଯୋଗ କରିଥିଲେ ଯେ ସେମାନଙ୍କର ଆକ୍ରିଡିଟେସନ୍ ଆବେଦନକୁ ଆଇସିସି ଖାରଜ କରିଦେଇଛି। ଏହାର ଜବାବରେ ଆଇସିସି ସୂତ୍ରରୁ ପ୍ରକାଶ ଯେ, ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ଏବଂ ଅଂଶଗ୍ରହଣକାରୀ ଦଳରେ ପରିବର୍ତ୍ତନ ହୋଇଥିବାରୁ ଏହି ପ୍ରକ୍ରିୟାକୁ ସଂଶୋଧନ କରାଯାଉଛି। 

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ଢାକାରେ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ର ମିଡିଆ ମ୍ୟାନେଜର ଅମଜାଦ ହୋସେନ୍ କହିଛନ୍ତି ଯେ ସେମାନେ ଏହି ବିଷୟରେ ଆଇସିସି ନିକଟରୁ ସ୍ପଷ୍ଟୀକରଣ ମାଗିଛନ୍ତି। ଅନ୍ୟପଟେ କିଛି ବରିଷ୍ଠ ସାମ୍ବାଦିକ ଅଭିଯୋଗ କରିଛନ୍ତି ଯେ ଦୀର୍ଘ ବର୍ଷ ଧରି ବିଶ୍ୱକପ କଭର କରୁଥିବା ସତ୍ତ୍ୱେ ପ୍ରଥମ ଥର ପାଇଁ ସେମାନଙ୍କ ଆବେଦନ ଖାରଜ ହୋଇଛି।

ଆହୁରି ପଢ଼ନ୍ତୁ: ୨୨୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ଇତିହାସ ରଚିଲା ଭାରତ, ସଞ୍ଜୁ ସାମସନ୍‌ଙ୍କ ଧୂଆଁଧାର ବ୍ୟାଟିଂ

ବର୍ତ୍ତମାନ ବାଂଲାଦେଶୀ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନୂତନ ଭାବେ ଆବେଦନ କରିବାକୁ ପଡିବ। ଆଇସିସି ପ୍ରତ୍ୟେକ ଆବେଦନକୁ ବ୍ୟକ୍ତିଗତ ଭାବେ (case-by-case) ଯାଞ୍ଚ କରି ନିଷ୍ପତ୍ତି ନେବ। ସୂଚନାଯୋଗ୍ୟ ଯେ, ବାଂଲାଦେଶ ଓହରିଯିବା ପରେ ସ୍କଟଲ୍ୟାଣ୍ଡକୁ ଟୁର୍ଣ୍ଣାମେଣ୍ଟରେ ସାମିଲ କରାଯାଇଛି ଏବଂ ଆସନ୍ତା ଫେବୃଆରୀ ୭ରୁ ବିଶ୍ୱକପ ଆରମ୍ଭ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର