ଭାରତ-ଦକ୍ଷିଣ ଆଫ୍ରିକା ଶେଷ ଦିନିକିଆ ଆଜି; ଟସ୍‌ ଓ କୁହୁଡ଼ି ହେବ ନିର୍ଣ୍ଣାୟକ...

Deviprasad Mohanty Picture
Published On

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି। ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ ୧୭ ରନ୍‌ରେ ଓ ଦ୍ୱିତୀୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୪ ୱିକେଟରେ ବିଜୟୀ ହେବା ଫଳରେ ସିରିଜ୍‌ ୧-୧ ବରାବର ସ୍ଥିତିରେ ରହିଛି। ଏଠାରେ ଆସନ୍ତାକାଲି ସିରିଜ୍‌ର ତୃତୀୟ ତଥା ନିର୍ଣ୍ଣାୟକ ମୁକାବିଲା ହେବ। ଏଥିରେ ଯେଉଁ ଦଳ ବିଜୟୀ ହେବ ସେହି ଦଳ ୨-୧ ବ୍ୟବଧାନରେ ସିରିଜ୍‌ କବ୍‌ଜା କରିବ। ଏହା ପୂର୍ବରୁ ଖେଳାଯାଇଥିବା ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ ଦକ୍ଷିଣ ଆଫ୍ରିକା ୨-୦ରେ କ୍ଲିନ୍‌ ସୁଇପ୍‌ କରିଥିଲା। ଏଣୁ ଏଠାରେ ଶେଷ ଦିନିକିଆରେ ବିଜୟୀ ହୋଇ ଭାରତ କ୍ରମାଗତ ଦୁଇଟି ସିରିଜ୍‌ ପରାଜୟ ଏଡ଼ାଇବାକୁ ସମସ୍ତ ପ୍ରକାର ଉଦ୍ୟମ କରିବ। ଏହି ମ୍ୟାଚ୍‌ରେ ଟସ୍‌ ଓ କୁହୁଡ଼ି ଯେ ମ୍ୟାଚ୍‌ରେ ଶେଷ ମୁକାବିଲାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ଏଥିରେ ସନ୍ଦେହ ନାହିଁ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ରାୟପୁରରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ଭାରତ ୩୫୮ ରନ୍‌ କରିଥିଲେ ମଧ୍ୟ ଏହି ମୁକାବିଲାକୁ ହାରିଯାଇଥିଲା। ଭ୍ରମଣକାରୀ ଦଳର ବ୍ୟାଟିଂ ଲାଇନ୍‌ ଏତେ ଶକ୍ତିଶାଳୀ ଯେ, କ୍ୱାଲିଟୀ ବୋଲିଂ ନ ହେଲେ ଯେତେବଡ଼ ଟାର୍ଗେଟକୁ ହାସଲ କରିବାର ଦକ୍ଷତା ରଖିଛି। ଫ୍ଲାଟ ପିଚ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇବା ଭାରତ ଲାଗି କଷ୍ଟକର। ଘରୋଇ ମାଟିରେ ସ୍ପିନରଙ୍କୁ ଖେଳିବା ଭ୍ରମଣକାରୀ ଦଳ ଲାଗି ସହଜ ହୋଇଯାଇଛି। ଜାଡେଜା, ସୁନ୍ଦର ଓ କୁଲଦୀପଙ୍କୁ ନେଇ ଗଠିତ ଭାରତର ସ୍ପିନ୍‌ ବାହିନୀ ଆଦୌ ବିପଦ ସୃଷ୍ଟି କରୁନାହିଁ। ଏଣୁ ଭାରତ ବ୍ୟାଟିଂ ଉପରେ ନିର୍ଭର କରୁଛି। ଦଳ ଦିନିକିଆ ମ୍ୟାଚ୍‌ରେ କ୍ରମାଗତ ୧୯ଟି ଟସ୍‌ ହାରିଛି। ଭାରତରେ ଏବେ ପ୍ରବଳ କୁହୁଡ଼ି ପଡ଼ୁଛି। ପଛରେ ବୋଲିଂ ଓ ଫିଲ୍ଡିଂ କରିବା କଷ୍ଟକର ହେଉଛି। ଏଣୁ ଆସନ୍ତାକାଲି ମ୍ୟାଚ୍‌ରେ ଯେଉଁ ଦଳ ଟସ୍‌ ଜିତିବ, ସେହିଦଳ ନିଶ୍ଚିତ ଭାବେ ପ୍ରତିପକ୍ଷ ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିବ। କ୍ରମାଗତ ୨୦ତମ ମୁକାବିଲାରେ ଭାରତ ଯଦି ଟସ୍‌ ନ ଜିତେ ତେବେ ଏହି ସିରିଜ୍‌ ଜିତିବା ଦଳ ଲାଗି ସ୍ୱପ୍ନ ହୋଇ ରହିଯିବ। ଅନ୍ୟ ପକ୍ଷରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଖେଳୁଥିବାବେଳେ ଦକ୍ଷିଣ ଆଫ୍ରିକାର ଦୁଇଜଣ ଖେଳାଳି ତଥା ଫାଷ୍ଟ ବୋଲର ନାନ୍ଦ୍ରେ ବର୍ଗର ଓ ବ୍ୟାଟ୍ଟର ଟୋନି ଡି ଜୋର୍ଜିଙ୍କ ହାମଷ୍ଟ୍ରିଙ୍ଗ୍‌ ଇଞ୍ଜୁରୀ ହୋଇଛି। ଏମାନେ ଫିଟ୍‌ ହେବେ ବୋଲି ଆଶା କମ୍‌। ବର୍ଗରଙ୍କ ସ୍ଥାନରେ ଓଟ୍ଟନେଲ ବାର୍ଟମ୍ୟାନ୍‌ ଓ ଡି ଜୋର୍ଜିଙ୍କ ସ୍ଥାନରେ ରିୟାନ ରିକେଲଟନଙ୍କ ଖେଳିବା ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ସମ୍ଭାବ୍ୟ ଖେଳାଳି ଦଳ

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଭାରତ : ଜୟସ୍ୱାଲ, ରୋହିତ, କୋହଲି, ଗାଏକ୍ୱାଡ୍‌, ରାହୁଲ (ଅଧିନାୟକ), ସୁନ୍ଦର, ଜାଡେଜା, ରାଣା, କୁଲଦୀପ, ଅର୍ଶଦୀପ ଓ ପ୍ରସିଦ୍ଧ କ୍ରିଷ୍ଣା। ବେଞ୍ଚ୍‌- ପନ୍ତ, ଜୁରେଲ, ରେଡ୍ଡୀ ଓ ବର୍ମା।

ଦକ୍ଷିଣ ଆଫ୍ରିକା : ମାରକ୍ରମ, ଡି କକ, ରିକେଲଟନ, ବଭୁମା (ଅଧିନାୟକ), ବ୍ରିଜ୍‌କେ, ବ୍ରେଭିସ୍‌, ଜାନ୍‌ସେନ, ବୋଶ୍ଚ, ମହାରାଜ, ଏନ୍‌ଗିଡି, ବାର୍ଟମ୍ୟାନ୍‌। ବେଞ୍ଚ୍‌- ହର୍ମନ, ଡି ଜୋର୍ଜି, ବର୍ଗର, ଏନ୍‌ଗିଡି, ସୁବ୍ରାୟେନ୍‌ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର