ଆଇପିଏଲ୍-୧୮ ଗ୍ରାଣ୍ଡ ଫାଇନାଲ: ମୁହାଁମୁହିଁ ହେବେ ବେଙ୍ଗାଲୁରୁ-ପଞ୍ଜାବ, ଫାଇନାଲ ବାତିଲ ହେଲେ ଜାଣନ୍ତୁ କିଏ ଜିତିବ ଟାଇଟଲ…
ଅହମ୍ମଦାବାଦ୍: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଆଇପିଏଲ୍-୧୮ର ଗ୍ରାଣ୍ଡ ଫାଇନାଲ ସ୍ଥାନୀୟ ମୋଟେରା ଷ୍ଟାଡିୟମ୍ରେ ମଙ୍ଗଳବାର ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ଆରମ୍ଭରୁ ଖେଳି ଆସୁଥିଲେ ମଧ୍ୟ କେହି ଟାଇଟଲ ଜିତିବାରେ ସମର୍ଥ ହୋଇ ନାହାନ୍ତି। ଏଣୁ ଏଠାରେ ଆଜି ଯେଉଁ ଦଳ ବିଜୟୀ ହେବ ଆଇପିଏଲ୍ରେ ସେହି ଦଳ ନୂଆ ଚାମ୍ପିଅନ ହେବ। ଆଇପିଏଲ୍ ଇତିହାସରେ ବେଙ୍ଗାଲୁରୁ ସର୍ବଦା ତାରକା ଖେଳାଳିଙ୍କୁ ସାମିଲ କରିଆସିଛି। ଦଳ ଏହା ପୂର୍ବରୁ ୩ଥର […]
ଅହମ୍ମଦାବାଦ୍: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଆଇପିଏଲ୍-୧୮ର ଗ୍ରାଣ୍ଡ ଫାଇନାଲ ସ୍ଥାନୀୟ ମୋଟେରା ଷ୍ଟାଡିୟମ୍ରେ ମଙ୍ଗଳବାର ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ଆରମ୍ଭରୁ ଖେଳି ଆସୁଥିଲେ ମଧ୍ୟ କେହି ଟାଇଟଲ ଜିତିବାରେ ସମର୍ଥ ହୋଇ ନାହାନ୍ତି। ଏଣୁ ଏଠାରେ ଆଜି ଯେଉଁ ଦଳ ବିଜୟୀ ହେବ ଆଇପିଏଲ୍ରେ ସେହି ଦଳ ନୂଆ ଚାମ୍ପିଅନ ହେବ। ଆଇପିଏଲ୍ ଇତିହାସରେ ବେଙ୍ଗାଲୁରୁ ସର୍ବଦା ତାରକା ଖେଳାଳିଙ୍କୁ ସାମିଲ କରିଆସିଛି। ଦଳ ଏହା ପୂର୍ବରୁ ୩ଥର ମଧ୍ୟ ଫାଇନାଲ ଖେଳିସାରିଛି। କିନ୍ତୁ ଥରେ ହେଲେ ଟାଇଟଲ ଜିତିବାକୁ ସମର୍ଥ ହୋଇନାହିଁ। ଏହି ଟିମ୍ର ଶ୍ରେଷ୍ଠ ତାରକା ବିରାଟ କୋହଲି ଆରମ୍ଭରୁ ଖେଳିଆସିଛନ୍ତି। ଖାସ୍ ତାଙ୍କ ଲାଗି ବେଙ୍ଗାଲୁରୁ ଏଠାରେ ଟାଇଟଲ ଜିତିବାକୁ କୌଣସି ପ୍ରଚେଷ୍ଟା ଛାଡିବ ନାହିଁ ବୋଲି ଅଧିନାୟକ ରଜତ ପାଟିଦାର କହିଛନ୍ତି। ଏହାର ଅର୍ଥ ଖେଳାଳିମାନେ ଯେପରି ହେଉ ବେଙ୍ଗାଲୁରୁକୁ ଚାମ୍ପିଅନ କରିବାକୁ ଜୋରଦାର ଉଦ୍ୟମ କରିବେ। ଅନ୍ୟ ପକ୍ଷରେ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଯୁବ ଖେଳାଳିଙ୍କୁ ନେଇ ପଞ୍ଜାବ କିଙ୍ଗ୍ସ ଏହି ଟୁର୍ଣ୍ଣାମେଣ୍ଟରେ ଦମ୍ଦାର ଖେଳିଛି। ଟାଇଟଲ ଜିତିବାକୁ ଏହି ଦଳର ସମସ୍ତ ପ୍ରକାର ଯୋଗ୍ୟତା ରହିଛି। ଏଣୁ ଆସନ୍ତାକାଲିର ଫାଇନାଲ ବେଙ୍ଗାଲୁରୁର ଭାବପ୍ରବଣତା ଓ ପଞ୍ଜାବର ଯୁବ ଉଦ୍ଦାମତା। ଏଣୁ ମ୍ୟାଚ୍ଟି ବେଶ ରୋମାଞ୍ଚକର ହେବ ବୋଲି ନିଃସନ୍ଦେହରେ କୁହାଯାଇପାରେ।
ବେଙ୍ଗାଲୁରୁ ବିପକ୍ଷରେ ପଞ୍ଜାବ ଟପ୍ ଅର୍ଡର ବ୍ୟାଟିଂ ଫେଲ୍
ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ୧୪ଟି ଲେଖାଏଁ ମ୍ୟାଚ୍ ଖେଳି ୯ ବିଜୟ ଓ ଗୋଟିଏ ବାତିଲ ମ୍ୟାଚ୍ରୁ ସମାନ ୧୯ ପଏଣ୍ଟ ଲେଖାଏଁ ସଂଗ୍ରହ କରିଥିଲେ। କିନ୍ତୁ ଉନ୍ନତ ରନ୍ ହାରରେ ପଞ୍ଜାବ ପଏଣ୍ଟ ଟେବଲରେ ପ୍ରଥମ ଓ ବେଙ୍ଗାଲୁରୁ ଦ୍ୱିତୀୟ ସ୍ଥାନରେ ରହିଥିଲା। ଏମାନଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରଥମ କ୍ୱାଲିଫାୟରକୁ ସହଜରେ ଜିତି ବେଙ୍ଗାଲୁରୁ ଫାଇନାଲରେ ପ୍ରବେଶ କରିଥିଲା। ଅନ୍ୟ ପକ୍ଷରେ ରୋମାଞ୍ଚକ ଦ୍ୱିତୀୟ କ୍ୱାଲିଫାୟରରେ ପଞ୍ଜାବ ଅଧିନାୟକ ଶ୍ରେୟସ ଆୟରଙ୍କ ବିସ୍ଫୋରକ ୮୭ ରନ୍ ବଳରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟରେ ହରାଇ ଦ୍ୱିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା। ଏହା ପରେ ଚଳିତ ଟୁର୍ଣ୍ଣାମେଣ୍ଟର ଫାଇନାଲ ଉଭୟଙ୍କ ମଧ୍ୟରେ ଚତୁର୍ଥ ମୁକାବିଲା ହେବ। ଏଣୁ ଉଭୟ ଦଳ ପରସ୍ପରର ଦକ୍ଷତା ଓ ଦୁର୍ବଳତା ସମ୍ପର୍କରେ ବେଶ ଅବଗତ। ଉଲ୍ଲେଖନୀୟ କଥା ହେଲା, ପଞ୍ଜାବ ଏହି ଟୁର୍ଣ୍ଣାମେଣ୍ଟରେ ୪ଟି ମ୍ୟାଚ୍ରେ ହାରିଥିଲାବେଳେ ଏହା ମଧ୍ୟରୁ ୨ଥର କେବଳ ବେଙ୍ଗାଲୁରୁଠାରୁ ହାରିଛି। ପଞ୍ଜାବର ଟପ୍ ଅର୍ଡରରେ ୩ଜଣ ବ୍ୟାଟର ଓ ଶେଷଭାଗରେ ପ୍ରବେଶ କରିଥିବା ଜୋଶ ଇଂଲିଶ ୧୦୦ରୁ ଅଧିକ ଷ୍ଟ୍ରାଇକ୍ ରେଟ୍ରେ ରନ ସଂଗ୍ରହ କରିଥିଲେ ମଧ୍ୟ ବେଙ୍ଗାଲୁରୁ ବିପକ୍ଷରେ ଏମାନେ ସମସ୍ତ ୩ଟି ଯାକ ମ୍ୟାଚ୍ରେ ଫେଲ୍ ମାରିଛନ୍ତି। ବେଙ୍ଗାଲୁରୁ ବିପକ୍ଷ ପ୍ରଥମ ମ୍ୟାଚ୍ରେ ପଞ୍ଜାବ ୫୩ ରନ୍ରେ ୪ଟି, ଦ୍ୱିତୀୟ ମ୍ୟାଚ୍ରେ ୭୬ ରନ୍ରେ ୪ଟି ଓ କ୍ୱାଲିଫାୟରରେ ୩୮ ରନ୍ରେ ୪ଟି ୱିକେଟ ହରାଇ ବିପଦରେ ପଡ଼ିଥିଲା। ଏଣୁ ଜୋଶ ହାଜ୍ଲେଉଡ୍, ଭୁବନେଶ୍ୱର କୁମାର, ୟଶ ଦୟାଲଙ୍କ ପେସ୍ ବିପକ୍ଷରେ ପଞ୍ଜାବ ଟପ୍ ଅର୍ଡର ଫେଲ ମାରିଛି। ଏମାନେ ଆସନ୍ତାକାଲି ମ୍ୟାଚ୍ରେ ସମାନ ପ୍ରଦର୍ଶନ କଲେ ବେଙ୍ଗାଲୁରୁ ଟାଇଟଲ ଜିତିବା ନିଶ୍ଚିତ।
ଫାଇନାଲ ବାତିଲ ହେଲେ ପଞ୍ଜାବ ଜିତିବ ଟାଇଟଲ
ପଞ୍ଜାବ କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଅହମ୍ମଦାବାଦ୍ର ମୋଟେରା ଷ୍ଟାଡିୟମ୍ରେ ଆସନ୍ତାକାଲି ଖେଳାଯିବାକୁ ଥିବା ଫାଇନାଲ ମୁକାବିଲାରେ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି। କିନ୍ତୁ ଏହା ଅଳ୍ପ ସମୟ ଲାଗି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କିନ୍ତୁ ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହେଲେ ୨ ଘଣ୍ଟା ଯାଏ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ। ଏହା ପରେ ଖେଳ ଆରମ୍ଭ ହେଲେ ଓଭର ସଂଖ୍ୟା କମିବ ନାହିଁ। କିନ୍ତୁ ବର୍ଷା ନ ଛାଡିଲେ ଫାଇନାଲ ଖେଳ ରିଜର୍ଭ ଦିବସରେ ଖେଳାଯିବ। ରିଜର୍ଭ ଦିବସରେ ଯଦି ବର୍ଷା ଯୋଗୁ ଖେଳ ସ୍ଥଗିତ ରୁହେ, ତେବେ ପଏଣ୍ଟ ଟେବଲରେ ଆଗୁଆ ଥିବା ବା ପ୍ରଥମ ସ୍ଥାନରେ ଥିବା ପଞ୍ଜାବ ଚାମ୍ପିଅନ ହେବ।
ସମ୍ଭାବ୍ୟ ଦଳ
ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ : ଫିଲ୍ ସଲ୍ଟ, ବିରାଟ କୋହଲି, ମୟଙ୍କ ଅଗରୱାଲ୍, ରଜତ ପାଟିଦାର (ଅଧିନାୟକ), ଲିଆମ ଲିଭିଂଷ୍ଟୋନ, ଜିତେଶ ଶର୍ମା (ୱିକେଟ୍ରକ୍ଷକ), ରୋମାରିଓ ସେଫର୍ଡ, କ୍ରୁନାଲ ପାଣ୍ଡ୍ୟା, ଜୋଶ ହାଜଲେଉଡ୍, ଭୁବନେଶ୍ୱର କୁମାର, ୟଶ ଦୟାଲ, ସୂୟାଶ ଶର୍ମା।
ପଞ୍ଜାବ କିଙ୍ଗ୍ସ : ପ୍ରିୟାଂଶ ଆର୍ଯ୍ୟ, ପ୍ରଭସିମରନ ସିଂହ, ଜୋଶ୍ ଇଂଲିଶ (ୱିକେଟରକ୍ଷକ), ଶ୍ରେୟସ ଆୟର (ଅଧିନାୟକ), ନେହାଲ ୱାଧେରା, ଶଶାଙ୍କ ସିଂହ, ମାର୍କସ ଷ୍ଟୋଇନିସ, ଆଜମାତୁଲ୍ଲା ଓମାରଜାଇ, କାଏଲ୍ ଜାମିସନ, ବିଜୟ ବୈଶ୍ୟକ, ଅର୍ଶଦୀପ୍ ସିଂହ, ୟୁଜବେନ୍ଦ୍ର ଚହଲ/ହର୍ପ୍ରୀତ୍ ବ୍ରାର।