ଭାରତର ବାରବାଟୀ ବିଜୟ: ଇଂଲଣ୍ଡକୁ ୪ ୱିକେଟରେ ହରାଇ ସିରିଜ ଜିତିଲା ଟିମ୍ ଇଣ୍ଡିଆ
କଟକ: ବାରବାଟୀରେ ଭାରତର ଦମଦାର ବିଜୟ । ଇଂଲଣ୍ଡକୁ ୪ ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ । ଏହାସହ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୦ରେ ଜିତିନେଇଛି ରୋହିତ ବାହିନୀ । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଦେଇଥିବା ୩୦୫ ରନର ବିଜୟ ଲକ୍ଷ୍ୟକୁ ୬ ୱିକେଟ ହରାଇ ମ୍ୟାଚ ଜିତିବା ସହ ସିରିଜକୁ ମଧ୍ୟ ହାତେଇଛି ଭାରତ । କ୍ୟାପଟେନ ରୋହିତ ଶର୍ମା ୯୦ ବଲ୍ ଖେଳି ବିସ୍ଫୋରକ ୧୧୯ ରନ କରି ଭାରତକୁ ବିଜୟ […]
କଟକ: ବାରବାଟୀରେ ଭାରତର ଦମଦାର ବିଜୟ । ଇଂଲଣ୍ଡକୁ ୪ ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ । ଏହାସହ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୦ରେ ଜିତିନେଇଛି ରୋହିତ ବାହିନୀ । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଦେଇଥିବା ୩୦୫ ରନର ବିଜୟ ଲକ୍ଷ୍ୟକୁ ୬ ୱିକେଟ ହରାଇ ମ୍ୟାଚ ଜିତିବା ସହ ସିରିଜକୁ ମଧ୍ୟ ହାତେଇଛି ଭାରତ । କ୍ୟାପଟେନ ରୋହିତ ଶର୍ମା ୯୦ ବଲ୍ ଖେଳି ବିସ୍ଫୋରକ ୧୧୯ ରନ କରି ଭାରତକୁ ବିଜୟ ଦ୍ୱାର ଦେଶରେ ପହଞ୍ଚାଇବାରେ ସଫଳ ଭୂମିକା ଗ୍ରହଣ କରିଥିଲେ ।
କଟକର ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ବିତୀୟ ଦିନିକିଆରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ। ଆରମ୍ଭରୁ ଦମଦାର ପ୍ରଦର୍ଶନ କରିଥିଲା ଇଂଲଣ୍ଡ । ଇଂଲଣ୍ଡ ପାଇଁ ଫିଲିପ୍ ସଲ୍ଟ ଓ ବେନ୍ ଡକେଟ୍ ପାଳି ଅରମ୍ଭ କରିଥିଲେ। ଆରମ୍ଭରୁ ଇଂଲଣ୍ଡ ଦଳ ଆକ୍ରମଣାତ୍ମକ ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ଜୋରଦାର ପ୍ରହାର କରିଥିଲେ । ଇଂଲଣ୍ଡ ପକ୍ଷରୁ ବେନ ଡକେଟ୍ ୬୫ ରନ କରିଥିବାବେଳେ ଜୋ ରୁଟ୍ ୬୯ ରନ କରିଥିଲେ । ପ୍ରଥମ ଇଂନିଙ୍ଗସରେ ଇଂଲଣ୍ଡ ୪୯.୫ ଓଭରରେ ସମସ୍ତ ଵିକେଟ ହରାଇ ୩୦୪ ରନ କରିବାକୁ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ ବୋଲିଂ କରି ରବୀନ୍ଦ୍ର ଜାଡେଜା ୩ଟି ଵିକେଟ ନେଇଥିବାବେଳେ ମହମ୍ମଦ ସାମି, ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡ୍ୟା, ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ଵିକେଟ ନେଇଥିଲେ ।
ଜବାବରେ ଭାରତ ମଧ୍ୟ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିଲା । ଭାରତର ଇନିଂସ ଆରମ୍ଭ କରିଥିଲେ ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ୍। ଉଭୟ ପ୍ରାରମ୍ଭିକ ବ୍ୟାଟର ପ୍ରଥମ ୱିକେଟ୍ ପାଇଁ ୧୩୬ ରନ୍ ସଂଗ୍ରହ କରିଥିଲେ। କ୍ୟାପଟେନ ରୋହିତ ଶର୍ମା ୯୦ ବଲ୍ ଖେଳି ବିସ୍ଫୋରକ ୧୧୯ ରନ କରିଥିବାବେଳେ ଶୁଭମନ ଗୀଲ ୬୦ ରନ କରିଥିଲେ । ସେହିପରି ଶ୍ରେୟାସ ଆୟର ୪୪ ରନ କରିଥିବାବେଳେ ଅକ୍ଷର ପଟେଲ ୪୧ ରନ କରି ଭାରତକୁ ବିଜୟୀ କରିଥିଲେ ।