ଚାମ୍ପିଅନ୍ସ ଟ୍ରଫିର କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି, ଫେବୃଆରୀ ୨୩ରେ ଭାରତ-ପାକିସ୍ତାନ ମ୍ୟାଚ୍‌

The Sakala Picture
Published On

ନୂଆଦିଲ୍ଲୀ : ଆସନ୍ତା ବର୍ଷ ଫେବୃଆରୀ ୧୯ରେ ଆରମ୍ଭ ହେବ ଆଇସିସି ଚାମ୍ପିଅନ୍ସ ଟ୍ରଫି। ହାଇବ୍ରିଡ ମଡେଲରେ ଖେଳାଯିବାକୁ ଥିବା ଚାମ୍ପିଅନ୍ସ ଟ୍ରଫିର କାର୍ଯ୍ୟସୂଚୀ ମଙ୍ଗଳବାର ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)। ପାକିସ୍ତାନ ଓ ଦୁବାଇରେ ଏହି ଟୁର୍ଣ୍ଣାମେଣ୍ଟରେ ଆୟୋଜନ ହେଉଛି। କେବଳ ଭାରତ ଖେଳିବାକୁ ଥିବା ମ୍ୟାଚ୍‌ ଗୁଡିକ ଦୁବାଇରେ ଖେଳାଯିବ ଅନ୍ୟ ମ୍ୟାଚ୍‌ ଗୁଡିକ ପାକିସ୍ତାନରେ ଅନୁଷ୍ଠିତ ହେବ। ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୧୯ ରୁ ଆରମ୍ଭ ହୋଇଥିବାବେଳେ ଫାଇନାଲ ମାର୍ଚ୍ଚ ୯ରେ ଖେଳାଯିବ। […]

ନୂଆଦିଲ୍ଲୀ : ଆସନ୍ତା ବର୍ଷ ଫେବୃଆରୀ ୧୯ରେ ଆରମ୍ଭ ହେବ ଆଇସିସି ଚାମ୍ପିଅନ୍ସ ଟ୍ରଫି। ହାଇବ୍ରିଡ ମଡେଲରେ ଖେଳାଯିବାକୁ ଥିବା ଚାମ୍ପିଅନ୍ସ ଟ୍ରଫିର କାର୍ଯ୍ୟସୂଚୀ ମଙ୍ଗଳବାର ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)। ପାକିସ୍ତାନ ଓ ଦୁବାଇରେ ଏହି ଟୁର୍ଣ୍ଣାମେଣ୍ଟରେ ଆୟୋଜନ ହେଉଛି। କେବଳ ଭାରତ ଖେଳିବାକୁ ଥିବା ମ୍ୟାଚ୍‌ ଗୁଡିକ ଦୁବାଇରେ ଖେଳାଯିବ ଅନ୍ୟ ମ୍ୟାଚ୍‌ ଗୁଡିକ ପାକିସ୍ତାନରେ ଅନୁଷ୍ଠିତ ହେବ। ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୧୯ ରୁ ଆରମ୍ଭ ହୋଇଥିବାବେଳେ ଫାଇନାଲ ମାର୍ଚ୍ଚ ୯ରେ ଖେଳାଯିବ।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା

ଆଠଟି ଦଳକୁ ନେଇ ଏହି ଟୁର୍ନାମେଣ୍ଟରେ ୧୫ଟି ମ୍ୟାଚ୍ ହେବ। ଭାରତୀୟ ଦଳର ସମସ୍ତ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଦୁବାଇରେ ଖେଳାଯିବ। ଅନ୍ୟ ଦଳର ମ୍ୟାଚ୍ କେବଳ ପାକିସ୍ତାନରେ ଖେଳାଯିବ। ଏହି ଟୁର୍ନାମେଣ୍ଟ ୧୯ ଦିନ ଚାଲିବ। ପାକିସ୍ତାନର ରାୱଲପିଣ୍ଡି, ଲାହୋର ଏବଂ କରାଚି ଏହି ମ୍ୟାଚ୍ ଆୟୋଜନ କରିବେ। ପାକିସ୍ତାନର ପ୍ରତ୍ୟେକ ଗ୍ରାଉଣ୍ଡରେ ତିନୋଟି ଗ୍ରୁପ୍ ମ୍ୟାଚ୍ ଖେଳାଯିବ। ଯଦି ଭାରତ ଫାଇନାଲ ପାଇଁ ଯୋଗ୍ୟତା ହାସଲ କରେ ନାହିଁ, ତେବେ ଲାହୋର ମଧ୍ୟ ମାର୍ଚ୍ଚ ୯ ରେ ଫାଇନାଲ ଆୟୋଜନ କରିବ । ଯଦି ଭାରତ ଫାଇନାଲ ପାଇଁ ଯୋଗ୍ୟତା ହାସଲ କରେ ତେବେ ଫାଇନାଲ ଦୁବାଇରେ ଖେଳାଯିବ। ଉଭୟ ସେମିଫାଇନାଲ ଏବଂ ଫାଇନାଲରେ ରିଜର୍ଭ ଡେ ରହିବ। ଭାରତ ଖେଳିବାକୁ ଥିବା ତିନୋଟି ଗ୍ରୁପ୍ ମ୍ୟାଚ୍ ଏବଂ ଭାରତ ସହିତ ଜଡିତ ପ୍ରଥମ ସେମିଫାଇନାଲ୍ ଦୁବାଇରେ ଖେଳାଯିବ।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ଡିଫେଣ୍ଡିଂ ଚାମ୍ପିଅନ୍ ପାକିସ୍ତାନ ଫେବୃଆରୀ ୧୯ରେ କରାଚିରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍‌ ଖେଳିବ। ପାକିସ୍ତାନର ଶେଷ ଲିଗ୍ ମ୍ୟାଚ୍ ୨୭ ଫେବୃଆରୀରେ ରାୱଲପିଣ୍ଡିରେ ବାଂଲାଦେଶ ବିପକ୍ଷରେ ଖେଳିବ। ଚାମ୍ପିଅନ୍ସ ଟ୍ରଫିରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲିଗ୍ ମ୍ୟାଚ୍ ୨୩ ଫେବୃଆରୀ (ରବିବାର) ଖେଳାଯିବ।

ଆହୁରି ପଢ଼ନ୍ତୁ: ୨୨୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ଇତିହାସ ରଚିଲା ଭାରତ, ସଞ୍ଜୁ ସାମସନ୍‌ଙ୍କ ଧୂଆଁଧାର ବ୍ୟାଟିଂ

ଗ୍ରୁପ୍ ଏ – ପାକିସ୍ତାନ, ଭାରତ, ନ୍ୟୁଜିଲ୍ୟାଣ୍ଡ, ବାଂଲାଦେଶ।

ଗ୍ରୁପ୍ ବି – ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ଇଂଲଣ୍ଡ।

ଚାମ୍ପିଅନ୍ସ ଟ୍ରଫି କାର୍ଯ୍ୟସୂଚୀ:

୧୯ ଫେବୃଆରୀ : ପାକିସ୍ତାନ ବନାମ ନ୍ୟୁଜିଲ୍ୟାଣ୍ଡ, କରାଚି, ପାକିସ୍ତାନ।

୨୦ ଫେବୃଆରୀ : ବାଂଲାଦେଶ ବନାମ ଭାରତ, ଦୁବାଇ।

୨୧ ଫେବୃଆରୀ : ଆଫଗାନିସ୍ତାନ ବନାମ ଦକ୍ଷିଣ ଆଫ୍ରିକା, କରାଚି, ପାକିସ୍ତାନ ।

୨୨ ଫେବୃଆରୀ : ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ, ଲାହୋର, ପାକିସ୍ତାନ ।

୨୩ ଫେବୃଆରୀ : ପାକିସ୍ତାନ ବନାମ ଭାରତ, ଦୁବାଇ।

୨୪ ଫେବୃଆରୀ :ବାଂଲାଦେଶ ବନାମ ନ୍ୟୁଜିଲ୍ୟାଣ୍ଡ, ରାୱଲପିଣ୍ଡି, ପାକିସ୍ତାନ।

୨୫ ଫେବୃଆରୀ : ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା, ରାୱଲପିଣ୍ଡି, ପାକିସ୍ତାନ।

୨୬ ଫେବୃଆରୀ : ଆଫଗାନିସ୍ତାନ ବନାମ ଇଂଲଣ୍ଡ, ଲାହୋର, ପାକିସ୍ତାନ।

୨୭ ଫେବୃଆରୀ : ପାକିସ୍ତାନ ବନାମ ବାଂଲାଦେଶ, ରାୱଲପିଣ୍ଡି, ପାକିସ୍ତାନ।

୨୮ ଫେବୃଆରୀ : ଆଫଗାନିସ୍ତାନ ବନାମ ଅଷ୍ଟ୍ରେଲିଆ, ଲାହୋର, ପାକିସ୍ତାନ।

୧ ମାର୍ଚ୍ଚ : ଦକ୍ଷିଣ ଆଫ୍ରିକା ବନାମ ଇଂଲଣ୍ଡ, କରାଚି, ପାକିସ୍ତାନ।

୨ ମାର୍ଚ୍ଚ : ନ୍ୟୁଜିଲ୍ୟାଣ୍ଡ ବନାମ ଭାରତ, ଦୁବାଇ।

୪ ମାର୍ଚ୍ଚ : ପ୍ରଥମ ସେମିଫାଇନାଲ , ଦୁବାଇ।

୫ ମାର୍ଚ୍ଚ, ଦ୍ବିତୀୟ ସେମିଫାଇନାଲ , ଲାହୋର, ପାକିସ୍ତାନ ।

୯ ମାର୍ଚ୍ଚ, ଫାଇନାଲ୍, ଲାହୋର (ଯଦି ଭାରତ ଫାଇନାଲ ଖେଳେ ତେବେ ଏହି ମ୍ୟାଚ୍‌ ଦୁବାଇରେ ଖେଳାଯିବ)

୧୦ ମାର୍ଚ୍ଚ, ରିଜର୍ଭ ଡେ( ଯଦି ୯ ମାର୍ଚ୍ଚରେ ଫାଇନାଲ୍‌ ଖେଳ ହୋଇନପାରେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର