ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ: ରବିଚନ୍ଦ୍ରନ ଅଶ୍ବିନଙ୍କ ଜବରଦସ୍ତ ଶତକ, ଜାଡେଜାଙ୍କ ଅପରାଜିତ ୮୩ ରନ୍‌

The Sakala Picture
Published On

ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ମଧ୍ୟରେ ଆରମ୍ଭ ହୋଇଛି ଟେଷ୍ଟ ସିରିଜ । ଆରମ୍ଭରୁ ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ପ୍ରଦର୍ଶନ ଖରାପ କରିଥିଲା । ରୋହିତ ଶର୍ମା, ବିରାଟ କୋହଲି ଏବଂ ଶୁଭମନ ଗିଲ୍ ଜଲଦି ଜଲଦି ଫାଭିଲିୟନ ଫେରିଥିଲେ। ତେବେ ପାଳି ସମ୍ଭାଳିଥିଲେ ପନ୍ତ ଓ ଜୟସ୍ୱାଲ । ଯଶସ୍ୱୀ ଜୟସ୍ୱାଲ ୧୧୮ ବଲରେ ୫୬ ରନ କରି ଆଉଟ ହୋଇଥିଲେ। ସେହିପରି ଋଷଭ ପନ୍ତ ୫୨ ବଲରେ ୩୯ ରନ କରି ଆଉଟ ହୋଇଥିଲେ। ଲୋକେଶ […]

ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ମଧ୍ୟରେ ଆରମ୍ଭ ହୋଇଛି ଟେଷ୍ଟ ସିରିଜ । ଆରମ୍ଭରୁ ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ପ୍ରଦର୍ଶନ ଖରାପ କରିଥିଲା । ରୋହିତ ଶର୍ମା, ବିରାଟ କୋହଲି ଏବଂ ଶୁଭମନ ଗିଲ୍ ଜଲଦି ଜଲଦି ଫାଭିଲିୟନ ଫେରିଥିଲେ। ତେବେ ପାଳି ସମ୍ଭାଳିଥିଲେ ପନ୍ତ ଓ ଜୟସ୍ୱାଲ । ଯଶସ୍ୱୀ ଜୟସ୍ୱାଲ ୧୧୮ ବଲରେ ୫୬ ରନ କରି ଆଉଟ ହୋଇଥିଲେ। ସେହିପରି ଋଷଭ ପନ୍ତ ୫୨ ବଲରେ ୩୯ ରନ କରି ଆଉଟ ହୋଇଥିଲେ। ଲୋକେଶ ରାହୁଲ ୫୨ ବଲରେ ୧୬ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ସମ୍ଭାଳିଥିଲେ। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ରବୀନ୍ଦ୍ର ଜାଡେଜା ୧୧୭ ବଲରେ ୮୬ ରନ କରି ଅପରାଜିତ ରହିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ୧୧୨ ବଲରେ ୧୦୨  ରନ କରି ଅପରାଜିତ ରହିଛନ୍ତି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ବାଂଲାଦେଶ ପକ୍ଷରୁ ହାସନ ମହମ୍ମୁଦ୍‌‌ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ନାହିଦ୍‌‌ ରାଣା ଓ ମେହଦୀ ହାସନ ମିରାଜ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର