ବିଜୟରୁ ଭାରତର ବିଶ୍ୱକପ ଅଭିଯାନ ଆରମ୍ଭ, ୮ ୱିକେଟରେ ଆୟର୍ଲ୍ୟାଣ୍ଡକୁ ପରାସ୍ତ କଲା ଟିମ୍ ଇଣ୍ଡିଆ

The Sakala Picture
Published On

ନ୍ୟୁୟର୍କ: ବିଜୟରୁ ବିଶ୍ୱକପ ଅଭିଯାନ ଆରମ୍ଭ କଲା ଭାରତ। ଦମଦାର ବିଜୟ ସହ ଆମେରିକା-ୱେଷ୍ଟଇଣ୍ଡିଜରେ ଖେଳା ଯାଉଥିବା ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ। ପ୍ରଥମ ମ୍ୟାଚ୍‌ରେ ଦଳ ଏକତରଫା ଭାବେ ଆୟର୍ଲ୍ୟାଣ୍ଡକୁ ୮ ୱିକେଟରେ ପରାସ୍ତ କରିଛି। ବିଜୟରୁ ବିଶ୍ୱକପ ଅଭିଯାନ ଆରମ୍ଭ କଲା ଭାରତ। ଦମଦାର ବିଜୟ ସହ ଆମେରିକା-ୱେଷ୍ଟଇଣ୍ଡିଜରେ ଖେଳା ଯାଉଥିବା ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ। ପ୍ରଥମ ମ୍ୟାଚ୍‌‌ରେ ଦଳ ଏକତରଫା ଭାବେ ଆୟର୍ଲ୍ୟାଣ୍ଡକୁ […]

ନ୍ୟୁୟର୍କ: ବିଜୟରୁ ବିଶ୍ୱକପ ଅଭିଯାନ ଆରମ୍ଭ କଲା ଭାରତ। ଦମଦାର ବିଜୟ ସହ ଆମେରିକା-ୱେଷ୍ଟଇଣ୍ଡିଜରେ ଖେଳା ଯାଉଥିବା ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ। ପ୍ରଥମ ମ୍ୟାଚ୍‌ରେ ଦଳ ଏକତରଫା ଭାବେ ଆୟର୍ଲ୍ୟାଣ୍ଡକୁ ୮ ୱିକେଟରେ ପରାସ୍ତ କରିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ବିଜୟରୁ ବିଶ୍ୱକପ ଅଭିଯାନ ଆରମ୍ଭ କଲା ଭାରତ। ଦମଦାର ବିଜୟ ସହ ଆମେରିକା-ୱେଷ୍ଟଇଣ୍ଡିଜରେ ଖେଳା ଯାଉଥିବା ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ। ପ୍ରଥମ ମ୍ୟାଚ୍‌‌ରେ ଦଳ ଏକତରଫା ଭାବେ ଆୟର୍ଲ୍ୟାଣ୍ଡକୁ ୮ ୱିକେଟରେ ପରାସ୍ତ କରିଛି। ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରଥମ ବ୍ୟାଟିଂ କରିଥିବା ଆୟର୍ଲାଣ୍ଡ ମାତ୍ର ୯୬ ରନ କରି ଅଲଆଉଟ ହୋଇଥିଲା। ଫଳରେ ଭାରତ ଆଗରେ ୯୭ ରନର ଲକ୍ଷ୍ୟ ଥିଲା। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ୧୨.୨ ଓଭରରେ ମାତ୍ର ୨ଟି ୱିକେଟ୍‌‌ରେ ବିଜୟ ଲକ୍ଷ୍ୟ ୯୭ ରନ୍‌‌ କରିଛି। ଏହି ମ୍ୟାଚରେ ରୋହିତ ଶର୍ମା ୩୭ଟି ବଲ୍‌‌ ଖେଲି ୪ଟି ଚୌକା ଓ ୩ଟି ଛକା ମାରିଛନ୍ତି। ଏଥି ସହିତ ଭାରତ ଚଳିତ ଟୁର୍ଣ୍ଣାମେଂଟର ବିଜୟରୁ ଅଭିଯାନ ଆରମ୍ଭ କରିଛି। ପ୍ରଥମେ ବୋଲରମାନେ କମାଲ କରି ଆୟର୍ଲ୍ୟାଣ୍ଡକୁ କେବଳ ୧୬ ଓଭରରେ ୯୬ ରନରେ ଅଲଆଉଟ କରି ଦେଇଥିଲେ। ୯୭ ରନର ଟାର୍ଗେଟକୁ ଟିମ ଇଣ୍ଡିଆ, ଅଧିନାୟକ ରୋହିତ ଶର୍ମାଙ୍କ ଅପରାଜିତ ୫୨ ରନ ବଳରେ ଅତି ସହଜରେ ହାସଲ କରି ନେଇଛି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ବୁଧବାର ମ୍ୟାଚରେ ଯୁବ ବ୍ୟାଟର ଋଷଭ ପନ୍ତ ବ୍ୟକ୍ତିଗତ ଭାବେ ଅପରାଜିତ ୩୬ ରନ୍‌‌ ସଂଗ୍ରହ କରିଥିଲେ। ସେ ୨୬ଟି ବଲ୍‌‌ ଖେଳି ୩ଟି ଚୌକା ଓ ୨ଟି ଛକା ମାରିଥିଲେ। ବିରାଟ କୋହଲି ‌୧ ରନ୍‌‌ ଓ ସୂର୍ଯ୍ୟକୁମାର ଯାଦବ ୨ ରନ୍‌‌ ସଂଗ୍ରହ କରି ପାଭିଲିଅନ୍‌‌‌ ଫେରିଯାଇଥିଲେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ନ୍ୟୁୟର୍କସ୍ଥିତ ନସାଉ କାଉଂଟି ଅନ୍ତର୍ଜାତୀୟ କ୍ରିକେଟ୍‌‌ ଷ୍ଟାଡିୟମରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଆରମ୍ଭରୁ ଭାରତୀୟ ବୋଲରମାନେ ଆୟର୍ଲାଣ୍ଡର ବ୍ୟାଟ୍ସମାନଙ୍କୁ ଚାପରେ ରଖିଥିଲେ । ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ୱିକେଟ ନେଇଥିବାବେଳେ ଯଶପ୍ରୀତ ବୁମରା ଓ ଅର୍ଶଦୀପ ସିଂ ୨ଟି ଲେଖାଏଁ ୱିକେଟ ନେଇଥିଲେ । ମହମ୍ମଦ ସିରାଜ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଆସନ୍ତା ୯ତାରିଖ ଭାରତ ତାର ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ନୁୟର୍କ ପଡ଼ିଆରେ ଭେଟିବ। ଚଳିତ ବିଶ୍ୱକପ୍‌ରେ ନୂଆ ଓପନିଂ କମ୍ବିନେସବ ସହ ମୈଦାନରେ ଦମ ଦେଖାଉଛି ଟିମ୍‌ ଇଣ୍ଡିଆ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର