ଇଂଲଣ୍ଡ ବିପକ୍ଷ ଟେଷ୍ଟ ଦଳରୁ ଇଶାନ କିଶାନ ବାଦପଡ଼ିବା ପରେ କ’ଣ କହିଲେ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ୍‌…

The Sakala Picture
Published On

ନୂଆଦିଲ୍ଲୀ: ଭ୍ରମଣକାରୀ ଇଂଲଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ସିରିଜର ପ୍ରଥମ ଦୁଇ ମ୍ୟାଚ୍‌ ଲାଗି ଶୁକ୍ରବାର ଭାରତୀୟ ଦଳ ଘୋଷଣା କରାଯାଇଛି। ରୋହିତ୍‌ ଶର୍ମାଙ୍କ ନେତୃତ୍ୱରେ ଘୋଷିତ ୧୭ ଜଣିଆ ଦଳରେ ନୂଆ ମୁହଁ ଭାବେ ଯୁବ ୱିକେଟ୍‌ରକ୍ଷକ ଧ୍ରୁବ ଜୁରେଲଙ୍କୁ ସୁଯୋଗ ମିଳିଛି। ଉତ୍ତରପ୍ରଦେଶର ୨୨ ବର୍ଷୀୟ ଜୁରେଲ ପ୍ରଥମଥର ଲାଗି ଜାତୀୟ ଦଳରୁ ଡାକରା ପାଇଛନ୍ତି। ଅପରପକ୍ଷରେ ୱିକେଟ୍‌ରକ୍ଷକ ଇଶାନ କିଶାନଙ୍କୁ ପୁନର୍ବାର ଦଳରୁ ବାଦ୍‌ ଦିଆଯାଇଛି। ପୂର୍ବରୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ […]

ନୂଆଦିଲ୍ଲୀ: ଭ୍ରମଣକାରୀ ଇଂଲଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ସିରିଜର ପ୍ରଥମ ଦୁଇ ମ୍ୟାଚ୍‌ ଲାଗି ଶୁକ୍ରବାର ଭାରତୀୟ ଦଳ ଘୋଷଣା କରାଯାଇଛି। ରୋହିତ୍‌ ଶର୍ମାଙ୍କ ନେତୃତ୍ୱରେ ଘୋଷିତ ୧୭ ଜଣିଆ ଦଳରେ ନୂଆ ମୁହଁ ଭାବେ ଯୁବ ୱିକେଟ୍‌ରକ୍ଷକ ଧ୍ରୁବ ଜୁରେଲଙ୍କୁ ସୁଯୋଗ ମିଳିଛି। ଉତ୍ତରପ୍ରଦେଶର ୨୨ ବର୍ଷୀୟ ଜୁରେଲ ପ୍ରଥମଥର ଲାଗି ଜାତୀୟ ଦଳରୁ ଡାକରା ପାଇଛନ୍ତି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଅପରପକ୍ଷରେ ୱିକେଟ୍‌ରକ୍ଷକ ଇଶାନ କିଶାନଙ୍କୁ ପୁନର୍ବାର ଦଳରୁ ବାଦ୍‌ ଦିଆଯାଇଛି। ପୂର୍ବରୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ଏବଂ ସଦ୍ୟତମ ଭାବେ ଚଳିତ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରୁ ବାଦ୍‌ ପଡ଼ିଥିଲେ। ନିକଟରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ୍‌ କହିଥିଲେ, ଇଶାନ ଭାରତୀୟ ଦଳରେ ସ୍ଥାନ ପାଇବାକୁ ହେଲେ ପ୍ରଥମେ ଘରୋଇ କ୍ରିକେଟ୍‌ ଖେଳନ୍ତୁ। ଇଶାନଙ୍କ ସଟ୍‌ ଚୟନକୁ ନେଇ ପ୍ରଶିକ୍ଷକ ଦ୍ରାବିଡ୍‌ ଖୁସି ନ ଥିବା ଜଣାପଡ଼ିଛି। ଏସବୁ ମଧ୍ୟରେ ଇଶାନ କିଶନ ସୋସିଆଲ ମିଡିଆରେ ନିଜର ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ସେ ଯୋଗ ଏବଂ ଟ୍ରେନିଂ କରୁଥିବା ନଜର ଆସିଛନ୍ତି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ


ଜୁରେଲ ସାମିଲ ହେବା ଫଳରେ ଦଳରେ ସେ ୩ୟ ୱିକେଟ୍‌କିପର ବିକଳ୍ପ ହେବେ। ଲୋକେଶ ରାହୁଲ ଓ ଶ୍ରୀକର ଭାରତ ମଧ୍ୟ ୱିକେଟ୍‌କିପର ଭାବେ ଦଳରେ ସ୍ଥାନ ପାଇଛନ୍ତି। ଗତ ବର୍ଷ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳି ଜୁରେଲ ଆଇପିଏଲ୍‌ରେ ପଦାର୍ପଣ କରିଥିଲେ। ନିକଟରେ ସେ ଭାରତୀୟ-ଏ ଦଳ ସହ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇ ଅନ୍‌ଅଫିସିଆଲ୍‌ ଟେଷ୍ଟ ସିରିଜ ଖେଳିଥିଲେ। ଅପରପକ୍ଷରେ ଆଘାତଜନିତ ସମସ୍ୟା ଲାଗି ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ନାମକୁ ପ୍ରଥମ ଦୁଇ ଟେଷ୍ଟ ଲାଗି ବିଚାରକୁ ନିଆଯାଇ ନାହିଁ। ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜ ଜାନୁଆରୀ ୨୫ରୁ ଆରମ୍ଭ ହେବ। ଜାନୁଆରୀ ୨୫ରୁ ହାଇଦରାବାଦ୍‌ରେ ପ୍ରଥମ ଏବଂ ଫେବ୍ରୁଆରୀ ୨ରୁ ବିଶାଖାପାଟଣାରେ ୨ୟ ଟେଷ୍ଟ ଖେଳାଯିବ।

ଭାରତୀୟ ଦଳ (ପ୍ରଥମ ୨ ଟେଷ୍ଟ ମ୍ୟାଚ୍‌): ରୋହିତ୍‌ ଶର୍ମା (ଅଧିନାୟକ), ଶୁବମାନ ଗିଲ୍‌, ଯଶସ୍ୱୀ ଜୟସ୍ୱାଲ, ବିରାଟ କୋହଲି, ଶ୍ରେୟାସ ଆୟର, ଲୋକେଶ ରାହୁଲ, ଧ୍ରୁବ ଜୁରେଲ, ଶ୍ରୀକର ଭରତ (୩ଜଣ ଯାକ ୱିକେଟ୍‌କିପର), ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ଯଶପ୍ରୀତ୍‌ ବୁମ୍‌ରା (ଉପ-ଅଧିନାୟକ) ଓ ଆଭେସ ଖାନ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର