ଆଇସିସି ବିଶ୍ବକପ ୨୦୨୩: ନେଦରଲାଣ୍ଡସକୁ ୩୦୯ ରନରେ ହରାଇଲା ଅଷ୍ଟ୍ରେଲିଆ

The Sakala Picture
Published On

ନୂଆଦିଲ୍ଲୀ: ଆଇସିସି ବିଶ୍ବକପ ୨୦୨୩ । ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଆଜି ମୁହାଁମୁହିଁ ହୋଇଥିଲେ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡସ। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆ ୮ ୱିକେଟ ହରାଇ ୩୯୯ ରନ କରିଥିଲା। ନେଦରଲାଣ୍ଡସକୁ ଜିତିବାକୁ ୪୦୦ ରନର ବିଶାଳ ଲକ୍ଷ୍ୟ ରହିଥିଲା। ନେଦରଲାଣ୍ଡସ୨୧ ଓଭରରେ ସମସ୍ତ ୱିକେଟ ହରାଇ ୯୦ ରନ କରିଥିଲା। ଫଳରେ ଏହି ମ୍ୟାଚକୁ ଅଷ୍ଟ୍ରେଲିଆ ୩୦୯ ରନ ବ୍ୟବଧାନରେ […]

ନୂଆଦିଲ୍ଲୀ: ଆଇସିସି ବିଶ୍ବକପ ୨୦୨୩ । ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଆଜି ମୁହାଁମୁହିଁ ହୋଇଥିଲେ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡସ। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆ ୮ ୱିକେଟ ହରାଇ ୩୯୯ ରନ କରିଥିଲା। ନେଦରଲାଣ୍ଡସକୁ ଜିତିବାକୁ ୪୦୦ ରନର ବିଶାଳ ଲକ୍ଷ୍ୟ ରହିଥିଲା। ନେଦରଲାଣ୍ଡସ୨୧ ଓଭରରେ ସମସ୍ତ ୱିକେଟ ହରାଇ ୯୦ ରନ କରିଥିଲା। ଫଳରେ ଏହି ମ୍ୟାଚକୁ ଅଷ୍ଟ୍ରେଲିଆ ୩୦୯ ରନ ବ୍ୟବଧାନରେ ଜିତିଯାଇଛି ।

ଆହୁରି ପଢ଼ନ୍ତୁ: ଜସପ୍ରୀତ ବୁମରାହଙ୍କ ବିନା ଲର୍ଡ୍ସରେ ଫେଲ୍ ମାରିଲା ଟିମ୍ ଇଣ୍ଡିଆ, ପଦାରେ ପଡ଼ିଲା ବୋଲିଂ ବିଭାଗର ବଡ଼ ଦୁର୍ବଳତା

ନେଦରଲାଣ୍ଡସ ପକ୍ଷରୁ ବିକ୍ରମଜିତ ସିଂ ସର୍ବାଧିକ ୨୫ ରନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା ୪ଟି ଓ୍ବିକେଟ ନେଇଥିବାବେଳେ ମିଚେଲ ମାର୍ସ ୨ଟି ଓ୍ବିକେଟ ନେଇଥିଲେ ।

ଆହୁରି ପଢ଼ନ୍ତୁ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିକଳ୍ପ ସାଜିବାକୁ ନୀତୀଶ ରେଡ୍ଡୀଙ୍କ ଉପରେ ଚାପ! ସ୍କାନରରେ ବିସିସିଆଇ 'CoE'ର କାର୍ଯ୍ୟପ୍ରଣାଳୀ

ଅଷ୍ଟ୍ରେଲିଆ ପକ୍ଷରୁ ବ୍ୟାଟିଂରେ ମିଚେଲ ମାର୍ସ ମାତ୍ର ୯ ରନ କରି ଆଉଟ ହେବା ପରେ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ ଡେଭିଡ୍ ଓ୍ବାର୍ଣ୍ଣର ଓ ଷ୍ଟିଭେନ ସ୍ମିଥ୍ । ଗତ ମ୍ୟାଚରେ ଶତକ ହାସଲ କରିଥିବା ଓ୍ବାର୍ଣ୍ଣର ଏହି ମ୍ୟାଚରେ ବି ଶତକ ହାସଲ କରିଥିଲେ । ସ୍ମିଥ ୭୧ ରନ କରିଥିବାବେଳେ ମାର୍ନସ ଲାବୁସଚାନ ୬୨ ରନ କରିଥିଲେ । ତେବେ ମାକ୍ସଓ୍ବେଲଙ୍କ ବିସ୍ଫୋରକ ୪୦ ବଲ ଶତକ ଅଷ୍ଟ୍ରେଲିଆର ସ୍କୋରକୁ ୩୯୯ରେ ପହଞ୍ଚାଇଦେଇଥିଲା ।

ଆହୁରି ପଢ଼ନ୍ତୁ: ଏସିଆନ୍ ଗେମ୍ସ ପାଇଁ ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ଖେଳିବେ ନାହିଁ ବୁମରା-ଶ୍ରେୟସଙ୍କ ସମେତ ୮ ଷ୍ଟାର୍ ଖେଳାଳି

ନେଦରଲାଣ୍ଡ ପକ୍ଷରୁ ଲୋଗାନ ଭାନ ବିକ୍ ୪ଟି ଓ୍ବିକେଟ ନେଇଥିବାବେଳେ ବାସ ଡି ଲିଡ୍ ୨ଟି ଓ୍ବିକେଟ ନେଇଥିଲେ ।

25 Oct 2023 By The Sakala

ଆଇସିସି ବିଶ୍ବକପ ୨୦୨୩: ନେଦରଲାଣ୍ଡସକୁ ୩୦୯ ରନରେ ହରାଇଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଆଇସିସି ବିଶ୍ବକପ ୨୦୨୩ । ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଆଜି ମୁହାଁମୁହିଁ ହୋଇଥିଲେ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡସ। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆ ୮ ୱିକେଟ ହରାଇ ୩୯୯ ରନ କରିଥିଲା। ନେଦରଲାଣ୍ଡସକୁ ଜିତିବାକୁ ୪୦୦ ରନର ବିଶାଳ ଲକ୍ଷ୍ୟ ରହିଥିଲା। ନେଦରଲାଣ୍ଡସ୨୧ ଓଭରରେ ସମସ୍ତ ୱିକେଟ ହରାଇ ୯୦ ରନ କରିଥିଲା। ଫଳରେ ଏହି ମ୍ୟାଚକୁ ଅଷ୍ଟ୍ରେଲିଆ ୩୦୯ ରନ ବ୍ୟବଧାନରେ ଜିତିଯାଇଛି ।

ନେଦରଲାଣ୍ଡସ ପକ୍ଷରୁ ବିକ୍ରମଜିତ ସିଂ ସର୍ବାଧିକ ୨୫ ରନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା ୪ଟି ଓ୍ବିକେଟ ନେଇଥିବାବେଳେ ମିଚେଲ ମାର୍ସ ୨ଟି ଓ୍ବିକେଟ ନେଇଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ବ୍ୟାଟିଂରେ ମିଚେଲ ମାର୍ସ ମାତ୍ର ୯ ରନ କରି ଆଉଟ ହେବା ପରେ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ ଡେଭିଡ୍ ଓ୍ବାର୍ଣ୍ଣର ଓ ଷ୍ଟିଭେନ ସ୍ମିଥ୍ । ଗତ ମ୍ୟାଚରେ ଶତକ ହାସଲ କରିଥିବା ଓ୍ବାର୍ଣ୍ଣର ଏହି ମ୍ୟାଚରେ ବି ଶତକ ହାସଲ କରିଥିଲେ । ସ୍ମିଥ ୭୧ ରନ କରିଥିବାବେଳେ ମାର୍ନସ ଲାବୁସଚାନ ୬୨ ରନ କରିଥିଲେ । ତେବେ ମାକ୍ସଓ୍ବେଲଙ୍କ ବିସ୍ଫୋରକ ୪୦ ବଲ ଶତକ ଅଷ୍ଟ୍ରେଲିଆର ସ୍କୋରକୁ ୩୯୯ରେ ପହଞ୍ଚାଇଦେଇଥିଲା ।

ନେଦରଲାଣ୍ଡ ପକ୍ଷରୁ ଲୋଗାନ ଭାନ ବିକ୍ ୪ଟି ଓ୍ବିକେଟ ନେଇଥିବାବେଳେ ବାସ ଡି ଲିଡ୍ ୨ଟି ଓ୍ବିକେଟ ନେଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର