ଆଇସିସି ବିଶ୍ୱକପ୍‌ ୨୦୨୩: ଭାରତକୁ ୨୭୪ ରନର ଟାର୍ଗେଟ ଦେଲା ନ୍ୟୁଜିଲାଣ୍ଡ

The Sakala Picture
Published On

ଧର୍ମଶାଳା: ଆଇସିସି ବିଶ୍ୱକପ୍‌ ୨୦୨୩ । ସୁପର ସନ୍‌ଣ୍ଡେରେ ସୁପର ଫାଇଟ୍‌ । ଆଜି ଧର୍ମଶାଳା ଷ୍ଟାଡିୟମ୍‌ରେ ମୁହାଁମୁହିଁ ହୋଇଛନ୍ତି ଭାରତ-ନ୍ୟୁଜିଲାଣ୍ଡ । ଟସ୍‌ ଜିତି  ଭାରତ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଙ୍ଗ୍‌ କରିଥିଲା। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ସମସ୍ତ ୱିକେଟ ହରାଇ ୨୭୩ ରନ କରିଛି। ଏହି ମ୍ୟାଚ ଜିତିବାକୁ ହେଲେ ଭାରତକୁ ୨୭୪ ରନର ଆବଶ୍ୟକତା ରହିଛି। ନ୍ୟୁଜିଲାଣ୍ଡ ପକ୍ଷରୁ ଡେଭନ୍‌ […]

ଧର୍ମଶାଳା: ଆଇସିସି ବିଶ୍ୱକପ୍‌ ୨୦୨୩ । ସୁପର ସନ୍‌ଣ୍ଡେରେ ସୁପର ଫାଇଟ୍‌ । ଆଜି ଧର୍ମଶାଳା ଷ୍ଟାଡିୟମ୍‌ରେ ମୁହାଁମୁହିଁ ହୋଇଛନ୍ତି ଭାରତ-ନ୍ୟୁଜିଲାଣ୍ଡ । ଟସ୍‌ ଜିତି  ଭାରତ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଙ୍ଗ୍‌ କରିଥିଲା। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ସମସ୍ତ ୱିକେଟ ହରାଇ ୨୭୩ ରନ କରିଛି। ଏହି ମ୍ୟାଚ ଜିତିବାକୁ ହେଲେ ଭାରତକୁ ୨୭୪ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ନ୍ୟୁଜିଲାଣ୍ଡ ପକ୍ଷରୁ ଡେଭନ୍‌ କନଓ୍ୱେ ୯ ବଲ ଖେଳି କୌଣସି ରନ ନ କରି ଆଉଟ ହୋଇଥିଲେ।  ଓ୍ୱିଲ ୟଙ୍ଗ ୨୭ ବଲରେ ୧୭ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ରଚିନ୍ ରବିନ୍ଦ୍ର ଓ ଡାରିଲ ମିଚେଲ୍‌ ସମ୍ଭାଳିଥିଲେ। ରଚିନ୍ ରବିନ୍ଦ୍ର  ୮୭ ବଲରେ ୭୫ ରନ କରି ଆଉଟ ହୋଇଥିଲେ। ଡାରିଲ ମିଚେଲଙ୍କ ସାଥ ଦେବାକୁ ପଡିଆକୁ ଗ୍ଲେନ୍‌ ଫିଲିପ୍ସ ଆସିଥିଲେ। । ଗ୍ଲେନ୍‌ ଫିଲିପ୍ସ ୨୬ ବଲରେ ୨୩ ରନ କରି ଆଉଟ ହୋଇଥିଲେ। ପରେ ମାର୍କ ଚାପମାନ ଆସି ପାରିକୁ ସମ୍ଭାଳିଥିଲେ। ମାର୍କ ଚାପମାନ ୮ ବଲରେ ୬ ରନ କରି ଆଉଟ ହୋଇଥିଲେ। ମିଚେଲ୍‌ ସାଣ୍ଟନର ୨ ବଲରେ ୧ ରନ କରି ଆଉଟ ହୋଇଥିଲେ। ପରେ ଡାରିଲ ମିଚେଲ ଏକ ଶତକୀୟ ଇଂନିସ ଖେଳିଥିଲେ। ଡାରିଲ ମିଚେ ୧୨୭ ବଲରେ ୧୩୦ ରନ କରି ଆଉଟ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଭାରତ ପକ୍ଷରୁ ମହମ୍ମଦ ସାମି ୫ଟି ୱିକେଟ ନେଇଥିଲେ । କୁଲଦୀପ ଯାଦବ୨ଟି ୱିକେଟ ନେଇଥିବା ବେଲେ ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମରା ଗୋଟିିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର