ଭାରତ ଏସିଆ କପ୍ ଚାମ୍ପିଅନ୍ : ଫାଇନାଲରେ ଶ୍ରୀଲଙ୍କାକୁ ୧୦ ୱିକେଟରେ ହରାଇଲା ଟିମ୍‌ ଇଣ୍ଡିଆ

The Sakala Picture
Published On

କଲମ୍ବୋ: ଆର୍ ପ୍ରେମଦାସା ଷ୍ଟାଡିମୟରେ ଖେଳାଯାଉଥିବା ଏସିଆ କପ୍ ଫାଇନାଲ୍ ମ୍ୟାଚରେ ଭାରତ ଦମ୍‌ଦାର ବିଜୟ ହାସଲ କରିଛି। ଡିଫେଣ୍ଡିଂ ଚାମ୍ପିଅନ ଶ୍ରୀଲଙ୍କା ବିପକ୍ଷରେ ସହଜ ବିଜୟ ହାସଲ କରିବା ସହ ଅଷ୍ଟମ ଥର ପାଇଁ ଏସିଆ କପ୍ ଜିତିନେଇଛି ରୋହିତ ବାହିନୀ । ୫୧ ରନର ସହଜ ବିଜୟ ଲକ୍ଷ୍ୟକୁ ୬.୧ ଓଭରରେ ହାସଲ କରିନେଇଛି ଭାରତ । ଭାରତର ଦୁଇ ପ୍ରାରମ୍ଭିକ ବ୍ୟାଟର ଇଶାନ କିଶନ ଏବଂ ଶୁବମନ୍ ଗିଲ୍ ଅପରାଜିତ ରହି ବିଜୟ ଲକ୍ଷ୍ୟକୁ […]

କଲମ୍ବୋ: ଆର୍ ପ୍ରେମଦାସା ଷ୍ଟାଡିମୟରେ ଖେଳାଯାଉଥିବା ଏସିଆ କପ୍ ଫାଇନାଲ୍ ମ୍ୟାଚରେ ଭାରତ ଦମ୍‌ଦାର ବିଜୟ ହାସଲ କରିଛି। ଡିଫେଣ୍ଡିଂ ଚାମ୍ପିଅନ ଶ୍ରୀଲଙ୍କା ବିପକ୍ଷରେ ସହଜ ବିଜୟ ହାସଲ କରିବା ସହ ଅଷ୍ଟମ ଥର ପାଇଁ ଏସିଆ କପ୍ ଜିତିନେଇଛି ରୋହିତ ବାହିନୀ । ୫୧ ରନର ସହଜ ବିଜୟ ଲକ୍ଷ୍ୟକୁ ୬.୧ ଓଭରରେ ହାସଲ କରିନେଇଛି ଭାରତ । ଭାରତର ଦୁଇ ପ୍ରାରମ୍ଭିକ ବ୍ୟାଟର ଇଶାନ କିଶନ ଏବଂ ଶୁବମନ୍ ଗିଲ୍ ଅପରାଜିତ ରହି ବିଜୟ ଲକ୍ଷ୍ୟକୁ ହାସଲ କରିଛନ୍ତି । ଇଶାନ କିଶନ ବ୍ୟକ୍ତିଗତ ଭାବେ ୨୩ ରନ୍ କରିଥିବାବେଳେ ଶୁବମନ ୨୭ ରନ୍ କରିଛନ୍ତି । ବିନା ୱିକେଟ୍ ହରାଇ ଭାରତ ବିଜୟୀ ହୋଇଛି ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୧୫.୨ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୫୦ ରନ୍ କରିଥିଲା । ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ତିଷ୍ଟି ପାରିନଥିଲେ ଶ୍ରୀଲଙ୍କା ବ୍ୟାଟର । ଟସ୍‌ ହାରି ବୋଲିଂ କରୁଥିବା ଭାରତ ଉଭୟ ବୋଲିଂ ଓ ଫିଲ୍ଡିଙ୍ଗରେ ଶ୍ରୀଲଙ୍କାର ବ୍ୟାଟରଙ୍କୁ ଧରାଶାୟୀ କରିଦେଇଛି। ଦିନିକିଆର ୫୦ ଓଭର ବିଶିଷ୍ଟ ମ୍ୟାଚରେ ମାତ୍ର ୧୫ ଓଭର ୨ବଲ୍‌ରେ ଶ୍ରୀଲଙ୍କାର ଖେଳ ସରିଯାଇଛି। ଭାରତୀୟ ଦ୍ରୁତ ବୋଲରଙ୍କୁ ସାମ୍ନା କରିପାରନାହାନ୍ତି ଶ୍ରୀଲଙ୍କା ବ୍ୟାଟର, ଶ୍ରୀଲଙ୍କାର ମାତ୍ର ଦୁଇ ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିନଥିଲେ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ମହମ୍ମଦ ସିରାଜ ତାଙ୍କ ଘାତକ ବୋଲିଂରେ ଗୋଟିଏ ଓଭରରେ ଶ୍ରୀଲଙ୍କାର ୪ ଜଣ ବ୍ୟାଟରଙ୍କୁ ଆଉଟ କରିବା ସହ ମୋଟ୍‌ ୭ ଓଭର ବୋଲିଂ କରି  ଗୋଟିଏ ମେଡେନ୍‌ ଓଭର ସହ ୨୧ ରନ୍‌ ଦେଇ ୬ଟି ୱିକେଟ ନେଇଛନ୍ତି। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ୨.୨ ଓଭର ବୋଲିଂ କରି ୩ ରନ୍‌ ଦେଇ ୩ଟି ୱିକେଟ ନେଇଛନ୍ତି, ଯଶପ୍ରୀତ ବୁମରା ମଧ୍ୟ ୫ ଓଭର ବୋଲିଂ କରି ଗୋଟିଏ ମେଡେନ୍‌ ଓଭର ସହ ୨୩ ରନ୍‌ ଦେଇ ଗୋଟିଏ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଆଜିର  ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । କିନ୍ତୁ ଶ୍ରୀଲଙ୍କାର ଏହି ନିଷ୍ପତ୍ତିକୁ ଆରମ୍ଭରୁ ହିଁ ଭୁଲ ପ୍ରମାଣିତ କରିଦେଲେ ଭାରତର ଦୁଇ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ । ପ୍ରଥମ ଓଭରରେ ହିଁ ବୁମରା ଶ୍ରୀଲଙ୍କାର କୁଶଲ ପରେରାଙ୍କୁ ଆଉଟ କରିଦେଇଥିଲେ । ଏହା ପରେ ଆରମ୍ଭ ହୋଇଥିଲା ସିରାଜଙ୍କ ମାରାତ୍ମକ  ବୋଲିଂ । ସେ ଭାରତର ୪ର୍ଥ ଓ ବ୍ୟକ୍ତିଗତଭାବେ ନିଜର ୨ୟ ଓଭର ବୋଲିଂ କରିବାକୁ ଆସି ଶ୍ରୀଲଙ୍କା ଟିମର ଅଣ୍ଟା ଭାଙ୍ଗିଦେଲେ । ଏହି ଓଭରରେ ସେ ଶ୍ରୀଲଙ୍କାର ୪ ଜଣ ବ୍ୟାଟ୍ସମ୍ୟାନ-ପ୍ରଥୁମ ନିଶଙ୍କା, ସଦିରା ସମରବିକ୍ରମା, ଚରିଥ୍ ଅସଲଙ୍କା ଓ ଧନଞ୍ଜୟ ଡିସିଲଭାଙ୍କୁ ପାଭିଲିୟନ ଫେରାଇଥିଲେ । ସେହିପରି ନିଜର ୩ୟ ଓଭରରେ ସେ ସନକାଙ୍କୁ ବୋଲଡ୍ କରିଦେଇଥିଲେ ।

ସିରାଜଙ୍କ ମାରାତ୍ମକ ସ୍ପେଲ୍‌ ପରେ ଆରମ୍ଭ ହୋଇଥିଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଗ୍ନିବର୍ଷା ବୋଲିଂ । ହାର୍ଦ୍ଦିକ ପାଣ୍ଡ୍ୟା ୨.୨ ଓଭର ବୋଲିଂ କରି ୩ ରନ୍‌ ଦେଇ ୩ଟି ୱିକେଟ ହାସଲ କରିଛନ୍ତି। ଆଜିର ୫୦ ରନ୍‌ ଦିନିକିଆରେ ଶ୍ରୀଲଙ୍କାର ଦ୍ୱିତୀୟ ସର୍ବନିମ୍ନ ସ୍କୋର। ୨୦୧୨ରେ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪୩ ରନରେ ଅଲଆଉଟ ହୋଇଥିଲା। ଆଜି ଏସିଆ କପ ଫାଇନାଲରେ ଶ୍ରୀଲଙ୍କା ୫୦ ରନ କରି ଅଲଆଉଟ ହୋଇଥିଲା। ଭାରତ ବିପକ୍ଷରେ ଏହା ଶ୍ରୀଲଙ୍କାର ସର୍ବନିମ୍ନ ସ୍କୋର। କୌଣସି ଫାଇନାଲରେ ମଧ୍ୟ ଏହା ସବୁଠାରୁ କମ ସ୍କୋର।  ଭାରତ ୨୦୧୮ରେ ଏସିଆ କପ୍ ଜିତିଥିଲା ଏବଂ ଦଳ ୫ ବର୍ଷ ପରେ ଅଷ୍ଟମଥର ଟାଇଟଲ ପୁଣିଥରେ ଜିତି ନେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର