‘ଭାୟାକମ୍ ୧୮’କୁ ମିଳିଲା ଭାରତୀୟ କ୍ରିକେଟ ଟିମର ଘରୋଇ ମ୍ୟାଚର ପ୍ରସାରଣ ଅଧିକାର

The Sakala Picture
Published On

ନୂଆଦିଲ୍ଲୀ: ଭାରତରେ ହେବାକୁ ଥିବା କ୍ରିକେଟ ମ୍ୟାଚ ପ୍ରସାରଣ ପାଇଁ ଟିଭି ଓ ଡିଜିଟାଲ ମିଡିଆ ରାଇଟସ ବିକ୍ରି ହୋଇଛି । ୫ ବର୍ଷ ପାଇଁ ଏହି ମିଡିଆ ରାଇଟସକୁ ଆମ୍ବାନୀ ଗ୍ରୁପର ‘ଭାୟାକମ୍୧୮’ କିଣିଛି । ଏବେ ଭାରତୀୟ ଟିମର ଘରୋଇ ମ୍ୟାଚର ସିଧା ପ୍ରସାରଣ ଟିଭିରେ ସ୍ପୋର୍ଟସ ୧୮ ନେଟୱର୍କ କରିବ । ସେହିଭଳି ମୋବାଇଲ ଓ ଲାପଟପରେ ଜିୟୋ ସିନେମା ଭାରତୀୟ ଟିମର ଘରୋଇ ମ୍ୟାଚର ଲାଇଭ ଷ୍ଟ୍ରିମିଂ କରିବ । ‘ଭାୟାକମ୍-୧୮’ […]

ନୂଆଦିଲ୍ଲୀ: ଭାରତରେ ହେବାକୁ ଥିବା କ୍ରିକେଟ ମ୍ୟାଚ ପ୍ରସାରଣ ପାଇଁ ଟିଭି ଓ ଡିଜିଟାଲ ମିଡିଆ ରାଇଟସ ବିକ୍ରି ହୋଇଛି । ୫ ବର୍ଷ ପାଇଁ ଏହି ମିଡିଆ ରାଇଟସକୁ ଆମ୍ବାନୀ ଗ୍ରୁପର ‘ଭାୟାକମ୍୧୮’ କିଣିଛି । ଏବେ ଭାରତୀୟ ଟିମର ଘରୋଇ ମ୍ୟାଚର ସିଧା ପ୍ରସାରଣ ଟିଭିରେ ସ୍ପୋର୍ଟସ ୧୮ ନେଟୱର୍କ କରିବ । ସେହିଭଳି ମୋବାଇଲ ଓ ଲାପଟପରେ ଜିୟୋ ସିନେମା ଭାରତୀୟ ଟିମର ଘରୋଇ ମ୍ୟାଚର ଲାଇଭ ଷ୍ଟ୍ରିମିଂ କରିବ । ‘ଭାୟାକମ୍-୧୮’ ୫ବର୍ଷ ପାଇଁ ମୋଟ ୫,୯୬୬ କୋଟି ଟଙ୍କା ବିସିସିଆଇକୁ ପ୍ରଦାନ କରିଛି । ‘ଭାୟାକମ୍ ୧୮’ ପ୍ରତି ମ୍ୟାଚ ପାଇଁ ୬୭.୮ କୋଟି ଟଙ୍କା ପ୍ରଦାନ କରିଛି ।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା

ବିସିସିଆଇ ତରଫରୁ ମିଡିଆ ରାଇଟସକୁ ଇ-ନିଲାମୀ ମାଧ୍ୟମରେ ବିକ୍ରି କରିଛି । ମିଡିଆ ରାଇଟସ କିଣିବା ଦୌଡରେ ଭାୟାକମ୍ -୧୮ ବ୍ୟତୀତ ଡିଜନୀ ଷ୍ଟାର ଓ ସୋନୀ ମଧ୍ୟ ସାମିଲ ଥିଲେ ।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର