ଆଜି ଇତିହାସ ସୃଷ୍ଟି କରିବେ ଏମ୍‌ଏସ୍‌ ଧୋନୀ, ଆଇପିଏଲରେ ପ୍ରଥମ ଖେଳାଳି ଭାବେ କରିବେ ଏହି ରେକର୍ଡ

The Sakala Picture
Published On

ଅହମ୍ମଦାବାଦ: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ୍‌‌ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ୍‌‌) ଫାଇନାଲରେ ମୁହାଁମୁହିଁ ହେବେ। ଆଜି ସନ୍ଧ୍ୟାରେ ଖେଳାଯିବାକୁ ଥିବା ବିଶ୍ୱର ସବୁଠାରୁ ଏହି ଧନୀ ତଥା ଶ୍ରେଷ୍ଠ ଟି-୨୦ ଲିଗ୍‌‌ ଫାଇନାଲ ମୁକାବିଲା ଉପରେ ସାରା ବିଶ୍ୱର ନଜର ରହିଛି। ଗୁଜରାଟ ଟାଇଟଲ ବଜାୟ ରଖିବା ଲକ୍ଷ୍ୟରେ ରହିଥିବା ବେଳେ ଚେନ୍ନାଇ ମହେନ୍ଦ୍ର ସିଂ ଧୋନୀଙ୍କୁ […]

ଅହମ୍ମଦାବାଦ: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ୍‌‌ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ୍‌‌) ଫାଇନାଲରେ ମୁହାଁମୁହିଁ ହେବେ। ଆଜି ସନ୍ଧ୍ୟାରେ ଖେଳାଯିବାକୁ ଥିବା ବିଶ୍ୱର ସବୁଠାରୁ ଏହି ଧନୀ ତଥା ଶ୍ରେଷ୍ଠ ଟି-୨୦ ଲିଗ୍‌‌ ଫାଇନାଲ ମୁକାବିଲା ଉପରେ ସାରା ବିଶ୍ୱର ନଜର ରହିଛି। ଗୁଜରାଟ ଟାଇଟଲ ବଜାୟ ରଖିବା ଲକ୍ଷ୍ୟରେ ରହିଥିବା ବେଳେ ଚେନ୍ନାଇ ମହେନ୍ଦ୍ର ସିଂ ଧୋନୀଙ୍କୁ ସମ୍ଭାବ୍ୟ ଅନ୍ତିମ ଆଇପିଏଲ ଟ୍ରଫି ଉପହାର ସ୍ୱରୂପ ପ୍ରଦାନ କରିବା ଲକ୍ଷ୍ୟରେ ରହିଛି। ପାଖାପାଖି ଦୁଇମାସ ଅର୍ଥାତ ୫୮ ଦିନ ପରେ ୭୪ଟି ମ୍ୟାଚ ଖେଳାଯିବା ପରେ କେଉଁ ଦଳ ଚାମ୍ପିଅନ ହେବ ତାହା ନିଶ୍ଚିତ ହେବ। ବିଭିନ୍ନ ଦୃଷ୍ଟିକୋଣରୁ ଏହି ଟାଇଟଲ ମୁକାବିଲାର ବେଶ୍‌‌ ଗୁରୁତ୍ୱ ରହିଛି।

ଆହୁରି ପଢ଼ନ୍ତୁ: ବିଶ୍ୱକପ୍ ଫାଇନାଲ୍ ୨୦୨୬: ଆର୍ଜେଣ୍ଟିନାକୁ ମାତ୍ ଦେଇ ଟାଇଟଲ୍ ହାତେଇଲା ସ୍ପେନ୍, ମେସିଙ୍କ ଯାଦୁ ଫିକା

ମହେନ୍ଦ୍ର ସିଂ ଧୋନୀଙ୍କୁ ଦୁନିଆର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଗଣାଯାଏ। ଏମଏସ ଧୋନୀ ମଧ୍ୟ ଜଣେ ଖେଳାଳି ଭାବରେ ବହୁତ ସଫଳ ହୋଇଛନ୍ତି। ଆଇପିଏଲ ଇତିହାସରେ ଧୋନୀ ମଧ୍ୟ ସବୁଠୁ ସଫଳ ଅଧିନାୟକ, ତେବେ ଧୋନୀଙ୍କ ପାଇଁ ମେ ୨୮ଏକ ବିଶେଷ ଦିନ ହେବାକୁ ଯାଉଛି। ସେ ଆଜି ଦଶମ ଥର ପାଇଁ ଆଇପିଏଲର ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଭାବେ ଖେଳିବେ। ଏଥି ସହିତ ଜଣେ ଖେଳାଳି ଭାବରେ ଏମଏସ ଧୋନୀ ଆଜି ଆଇପିଏଲରେ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ସେ ଫାଇନାଲ ମ୍ୟାଚରେ ପାଦ ଦେବା ମାତ୍ରେ ତାଙ୍କ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି କରିବେ।

ଆହୁରି ପଢ଼ନ୍ତୁ: ଫିଫା ବିଶ୍ୱକପ୍ ଫାଇନାଲ୍ ପରାଜୟ ପରେ ମେସିଙ୍କ ଅବସର ଚର୍ଚ୍ଚା: ପ୍ରତିକ୍ରିୟା ରଖିଲେ କୋଚ୍ ଲିଓନେଲ୍ ସ୍କାଲୋନି

ଚେନ୍ନାଇ ସୁପର କିଙ୍ଗସ୍ ଏବଂ ଗୁଜୁରାଟ ଟାଇଟାନ୍ସ  ମଧ୍ୟରେ ଆଇପିଏଲ୍ ୨୦୨୩ର ଫାଇନାଲ ଧୋନୀ ପାଇଁ ଆଜି ଆଇପିଏଲ କ୍ୟାରିୟରର ୨୫୦ ତମ ମ୍ୟାଚ ହେବ।  ଆଇପିଏଲ ଇତିହାସରେ ଏମଏସ ଧୋନୀ ପ୍ରଥମ ଖେଳାଳି ହେବେ ଯିଏ ଆଇପିଏଲରେ ୨୫୦ଟି ମ୍ୟାଚ ଖେଳିଛନ୍ତି। ମହେନ୍ଦ୍ର ସିଂ ଧୋନୀ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରାଇଜିଂ ପୁଣେ ସୁପରଜିଆଣ୍ଟସ ପାଇଁ ଖେଳିଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତା ସେପ୍ଟେମ୍ବର ମାସରେ ଆନ୍ତର୍ଜାତୀୟ ଫୁଟବଲରୁ ଅବସର ନେବେ କ୍ରିଷ୍ଟିଆନୋ ରୋନାଲ୍ଡୋ!

ଆଇପିଏଲରେ ଧୋନୀଙ୍କ ରେକର୍ଡ

ଧୋନୀ ଏପର୍ଯ୍ୟନ୍ତ ୨୪୯ ଆଇପିଏଲ ମ୍ୟାଚ ଖେଳିଥିବା ବେଳେ ୨୧୭ ଇନିଂସରେ ୩୯.୦୯ ହାରରେ ୫ ହଜାର ୫୨ ରନ୍‌ ସଂଗ୍ରହ କରିଛନ୍ତି। ୨୧୭ ଇନିଂସରେ ଧୋନୀଙ୍କ ୨୪ ଅର୍ଦ୍ଧଶତକ ସାମିଲ ରହିଛି। ଏଥି ସହିତ ଧୋନୀ ହେଉଛନ୍ତି ଆଇପିଏଲ ଇତିହାସର ସପ୍ତମ ସର୍ବାଧିକ ରନ୍‌ ସ୍କୋରର। ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଧୋନୀ ୨୧୯ ମ୍ୟାଚ ଖେଳିଛନ୍ତି। ୧୯୦ ଇନିଂସରେ୨୨ଟି ଅର୍ଦ୍ଧଶତକ ଧୋନୀ ୪୫୦୮ ରନ୍ ସଂଗ୍ରହ କରିଛନ୍ତି। ଯେତେବେଳେ କି, ରାଇଜିଂ ପୁଣେ ସୁପରଜିଆଣ୍ଟସ୍ ପାଇଁ ଧୋନୀ ୨୦୧୬-୧୭ରେ ୩୦ଟି ମ୍ୟାଚ୍ ଖେଳିଛନ୍ତି। ଏହି ଦୁଇ ବର୍ଷରେ ୨୭ ଇନିଂସ ଖେଳି ୫୭୪ ରନ୍‌ ସଂଗ୍ରହ କରିଛନ୍ତି।

ଅଧିନାୟକ ଭାବରେ ଧୋନୀଙ୍କ ରେକର୍ଡ 

ଏମଏସ ଧୋନୀ ଆଇପିଏଲରେ ଅଧିନାୟକ ଭାବରେ ୨୨୫ ଟି ମ୍ୟାଚ ଖେଳିଛନ୍ତି। ଯାହାକି ଆଇପିଏଲ ଇତିହାସରେ କୌଣସି ଖେଳାଳିଙ୍କ ଦ୍ୱାରା ସର୍ବାଧିକ। ଅଧିନାୟକ ଭାବେ ଧୋନୀ ଆଇପିଏଲରେ ୧୩୨ଟି ମ୍ୟାଚ ଜିତିଥିବା ବେଳେ ୯୧ ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଏଥି ସହିତ ଧୋନୀ ଅଧିନାୟକ ଭାବେ ୪ଟି ଆଇପିଏଲ ଟାଇଟଲ ଜିତିଛନ୍ତି। ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ଦଳ ୨୦୧୦, ୨୦୧୧, ୨୦୧୮ ଏବଂ ୨୦୨୧ ରେ ଚାମ୍ପିୟନ ହେବାରେ ସଫଳ ହୋଇଛି।

28 May 2023 By The Sakala

ଆଜି ଇତିହାସ ସୃଷ୍ଟି କରିବେ ଏମ୍‌ଏସ୍‌ ଧୋନୀ, ଆଇପିଏଲରେ ପ୍ରଥମ ଖେଳାଳି ଭାବେ କରିବେ ଏହି ରେକର୍ଡ

ଅହମ୍ମଦାବାଦ: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ୍‌‌ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ୍‌‌) ଫାଇନାଲରେ ମୁହାଁମୁହିଁ ହେବେ। ଆଜି ସନ୍ଧ୍ୟାରେ ଖେଳାଯିବାକୁ ଥିବା ବିଶ୍ୱର ସବୁଠାରୁ ଏହି ଧନୀ ତଥା ଶ୍ରେଷ୍ଠ ଟି-୨୦ ଲିଗ୍‌‌ ଫାଇନାଲ ମୁକାବିଲା ଉପରେ ସାରା ବିଶ୍ୱର ନଜର ରହିଛି। ଗୁଜରାଟ ଟାଇଟଲ ବଜାୟ ରଖିବା ଲକ୍ଷ୍ୟରେ ରହିଥିବା ବେଳେ ଚେନ୍ନାଇ ମହେନ୍ଦ୍ର ସିଂ ଧୋନୀଙ୍କୁ ସମ୍ଭାବ୍ୟ ଅନ୍ତିମ ଆଇପିଏଲ ଟ୍ରଫି ଉପହାର ସ୍ୱରୂପ ପ୍ରଦାନ କରିବା ଲକ୍ଷ୍ୟରେ ରହିଛି। ପାଖାପାଖି ଦୁଇମାସ ଅର୍ଥାତ ୫୮ ଦିନ ପରେ ୭୪ଟି ମ୍ୟାଚ ଖେଳାଯିବା ପରେ କେଉଁ ଦଳ ଚାମ୍ପିଅନ ହେବ ତାହା ନିଶ୍ଚିତ ହେବ। ବିଭିନ୍ନ ଦୃଷ୍ଟିକୋଣରୁ ଏହି ଟାଇଟଲ ମୁକାବିଲାର ବେଶ୍‌‌ ଗୁରୁତ୍ୱ ରହିଛି।

ମହେନ୍ଦ୍ର ସିଂ ଧୋନୀଙ୍କୁ ଦୁନିଆର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଗଣାଯାଏ। ଏମଏସ ଧୋନୀ ମଧ୍ୟ ଜଣେ ଖେଳାଳି ଭାବରେ ବହୁତ ସଫଳ ହୋଇଛନ୍ତି। ଆଇପିଏଲ ଇତିହାସରେ ଧୋନୀ ମଧ୍ୟ ସବୁଠୁ ସଫଳ ଅଧିନାୟକ, ତେବେ ଧୋନୀଙ୍କ ପାଇଁ ମେ ୨୮ଏକ ବିଶେଷ ଦିନ ହେବାକୁ ଯାଉଛି। ସେ ଆଜି ଦଶମ ଥର ପାଇଁ ଆଇପିଏଲର ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଭାବେ ଖେଳିବେ। ଏଥି ସହିତ ଜଣେ ଖେଳାଳି ଭାବରେ ଏମଏସ ଧୋନୀ ଆଜି ଆଇପିଏଲରେ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ସେ ଫାଇନାଲ ମ୍ୟାଚରେ ପାଦ ଦେବା ମାତ୍ରେ ତାଙ୍କ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି କରିବେ।

ଚେନ୍ନାଇ ସୁପର କିଙ୍ଗସ୍ ଏବଂ ଗୁଜୁରାଟ ଟାଇଟାନ୍ସ  ମଧ୍ୟରେ ଆଇପିଏଲ୍ ୨୦୨୩ର ଫାଇନାଲ ଧୋନୀ ପାଇଁ ଆଜି ଆଇପିଏଲ କ୍ୟାରିୟରର ୨୫୦ ତମ ମ୍ୟାଚ ହେବ।  ଆଇପିଏଲ ଇତିହାସରେ ଏମଏସ ଧୋନୀ ପ୍ରଥମ ଖେଳାଳି ହେବେ ଯିଏ ଆଇପିଏଲରେ ୨୫୦ଟି ମ୍ୟାଚ ଖେଳିଛନ୍ତି। ମହେନ୍ଦ୍ର ସିଂ ଧୋନୀ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରାଇଜିଂ ପୁଣେ ସୁପରଜିଆଣ୍ଟସ ପାଇଁ ଖେଳିଛନ୍ତି।

ଆଇପିଏଲରେ ଧୋନୀଙ୍କ ରେକର୍ଡ

ଧୋନୀ ଏପର୍ଯ୍ୟନ୍ତ ୨୪୯ ଆଇପିଏଲ ମ୍ୟାଚ ଖେଳିଥିବା ବେଳେ ୨୧୭ ଇନିଂସରେ ୩୯.୦୯ ହାରରେ ୫ ହଜାର ୫୨ ରନ୍‌ ସଂଗ୍ରହ କରିଛନ୍ତି। ୨୧୭ ଇନିଂସରେ ଧୋନୀଙ୍କ ୨୪ ଅର୍ଦ୍ଧଶତକ ସାମିଲ ରହିଛି। ଏଥି ସହିତ ଧୋନୀ ହେଉଛନ୍ତି ଆଇପିଏଲ ଇତିହାସର ସପ୍ତମ ସର୍ବାଧିକ ରନ୍‌ ସ୍କୋରର। ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଧୋନୀ ୨୧୯ ମ୍ୟାଚ ଖେଳିଛନ୍ତି। ୧୯୦ ଇନିଂସରେ୨୨ଟି ଅର୍ଦ୍ଧଶତକ ଧୋନୀ ୪୫୦୮ ରନ୍ ସଂଗ୍ରହ କରିଛନ୍ତି। ଯେତେବେଳେ କି, ରାଇଜିଂ ପୁଣେ ସୁପରଜିଆଣ୍ଟସ୍ ପାଇଁ ଧୋନୀ ୨୦୧୬-୧୭ରେ ୩୦ଟି ମ୍ୟାଚ୍ ଖେଳିଛନ୍ତି। ଏହି ଦୁଇ ବର୍ଷରେ ୨୭ ଇନିଂସ ଖେଳି ୫୭୪ ରନ୍‌ ସଂଗ୍ରହ କରିଛନ୍ତି।

ଅଧିନାୟକ ଭାବରେ ଧୋନୀଙ୍କ ରେକର୍ଡ 

ଏମଏସ ଧୋନୀ ଆଇପିଏଲରେ ଅଧିନାୟକ ଭାବରେ ୨୨୫ ଟି ମ୍ୟାଚ ଖେଳିଛନ୍ତି। ଯାହାକି ଆଇପିଏଲ ଇତିହାସରେ କୌଣସି ଖେଳାଳିଙ୍କ ଦ୍ୱାରା ସର୍ବାଧିକ। ଅଧିନାୟକ ଭାବେ ଧୋନୀ ଆଇପିଏଲରେ ୧୩୨ଟି ମ୍ୟାଚ ଜିତିଥିବା ବେଳେ ୯୧ ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଏଥି ସହିତ ଧୋନୀ ଅଧିନାୟକ ଭାବେ ୪ଟି ଆଇପିଏଲ ଟାଇଟଲ ଜିତିଛନ୍ତି। ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ଦଳ ୨୦୧୦, ୨୦୧୧, ୨୦୧୮ ଏବଂ ୨୦୨୧ ରେ ଚାମ୍ପିୟନ ହେବାରେ ସଫଳ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର