ଆଇପିଏଲ ୨୦୨୩ ଦ୍ବିତୀୟ କ୍ବାଲିଫାୟର: ଗିଲଙ୍କ ଦମଦାର ବ୍ୟାଟିଂ, ମୁମ୍ବାଇକୁ ୨୩୪ ରନର ଟାର୍ଗେଟ ଦେଲା ଗୁଜରାଟ

The Sakala Picture
Published On

ନୂଆଦିଲ୍ଲୀ: ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଜି ଆଇପିଏଲ୍ ୨୦୨୩ର ଦ୍ଵିତୀୟ କ୍ଵାଲିଫାୟର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମୁକାବିଲା ଜିତି ଫାଇନାଲ୍‌ରେ ପ୍ରବେଶ କରିବା ଲକ୍ଷ୍ୟରେ ଦୁଇ ଦଳ ରହିଛନ୍ତି। ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଗୁଜରାଟ ଟାଇଟନ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୩ ୱିକେଟ ହରାଇ ୨୩୩ ରନ କରିଛି। ଏହି ମ୍ୟଚକୁ ଜିତି ଫାଇନାଲକୁ […]

ନୂଆଦିଲ୍ଲୀ: ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଜି ଆଇପିଏଲ୍ ୨୦୨୩ର ଦ୍ଵିତୀୟ କ୍ଵାଲିଫାୟର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମୁକାବିଲା ଜିତି ଫାଇନାଲ୍‌ରେ ପ୍ରବେଶ କରିବା ଲକ୍ଷ୍ୟରେ ଦୁଇ ଦଳ ରହିଛନ୍ତି। ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଗୁଜରାଟ ଟାଇଟନ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୩ ୱିକେଟ ହରାଇ ୨୩୩ ରନ କରିଛି। ଏହି ମ୍ୟଚକୁ ଜିତି ଫାଇନାଲକୁ ପ୍ରେବଶ କରିବାକୁ ହେଲେ ମୁମ୍ବାଇ ଇଣ୍ଡିଆନ୍ସକୁ ୨୪୪ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଗୁଜରାଟ ଟାଇଟନ୍ସ ପକ୍ଷରୁ ଋଦ୍ଧିମାନ ଶାହା ୧୬ ବଲରେ ୧୮ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଶୁଭମନ ଗିଲ୍ ଓ ସାଇ ସୁଦର୍ଶନ ସମ୍ଭାଳିଥିଲେ। ଶୁଭମନ ଗିଲ୍ ଏକ ଦମଦାର ଶତକୀୟ ଇଂନିସ ଖେଳିଥିଲେ। ଶୁଭମନ ଗିଲ୍ ୬୦ ବଲରେ ୧୨୯ ରନ କରି ଆଉଟ ହୋଇଥିଲେ। ଗିଲଙ୍କ ଏହି ଶତକୀୟ ଇଂନିସରେ ୧୦ଟି ଛକା ଓ ୭ଟି ଚୌକା ସାମିଲ ରହିଛି। ପରେ ସାଇ ସୁଦର୍ଶନଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟା ଆସି ମ୍ୟାଚକୁ ସମ୍ଭାଳିଥିଲେ। ସାଇ ସୁଦର୍ଶନ ୩୧ ବଲରେ ୪୩ ରନ କରି ରାଟର୍ଡ ଆଉଟ ହୋଇଥିଲେ। ପରେ ରଶିଦ ଖାନ ପାରିକୁ ସମ୍ଭାଳିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୩ ବଲରେ ୨୮ ରନ କରି ଅପରାଜିତ ରହିଥିବା ବେଳେ ରଶିଦ ୨ ଖାନ ବଲରେ ୫ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ପୀୟୂଷ ଚାଓ୍ଵଲା ଓ ଆକାଶ ମଧବାଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର