ଆଜିଠୁ ଆଇପିଏଲ୍‌ର ୧୬ ତମ ସଂସ୍କରଣ : ଉଦ୍‌ଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଗୁଜରାଟ ଓ ଚେନ୍ନାଇ

The Sakala Picture
Published On

ଅହମ୍ମଦାବାଦ୍‌‌: ଗତଥରର ଚାମ୍ପିଅନ୍‌‌ ଗୁଜରାଟ ଟାଇଟନ୍ସ ଓ ଶକ୍ତିଶାଳୀ ଚେନ୍ନାଇ ସୁପର କିଙ୍ଗ୍‌‌ସ ମଧ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌‌-୨୦୨୩ର ଉଦ୍‌‌ଘାଟନୀ ମୁକାବିଲା ବିଶ୍ୱର ସର୍ବବୃହତ୍‌‌ ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମ୍‌‌ରେ ଖେଳାଯିବ। ଅଭିଜ୍ଞତାରେ ଭରପୁର ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ବନାମ ଉତ୍ସାହୀ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗଠିତ ଗୁଜରାଟ ଟିମ୍‌‌ ମଧ୍ୟରେ ମୁକାବିଲା ଖୁବ୍‌‌ ରୋମାଞ୍ଚକ ହେବ ବୋଲି ଆଶା କରିବା ସ୍ୱାଭାବିକ୍‌‌। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଧୋନି ଏହି ପ୍ରତିଯୋଗିତା […]

ଅହମ୍ମଦାବାଦ୍‌‌: ଗତଥରର ଚାମ୍ପିଅନ୍‌‌ ଗୁଜରାଟ ଟାଇଟନ୍ସ ଓ ଶକ୍ତିଶାଳୀ ଚେନ୍ନାଇ ସୁପର କିଙ୍ଗ୍‌‌ସ ମଧ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌‌-୨୦୨୩ର ଉଦ୍‌‌ଘାଟନୀ ମୁକାବିଲା ବିଶ୍ୱର ସର୍ବବୃହତ୍‌‌ ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମ୍‌‌ରେ ଖେଳାଯିବ। ଅଭିଜ୍ଞତାରେ ଭରପୁର ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ବନାମ ଉତ୍ସାହୀ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗଠିତ ଗୁଜରାଟ ଟିମ୍‌‌ ମଧ୍ୟରେ ମୁକାବିଲା ଖୁବ୍‌‌ ରୋମାଞ୍ଚକ ହେବ ବୋଲି ଆଶା କରିବା ସ୍ୱାଭାବିକ୍‌‌। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଧୋନି ଏହି ପ୍ରତିଯୋଗିତା ଲାଗି ଜୋରଦାର ପ୍ରସ୍ତୁତି କରିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ଦଳ ସହ ଖେଳି ହାର୍ଦ୍ଦିକ ନିଜକୁ ଫିଟ୍‌‌ ରଖିଛନ୍ତି। ଦୀର୍ଘ ୪ ବର୍ଷ ପରେ ଘରୋଇ ସମର୍ଥକଙ୍କ ଆଗରେ ଏହି ପ୍ରତିଯୋଗିତା ଖେଳାଯାଉଥିବାରୁ ଏହାକୁ ନେଇ ଉଭୟ ଖେଳାଳି ଓ ସମର୍ଥକ ବେଶ ଉତ୍ସାହିତ ଅଛନ୍ତି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଗୁଜରାଟ ଟାଇଟନ୍ସର ଏହା ହୋମ୍‌‌ ଗ୍ରାଉଣ୍ଡ। ଗତବର୍ଷ ଏହି ଦଳ ଆଇପିଏଲ୍‌‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ସହ ପଦାର୍ପଣ କରିଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜରାଟ ଟାଇଟନ୍ସ ପଦାର୍ପଣ ଋତୁରେ ଚାମ୍ପିଅନ୍‌‌ ହୋଇ ଅନେକ ସମାଲୋଚକଙ୍କ ମୁହଁ ବନ୍ଦ କରିବା ସହ ଇତିହାସ ସୃଷ୍ଟି କରିଥିଲା। ଗତଥର ଚେନ୍ନଇ ବିପକ୍ଷରେ ଦୁଇଟିଯାକ ମୁକାବିଲାକୁ ମଧ୍ୟ ଗୁଜରାଟ ଜିତିନେଇଥିଲା। ଏକ ଲକ୍ଷ ଦର୍ଶକଙ୍କ ସମ୍ମୁଖରେ ଗତବର୍ଷ ଖେଳାଯାଇଥିବା ଫାଇନାଲରେ ରାଜସ୍ଥାନ ରୟାଲ୍ସକୁ ହରାଇ ଟାଇଟଲ ଜିତିବା ପରେ ଏହି ଦଳଠାରୁ ଅନେକ କିଛି ଆଶା କରାଯାଉଛି। ଏହି ମୁକାବିଲାରେ ମଧ୍ୟ ଗୁଜରାଟକୁ ଫେବରାଇଟ ବିବେଚନା କରାଯାଉଛି। ଏଭଳି ସମୟରେ ପାଣ୍ଡ୍ୟା ବନାମ ଧୋନି ମୁକାବିଲା ରୋମାଞ୍ଚକ ହେବ ବୋଲି କୁହାଯାଇପାରେ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଆୟୋଜକ ବିସିସିଆଇ ଏଥର ପ୍ରତିଯୋଗିତାରେ କିଛି ନୂଆ ନିୟମ ପ୍ରଣୟନ କରିଛି। ଏହାକୁ ଦଳ ଗୁଡ଼ିକ କିପରି ବିନିଯୋଗ କରିବେ, ତାହା ଉପରେ ମ୍ୟାଚ୍‌‌ର ସ୍ଥିତି ମଧ୍ୟ ନିର୍ଭର କରୁଛି। ରଣନୀତି ପ୍ରସ୍ତୁତ କରିବାରେ ଚେନ୍ନାଇ ଅଧିନାୟକ ଧୋନି ଜଣେ ବିଶେଷଜ୍ଞ। ଏହା ବାଦ୍‌‌ ସେ ସମସ୍ତ ପ୍ରକାର ପରିସ୍ଥିତି ସହ ଖାପ୍‌‌ ଖୁଆଇବାରେ ମଧ୍ୟ ସିଦ୍ଧହସ୍ତ। ମିଡିଆ ରିପୋର୍ଟକୁ ବିଶ୍ୱାସ କଲେ ଧୋନିଙ୍କର ଏହା ଶେଷ ଆଇପିଏଲ୍‌‌। ଏଣୁ ସେ ଚତୁର୍ଥ ଟାଇଟଲ ଜିତି ସମ୍ମାନର ସହ ବିଦାୟ ନେବାକୁ ନିଶ୍ଚୟ ଯୋଜନା କରିଥିବେ। ଏଣୁ ତାଙ୍କ ଲାଗି ଏହି ଶେଷ ପ୍ରତିଯୋଗିତା ବେଶ ଗୁରୁତ୍ୱ ବହନ କରୁଛି। ଖେଳାଳି ନିଲାମ ପରେ ଦଳରେ ଅନେକ ପରିବର୍ତ୍ତନ ହୋଇଛି। ଏହା ସହ ଇମ୍ପାକ୍ଟ ପ୍ଲେୟରଙ୍କ ବ୍ୟବହାର ଏହି ସଂସ୍କରଣରେ ନୂଆ ସମୀକରଣ ସୃଷ୍ଟି କରିବ। ଦଳର ଆବଶ୍ୟକତା ଅନୁଯାୟୀ ମ୍ୟାଚ୍‌‌ର ଯେ କୌଣସି ସମୟରେ ଏହି ଇମ୍ପାକ୍ଟ ପ୍ଲେୟର ବ୍ୟାଟିଂ କିମ୍ବା ବୋଲିଂ କରିବାକୁ ଆସିପାରିବେ। ଏଣୁ ରଣନୀତିରେ ମାହିର ଧୋନି ଇମ୍ପାକ୍ଟ ପ୍ଲେୟରଙ୍କୁ କିପରି ବିନିଯୋଗ କରି ଫାଇଦା ଉଠାଇବେ ତାହା ଉପରେ ଦଳର ସଫଳତା ନିଶ୍ଚିତ ନିର୍ଭର କରିବ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଅନ୍ୟପକ୍ଷରେ ଅଭିଜ୍ଞ ଓ ଯୁବ ଖେଳାଳିମାନଙ୍କୁ ନେଇ ଗଠିତ ଗୁଜରାଟ ଦଳ ବେଶ ଆତ୍ମବିଶ୍ୱାସୀ ହୋଇପଡ଼ିଛି। ଏଭଳି କ୍ଷେତ୍ରରେ ପାଣ୍ଡ୍ୟାଙ୍କ ଦଳକୁ ହରାଇବାକୁ ହେଲେ ପ୍ରତିପକ୍ଷ ଦଳକୁ ନିଶ୍ଚିତଭାବେ ଉନ୍ନତମାନର ଖେଳ ପ୍ରଦର୍ଶନ କରିବାକୁ ପଡ଼ିବ। କେନ୍‌‌ ୱିଲିୟମ୍‌‌ସନ, ଜୀବନରେ ଶ୍ରେଷ୍ଠ ଫର୍ମରେ ଥିବା ଶୁବମାନ ଗିଲ ଯେ କୌଣସି ସମୟରେ, ଯେ କୌଣସି ଦଳ ବିପକ୍ଷରେ ମ୍ୟାଚ୍‌‌ ନିଜ ସପକ୍ଷରେ ନେବାର ଦକ୍ଷତା ରଖିଛନ୍ତି। ବୋଲିଂରେ ମଧ୍ୟ ନିୟନ୍ତ୍ରିତ ଖେଳାଳି ଦଳର ସଫଳତାର ଜୋରଦାର ଯୋଗଦାନ ଦେଇଛନ୍ତି। ପାଣ୍ଡ୍ୟାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ତାଙ୍କ ଟିମ୍‌‌କୁ ଫାଇଦାରେ ରଖିବ ବୋଲି ଆଶା କରିବା ସ୍ୱାଭାବିକ୍‌‌।

ଚେନ୍ନାଇ ସୁପର କିଙ୍ଗ୍‌‌ସ: ମହେନ୍ଦ୍ର ସିଂ ଧୋନି (ଅଧିନାୟକ ଓ ୱିକେଟରକ୍ଷକ), ଡେଭନ କନୱେ, ଋତୁରାଜ ଗାଏକ୍ୱାଡ, ଅମ୍ବତି ରାୟୁଡୁ, ମୋଇନ ଅଲ୍ଲୀ, ବେନ୍‌‌ ଷ୍ଟୋକ୍ସ, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ଡ୍ୱେନ୍‌‌ ପ୍ରିଟୋରିଓସ, ଦୀପକ ଚହର, ଆଜିଙ୍କ୍ୟ ରାହାଣେ, ଶୁଭ୍ରାଂସୁ ସେନାପତି, ମିଚେଲ ସାଣ୍ଟନର, ତୁଷାର ଦେଶପାଣ୍ଡେ ଓ ସମରଜିତ ସିଂ।

ଗୁଜରାଟ ଟାଇଟନ୍ସ: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଶୁବମାନ ଗିଲ୍‌‌, କେନ୍‌‌ ୱିଲିୟମସନ, ମାଥ୍ୟୁ ୱେଡ୍‌‌ (ୱିକେଟ ରକ୍ଷକ), ରଶିଦ୍‌‌ ଖାନ୍‌‌, ଅଲଜରୀ ଯୋଶେଫ୍‌‌, ଓଡିଆନ ସ୍ମିଥ୍‌‌, ଯୋଶୁଆ ଲିଟ୍ଟଲ, ଶ୍ରୀକର ଭରତ, ମହମ୍ମଦ୍‌‌ ସାମି, ରାହୁଲ ତେୱାତିଆ, ଆର୍‌‌ ସାଇ କିଶୋର, ସାଇ ସୁଦର୍ଶନ, ବିଜୟ ଶଙ୍କର ଓ ଶିବମ ମାଭି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର