ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚରେ ୱେଲ୍ସକୁ ୫-୦ ଗୋଲ୍ରେ ମାତ୍ ଦେଲା ଇଂଲଣ୍ଡ
ରାଉରକେଲା : ନବନିର୍ମିତ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚରେ ୱେଲ୍ସକୁ ୫-୦ ଗୋଲ୍ରେ ମାତ୍ ଦେଇଛି ଇଂଲଣ୍ଡ। ପୁରୁଷ ହକି ବିଶ୍ବକପ୍-୨୦୨୩ର ତୃତୀୟ ମ୍ୟାଚ୍ରେ ୱେଲ୍ସକୁ ୫-୦ ଗୋଲରେ ପରାସ୍ତ କରି ବିର୍ସା ମୁଣ୍ଡା ଷ୍ଟାଡିୟମରେ ଇତିହାସ ରଚିଛି ଇଂଲଣ୍ଡ। ପୁରୁଷ ହକି ବିଶ୍ବକପ୍-୨୦୨୩ରେ ତୃତୀୟ ମ୍ୟାଚରେ ୱେଲ୍ସ ବିପକ୍ଷରେ ଇଂଲଣ୍ଡର ଖେଳାଳିମାନେ ଆରମ୍ଭରୁ ହିଁ ଲଢୁଆ ମନୋଭାବ ନେଇ ଖେଳିଥିଲେ। ଗୋଟିଏ ମିନିଟ୍ ପୂର୍ବରୁ ପାର୍କ ନିକୋଲାସ ଫିଲ୍ଡ ଗୋଲ୍ ଦେଇଥିଲେ। ନସେଲ […]
ରାଉରକେଲା : ନବନିର୍ମିତ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚରେ ୱେଲ୍ସକୁ ୫-୦ ଗୋଲ୍ରେ ମାତ୍ ଦେଇଛି ଇଂଲଣ୍ଡ। ପୁରୁଷ ହକି ବିଶ୍ବକପ୍-୨୦୨୩ର ତୃତୀୟ ମ୍ୟାଚ୍ରେ ୱେଲ୍ସକୁ ୫-୦ ଗୋଲରେ ପରାସ୍ତ କରି ବିର୍ସା ମୁଣ୍ଡା ଷ୍ଟାଡିୟମରେ ଇତିହାସ ରଚିଛି ଇଂଲଣ୍ଡ।
ପୁରୁଷ ହକି ବିଶ୍ବକପ୍-୨୦୨୩ରେ ତୃତୀୟ ମ୍ୟାଚରେ ୱେଲ୍ସ ବିପକ୍ଷରେ ଇଂଲଣ୍ଡର ଖେଳାଳିମାନେ ଆରମ୍ଭରୁ ହିଁ ଲଢୁଆ ମନୋଭାବ ନେଇ ଖେଳିଥିଲେ। ଗୋଟିଏ ମିନିଟ୍ ପୂର୍ବରୁ ପାର୍କ ନିକୋଲାସ ଫିଲ୍ଡ ଗୋଲ୍ ଦେଇଥିଲେ। ନସେଲ ଲିଆମ୍ ୨୭ ଓ ୩୭ ମିନିଟରେ ପେନାଲ୍ଟି ଗୋଲ ଗୋଲ ଦେଇଥିଲେ। ସେହିପରି ୪୧ ମିନିଟରେ ରୋପେର ଫିଲ ଫିଲ୍ଡ ଗୋଲ ଦେଇଥିଲେ। ଶେଷ ମୁହୂର୍ତ୍ତରେ ଇଂଲଣ୍ଡର ବନ୍ଦୁରକ ନିକୋଲାସ ୫୭ ମିନିଟରେ ଏକ ଫିଲ୍ଡ ଗୋଲ୍ ଦେଇଥିଲେ।
ସେପଟେ ହକି ବିଶ୍ବକପ୍ରେ ଚତୁର୍ଥ ମ୍ୟାଚ୍ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡ଼ିୟମରେ ଭାରତ ଓ ସ୍ପେନ ମଧ୍ୟରେ ଆରମ୍ଭ ହୋଇସାରିଛି। ଭାରତ ଓ ସ୍ପେନ ମ୍ୟାଚକୁ ହଜାର ହଜାର ଦର୍ଶକଙ୍କ ମଧ୍ୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦେଖୁଛନ୍ତି।
ସୂଚନାଯୋଗ୍ୟ ପୁରୁଷ ହକି ବିଶ୍ବକପ୍-୨୦୨୩ର ଦ୍ବିତୀୟ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଫ୍ରାନ୍ସକୁ ୮ଟି ଗୋଲ୍ରେ ପରାସ୍ତ କରି ଅଷ୍ଟ୍ରେଲିଆ ଚଳିତ ବିଶ୍ବକପରେ ବିଜୟ ଅଭିଯାନ ଆରମ୍ଭ କରିଛି। ବିଶ୍ୱକପ ଇତିହାସରେ ୩ ଥର ଚାମ୍ପିଅନ ହୋଇସାରିଥିବା ଅଷ୍ଟ୍ରେଲିଆ ଦଳ ଆଜି ଫ୍ରାନ୍ସ ବିପକ୍ଷରେ ଏକତରଫା ବିଜୟ ହାସଲ କରିଛି। ସେହିପରି ପୁରୁଷ ହକି ବିଶ୍ୱକପର ପଞ୍ଚଦଶ ସଂସ୍କରଣର ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ବିଜୟୀ ହୋଇଛି। ପୁଲ ଏ ମ୍ୟାଚରେ ଆର୍ଜେଣ୍ଟିନା ଦକ୍ଷିଣ ଆଫ୍ରିକାକୁ ଏକମାତ୍ର ଗୋଲରେ ହରାଇ ଅଭିଯାନ ଆରମ୍ଭ କରିଛି । ଆର୍ଜେଣ୍ଟିନା ମ୍ୟାଚରେ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା କଡ଼ା ଟକ୍କର ଦେଇଥିଲା । ଦକ୍ଷିଣ ଆଫ୍ରିକାର ରକ୍ଷଣପନ୍ଥୀ ଚମତ୍କାର ପ୍ରଦର୍ଶନ କରିଥିଲେ । ମ୍ୟାଚର ତୃତୀୟ କ୍ୱାର୍ଟରରେ ହିଁ ଆର୍ଜେଣ୍ଟିନା ଗୋଲ କରିବାରେ ସଫଳ ହୋଇଥିଲା । ମାଇକୋ କାସେଲା ୪୨ତମ ମିନିଟରେ ଆର୍ଜେଣ୍ଟିନା ପକ୍ଷରୁ ଏକମାତ୍ର ଗୋଲ କରିଥିଲେ। ଏହା ହିଁ ଦଳ ପାଇଁ ବିଜୟସୂଚକ ଗୋଲ ସାବ୍ୟସ୍ତ ହୋଇଥିଲା ।