ବାଂଲାଦେଶ ବିପକ୍ଷରେ ଇଶାନ୍‌ କିଷାନଙ୍କ ୨୧୦ ରନର ବିସ୍ଫୋରକ ବ୍ୟାଟିଂ

The Sakala Picture
Published On

ଚଟ୍ଟୋଗ୍ରାମ: ଆଜି ଭାରତ-ବାଂଲାଦେଶ ମଧ୍ୟରେ ଶେଷ ତଥା ଅନ୍ତିମ ଦିନିକିଆ ମ୍ୟାଚ ଖେଳଯାଉଛି। ୩ ଟିକିଆ ସିରିଜର ଦୁଇଟି ମ୍ୟାଚରେ ପରାଜିତ ହୋଇ ସିରିଜ ହାରି ସାରିଛି ଭାରତ । ଆଜି ସମ୍ମାନ ବଞ୍ଚାଇବାକୁ ପଡ଼ିଆକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟଟିଂ ଜାରି ରହିଛି। ଏହାରି ମଧ୍ୟରେ ଇଶାନ୍‌ କିଷାନ ଏକ ଧୂଆଁଦାର ଇଂନିସ ଖେଳିଥିଲେ। ସେ ୧୩୧  ବଲରେ ୨୧୦ ରନ କରି ଆଉଟ ହୋଇଥିଲେ। ଯେଉଁଥିରେ ୨୪ ଟି […]

ଚଟ୍ଟୋଗ୍ରାମ: ଆଜି ଭାରତ-ବାଂଲାଦେଶ ମଧ୍ୟରେ ଶେଷ ତଥା ଅନ୍ତିମ ଦିନିକିଆ ମ୍ୟାଚ ଖେଳଯାଉଛି। ୩ ଟିକିଆ ସିରିଜର ଦୁଇଟି ମ୍ୟାଚରେ ପରାଜିତ ହୋଇ ସିରିଜ ହାରି ସାରିଛି ଭାରତ । ଆଜି ସମ୍ମାନ ବଞ୍ଚାଇବାକୁ ପଡ଼ିଆକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟଟିଂ ଜାରି ରହିଛି। ଏହାରି ମଧ୍ୟରେ ଇଶାନ୍‌ କିଷାନ ଏକ ଧୂଆଁଦାର ଇଂନିସ ଖେଳିଥିଲେ। ସେ ୧୩୧  ବଲରେ ୨୧୦ ରନ କରି ଆଉଟ ହୋଇଥିଲେ। ଯେଉଁଥିରେ ୨୪ ଟି ଚୌକା ଓ ୧୦ ଟି ଛକା ସାମିଲ ରହିଛି। ସେ ମାତ୍ର ୧୩୧ ବଲରେ ଏପରି ଦୁଇ ଶତକ ହାସଲ କରି ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ କେହି ବି ଏତେ କମ ବଲରେ ଦୁଇ ଶତକ ହାସଲ କରି ନ ଥିଲେ। ସେ ଦିନିକିଆ କ୍ରିକେଟରେ ଦ୍ରୁତତମ ଦୁଇ ଶତକ ହାସଲ କରିଥିବା ପ୍ରଥମ ଖେଳାଳି ମଧ୍ୟ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଏଥିସହ ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟର ଦିନିକିଆ ଫର୍ମାଟରେ ୨୦୦ ରନ କରିଥିବା କ୍ରିକେଟରଙ୍କ କ୍ଲବରେ ସାମିଲ ହୋଇଛନ୍ତି। ୨୧୦ ରନ କରି ଇଶାନ୍‌ କିଷାନ ଅନ୍ତରାଷ୍ଟ୍ରୀୟ କ୍ରିକେଟର ସର୍ବାଧିକ ରନ କରିଥିବା ଖେଳାଳିଙ୍କ ମଧ୍ଯରେ ୬ ତମ ସ୍ଥାନରେ ରହିଥିବା ବେଳେ ଡବଲ ଶତକ ହାସଲ କରିବାରେ ଭାରତର ୪ର୍ଥ ବ୍ୟାଟ୍ସମ୍ୟାନ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଅନ୍ତରାଷ୍ଟ୍ରୀୟ କ୍ରିକେଟର ଦିନିକିଆରେ ସର୍ବାଧିକ ରନ କରି ପ୍ରଥମ ସ୍ଥାନରେ ଅଛନ୍ତି ଭାରତୀୟ କ୍ରିକଟେର ରୋହିତ ଶର୍ମା, ୨ୟରେ ଅଛନ୍ତି ମାର୍ଟିନ ଗୁପ୍ଟିଲ, ୩ୟ ରେ ବିରେନ୍ଦ୍ର ସେହ୍ବାଗ, ୪ର୍ଥରେ କ୍ରିସ ଗେଲ , ୫ମରେ ଫକର ଜମାନ ରହିଥିବା ବେଳେ ଇଶାନ୍‌ କିଷାନ ୬ ତମ ସ୍ଥାନରେ ରହିଛନ୍ତି।  ସେହିପରି ଭାରତୀୟ କ୍ରିକଟରେ ଇଶାନ୍‌ କିଷାନଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ବିରେନ୍ଦ୍ର ସେହ୍ବାଗ, ରୋହିତ ଶର୍ମା ଡବଲ ଶତକ ହାସଲ କରିଛନ୍ତି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର