T20 ବିଶ୍ୱକପ: ନେଦରଲାଣ୍ଡସଠୁ ହାରିଲା ଦକ୍ଷିଣ ଆଫ୍ରିକା, ସେମିରେ ପହଞ୍ଚିଲା ଟିମ୍ ଇଣ୍ଡିଆ

The Sakala Picture
Published On

ଆଡିଲେଡ: ଟି-୨୦ ବିଶ୍ୱକପରେ ବଡ ବିପର୍ଯ୍ୟୟ । ଦକ୍ଷିଣ ଆଫ୍ରିକାର ସେମିଫାଇନାଲ ଆଶାକୁ ଧୂଳିସାତ କରିଦେଇଛି ନେଦରଲାଣ୍ଡସ ଟିମ । ଟି-୨୦ ବିଶ୍ୱକପରେ ଆଜି ଆଡିଲେଡରେ ଆଜି ଖେଳାଯାଇଥିବା ମ୍ୟାଚରେ ଦକ୍ଷିଣ ଆଫ୍ରିକା ନେଦରଲାଣ୍ଡ ଠାରୁ ପରାସ୍ତ ହୋଇଛି। ନେଦରଲାଣ୍ଡ ଗ୍ରୁପ-୧ ସୁପର ୧୨ର ଶେଷ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ୧୩ ରନ୍‌ରେ ହରାଇ ଦେଇଛି। ଫଳରେ ଶେଷ ମ୍ୟାଚ୍ ଖେଳିବା ପୂର୍ବରୁ ସେମିଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ଟସ୍ ଜିତି ପ୍ରଥମେ ବୋଲିଂ […]

ଆଡିଲେଡ: ଟି-୨୦ ବିଶ୍ୱକପରେ ବଡ ବିପର୍ଯ୍ୟୟ । ଦକ୍ଷିଣ ଆଫ୍ରିକାର ସେମିଫାଇନାଲ ଆଶାକୁ ଧୂଳିସାତ କରିଦେଇଛି ନେଦରଲାଣ୍ଡସ ଟିମ । ଟି-୨୦ ବିଶ୍ୱକପରେ ଆଜି ଆଡିଲେଡରେ ଆଜି ଖେଳାଯାଇଥିବା ମ୍ୟାଚରେ ଦକ୍ଷିଣ ଆଫ୍ରିକା ନେଦରଲାଣ୍ଡ ଠାରୁ ପରାସ୍ତ ହୋଇଛି। ନେଦରଲାଣ୍ଡ ଗ୍ରୁପ-୧ ସୁପର ୧୨ର ଶେଷ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ୧୩ ରନ୍‌ରେ ହରାଇ ଦେଇଛି। ଫଳରେ ଶେଷ ମ୍ୟାଚ୍ ଖେଳିବା ପୂର୍ବରୁ ସେମିଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା । ନେଦରଲାଣ୍ଡସ ନିର୍ଦ୍ଧାରିତ ଓଭରରେ ୧୫୮ ରନ୍ କରିବା ସହ ଦକ୍ଷିଣ ଆଫ୍ରିକା ସାମ୍ନାରେ ୧୫୯ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଦକ୍ଷିଣ ଆଫ୍ରିକା ଏହି ଟାର୍ଗେଟକୁ ବେଶ ସହଜରେ ହାସଲ କରିବ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ନେଦରଲାଣ୍ଡସର ଶାଣିତ ବୋଲିଂ ଆଗରେ ମାତ୍ର ୧୪୫ ରନ୍ କରିବାକୁ ସକ୍ଷମ ହୋଇଥିଲା ଦକ୍ଷିଣ ଆଫ୍ରିକା ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଦକ୍ଷିଣ ଆଫ୍ରିକା ହାରିବା ପରେ ଟିମ୍ ଇଣ୍ଡିଆ ସିଧାସଳଖ ସେମିଫାଇନାଲରେ ପହଞ୍ଚିଛି । ପଏଣ୍ଟ ଟେବୁଲର ଶୀର୍ଷରେ ଭାରତ ରହିଥିବା ବେଳେ ଶେଷ ମ୍ୟାଚ୍ ପୂର୍ବରୁ ସେମିଫାଇନାଲ ଟିକେଟ ହାତେଇଛି । ଅନ୍ୟପଟେ ପରାଜୟ ସହ ଦକ୍ଷିଣ ଆଫ୍ରିକା ବିଶ୍ୱକପ ସେମିଫାଇନାଲ ରେସରୁ ଏକପ୍ରକାର ବିଦା ହୋଇଛି । ଯଦି କୌଣସି କାରଣ ବଶତଃ ପାକିସ୍ତାନ-ବାଂଲାଦେଶ ମ୍ୟାଚ୍ ରଦ୍ଦ ହୁଏ ତେବେ ଦକ୍ଷିଣ ଆଫ୍ରିକା ସେମିଫାଇନାଲ ରେସରେ ସାମିଲ ହେବ । କିନ୍ତୁ ବାଂଲାଦେଶ-ପାକିସ୍ତାନ ମଧ୍ୟରୁ ଯେଉଁ ଦଳ ବିଜୟୀ ହେବ ସେହି ଦଳ ସେମିଫାଇନାଲ ଟିକେଟ ହାତେଇବ । ଯେହେତୁ ଭାରତ ସେମିଫାଇନାଲ ଟିକେଟ ହାତେଇ ସାରିଛି ତେଣୁ ଜିମ୍ବାୱେ ବିପକ୍ଷ ଶେଷ ମ୍ୟାଚରେ ବିନା ଚାପରେ ଖେଳିବ । ତେବେ ଶେଷ ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିବାକୁ ଚାହିଁବ ଟିମ୍ ଇଣ୍ଡିଆ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର