ଆଜିଠାରୁ ଆଇସିସି ଟି-୨୦ ବିଶ୍ୱକପ୍‌‌, ଯୋଗ୍ୟତା ପର୍ଯ୍ୟାୟ ଖେଳିବେ ୮ ଦଳ

The Sakala Picture
Published On

ସିଡ୍‌‌ନୀ : ଚଳିତ ବର୍ଷର କ୍ରିକେଟ୍‌‌ର ସବୁଠାରୁ ବଡ଼ ଇଭେଣ୍ଟ ଆଇସିସି ଟି-୨୦ ବିଶ୍ୱକପ୍‌‌ର ୮ମ ସଂସ୍କରଣ ରବିବାରଠାରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବ। ଏଥିପୂର୍ବରୁ ଅଂଶଗ୍ରହଣକାରୀ ୧୬ ଦଳର ଅଧିନାୟକ ଶନିବାର ଫଟୋ ସେସନରେ ଉପସ୍ଥିତ ରହି ଏହି ମେଗା ଇଭେଣ୍ଟ ଉପରେ ମତ ରଖିଥିଲେ। କ୍ରିକେଟ୍‌‌ର ସର୍ବୋଚ୍ଚ ସଂସ୍ଥା ଆଇସିସି ଏହାର ଅଫିସିଆଲ୍‌‌ ଟୁଇଟର୍‌‌ ପୃଷ୍ଠାରେ ସମସ୍ତ ଅଧିନାୟକ ଏକାଠି ବସିଥିବା ଏକ ଫଟୋ ସେୟାର କରି ‘ଅଧିନାୟକଙ୍କ ଦିନ’ ବୋଲି କ୍ୟାପସନରେ ଉଲ୍ଲେଖ କରିଛି। […]

ସିଡ୍‌‌ନୀ : ଚଳିତ ବର୍ଷର କ୍ରିକେଟ୍‌‌ର ସବୁଠାରୁ ବଡ଼ ଇଭେଣ୍ଟ ଆଇସିସି ଟି-୨୦ ବିଶ୍ୱକପ୍‌‌ର ୮ମ ସଂସ୍କରଣ ରବିବାରଠାରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବ। ଏଥିପୂର୍ବରୁ ଅଂଶଗ୍ରହଣକାରୀ ୧୬ ଦଳର ଅଧିନାୟକ ଶନିବାର ଫଟୋ ସେସନରେ ଉପସ୍ଥିତ ରହି ଏହି ମେଗା ଇଭେଣ୍ଟ ଉପରେ ମତ ରଖିଥିଲେ। କ୍ରିକେଟ୍‌‌ର ସର୍ବୋଚ୍ଚ ସଂସ୍ଥା ଆଇସିସି ଏହାର ଅଫିସିଆଲ୍‌‌ ଟୁଇଟର୍‌‌ ପୃଷ୍ଠାରେ ସମସ୍ତ ଅଧିନାୟକ ଏକାଠି ବସିଥିବା ଏକ ଫଟୋ ସେୟାର କରି ‘ଅଧିନାୟକଙ୍କ ଦିନ’ ବୋଲି କ୍ୟାପସନରେ ଉଲ୍ଲେଖ କରିଛି।

ଆହୁରି ପଢ଼ନ୍ତୁ: ଖରାପ ଫର୍ମ ପାଇଁ ସୂର୍ଯ୍ୟକୁମାରଙ୍କ ସ୍ଥାନ ସଙ୍କଟରେ: ଅଧିନାୟକ ପଦ ହରାଇପାରନ୍ତି 'ମିଷ୍ଟର ୩୬୦'

ବିଶ୍ୱକପ୍‌‌ର ଚଳିତ ସଂସ୍କରଣରେ ମୋଟ୍‌‌ ୧୬ ଦଳ ଅଂଶଗ୍ରହଣ କରିବେ। ରବିବାରଠାରୁ ଯୋଗ୍ୟତା ପର୍ଯ୍ୟାୟ ତଥା ପ୍ରଥମ ରାଉଣ୍ଡ ଆରମ୍ଭ ହେବ। ଏଥିରେ ବିଶ୍ୱକପ୍‌‌ର ମୁଖ୍ୟ ପର୍ଯ୍ୟାୟ ତଥା ସୁପର୍‌‌-୧୨’କୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିପାରି ନ ଥିବା ୮ ଗୋଟି ଦଳ ରହିଛନ୍ତି। ଗ୍ରୁପ୍‌‌-ଏ’ରେ ପୂର୍ବତନ ଚାମ୍ପିଅନ୍‌‌ ଶ୍ରୀଲଙ୍କା ସହ ନାମ୍ବିଆ, ନେଦରଲାଣ୍ଡ୍‌‌ସ ଓ ୟୁଏଇ ରହିଛି। ସେହିଭଳି ଗ୍ରୁପ୍‌‌-ବି’ରେ ଜିମ୍ବାୱେ, ସ୍କଟଲାଣ୍ଡ, ଆୟର୍ଲାଣ୍ଡ ସହ ୨ଥରର ଚାମ୍ପିଅନ ୱେଷ୍ଟଇଣ୍ଡିଜ ସ୍ଥାନ ପାଇଛି। ଅକ୍ଟୋବର ୨୧ ପର୍ଯ୍ୟନ୍ତ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌‌ ଖେଳାଯିବ।

ଆହୁରି ପଢ଼ନ୍ତୁ: ଫେସବୁକ୍ 'ହାଏ'ରୁ ଆରମ୍ଭ ହୋଇଥିଲା ସଞ୍ଜୁ ସାମସନ୍ ଏବଂ ଚାରୁଲତାଙ୍କ ପ୍ରେମ କାହାଣୀ, ଜାଣନ୍ତୁ ଟି-୨୦ ବିଶ୍ୱକପ୍ ୨୦୨୬ ହିରୋଙ୍କ ଲଭ୍ ଷ୍ଟୋରୀ

ଏଥିରେ ଉଭୟ ଗ୍ରୁପ୍‌‌ର ଦୁଇଟି ଲେଖାଏ ଶ୍ରେଷ୍ଠ ଦଳ ଟୁର୍ଣ୍ଣାମେଣ୍ଟର ମୁଖ୍ୟ ପର୍ଯ୍ୟାୟ ତଥା ସୁପର୍‌‌-୧୨’କୁ ଯୋଗ୍ୟତା ଅର୍ଜନ କରିବେ। ପୂର୍ବରୁ ୮ ଗୋଟି ଦଳ ସିଧାସଳଖ ସୁପର୍‌‌-୧୨କୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଗ୍ରୁପ୍‌‌-୧’ରେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ ଓ ଆଫଗାନିସ୍ତାନ ଏବଂ ଗ୍ରୁପ୍‌‌-୨’ରେ ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ସ୍ଥାନ ପାଇଛନ୍ତି। ଅକ୍ଟୋବର ୨୨ରୁ ସୁପର୍‌‌-୧୨ ଆରମ୍ଭ ହେବ। ଗତ ସଂସ୍କରଣର ଦୁଇ ଫାଇନାଲିଷ୍ଟ ଚାମ୍ପିଅନ୍‌‌ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚରେ ସାମ୍ନାସାମ୍ନି ହେବ।

ଆହୁରି ପଢ଼ନ୍ତୁ: ୨୦୨୬ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା: ଶ୍ରେୟାସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ

ସେହିଦିନ ଅନ୍ୟ ଏକ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ ଇଂଲଣ୍ଡ। ସେହିଭଳି ଏହାପରଦିନ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଖେଳି ରୋହିତ୍‌‌ ଶର୍ମାଙ୍କ ନେତୃତ୍ୱାଧିନ ଭାରତ ବିଶ୍ୱକପ୍‌‌ରେ ଅଭିଯାନ ଆରମ୍ଭ କରିବ। ନଭେମ୍ବର ୯ ଓ ୧୦ରେ ଦୁଇଟି ଯାକ ସେମିଫାଇନାଲ ଏବଂ ୧୩ରେ ମେଲବୋର୍ଣ୍ଣରେ ଗ୍ରାଣ୍ଡଫାଇନାଲ ଖେଳାଯିବ।

ପ୍ରକାଶଯୋଗ୍ୟ, ରାଙ୍କ  ଆଧାରରେ ୮ ଗୋଟି ଦଳ ବିଶ୍ୱକପ୍‌‌ର ସୁପର୍‌‌-୧୨କୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିଲେ। ସେହିଭଳି ଦୁଇଥରର ଚାମ୍ପିଅନ୍‌‌ ୱେଷ୍ଟଇଣ୍ଡିଜ ସମେତ ଶ୍ରୀଲଙ୍କା ବର୍ତ୍ତମାନ ଯୋଗ୍ୟତା ପର୍ଯ୍ୟାୟ ଖେଳି ମୁଖ୍ୟ ପର୍ଯ୍ୟାୟ ଖେଳିବାର ସୁଯୋଗ ରହିଛି।

ଯୋଗ୍ୟତା ପର୍ଯ୍ୟାୟ କାର୍ଯ୍ୟସୂଚୀ

  • ୧୬।୧୦ ଶ୍ରୀଲଙ୍କା-ନାମ୍ବିଆ ସକାଳ ୯ଟା ୩୦
  • ୧୬।୧୦ ୟୁଏଇ-ନେଦରଲାଣ୍ଡ୍‌‌ସ ଅପରାହ୍ନ ୧ଟା ୩୦
  • ୧୭।୧୦ ୱେଷ୍ଟଇଣ୍ଡିଜ-ସ୍କଟଲାଣ୍ଡ ସକାଳ ୯ଟା ୩୦
  • ୧୭।୧୦ ଜିମ୍ବାୱେ-ଆୟର୍ଲାଣ୍ଡ ଅପରାହ୍ନ ୧ଟା ୩୦
  • ୧୮।୧୦ ନାମ୍ବିଆ-ନେଦରଲାଣ୍ଡ୍‌‌ସ ସକାଳ ୯ଟା ୩୦
  • ୧୮।୧୦ ଶ୍ରୀଲଙ୍କା-ୟୁଏଇ ଅପରାହ୍ନ ୧ଟା ୩୦
  • ୧୯।୧୦ ସ୍କଟଲାଣ୍ଡ-ଆୟର୍ଲାଣ୍ଡ ସକାଳ ୯ଟା ୩୦
  • ୧୯।୧୦ ୱେଷ୍ଟଇଣ୍ଡିଜ-ଜିମ୍ବାୱେ ଅପରାହ୍ନ ୧ଟା ୩୦
  • ୨୦।୧୦ ଶ୍ରୀଲଙ୍କା-ନେଦରଲାଣ୍ଡ୍‌‌ସ ସକାଳ ୯ଟା ୩୦
  • ୨୦।୧୦ ନାମ୍ବିଆ-ୟୁଏଇ ଅପରାହ୍ନ ୧ଟା ୩୦
  • ୨୧।୧୦ ୱେଷ୍ଟଇଣ୍ଡିଜ-ଆୟର୍ଲାଣ୍ଡ ସକାଳ ୯ଟା ୩୦
  • ୨୧।୧୦ ସ୍କଟଲାଣ୍ଡ-ଜିମ୍ବାୱେ ଅପରାହ୍ନ ୧ଟା ୩୦
  • ଗ୍ରୁପ୍‌‌-ଏ: ଶ୍ରୀଲଙ୍କା, ନାମ୍ବିଆ, ନେଦରଲାଣ୍ଡ୍‌‌ସ, ୟୁଏଇ
  • ଗ୍ରୁପ୍‌‌-ବି: ୱେଷ୍ଟଇଣ୍ଡିଜ, ଜିମ୍ବାୱେ, ସ୍କଟଲାଣ୍ଡ, ଆୟର୍ଲାଣ୍ଡ
    ବି.ଦ୍ର: ଗ୍ରୁପ୍‌‌-ଏ ଓ ବି’ର ସମସ୍ତ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌‌ ଯଥାକ୍ରମେ ଗୀଲଙ୍ଗ ଓ ହୋବାର୍ଟରେ ଖେଳାଯିବ।
16 Oct 2022 By The Sakala

ଆଜିଠାରୁ ଆଇସିସି ଟି-୨୦ ବିଶ୍ୱକପ୍‌‌, ଯୋଗ୍ୟତା ପର୍ଯ୍ୟାୟ ଖେଳିବେ ୮ ଦଳ

ସିଡ୍‌‌ନୀ : ଚଳିତ ବର୍ଷର କ୍ରିକେଟ୍‌‌ର ସବୁଠାରୁ ବଡ଼ ଇଭେଣ୍ଟ ଆଇସିସି ଟି-୨୦ ବିଶ୍ୱକପ୍‌‌ର ୮ମ ସଂସ୍କରଣ ରବିବାରଠାରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବ। ଏଥିପୂର୍ବରୁ ଅଂଶଗ୍ରହଣକାରୀ ୧୬ ଦଳର ଅଧିନାୟକ ଶନିବାର ଫଟୋ ସେସନରେ ଉପସ୍ଥିତ ରହି ଏହି ମେଗା ଇଭେଣ୍ଟ ଉପରେ ମତ ରଖିଥିଲେ। କ୍ରିକେଟ୍‌‌ର ସର୍ବୋଚ୍ଚ ସଂସ୍ଥା ଆଇସିସି ଏହାର ଅଫିସିଆଲ୍‌‌ ଟୁଇଟର୍‌‌ ପୃଷ୍ଠାରେ ସମସ୍ତ ଅଧିନାୟକ ଏକାଠି ବସିଥିବା ଏକ ଫଟୋ ସେୟାର କରି ‘ଅଧିନାୟକଙ୍କ ଦିନ’ ବୋଲି କ୍ୟାପସନରେ ଉଲ୍ଲେଖ କରିଛି।

ବିଶ୍ୱକପ୍‌‌ର ଚଳିତ ସଂସ୍କରଣରେ ମୋଟ୍‌‌ ୧୬ ଦଳ ଅଂଶଗ୍ରହଣ କରିବେ। ରବିବାରଠାରୁ ଯୋଗ୍ୟତା ପର୍ଯ୍ୟାୟ ତଥା ପ୍ରଥମ ରାଉଣ୍ଡ ଆରମ୍ଭ ହେବ। ଏଥିରେ ବିଶ୍ୱକପ୍‌‌ର ମୁଖ୍ୟ ପର୍ଯ୍ୟାୟ ତଥା ସୁପର୍‌‌-୧୨’କୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିପାରି ନ ଥିବା ୮ ଗୋଟି ଦଳ ରହିଛନ୍ତି। ଗ୍ରୁପ୍‌‌-ଏ’ରେ ପୂର୍ବତନ ଚାମ୍ପିଅନ୍‌‌ ଶ୍ରୀଲଙ୍କା ସହ ନାମ୍ବିଆ, ନେଦରଲାଣ୍ଡ୍‌‌ସ ଓ ୟୁଏଇ ରହିଛି। ସେହିଭଳି ଗ୍ରୁପ୍‌‌-ବି’ରେ ଜିମ୍ବାୱେ, ସ୍କଟଲାଣ୍ଡ, ଆୟର୍ଲାଣ୍ଡ ସହ ୨ଥରର ଚାମ୍ପିଅନ ୱେଷ୍ଟଇଣ୍ଡିଜ ସ୍ଥାନ ପାଇଛି। ଅକ୍ଟୋବର ୨୧ ପର୍ଯ୍ୟନ୍ତ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌‌ ଖେଳାଯିବ।

ଏଥିରେ ଉଭୟ ଗ୍ରୁପ୍‌‌ର ଦୁଇଟି ଲେଖାଏ ଶ୍ରେଷ୍ଠ ଦଳ ଟୁର୍ଣ୍ଣାମେଣ୍ଟର ମୁଖ୍ୟ ପର୍ଯ୍ୟାୟ ତଥା ସୁପର୍‌‌-୧୨’କୁ ଯୋଗ୍ୟତା ଅର୍ଜନ କରିବେ। ପୂର୍ବରୁ ୮ ଗୋଟି ଦଳ ସିଧାସଳଖ ସୁପର୍‌‌-୧୨କୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଗ୍ରୁପ୍‌‌-୧’ରେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ ଓ ଆଫଗାନିସ୍ତାନ ଏବଂ ଗ୍ରୁପ୍‌‌-୨’ରେ ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ସ୍ଥାନ ପାଇଛନ୍ତି। ଅକ୍ଟୋବର ୨୨ରୁ ସୁପର୍‌‌-୧୨ ଆରମ୍ଭ ହେବ। ଗତ ସଂସ୍କରଣର ଦୁଇ ଫାଇନାଲିଷ୍ଟ ଚାମ୍ପିଅନ୍‌‌ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚରେ ସାମ୍ନାସାମ୍ନି ହେବ।

ସେହିଦିନ ଅନ୍ୟ ଏକ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ ଇଂଲଣ୍ଡ। ସେହିଭଳି ଏହାପରଦିନ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଖେଳି ରୋହିତ୍‌‌ ଶର୍ମାଙ୍କ ନେତୃତ୍ୱାଧିନ ଭାରତ ବିଶ୍ୱକପ୍‌‌ରେ ଅଭିଯାନ ଆରମ୍ଭ କରିବ। ନଭେମ୍ବର ୯ ଓ ୧୦ରେ ଦୁଇଟି ଯାକ ସେମିଫାଇନାଲ ଏବଂ ୧୩ରେ ମେଲବୋର୍ଣ୍ଣରେ ଗ୍ରାଣ୍ଡଫାଇନାଲ ଖେଳାଯିବ।

ପ୍ରକାଶଯୋଗ୍ୟ, ରାଙ୍କ  ଆଧାରରେ ୮ ଗୋଟି ଦଳ ବିଶ୍ୱକପ୍‌‌ର ସୁପର୍‌‌-୧୨କୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିଲେ। ସେହିଭଳି ଦୁଇଥରର ଚାମ୍ପିଅନ୍‌‌ ୱେଷ୍ଟଇଣ୍ଡିଜ ସମେତ ଶ୍ରୀଲଙ୍କା ବର୍ତ୍ତମାନ ଯୋଗ୍ୟତା ପର୍ଯ୍ୟାୟ ଖେଳି ମୁଖ୍ୟ ପର୍ଯ୍ୟାୟ ଖେଳିବାର ସୁଯୋଗ ରହିଛି।

ଯୋଗ୍ୟତା ପର୍ଯ୍ୟାୟ କାର୍ଯ୍ୟସୂଚୀ

  • ୧୬।୧୦ ଶ୍ରୀଲଙ୍କା-ନାମ୍ବିଆ ସକାଳ ୯ଟା ୩୦
  • ୧୬।୧୦ ୟୁଏଇ-ନେଦରଲାଣ୍ଡ୍‌‌ସ ଅପରାହ୍ନ ୧ଟା ୩୦
  • ୧୭।୧୦ ୱେଷ୍ଟଇଣ୍ଡିଜ-ସ୍କଟଲାଣ୍ଡ ସକାଳ ୯ଟା ୩୦
  • ୧୭।୧୦ ଜିମ୍ବାୱେ-ଆୟର୍ଲାଣ୍ଡ ଅପରାହ୍ନ ୧ଟା ୩୦
  • ୧୮।୧୦ ନାମ୍ବିଆ-ନେଦରଲାଣ୍ଡ୍‌‌ସ ସକାଳ ୯ଟା ୩୦
  • ୧୮।୧୦ ଶ୍ରୀଲଙ୍କା-ୟୁଏଇ ଅପରାହ୍ନ ୧ଟା ୩୦
  • ୧୯।୧୦ ସ୍କଟଲାଣ୍ଡ-ଆୟର୍ଲାଣ୍ଡ ସକାଳ ୯ଟା ୩୦
  • ୧୯।୧୦ ୱେଷ୍ଟଇଣ୍ଡିଜ-ଜିମ୍ବାୱେ ଅପରାହ୍ନ ୧ଟା ୩୦
  • ୨୦।୧୦ ଶ୍ରୀଲଙ୍କା-ନେଦରଲାଣ୍ଡ୍‌‌ସ ସକାଳ ୯ଟା ୩୦
  • ୨୦।୧୦ ନାମ୍ବିଆ-ୟୁଏଇ ଅପରାହ୍ନ ୧ଟା ୩୦
  • ୨୧।୧୦ ୱେଷ୍ଟଇଣ୍ଡିଜ-ଆୟର୍ଲାଣ୍ଡ ସକାଳ ୯ଟା ୩୦
  • ୨୧।୧୦ ସ୍କଟଲାଣ୍ଡ-ଜିମ୍ବାୱେ ଅପରାହ୍ନ ୧ଟା ୩୦
  • ଗ୍ରୁପ୍‌‌-ଏ: ଶ୍ରୀଲଙ୍କା, ନାମ୍ବିଆ, ନେଦରଲାଣ୍ଡ୍‌‌ସ, ୟୁଏଇ
  • ଗ୍ରୁପ୍‌‌-ବି: ୱେଷ୍ଟଇଣ୍ଡିଜ, ଜିମ୍ବାୱେ, ସ୍କଟଲାଣ୍ଡ, ଆୟର୍ଲାଣ୍ଡ
    ବି.ଦ୍ର: ଗ୍ରୁପ୍‌‌-ଏ ଓ ବି’ର ସମସ୍ତ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌‌ ଯଥାକ୍ରମେ ଗୀଲଙ୍ଗ ଓ ହୋବାର୍ଟରେ ଖେଳାଯିବ।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର