ଟି-୨୦ ବିଶ୍ବକପରୁ ଦୀପକ ଚହର ବାଦ୍, ଅଷ୍ଟ୍ରେଲିଆ ଯିବେ ସିରାଜ, ଶାମି ଓ ଶାର୍ଦ୍ଦୁଲ

The Sakala Picture
Published On

ନୂଆଦିଲ୍ଲୀ: ଟି୨୦ ବିଶ୍ବକପ୍ ପୂର୍ବରୁ ଭାରତକୁ ଆଉ ଏକ ଝଟକା ଲାଗିଛି । ପିଠି ଆଘାତ ଯୋଗୁଁ ଦ୍ରୁତ ବୋଲର ଦୀପକ ଚହର ଏହି ମେଗା ଇଭେଣ୍ଟରୁ ବାଦ୍ ପଡିଛନ୍ତି । ଅନ୍ୟପକ୍ଷରେ ପେସ୍ ବୋଲର ମହମ୍ମଦ ସିରାଜ, ମହମ୍ମଦ ଶାମି ଏବଂ ଶାର୍ଦ୍ଦୁଲ ଠାକୁର ଖୁବ ଶୀଘ୍ର ଅଷ୍ଟ୍ରେଲିଆରେ ଭାରତୀୟ ଦଳ ସହ ଯୋଗଦେବେ । ବିଶ୍ବକପ୍ ପାଇଁ ଚହର ଜଣେ ଷ୍ଟାଣ୍ଡବାଇ ଖେଳାଳି ଥିଲେ ଏବଂ ଯଶପ୍ରୀତ ବୁମ୍ରାଙ୍କ ଅନୁପସ୍ଥିତିରେ ତାଙ୍କୁ ମୁଖ୍ୟ ଦଳରେ ସାମିଲ […]

ନୂଆଦିଲ୍ଲୀ: ଟି୨୦ ବିଶ୍ବକପ୍ ପୂର୍ବରୁ ଭାରତକୁ ଆଉ ଏକ ଝଟକା ଲାଗିଛି । ପିଠି ଆଘାତ ଯୋଗୁଁ ଦ୍ରୁତ ବୋଲର ଦୀପକ ଚହର ଏହି ମେଗା ଇଭେଣ୍ଟରୁ ବାଦ୍ ପଡିଛନ୍ତି । ଅନ୍ୟପକ୍ଷରେ ପେସ୍ ବୋଲର ମହମ୍ମଦ ସିରାଜ, ମହମ୍ମଦ ଶାମି ଏବଂ ଶାର୍ଦ୍ଦୁଲ ଠାକୁର ଖୁବ ଶୀଘ୍ର ଅଷ୍ଟ୍ରେଲିଆରେ ଭାରତୀୟ ଦଳ ସହ ଯୋଗଦେବେ । ବିଶ୍ବକପ୍ ପାଇଁ ଚହର ଜଣେ ଷ୍ଟାଣ୍ଡବାଇ ଖେଳାଳି ଥିଲେ ଏବଂ ଯଶପ୍ରୀତ ବୁମ୍ରାଙ୍କ ଅନୁପସ୍ଥିତିରେ ତାଙ୍କୁ ମୁଖ୍ୟ ଦଳରେ ସାମିଲ କରାଯିବ ବୋଲି ମନେ କରାଯାଉଥିଲା  କିନ୍ତୁ ତାଙ୍କ ପିଠିରେ ଆଘାତ କାରଣରୁ ସେ ଦଳରୁ ବାଦ ପଡିଛନ୍ତି।  ଦୀପକ ଚହର ଭଲ ହେବା ପାଇଁ କିଛି ସମୟ ଲାଗିବ ବୋଲି ଜଣାପଡିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ବିସିସିଆଇର ଜଣେ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ଫିଟ୍ ହେବା ପାଇଁ ଦୀପକ କିଛି ସମୟ ନେବେ। ପୁଣିଥରେ ତାଙ୍କ ପିଠି ଯନ୍ତ୍ରଣା ଦେଖାଦେଇଛି । ତାଙ୍କ ଗୋଡ ଭଲ ଅଛି ଏବଂ ଏଥିରେ କୌଣସି ଅସୁବିଧା ନାହିଁ । ସେଥିପାଇଁ ବିସିସିଆଇ ତିନି ଖେଳାଳି ମହମ୍ମଦ ଶାମି, ମହମ୍ମଦ ସିରାଜ ଏବଂ ଶାର୍ଦ୍ଦୁଲ ଠାକୁରଙ୍କୁ ଅଷ୍ଟ୍ରେଲିଆ ପଠାଉଛି।କିନ୍ତୁ ଏହି ୩ ଜଣଙ୍କ ମଧ୍ୟରୁ କିଏ ୧୫ ଜଣିଆ ସ୍କ୍ୱାଡରେ ବୁମ୍ରାଙ୍କ ସ୍ଥାନ ନେବେ ଓ କେଉଁ ଦୁଇ ଜଣ ଷ୍ଟାଣ୍ଡବାଇରେ ରହିବେ, ସେକଥା ଜଣାପଡ଼ିନି। ହେଲେ ଏହି ୩ ଜଣ ହିଁ ଅଷ୍ଟ୍ରେଲିଆ ଗସ୍ତରେ ୧୩ ତାରିଖ ଯିବେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଚହର ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ସ୍ଥାନ ପାଇଥିଲେ କିନ୍ତୁ ପିଠି ଯନ୍ତ୍ରଣା ଭଲ ହୋଇଥିବାରୁ ଦିନିକିଆ ସିରିଜରୁ ବଞ୍ଚିତ ହୋଇଥିଲେ। ସେ ଚିକିତ୍ସା ପାଇଁ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ) କୁ ଯାଇଥିଲେ। ଅକ୍ଟୋବର ୧୫ ପର୍ଯ୍ୟନ୍ତ ଯଶପ୍ରୀତ ବୁମ୍ରାଙ୍କ ସ୍ଥାନରେ ଜଣେ ନୂଆ ଖେଳାଳି ବାଛିବା ପାଇଁ ସମୟ ଅଛି । ତେଣୁ ଟିମ୍ ମ୍ୟାନେଜମେଣ୍ଟ ଏହି ତିନି ଦ୍ରୁତ ବୋଲରଙ୍କ ଫିଟନେସକୁ ଆକଳନ କରିବାକୁ ଚାହୁଁଛି। ସଠିକ୍ ସମୟରେ ଅଷ୍ଟ୍ରେଲିଆରେ ପହଞ୍ଚିଲେ ସେମାନଙ୍କୁ ସେଠାକାର ପରିବେଶ ସହ ଖାପ ଖୁଆଇବାରେ ସହାୟକ ହେବ ଏବଂ ଆବଶ୍ୟକତା ସ୍ଥଳେ ସେମାନେ ଖେଳିବା ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଅନ୍ୟପଟେ ପୂର୍ବ ଅଭିଜ୍ଞତା କାରଣରୁ ଦଳରେ ସ୍ଥାନ ପାଇବା ପାଇଁ ଶାମି ଜଣେ ବଡ଼ ଦାବିଦାର । କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସଦ୍ୟ ସମାପ୍ତ ହୋଇଥିବା ଦିନିକିଆ ସିରିଜରେ ସିରାଜ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ । ଏହାଛଡ଼ା ତାଙ୍କୁ ପ୍ଲେୟାର ଅଫ୍ ଦି ସିରିଜ୍ ପୁରସ୍କାର ମିଳିଥିଲା। ତିନି ମ୍ୟାଚରେ ସିରାଜ ପାଞ୍ଚଟି ୱିକେଟ୍ ନେଇଥିଲେ। ଏଥିମଧ୍ୟରୁ ରାଞ୍ଚିରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ସେ ୩ଟି ୱିକେଟ୍ ନେଇଥିଲେ। ଶାର୍ଦ୍ଦୁଲ ମଧ୍ୟ ନିଜ ଅଲରାଉଣ୍ଡ ଦକ୍ଷତା ଯୋଗୁଁ ଅନ୍ୟତମ ଦାବିଦାର ଭାବେ ଉଭା ହୋଇଛନ୍ତି । କିନ୍ତୁ ସେ ଷ୍ଟାଣ୍ଡବାଇ ତାଲିକାରେ ରହିବାର ସମ୍ଭାବନା ଅଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର