ଟି-୨୦ ବିଶ୍ବକପ୍‌ ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଟିମ ଇଣ୍ଡିଆ; ଅକ୍ଟୋବର ୨୩ରୁ ପାକିସ୍ତାନ ବିରୋଧରେ ଆରମ୍ଭ କରିବ ବିଶ୍ୱକପ୍ ଅଭିଯାନ

The Sakala Picture
Published On

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୧୬ ରୁ ଆରମ୍ଭ ହେଉଛି ଟି-୨୦ ବିଶ୍ବକପ୍‌ ମହାକୁମ୍ଭ । ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଭାରତୀୟ ଟିମ୍‌ ଗୁରୁବାର ସକାଳୁ ସକଳୁ ଟି-୨୦ ବିଶ୍ବକପ୍‌ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିିଛି। ବିସିସିଆଇ ପକ୍ଷରୁ ଏନେଇ ଟ୍ବିଟରରେ ଏକ ଫଟୋ ପୋଷ୍ଟ କରି ସୂଚନା ଦିଆଯାଇଛି। ବିଶ୍ୱକପ୍ ମିଶନ୍କୁ ସଫଳ କରିବାକୁ ଅଷ୍ଟ୍ରେଲିଆରେ ପହଞ୍ଚିଛି ଟିମ ଇଣ୍ଡିଆ । ତେବେ ମୁମ୍ବାଇ ବିମାନ ବନ୍ଦରରୁ ଦଳ ସିଧା ଯାଇ ପର୍ଥରେ ପହଞ୍ଚିଛି । ବିଶ୍ୱକପରେ […]

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୧୬ ରୁ ଆରମ୍ଭ ହେଉଛି ଟି-୨୦ ବିଶ୍ବକପ୍‌ ମହାକୁମ୍ଭ । ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଭାରତୀୟ ଟିମ୍‌ ଗୁରୁବାର ସକାଳୁ ସକଳୁ ଟି-୨୦ ବିଶ୍ବକପ୍‌ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିିଛି। ବିସିସିଆଇ ପକ୍ଷରୁ ଏନେଇ ଟ୍ବିଟରରେ ଏକ ଫଟୋ ପୋଷ୍ଟ କରି ସୂଚନା ଦିଆଯାଇଛି। ବିଶ୍ୱକପ୍ ମିଶନ୍କୁ ସଫଳ କରିବାକୁ ଅଷ୍ଟ୍ରେଲିଆରେ ପହଞ୍ଚିଛି ଟିମ ଇଣ୍ଡିଆ । ତେବେ ମୁମ୍ବାଇ ବିମାନ ବନ୍ଦରରୁ ଦଳ ସିଧା ଯାଇ ପର୍ଥରେ ପହଞ୍ଚିଛି । ବିଶ୍ୱକପରେ ଭାରତୀୟ ଟିମ୍ ସୁପର-୧୨ ଗ୍ରୁପର ଗ୍ରୁପ ୨ରେ ରହିଛି । ଯେଉଁଥିରେ ଟିମ୍ ଇଣ୍ଡିଆ ସହିତ ପାକିସ୍ତାନ, ସାଉଥ୍ ଆଫ୍ରିକା ଓ ବାଂଲାଦେଶ ରହିଛନ୍ତି । ତେବେ କ୍ୱାଲିଫାଇଙ୍ଗ ମ୍ୟାଚ୍ ପରେ ଆଉ ଦୁଇଟି ଟିମ୍ ଏହି ଗ୍ରୁପରେ ଯୋଗ ଦେବେ ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଟିମ୍ ଇଣ୍ଡିଆର ବିଶ୍ୱକପ୍ ଅଭିଯାନ ଅକ୍ଟୋବର ୨୩ରୁ ଆରମ୍ଭ ହେବ । ଯାହାକିି ପାକିସ୍ତାନ ବିରୋଧରେ ଖେଳିବ ଟିମ୍ ଇଣ୍ଡିଆ । ଦଳରେ ୧୫ନମ୍ବର ସ୍ଥାନରେ ଜସ୍‌ପ୍ରିତ ବୁମ୍‌ରାହ ରହିଥିଲେ, କିନ୍ତୁ ଅଷ୍ଟ୍ରେଲିଆ ଯିବା ପୂର୍ବରୁ ବୁମ୍‌ରାହଙ୍କ ପିଠିରେ ଆଘାତ ଲାଗିବା କାରଣରୁ ଦଳରୁ ବାଦ୍‌ ପଡ଼ିଥିଲେ। ବିସିସିଆଇ ବର୍ତ୍ତମାନ ସୁଦ୍ଧା ବୁମରାହଙ୍କ ବଦଳରେ କିଏ ଖେଳିବେ ସେନେଇ କୌଣସି ଘୋଷଣା କରିନଥିବାରୁ, ଫଟୋରେ ୧୫ଜଣଙ୍କ ବଦଳରେ ୧୪ଜଣ ଖେଳାଳୀଙ୍କୁ ଦେଖିବାକୁ ମିଳିଥିଲା। ଷ୍ଟାଣ୍ଡବାୟରେ ବିସିସିଆଇ ଶ୍ରେୟସ ଆୟର ଓ ମହମ୍ମଦ ସାମୀଙ୍କ ବଦଳରେ ଦୀପକ ଚହରଙ୍କୁ ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଟିମ୍ ଇଣ୍ଡିଆର ବିଶ୍ୱକପ୍ ଦଳ: ରୋହିତ ଶର୍ମା (ଅଧିନାୟକ), କେ ଏଲ ରାହୁଲ (ଉପ-ଅଧିନାୟକ),ବିରାଟ କୋହଲି, ସୂର୍ଯ୍ୟକମାର ଯାଦବ, ଦୀପକ ହୁଡ୍ଡା, ରିଷଭ ପନ୍ତ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନୀ, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ ଓ ଅର୍ଶଦୀପ ସିଂହ

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର