ଆଜି ଭାରତ-ୱେଷ୍ଟଇଣ୍ଡିଜ ଚତୁର୍ଥ ଟି-୨୦ : ବିଜୟ ସହ ସିରିଜ୍ ହାତେଇବା ଲକ୍ଷ୍ୟରେ ଟିମ୍ ରୋହିତ

The Sakala Picture
Published On

ଲଡେରହିଲ (ଆମେରିକା) : ଆମେରିକାର ଫ୍ଲୋରିଡାରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ଆଜି ଖେଳାଯିବ। ୫ ମ୍ୟାଚ୍‍ ବିଶିଷ୍ଟ ଏହି ସିରିଜରେ ଭାରତ ୨-୧ରେ ଅଗ୍ରଣୀ ହାସଲ କରିଛି। ଫଳରେ ଚତୁର୍ଥ ମ୍ୟାଚ୍‍ ଜିତି ଭାରତ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି। ପୂର୍ବରୁ ଅନୁଷ୍ଠିତ ଦିନିକିଆ ସିରିଜରେ ଭାରତ ୩-୦ରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା। ଅଷ୍ଟ୍ରେଲିଆରେ ଆସନ୍ତା ଅକ୍ଟୋରବ- ନଭେମ୍ବରରେ ଟି-୨୦ ବିଶ୍ୱକପ୍‍ର ଅଷ୍ଟମ ସଂସ୍କରଣ ଆୟୋଜନ ହେବାକୁ ଯାଉଥିବାରୁ ଦଳ ଚୟନ […]

ଲଡେରହିଲ (ଆମେରିକା) : ଆମେରିକାର ଫ୍ଲୋରିଡାରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ଆଜି ଖେଳାଯିବ। ୫ ମ୍ୟାଚ୍‍ ବିଶିଷ୍ଟ ଏହି ସିରିଜରେ ଭାରତ ୨-୧ରେ ଅଗ୍ରଣୀ ହାସଲ କରିଛି। ଫଳରେ ଚତୁର୍ଥ ମ୍ୟାଚ୍‍ ଜିତି ଭାରତ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି। ପୂର୍ବରୁ ଅନୁଷ୍ଠିତ ଦିନିକିଆ ସିରିଜରେ ଭାରତ ୩-୦ରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା। ଅଷ୍ଟ୍ରେଲିଆରେ ଆସନ୍ତା ଅକ୍ଟୋରବ- ନଭେମ୍ବରରେ ଟି-୨୦ ବିଶ୍ୱକପ୍‍ର ଅଷ୍ଟମ ସଂସ୍କରଣ ଆୟୋଜନ ହେବାକୁ ଯାଉଥିବାରୁ ଦଳ ଚୟନ ପାଇଁ ଏହି ସିରିଜ ଭାରତ ପାଇଁ ଯଥେଷ୍ଟ ଗୁରୁତ୍ୱ ବହନ କରୁଛି। ଭାରତର ପ୍ରଦର୍ଶନ ଆଶାନୁରୂପ ହୋଇଛି। ତେବେ ଶ୍ରେୟଶ ଆୟାରଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି। ଭାରତ ପ୍ରଥମ ଟି-୨୦କୁ ୬୮ ରନରେ ଏବଂ ୩ୟ ମ୍ୟାଚକୁ ୭ ୱିକେଟ୍‍ରେ ବିଜୟୀ ହୋଇଥିଲା। ଦ୍ୱିତୀୟ ମୁକାବିଲରେ ଘରୋଇ ୱେଷ୍ଟଇଣ୍ଡିଜ୍‍ ୫ ୱିକେଟରେ ବିଜୟ ହାସଲ କରିଥିଲା।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ବିଶ୍ବକପ୍‌ ଦଳ ଚୂଡାନ୍ତ ପୂର୍ବରୁ ଏବେ ଭାରତୀୟ ଚୟନକର୍ତାଙ୍କ ବିଶେଷ ନଜର ରହିଛି ଶ୍ରେୟସ ଆୟରଙ୍କ ଉପ‌ରେ। ହଠାତ୍‌ ଅସ୍ଥିର ପ୍ରଦର୍ଶନ ପର୍ଯ୍ୟାୟରେ ସମୟ କାଟୁଛନ୍ତି ଏହି ଶୀର୍ଷକ୍ରମ ବ୍ୟାଟର୍‌। ଅନ୍ୟପକ୍ଷରେ ଦୀପକ ହୁଡାଙ୍କୁ ମିଳିଥିବା ସୀମିତ ସୁଯୋଗକୁ ସେ ସଦ୍‌ବ୍ୟବହାର କରିଛନ୍ତି। ବିଶ୍ବକପ୍‌ ଦଳ ପାଇଁ ହୁଡା ଦାବିଦାର ହେଲେଣି। ଏସିଆ କପ୍‌ ଚୂଡାନ୍ତ ଏକାଦଶ ଦଳକୁ ବିରାଟ କୋହଲି ଏବଂ କେଏଲ୍ ରାହୁଲ ଫେରିବା ନିଶ୍ଚିତ ଥିବାରୁ ୨୭ ବର୍ଷୀୟ ଆୟରଙ୍କ ପାଇଁ ସମୟ ସରିସରି ଆସୁଛି ବୋଲି ବିବେଚନା କରାଯାଉଛି। ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଆରମ୍ଭରୁ କୌଣସି ଖେଳାଳିଙ୍କୁ ଅନ୍ୟାୟ‌ର ଶିକାର ହେବାକୁ ଦିଆଯାଉନାହିଁ। ଯାହାକୁ ସୁଯୋଗ ମିଳୁଛି ପର୍ଯ୍ୟାପ୍ତ ରହୁଛି। ଆୟରଙ୍କ‌ କ୍ଷେତ୍ରରେ କିନ୍ତୁ ଟିକିଏ ଏହା ଭିନ୍ନ ରହିଛି। ଦିନିକିଆ ତୁଳନାରେ ସେ ଟ୍ବେଣ୍ଟି-୨୦ରେ ବିଶେଷ ପ୍ରଭାବ ଛାଡ଼ିନାହାନ୍ତି। ବିଗତ ଅଢ଼େଇ ମାସରେ ସେ ୯ଟି ଟ୍ବେଣ୍ଟି-୨୦ ଖେଳିଥିବା ବେଳେ ମାତ୍ର ଥରେ ୫୦ ଟପିଛନ୍ତି। ଗୋଟିଏ ବର୍ଷାରେ ଧୋଇଯାଇଥିଲା। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଶେଷ ଦୁଇ ମ୍ୟାଚ୍‌ରେ ସେ ଖେଳିଲେ ନିଶ୍ଚିତ ପ୍ରଭାବ ଛାଡ଼ିବାକୁ ଚାହିଁବେ। କାରଣ ଏସିଆ କପ୍‌ ଦଳରେ ସାମିଲ ରହିଲେ ବି ସେ ଚୂଡାନ୍ତ ଏକାଦଶକୁ ଆସିବା କଷ୍ଟକର ହେବ।

ଆହୁରି ପଢ଼ନ୍ତୁ: ପାନୀୟ ଜଳ ଯୋଗାଣକୁ ନେଇ ଗୃହରେ ହଙ୍ଗାମା, ଶାସକ-ବିରୋଧୀ ମୁହାଁମୁହିଁ

ଚଳିତ ବର୍ଷ ବିଶ୍ବକପ୍‌ ଖେଳାଯିବାକୁ ଥିବାରୁ ଭାରତ ପାଇଁ ଏହି ଶୃଙ୍ଖଳା ଗୁରୁତ୍ବ ବହନ କରୁଛି। ତୃତୀୟ ମ୍ୟାଚ୍‌ ବେଳେ ମାଂଶପେଶୀ ଟାଣି ହୋଇଯିବାରୁ ରିଟାର୍ଡ ହର୍ଟ ହୋଇଥିବା ଅଧିନାୟକ ରୋହିତ ଶର୍ମା ଫିଟ୍‌ ଘୋଷିତ ହୋଇଥିବାରୁ ଶନିବାର ମ୍ୟାଚ୍ ଖେଳିବା ସମ୍ଭାବନା ଉଜ୍ବଳ ରହିଛି। ଲୌଡରହିଲ୍‌ରେ ଭାରତୀୟ ଦଳକୁ ଉତ୍ସାହିତ କରିବାକୁ ମଧ୍ୟ ବହୁ ପ୍ରଶଂସକ ପ୍ରତ୍ୟେକ୍ଷ ଭାବେ ଉପସ୍ଥିତ ରହିବେ। ଭାରତ ଏବେ ଆହତ ହର୍ଷଲ ପଟେଲ ଫିଟ୍‌ ହୋଇଯାଇଥିବାରୁ ତାଙ୍କୁ ଅସ୍ଥିର ଆୱେସ ଖାନଙ୍କ ବଦଳରେ ଖେଳାଇବା ସ୍ଥିତିରେ ରହିଛି। କୁଲଦୀପ ଯାଦବଙ୍କୁ ଖେଳାଇବା କଥା ମଧ୍ୟ ରୋହିତ ଶର୍ମା ବିଚାର କରୁଛନ୍ତି। ଶେଷ ଥର ପାଇଁ ଲୌଡରହିଲ୍‌ରେ ୨୦୧୬ରେ ଭାରତ-ୱେଷ୍ଟଇଣ୍ଡିଜ୍‌ ୨ ମ୍ୟାଚ୍‌ ଶୃଙ୍ଖଳା ଖେଳିଥିବା ବେଳେ ଗୋଟିଏ ମ୍ୟାଚ୍‌ ବର୍ଷା ଧୋଇନେଇଥିଲା। ୱେଷ୍ଟଇଣ୍ଡିଜ୍‌ ୧-୦ରେ ଶୃଙ୍ଖଳା ଜିତିଥିଲା। କୋଭିଡ୍‌ ପ୍ରଭାବିତ ଶ୍ରୀଲଙ୍କା ଗସ୍ତକୁ ଛାଡ଼ି‌ଦେଲେ ଭାରତ ଶେଷ ଥର ପାଇଁ ୨୦୧୯ରେ ଅଷ୍ଟ୍ରେଲିଆ ନିକଟରୁ ହିଁ ଏକ ଟ୍ବେଣ୍ଟି-୨୦ ଶୃଙ୍ଖଳା ହାରିଥିଲା।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

06 Aug 2022 By The Sakala

ଆଜି ଭାରତ-ୱେଷ୍ଟଇଣ୍ଡିଜ ଚତୁର୍ଥ ଟି-୨୦ : ବିଜୟ ସହ ସିରିଜ୍ ହାତେଇବା ଲକ୍ଷ୍ୟରେ ଟିମ୍ ରୋହିତ

ଲଡେରହିଲ (ଆମେରିକା) : ଆମେରିକାର ଫ୍ଲୋରିଡାରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ଆଜି ଖେଳାଯିବ। ୫ ମ୍ୟାଚ୍‍ ବିଶିଷ୍ଟ ଏହି ସିରିଜରେ ଭାରତ ୨-୧ରେ ଅଗ୍ରଣୀ ହାସଲ କରିଛି। ଫଳରେ ଚତୁର୍ଥ ମ୍ୟାଚ୍‍ ଜିତି ଭାରତ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି। ପୂର୍ବରୁ ଅନୁଷ୍ଠିତ ଦିନିକିଆ ସିରିଜରେ ଭାରତ ୩-୦ରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା। ଅଷ୍ଟ୍ରେଲିଆରେ ଆସନ୍ତା ଅକ୍ଟୋରବ- ନଭେମ୍ବରରେ ଟି-୨୦ ବିଶ୍ୱକପ୍‍ର ଅଷ୍ଟମ ସଂସ୍କରଣ ଆୟୋଜନ ହେବାକୁ ଯାଉଥିବାରୁ ଦଳ ଚୟନ ପାଇଁ ଏହି ସିରିଜ ଭାରତ ପାଇଁ ଯଥେଷ୍ଟ ଗୁରୁତ୍ୱ ବହନ କରୁଛି। ଭାରତର ପ୍ରଦର୍ଶନ ଆଶାନୁରୂପ ହୋଇଛି। ତେବେ ଶ୍ରେୟଶ ଆୟାରଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି। ଭାରତ ପ୍ରଥମ ଟି-୨୦କୁ ୬୮ ରନରେ ଏବଂ ୩ୟ ମ୍ୟାଚକୁ ୭ ୱିକେଟ୍‍ରେ ବିଜୟୀ ହୋଇଥିଲା। ଦ୍ୱିତୀୟ ମୁକାବିଲରେ ଘରୋଇ ୱେଷ୍ଟଇଣ୍ଡିଜ୍‍ ୫ ୱିକେଟରେ ବିଜୟ ହାସଲ କରିଥିଲା।

ବିଶ୍ବକପ୍‌ ଦଳ ଚୂଡାନ୍ତ ପୂର୍ବରୁ ଏବେ ଭାରତୀୟ ଚୟନକର୍ତାଙ୍କ ବିଶେଷ ନଜର ରହିଛି ଶ୍ରେୟସ ଆୟରଙ୍କ ଉପ‌ରେ। ହଠାତ୍‌ ଅସ୍ଥିର ପ୍ରଦର୍ଶନ ପର୍ଯ୍ୟାୟରେ ସମୟ କାଟୁଛନ୍ତି ଏହି ଶୀର୍ଷକ୍ରମ ବ୍ୟାଟର୍‌। ଅନ୍ୟପକ୍ଷରେ ଦୀପକ ହୁଡାଙ୍କୁ ମିଳିଥିବା ସୀମିତ ସୁଯୋଗକୁ ସେ ସଦ୍‌ବ୍ୟବହାର କରିଛନ୍ତି। ବିଶ୍ବକପ୍‌ ଦଳ ପାଇଁ ହୁଡା ଦାବିଦାର ହେଲେଣି। ଏସିଆ କପ୍‌ ଚୂଡାନ୍ତ ଏକାଦଶ ଦଳକୁ ବିରାଟ କୋହଲି ଏବଂ କେଏଲ୍ ରାହୁଲ ଫେରିବା ନିଶ୍ଚିତ ଥିବାରୁ ୨୭ ବର୍ଷୀୟ ଆୟରଙ୍କ ପାଇଁ ସମୟ ସରିସରି ଆସୁଛି ବୋଲି ବିବେଚନା କରାଯାଉଛି। ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଆରମ୍ଭରୁ କୌଣସି ଖେଳାଳିଙ୍କୁ ଅନ୍ୟାୟ‌ର ଶିକାର ହେବାକୁ ଦିଆଯାଉନାହିଁ। ଯାହାକୁ ସୁଯୋଗ ମିଳୁଛି ପର୍ଯ୍ୟାପ୍ତ ରହୁଛି। ଆୟରଙ୍କ‌ କ୍ଷେତ୍ରରେ କିନ୍ତୁ ଟିକିଏ ଏହା ଭିନ୍ନ ରହିଛି। ଦିନିକିଆ ତୁଳନାରେ ସେ ଟ୍ବେଣ୍ଟି-୨୦ରେ ବିଶେଷ ପ୍ରଭାବ ଛାଡ଼ିନାହାନ୍ତି। ବିଗତ ଅଢ଼େଇ ମାସରେ ସେ ୯ଟି ଟ୍ବେଣ୍ଟି-୨୦ ଖେଳିଥିବା ବେଳେ ମାତ୍ର ଥରେ ୫୦ ଟପିଛନ୍ତି। ଗୋଟିଏ ବର୍ଷାରେ ଧୋଇଯାଇଥିଲା। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଶେଷ ଦୁଇ ମ୍ୟାଚ୍‌ରେ ସେ ଖେଳିଲେ ନିଶ୍ଚିତ ପ୍ରଭାବ ଛାଡ଼ିବାକୁ ଚାହିଁବେ। କାରଣ ଏସିଆ କପ୍‌ ଦଳରେ ସାମିଲ ରହିଲେ ବି ସେ ଚୂଡାନ୍ତ ଏକାଦଶକୁ ଆସିବା କଷ୍ଟକର ହେବ।

ଚଳିତ ବର୍ଷ ବିଶ୍ବକପ୍‌ ଖେଳାଯିବାକୁ ଥିବାରୁ ଭାରତ ପାଇଁ ଏହି ଶୃଙ୍ଖଳା ଗୁରୁତ୍ବ ବହନ କରୁଛି। ତୃତୀୟ ମ୍ୟାଚ୍‌ ବେଳେ ମାଂଶପେଶୀ ଟାଣି ହୋଇଯିବାରୁ ରିଟାର୍ଡ ହର୍ଟ ହୋଇଥିବା ଅଧିନାୟକ ରୋହିତ ଶର୍ମା ଫିଟ୍‌ ଘୋଷିତ ହୋଇଥିବାରୁ ଶନିବାର ମ୍ୟାଚ୍ ଖେଳିବା ସମ୍ଭାବନା ଉଜ୍ବଳ ରହିଛି। ଲୌଡରହିଲ୍‌ରେ ଭାରତୀୟ ଦଳକୁ ଉତ୍ସାହିତ କରିବାକୁ ମଧ୍ୟ ବହୁ ପ୍ରଶଂସକ ପ୍ରତ୍ୟେକ୍ଷ ଭାବେ ଉପସ୍ଥିତ ରହିବେ। ଭାରତ ଏବେ ଆହତ ହର୍ଷଲ ପଟେଲ ଫିଟ୍‌ ହୋଇଯାଇଥିବାରୁ ତାଙ୍କୁ ଅସ୍ଥିର ଆୱେସ ଖାନଙ୍କ ବଦଳରେ ଖେଳାଇବା ସ୍ଥିତିରେ ରହିଛି। କୁଲଦୀପ ଯାଦବଙ୍କୁ ଖେଳାଇବା କଥା ମଧ୍ୟ ରୋହିତ ଶର୍ମା ବିଚାର କରୁଛନ୍ତି। ଶେଷ ଥର ପାଇଁ ଲୌଡରହିଲ୍‌ରେ ୨୦୧୬ରେ ଭାରତ-ୱେଷ୍ଟଇଣ୍ଡିଜ୍‌ ୨ ମ୍ୟାଚ୍‌ ଶୃଙ୍ଖଳା ଖେଳିଥିବା ବେଳେ ଗୋଟିଏ ମ୍ୟାଚ୍‌ ବର୍ଷା ଧୋଇନେଇଥିଲା। ୱେଷ୍ଟଇଣ୍ଡିଜ୍‌ ୧-୦ରେ ଶୃଙ୍ଖଳା ଜିତିଥିଲା। କୋଭିଡ୍‌ ପ୍ରଭାବିତ ଶ୍ରୀଲଙ୍କା ଗସ୍ତକୁ ଛାଡ଼ି‌ଦେଲେ ଭାରତ ଶେଷ ଥର ପାଇଁ ୨୦୧୯ରେ ଅଷ୍ଟ୍ରେଲିଆ ନିକଟରୁ ହିଁ ଏକ ଟ୍ବେଣ୍ଟି-୨୦ ଶୃଙ୍ଖଳା ହାରିଥିଲା।

https://www.thesakala.in/sports/india-vs-west-indies-4th-t20-today/article-13915
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର