ମନୋରଞ୍ଜନ
ଓଡ଼ିଶା
ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ପୁଣି ଏକ ପଦକ, ଭାରୋତ୍ତୋଳନରେ ବ୍ରୋଞ୍ଜ ଜିତିଲେ ଗୁରୁରାଜ ପୂଜାରୀ
ବର୍ମିଂହାମ୍: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସଫଳତା । ଭାରୋତ୍ତଳନର ପୁରୁଷ ୬୧ କିଲୋ ବର୍ଗରେ ଗୁରୁରାଜ ପୁଜାରୀ ବ୍ରୋଞ୍ଜ ପଦକ ହାସଲ କରି ଭାରତକୁ ଦ୍ୱିତୀୟ ପଦକ ଦେଇଛନ୍ତି । ଭାରୋତ୍ତଳନରେ ପ୍ରଥମେ ଦେଶକୁ ରୌପ୍ୟ ପଦକ ଭେଟିଦେଇଥିଲେ ସଙ୍କେତ ସରଗର । ବ୍ରୋଞ୍ଜ ଭେଟିଦେଲେ ଗୁରୁରାଜ ପୁଜାରୀ । ଗୁରୁରାଜ ୨୬୯ କିଲୋର ଓଜନ ଉଠାଇ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ପୂଜାରୀ ପ୍ରଥମ ସ୍ନେଚରେ ୧୧୮ କିଲୋ ଓ ଦ୍ୱିତୀୟ […]
ବର୍ମିଂହାମ୍: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସଫଳତା । ଭାରୋତ୍ତଳନର ପୁରୁଷ ୬୧ କିଲୋ ବର୍ଗରେ ଗୁରୁରାଜ ପୁଜାରୀ ବ୍ରୋଞ୍ଜ ପଦକ ହାସଲ କରି ଭାରତକୁ ଦ୍ୱିତୀୟ ପଦକ ଦେଇଛନ୍ତି । ଭାରୋତ୍ତଳନରେ ପ୍ରଥମେ ଦେଶକୁ ରୌପ୍ୟ ପଦକ ଭେଟିଦେଇଥିଲେ ସଙ୍କେତ ସରଗର । ବ୍ରୋଞ୍ଜ ଭେଟିଦେଲେ ଗୁରୁରାଜ ପୁଜାରୀ । ଗୁରୁରାଜ ୨୬୯ କିଲୋର ଓଜନ ଉଠାଇ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ପୂଜାରୀ ପ୍ରଥମ ସ୍ନେଚରେ ୧୧୮ କିଲୋ ଓ ଦ୍ୱିତୀୟ ଥର ୧୫୧ କିଲୋର ଭାରୋତ୍ତଳନ କରିଥିଲେ । ପୁଜାରୀ କମନ ୱେଲ୍ଥ ଗେମରେ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ପଦକ ଜିତିଛନ୍ତି । ମାଲେଶିଆର ମହମ୍ମଦ ଅଞ୍ଜିଲ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଓ ନ୍ୟୁ ଗିନିର ମୋରେ ବାୟୁ ରୌପ୍ୟ ପଦକ ହାସଲ କରିଛନ୍ତି ।
ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ
୨୯ ବର୍ଷୀୟ ଗୁରୁରାଜ ପୂଜାରୀଙ୍କର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହା ଦ୍ୱିତୀୟ ପଦକ। ୨୦୧୮ର ଗୋଲ୍ଡକୋଷ୍ଟ୍ ଗେମ୍ସରେ ମଧ୍ୟ ସେ ପଦକ ନିଜ କାମରେ କରିଥିଲେ। ସେତେବେଳେ ସେ ରୌପ୍ୟ ପଦକ ଜିତିଥିଲେ।






