ଆଜି ଭାରତ-ଆୟର୍ଲାଣ୍ଡ ପ୍ରଥମ ଟି-୨୦; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

The Sakala Picture
Published On

ଡବ୍‍ଲିନ୍‍(ଏଜେନ୍ସି): ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ୨ ମ୍ୟାଚ୍‍ ବିଶିଷ୍ଟ ଟି-୨୦ କ୍ରିକେଟ ସିରିଜ୍‍ ଏଠାରେ ରବିବାରଠାରୁ ଆରମ୍ଭ ହେବ। ଏଠାରେ ରବିବାର ସିରିଜ୍‍ର ପ୍ରଥମ ମ୍ୟାଚ୍‍ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଭାରତର ଷ୍ଟାର ଖେଳାଳି ରୋହିତ ଶର୍ମା, ବିରାଟ କୋହଲି ଏବଂ ଅନ୍ୟମାନଙ୍କୁ ବାଦ୍‍ ଦେଇ ଏହି ସିରିଜ୍‍ ଅନୁଷ୍ଠିତ ହେବାକୁ ଯାଉଛି। ଏପରିକି ଘରୋଇ ମାଟିରେ ଦଳର ନେତୃତ୍ୱ ନେଇଥିବା ଋଷଭ ପନ୍ତ୍‍ ଓ ପ୍ରମୁଖ ଖେଳାଳି ଶ୍ରେୟାସ ଆୟର ମଧ୍ୟ ଏହି ଟିମ୍‍ରେ […]

ଡବ୍‍ଲିନ୍‍(ଏଜେନ୍ସି): ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ୨ ମ୍ୟାଚ୍‍ ବିଶିଷ୍ଟ ଟି-୨୦ କ୍ରିକେଟ ସିରିଜ୍‍ ଏଠାରେ ରବିବାରଠାରୁ ଆରମ୍ଭ ହେବ। ଏଠାରେ ରବିବାର ସିରିଜ୍‍ର ପ୍ରଥମ ମ୍ୟାଚ୍‍ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଭାରତର ଷ୍ଟାର ଖେଳାଳି ରୋହିତ ଶର୍ମା, ବିରାଟ କୋହଲି ଏବଂ ଅନ୍ୟମାନଙ୍କୁ ବାଦ୍‍ ଦେଇ ଏହି ସିରିଜ୍‍ ଅନୁଷ୍ଠିତ ହେବାକୁ ଯାଉଛି। ଏପରିକି ଘରୋଇ ମାଟିରେ ଦଳର ନେତୃତ୍ୱ ନେଇଥିବା ଋଷଭ ପନ୍ତ୍‍ ଓ ପ୍ରମୁଖ ଖେଳାଳି ଶ୍ରେୟାସ ଆୟର ମଧ୍ୟ ଏହି ଟିମ୍‍ରେ ନାହାନ୍ତି। ଏ ସମସ୍ତ ଖେଳାଳି ଏବେ ଇଂଲଣ୍ଡ ସହ ଟେଷ୍ଟ ମ୍ୟାଚ୍‍ ଖେଳିବାକୁ ଲିସେଷ୍ଟରରେ ଅଭ୍ୟାସ ମ୍ୟାଚ୍‍ ଖେଳୁଛନ୍ତି। ଏମାନଙ୍କ ଅନୁପସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ ନେଉଛନ୍ତି। ଚଳିତବର୍ଷ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ ରେ ପ୍ରଥମ ପଦାର୍ପଣ କରି ନିଜ ଟିମ୍‍ ଗୁଜରାଟ ଟାଇଟନ୍ସକୁ ଚାମ୍ପିଅନ୍‍ କରାଇଥିଲେ। ହାର୍ଦ୍ଦିକ ଟିମ୍‍ର ନେତୃତ୍ୱ ନେଇଥିଲେ ଓ ଅଲରାଉଣ୍ଡ ଖେଳ ପ୍ରଦର୍ଶନ କରି ନିଜ ଦଳକୁ ଚାମ୍ପିଅନ୍‍ କରାଇଥିଲେ। ଯାହା ଫଳରେ ତାଙ୍କ ଉପରେ ଜାତୀୟ ଚୟନକର୍ତ୍ତା ଭରସା ରଖି ଦଳର ନେତୃତ୍ୱ ଦେଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ତାଙ୍କଠାରୁ କିଛି ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା। ବୋଲିଂରେ ସେ ବିଶେଷ ପ୍ରଭାବ ବିସ୍ତାର କରିପାରି ନଥିବାରୁ ଏଥିଲାଗି ସେ ନିଜକୁ ପ୍ରସ୍ତୁତ କରିନେଇଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଏବେ ଅଲୋଡ଼ା, ମାତ୍ର 'ଉତ୍ତରପ୍ରଦେଶ ଏବେ ‘୫-ଟି’ର ଶ୍ରେଷ୍ଠ ମଡେ଼ଲ'

ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ୍‍ରେ ଭାରତୀୟ ଦଳ ଯେପରି ପ୍ରତ୍ୟାବର୍ତ୍ତନ କରିଥିଲା, ତାହାକୁ ନେଇ ଦଳର ଆତ୍ମବିଶ୍ୱାସ ଢ଼େର ବୃଦ୍ଧି ପାଇଛି। ଦଳର ଦୁଇ ଓପନର କିସାନ ଓ ଗାଏକ୍ୱାଡଙ୍କ ଭଲ ଫର୍ମରେ ଅଛନ୍ତି ଓ ଏମାନଙ୍କ ସହ ଟପ୍‍ ଅର୍ଡର କ୍ଲିକ୍‍ କଲେ ଭାରତକୁ ମ୍ୟାଚ୍‍ ଜିତିବା ସହଜ ହେବ। ଫିଟ୍‍ ହେବା ପରେ ସୂର୍ଯ୍ୟକୁମାର ଯାଦବ ଦଳରେ ସାମିଲ ହୋଇଛନ୍ତି। ସେ ଓ ଦୀନେଶ କାର୍ତ୍ତିକଙ୍କ ବ୍ୟାଟ ଠିକ୍‍ଠାକ୍‍ ଚାଲିଲେ ବିଶ୍ୱର କୌଣସି ବୋଲର ଏମାନଙ୍କୁ ଅଟକାଇବା କଷ୍ଟକର। ଅଧିନାୟକ ହାର୍ଦ୍ଦିକ ଓ ସୁଯୋଗ ପାଇଲେ ନବାଗତ ରାହୁଲ ତ୍ରିପାଠୀ ମଧ୍ୟ କମାଲ ଦେଖାଇବେ। ଦୁଇ ସ୍ପିନର ଯୁଜବେନ୍ଦ୍ର ଚହଲ ଓ ଅକ୍ଷର ପଟେଲ ବିଦେଶ ପିଚ୍‍ରେ କିପରି ପ୍ରଦର୍ଶନ କରିବେ ତାହା ଭାରତ ଲାଗି ଏକ ଚ୍ୟାଲେଞ୍ଜ। ଡବ୍‍ଲିନ୍‍ ପିଚ୍‍ ଫାଷ୍ଟ ବୋଲରଙ୍କୁ ସୁହାଇଥାଏ। ଏ କ୍ଷେତ୍ରରେ ଭାରତ ଢ଼େର ଆଗରେ ରହିଛି। ଉପଅଧିନାୟକ ଭୁବନେଶ୍ୱର କୁମାରଙ୍କ ନେତୃତ୍ୱରେ ହର୍ଷଲ ପଟେଲ, ଆଭେଶ ଖାନ୍‍, ଅର୍ଶଦୀପ ସିଂ ଓ ଏକ୍ସପ୍ରେସ୍‍ ବୋଲର ଉମରାନ ମଲିକ୍‍ଙ୍କୁ ନେଇ ବେଶ ଦୃଢ଼। ଏଣୁ ଆୟର୍ଲାଣ୍ଡ ବିପକ୍ଷରେ ଖେଳିବାକୁ ଭାରତର ଏହି ଦଳ ନିକଟରେ ସମସ୍ତ ପ୍ରକାର ସାମର୍ଥ୍ୟ ରହିଛି। ଭ୍ରମଣକାରୀ ଦଳ ଦୁଇଟିଯାକ ମ୍ୟାଚ୍‍ରେ ବିଜୟୀ ହେଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ରାହୁଲ ଦ୍ରାବିଡ୍‍ଙ୍କ ଅନୁପସ୍ଥିତିରେ ନ୍ୟାସନାଲ କ୍ରିକେଟ ଏକାଡେମୀର ମୁଖ୍ୟ ଭିଭିଏସ୍‍ ଲକ୍ଷ୍ମଣ ଦଳର କୋଚ୍‍ ଦାୟିତ୍ୱ ନେଇଛନ୍ତି। ଅନ୍ୟ ସପୋର୍ଟ ଷ୍ଟାଫ୍‍ଙ୍କସହ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ମଧ୍ୟ ଦଳ ସହ ଡବ୍‍ଲିନ୍‍ରେ ଅବସ୍ଥାନ କରୁଛନ୍ତି।
ଅନ୍ୟପକ୍ଷରେ ଗତ ୩ ବର୍ଷ ହେଲା ଆୟର୍ଲାଣ୍ଡ ଟି-୨୦ ଫର୍ମାଟରେ ସେପରି କିଛି ଉଲ୍ଲେଖନୀୟ ଖେଳ ପ୍ରଦର୍ଶନ କରିନାହିଁ। ଏହି ଦଳରେ ମଧ୍ୟ ପ୍ରତିଭାବାନ ଖେଳାଳିଙ୍କ ଅଭାବ ରହିଛି। ଯାହା ଫଳରେ ଦଳରେ ସିନିଅର ଖେଳାଳିଙ୍କ ଉପସ୍ଥିତି ଦୀର୍ଘଦିନ ହେଲା ରହିଛି। ଅଧିନାୟକ ଆଣ୍ଡ୍ର୍ୟୁ ବଲବିର୍ଣ୍ଣିଙ୍କ ମତରେ ଏବେ ଭାରତର ଯେଉ ପ୍ରକାର ଦଳ ସହ ଖେଳିବ, ସେମାନେ ଶକ୍ତିଶାଳୀ ବୋଲି ଭାବିବାକୁ ହେବ। ଆମେ ଏହି ଶକ୍ତିଶାଳୀ ଦଳ ସହ ମୁକାବିଲା କରିବାକୁ ପ୍ରସ୍ତୁତ ବୋଲି ବଲବିର୍ଣ୍ଣି କହିଛନ୍ତି।

ଭାରତୀୟ ଦଳ: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଭୁବନେଶ୍ୱର କୁମାର, ଇଶାନ କିସାନ, ଋତୁରାଜ ଗାଏକ୍ୱାଡ, ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ଭେଙ୍କଟେଶ ଆୟର, ଦୀପକ ହୁଦା, ରାହୁଲ ତ୍ରିପାଠୀ, ଦୀନେଶ କାର୍ତ୍ତିକ (ୱିକେଟକିପର), ଯୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ହର୍ଷଲ ପଟେଲ, ଆଭେଶ ଖାନ୍‍, ଅର୍ଶଦୀପ ସିଂ, ଉମ୍ରାନ ମଲିକ୍‍।

ଆୟର୍ଲାଣ୍ଡ ଦଳ: ଆଣ୍ଡ୍ର୍ୟୁ ବଲବିର୍ଣ୍ଣି (ଅଧିନାୟକ), ହ୍ୟାରି ଟେକ୍ଟର, ଜର୍ଜ ଡକ୍‍ରେଲ, ଗାରେଥ ଡେଲାନୀ, ପଲ ଷ୍ଟର୍ଲିଂ, କର୍ଟିସ କାମ୍ଫର, ଷ୍ଟିଫେନ ଡୋହେନୀ, ଲୋର୍କାନ ଟକର, ମାର୍କ ଆଦେଆର, କୋନୋର ଓଲଫର୍ଟ, ଜୋଶୁଆ ଲିଟଲ, ଆଣ୍ଡି ମ୍ୟାକ୍‍ବ୍ରାଇନ୍‍, ବ୍ୟାରୀ କ୍ୟାକ୍‍କାର୍ଥି, କ୍ରେଗ୍‍ ୟଙ୍ଗ୍‍।

26 Jun 2022 By The Sakala

https://www.thesakala.in/sports/india-vs-ireland-t20-series-to-be-starts-from-today/article-12796
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର