ଦ୍ଵିତୀୟ ଭାରତୀୟ ଭାବେ ମହେନ୍ଦ୍ର ସିଂ ଧୋନି ହାସଲ କଲେ ଏହି ରେକର୍ଡ
ନୂଆଦିଲ୍ଲୀ : ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଆଉ ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ଆଜି ଆଇପିଏଲ ୨୦୨୨ର ୧୧ତମ ମ୍ୟାଚ୍ ଆଜି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ ଖେଳିବା ସହ ଧୋନି ଆଜି ନିଜର ଟି-୨୦ କ୍ୟାରିୟରର ୩୫୦ତମ ମ୍ୟାଚ୍ ଖେଳିଛନ୍ତି ଏବଂ ଏମିତି କରିବାରେ ସେ ଦ୍ଵିତୀୟ ଭାରତୀୟ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି। ଏ ପର୍ଯ୍ୟନ୍ତ […]
ନୂଆଦିଲ୍ଲୀ : ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଆଉ ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ଆଜି ଆଇପିଏଲ ୨୦୨୨ର ୧୧ତମ ମ୍ୟାଚ୍ ଆଜି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ ଖେଳିବା ସହ ଧୋନି ଆଜି ନିଜର ଟି-୨୦ କ୍ୟାରିୟରର ୩୫୦ତମ ମ୍ୟାଚ୍ ଖେଳିଛନ୍ତି ଏବଂ ଏମିତି କରିବାରେ ସେ ଦ୍ଵିତୀୟ ଭାରତୀୟ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି। ଏ ପର୍ଯ୍ୟନ୍ତ ଧୋନିଙ୍କ ବ୍ୟତିତ ରୋହିତ ଶର୍ମା ୩୫୦ରୁ ଅଧିକ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ରୋହିତ ୩୭୨ ମ୍ୟାଚ୍ ସହ ତାଲିକାର ଶୀର୍ଷରେ ଅଛନ୍ତି।
MS Dhoni becomes second Indian to play 350 T20s
ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉRead @ANI Story | https://t.co/DFmIOCYASA#MSDhoni #IPL2022 #CSK𓃬 pic.twitter.com/3OPysUOTsT
— ANI Digital (@ani_digital) April 3, 2022
ଏହି ରେକର୍ଡ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଗତ ଅପ୍ରିଲ ୧ ତାରିଖରେ ମଧ୍ୟ ଆଉ ଏକ ରେକର୍ଡର ଅଧିକାରୀ ହୋଇଥିଲେ। ଗତ ଗୁରୁବାର ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍ସ ବିପକ୍ଷ ମ୍ୟାଚ୍ରେ ଅପରାଜିତ ୧୬ ରନ୍ କରିଥିବା ମହେନ୍ଦ୍ର ସିଂହ ଧୋନି ଟ୍ବେଣ୍ଟି-୨୦ ଫର୍ମାଟ୍ରେ ୭୦୦୦ ରନ୍ ପୂରଣ କରିବାର ମାଇଲଖୁଣ୍ଟ୍ ଛୁଇଁଛନ୍ତି। ଏ କ୍ଷେତ୍ରରେ ସେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ କ୍ଲବ୍ରେ ନିଜ ନାମକୁ ଯୋଡ଼ିଥିଲା ବେଳେ ଷଷ୍ଠ ଭାରତୀୟ ହୋଇଛନ୍ତି। ଟ୍ବେଣ୍ଟି-୨୦ କ୍ୟାରିୟରରେ ୩୪୯ ମ୍ୟାଚ୍ ଖେଳି ୭୦୦୧ ରନ୍ କରିସାରିଛନ୍ତି। ତାଙ୍କ ପୂର୍ବରୁ କୋହଲି (୧୦୩୨୬ ରନ୍), ରୋହିତ (୯୯୩୬ ରନ୍), ଶିଖର ଧାୱନ୍ (୮୮୧୮ ରନ୍), ସୁରେଶ ରାଇନା (୮୬୫୪ ରନ୍) ଏବଂ ରବିନ ଉଥପ୍ପା (୭୧୨୦ ରନ୍) ଏହି ଭାରତୀୟ କ୍ଲବ୍ର ସଦସ୍ୟ ରହିଛନ୍ତି। ମୋଟ ଉପରେ ଧୋନି ଏହି ମାଇଲଖୁଣ୍ଟ ଛୁଇଁବାରେ ବିଶ୍ବର ୩୪ତମ କ୍ରିକେଟର୍ ହୋଇଛନ୍ତି।
ଅନ୍ୟପଟେ ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଦମଦାର ଫର୍ମ ଜାରି ରହିଛି । ଚଳିତ ସିଜିନର ପ୍ରଥମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ଦମଦାର ଅର୍ଦ୍ଧଶତକ ହାସଲ କରିବା ପରେ ଗତକାଲି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ବିପକ୍ଷରେ ଧୋନିଙ୍କ ଧମାଲ ଦେଖିବାକୁ ମିଳିଥିଲା । ମାତ୍ର ୬ ବଲରେ ୧୬ ରନର ଧୁଆଁଧାର ଇନିଂସ ଖେଳିଥିଲେ ଧୋନି । ଏହି ଇନିଂସ ଫଳରେ ଧୋନି ଟି-୨୦ ଫର୍ମାଟରେ ୭ ହଜାର ରନ ପୂରଣ କରିବାର ମୁଇଲଖୁଣ୍ଟ ଛୁଇଁଛନ୍ତି ।ମହେନ୍ଦ୍ର ସିଂ ଧୋନି ତାଙ୍କ କ୍ରିକେଟ କ୍ୟାରିୟରରରେ ୨୦୦୬ରୁ ୨୦୧୯ ମଧ୍ୟରେ ଭାରତୀୟ ଦଳ ପାଇଁ ୧ ହଜାର ୬୧୭ ରନ କରିଛନ୍ତି । ସେହିପରି ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ୪ ହଜାର ୬୮୭ ରନ, ରାଇଜିଂ ପୁଣେ ସୁପର ଜିଆଣ୍ଟ୍ସ ପାଇଁ ୫୭୪ ରନ ଓ ଝାଡଖଣ୍ଡ ପାଇଁ ୧୨୩ ରନ ସଂଗ୍ରହ କରିଛନ୍ତି ।
ଦ୍ଵିତୀୟ ଭାରତୀୟ ଭାବେ ମହେନ୍ଦ୍ର ସିଂ ଧୋନି ହାସଲ କଲେ ଏହି ରେକର୍ଡ
ନୂଆଦିଲ୍ଲୀ : ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଆଉ ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ଆଜି ଆଇପିଏଲ ୨୦୨୨ର ୧୧ତମ ମ୍ୟାଚ୍ ଆଜି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ ଖେଳିବା ସହ ଧୋନି ଆଜି ନିଜର ଟି-୨୦ କ୍ୟାରିୟରର ୩୫୦ତମ ମ୍ୟାଚ୍ ଖେଳିଛନ୍ତି ଏବଂ ଏମିତି କରିବାରେ ସେ ଦ୍ଵିତୀୟ ଭାରତୀୟ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି। ଏ ପର୍ଯ୍ୟନ୍ତ ଧୋନିଙ୍କ ବ୍ୟତିତ ରୋହିତ ଶର୍ମା ୩୫୦ରୁ ଅଧିକ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ରୋହିତ ୩୭୨ ମ୍ୟାଚ୍ ସହ ତାଲିକାର ଶୀର୍ଷରେ ଅଛନ୍ତି।
MS Dhoni becomes second Indian to play 350 T20s
Read @ANI Story | https://t.co/DFmIOCYASA#MSDhoni #IPL2022 #CSK𓃬 pic.twitter.com/3OPysUOTsT